ନବୀନଙ୍କ ଚାଲ୍‌, ଶାହାଙ୍କ ସନ୍ଦେଶ

ଦେବେନ୍ଦ୍ର ପୃଷ୍ଟି ଘରକୁ ଅତିଥି ଆସିଲେ ସେମାନଙ୍କୁ ଆତିଥ୍ୟ ପ୍ରଦାନ କରିବା ଏକ ସାଧାରଣ ସୌଜନ୍ୟ। ତେବେ ସେମାନେ ନବୀନ ନିବାସକୁ ଆସି ନଥିଲେ। ଆସିଥିଲେ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ପୂର୍ବାଞ୍ଚଳ ପରିଷଦ ବୈଠକକୁ। ଓଡ଼ିଶା ଏହାର ଆୟୋଜକ ରାଜ୍ୟ। ଓଡ଼ିଶା ସରକାର ଆୟୋଜନ କର୍ତ୍ତା। ବୈଠକ ବସିଥିଲା ଲୋକସେବା ଭବନରେ। ସେ ହିସାବରେ ବିହାର ଓ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ଝାରଖଣ୍ଡ ଅର୍ଥମନ୍ତ୍ରୀଙ୍କୁ ଓଡ଼ିଶା ସରକାର ଆତିଥ୍ୟ ପ୍ରଦାନ କରିବା କଥା। ଏହା ଏକ […]

tmc

tmc

Debendra Prusty
  • Published: Friday, 28 February 2020
  • Updated: 28 February 2020, 07:50 PM IST

Sports

Latest News

ଦେବେନ୍ଦ୍ର ପୃଷ୍ଟି

ଘରକୁ ଅତିଥି ଆସିଲେ ସେମାନଙ୍କୁ ଆତିଥ୍ୟ ପ୍ରଦାନ କରିବା ଏକ ସାଧାରଣ ସୌଜନ୍ୟ। ତେବେ ସେମାନେ ନବୀନ ନିବାସକୁ ଆସି ନଥିଲେ। ଆସିଥିଲେ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ପୂର୍ବାଞ୍ଚଳ ପରିଷଦ ବୈଠକକୁ। ଓଡ଼ିଶା ଏହାର ଆୟୋଜକ ରାଜ୍ୟ। ଓଡ଼ିଶା ସରକାର ଆୟୋଜନ କର୍ତ୍ତା। ବୈଠକ ବସିଥିଲା ଲୋକସେବା ଭବନରେ। ସେ ହିସାବରେ ବିହାର ଓ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ଝାରଖଣ୍ଡ ଅର୍ଥମନ୍ତ୍ରୀଙ୍କୁ ଓଡ଼ିଶା ସରକାର ଆତିଥ୍ୟ ପ୍ରଦାନ କରିବା କଥା। ଏହା ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିବାରୁ ଓଡ଼ିଶା ସରକାର ସମସ୍ତ ପ୍ରତିନିଧି ଓ ଅଧିକାରୀଙ୍କ ନିମନ୍ତେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରିବା ଏକ ସ୍ୱାଭାବିକ ପ୍ରକ୍ରିୟା। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଏହି ବୈଠକ ପାଇଁ ଆସିଥିବାରୁ ସେ ମଧ୍ୟ ରାଜ୍ୟର ଅତିଥି ଭାବେ ସରକାରୀ ଖର୍ଚ୍ଚରେ ମଧ୍ୟାହ୍ନ ଭୋଜନ କରିଥାନ୍ତେ। ସେଥିପାଇଁ ରାଜ୍ୟ ଅତିଥି ଭବନ ବା କୌଣସି ହୋଟେଲ୍‌ରେ ସେମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଥାନ୍ତା। ମାତ୍ର, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସରକାରୀ କାର୍ଯ୍ୟକ୍ରମକୁ ନିଜ ଫାଇଦା ପାଇଁ ନବୀନ ନିବାସକୁ ହଡ଼ପ କରିନେଇଥିଲେ। ପୂର୍ବାଞ୍ଚଳ ପରିଷଦ ବୈଠକର ଅତିଥିମାନଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ନବୀନ ନିବାସରେ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରାଯାଇଥିଲା।

ସାଧାରଣ ଭାବେ ଦେଖିଲେ, ଏଥିରେ ସେଭଳି କିଛି ନୂତନତା ନାହିଁ। ଏଭଳି ଆତିଥ୍ୟ ଓ ଭୋଜିରେ ନବୀନ ନିବାସର ଏକ ଲମ୍ବା ଇତିହାସ ରହିଛି। ନବୀନବାବୁଙ୍କ ବାପା ବିଜୁବାବୁଙ୍କ ସମୟରେ ନବୀନ ନିବାସରେ ଅନେକ ଆଞ୍ଚଳିକ ଓ ଜାତୀୟ ସ୍ତରର ନେତା ଆପ୍ୟାୟିତ ହୋଇଛନ୍ତି। ନବୀନବାବୁଙ୍କ ସମୟରେ ମଧ୍ୟ ସେହି ପରମ୍ପରା ବଜାୟ ରହିଛି। ପ୍ରାୟ ବର୍ଷକ ତଳେ ବିଜୁବାବୁଙ୍କ ଉପରେ ପ୍ରକାଶିତ ଏକ ପୁସ୍ତକ ଉନ୍ମୋଚନ ପାଇଁ ଭୁବନେଶ୍ୱର ଆସିଥିବା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମେତ ବହୁ ଜାତୀୟ ସ୍ତରର ନେତା ନବୀନ ନିବାସର ଅତିଥି ହୋଇଥିଲେ। ତେଣୁ ୨୦୨୦ ଫେବୃଆରୀ ୨୮ ତାରିଖରେ ନବୀନ ନିବାସରେ ବିଜେଡି ସଭାପତି ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ମିଶି କେନ୍ଦ୍ର ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ଚାଣକ୍ୟ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ତଥା ଓଡ଼ିଶା ବିଜେପିର ମୁହଁ ଧର୍ମେନ୍ଦ୍ର ପ୍ରଧାନ, ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟାହ୍ନ ଭୋଜନ କରିବା କେବଳ ସାମାଜିକ ସୌଜନ୍ୟ ନୁହେଁ, ଏଥିରୁ କିଛି ରାଜନୀତିକ ବାର୍ତ୍ତା ମଧ୍ୟ ପ୍ରସାରିତ ହୋଇଛି।

ନବୀନ ନିବାସ ମଧ୍ୟାହ୍ନ ଭୋଜନ ସଂପର୍କୀତ ଯେତେ ଫଟୋ ନବୀନବାବୁଙ୍କ ଟୁଇଟର ହାଣ୍ଡଲ୍‌ରେ ଶେୟାର କରାଯାଇଛି ସେଥିରେ ଦେଖାଯାଉଛି ଯେ ଗୋଟିଏ ଟେବ୍‌ଲରେ ନବୀନବାବୁଙ୍କ ସହିତ ଅମିତ ଶାହା, ନୀତୀଶ କୁମାର, ମମତା ବାନାର୍ଜୀ ଓ ଧର୍ମେନ୍ଦ୍ର ପ୍ରଧାନ ଏକାଠି ବସି ଖାଉଛନ୍ତି। କିନ୍ତୁ ଏହି ଫଟୋରେ ଝାରଖଣ୍ଡ ପ୍ରତିନିଧିଙ୍କର ଦେଖା ନଥିଲା। ପୂର୍ବାଞ୍ଚଳ ପରିଷଦରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଯୋଗ ଦେଇ ନଥିଲେ। ତାଙ୍କ ରାଜ୍ୟର ପ୍ରତିନିଧି ଭାବେ ଝାରଖଣ୍ଡ ଅର୍ଥମନ୍ତ୍ରୀ ଏହି ବୈଠକରେ ଯୋଗ ଦେଇଥିଲେ। ତାଙ୍କୁ କିନ୍ତୁ ନବୀନ ନିବାସ ଭୋଜିରେ ଦେଖିବାକୁ ମିଳିନଥିଲା। ତାଙ୍କ ପାହ୍ୟା ଦୃଷ୍ଟିରୁ ତାଙ୍କୁ ଆମନ୍ତ୍ରଣ କରାଯାଇ ନଥିଲା କି ସେ ନବୀନବାବୁଙ୍କ ନିମନ୍ତ୍ରଣ ରକ୍ଷା କରି ନଥିଲେ ତାହା ଜଣାନାହିଁ। ସେ ହୁଏତ ହୋଟେଲ ବା ଅତିଥି ଭବନରେ ଖାଇଥିବେ, ନହେଲେ ନଖାଇ ଫେରିଥିବେ।

ସେ ଯାହା ହେଉ, ଝାରଖଣ୍ଡ ପ୍ରତିନିଧିଙ୍କୁ ନବୀନ ନିବାସରେ ଦେଖାନଯିବା ଘଟଣାରୁ ଗୋଟିଏ କଥା ସ୍ପଷ୍ଟ ଯେ ନବୀନବାବୁ ପୂର୍ବାଞ୍ଚଳ ପରିଷଦରେ ଯୋଗ ଦେଇଥିବା ରାଜନୀତିକ ପ୍ରତିନିଧିମାନଙ୍କୁ ତାଙ୍କ ଘରକୁ ଆମନ୍ତ୍ରଣ କରିନଥିଲେ। ସେ ଆମନ୍ତ୍ରଣ କରିଥିଲେ ତାଙ୍କର ରାଜନୀତିକ ସମାସ୍କନ୍ଦମାନଙ୍କୁ ଯେଉଁମାନେ ନବୀନ ନିବାସରେ ଏକାଠି ହେଲେ ନବୀନ ପଟ୍ଟନାୟକଙ୍କର ରାଜନୀତିକ ଫାଇଦା ହେବ। ଏହି ମଧ୍ୟାହ୍ନ ଭୋଜନ ପରେ ରାଜ୍ୟ ସାରା ନିଶ୍ଚୟ ଏହି ଚର୍ଚ୍ଚା ହେବ ଯେ ଯେଉଁ ଅମିତ ଶାହା ୨୦୧୯ ନିର୍ବାଚନ ପ୍ରଚାର ସମୟରେ ନବୀନବାବୁଙ୍କୁ ଉପାଡ଼ି ବଙ୍ଗୋପସାଗରରେ ଫିଙ୍ଗିଦେବାକୁ ଆହ୍ୱାନ ଦେଇଥିଲେ ସେହି ଅମିତ ଶାହା ନବୀନବାବୁଙ୍କ ସହିତ ଏକାଠି ବସି ଖାଇଲେ। କେବଳ ସେ ନୁହନ୍ତି, ଯେଉଁ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଯାଏଁ ନବୀନବାବୁଙ୍କ ବିରୋଧରେ ଦିନରାତି ଅଭିଯୋଗର ତାଲିକା ପଢ଼ୁଥିଲେ ସେ ମଧ୍ୟ ତାଙ୍କ ଘରେ ତାଙ୍କ ଆତିଥ୍ୟରେ ଆପ୍ୟାୟିତ ହେଲେ। ନବୀନ ନିବାସରେ ଏ ଦୁଇ ଜଣଙ୍କ ଉପସ୍ଥିତି ନିଶ୍ଚିତ ଭାବରେ ବିଜେଡି ଓ ବିଜେପିର ତୃଣମୂଳ ସ୍ତରୀୟ କର୍ମୀ ଓ ନେତାଙ୍କ ମନରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସୃଷ୍ଟି କରିବ। ବିଜେପି କର୍ମୀମାନେ ହୁଏତ ବୁଝିବେ ଯେ ଉପର ସ୍ତରର ନେତାମାନେ ଏକାଠି ହେଲେଣି, ତେଣୁ ଆଉ ଲଢ଼େଇ ଦରକାର ନାହିଁ। ତେଣୁ ସେମାନେ ନିଜନିଜ ସ୍ତରରେ ବିଜେଡି କର୍ମୀମାନଙ୍କ ସହିତ ସଂପର୍କ ସୁଧାରିବାରେ ଲାଗିବେ। ସେଥିରେ ସେମାନଙ୍କର ଫାଇଦା ହୋଇପାରେ। ସେହିପରି ବିଜେଡି କର୍ମୀମାନେ ମଧ୍ୟ ବୁଝିବେ ଯେ ନବୀନବାବୁ ଯଦି ଘରେ ଖାଇବାକୁ ଦେଇ ଅମିତ ଶାହା ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିଜର କରିପାରୁଛନ୍ତି ସେମାନେ କାହିଁକି ବିଜେପି କର୍ମୀମାନଙ୍କର ଛୋଟଛୋଟ ସ୍ୱାର୍ଥ ପୂରଣ କରି ସେମାନଙ୍କୁ ବିଜେଡି ସ୍ୱାର୍ଥରେ ନିୟୋଜିତ ନକରିବେ?

ଅବଶ୍ୟ ଏହି କାର୍ଯ୍ୟକ୍ରମ ପରେ ଜନତା ମଇଦାନରେ ଆୟୋଜିତ ହୋଇଥିବା ନାଗରିକତା ସଂଶୋଧନ ଆଇନ ସପକ୍ଷ ସମାବେଶରେ ଅମିତ ଶାହା ଦଳୀୟ ଲକ୍ଷ୍ୟ ସଂପର୍କରେ କିଞ୍ଚିତ ସୂଚନା ପ୍ରଦାନ କରିଥିଲେ। ସେ କହିଥିଲେ ଯେ ଗତ ନିର୍ବାଚନରେ ଓଡ଼ିଶାବାସୀ ବିଜେପିକୁ ୯୧ ଲକ୍ଷ ଭୋଟ ଓ ବିଜେଡିକୁ ୧.୧ କୋଟି ଭୋଟ ଦେଇଛନ୍ତି। ଦଳକୁ ୮ଟି ଲୋକସଭା ସିଟ୍‌ ମିଳିଛି। ଆଉ ଗୋଟେ ଲମ୍ଫ ପ୍ରଦାନ କଲେ ଦଳ ଓଡ଼ିଶାରେ ଶୀର୍ଷ ସ୍ଥାନରେ ପହଞ୍ଚିପାରିବ। ତାଙ୍କର ଏହି କଥାରୁ ଜଣାପଡ଼ୁଛି ସେ ଚାହୁଁଛନ୍ତି ତାଙ୍କ ଦଳ ଓଡ଼ିଶାରେ ସରକାର ଗଠନ କରୁ। ସେଥିପାଇଁ ଆଉ ଗୋଟେ ଲମ୍ଫ ପ୍ରଦାନ କରିବାକୁ ସେ ଦଳର ସମର୍ଥକମାନଙ୍କୁ ଆହ୍ୱାନ ଦେଇଛନ୍ତି। ବ୍ୟବଧାନ ଥିବା ୨୦ ଲକ୍ଷ ଭୋଟ ସହିତ ଆଉ ୧୦ ଲକ୍ଷ ଭୋଟ ପାଇଲେ ଯାଇଁ ତାହା ସମ୍ଭବ ହୋଇପାରେ। ଏବେ ରାଜ୍ୟ ବିଧାନସଭାରେ ଦଳର ମାତ୍ର ୨୩ ଜଣ ସଦସ୍ୟ ଅଛନ୍ତି। ସରକାର ଗଠନ କରିବାକୁ ଅତିକମ୍‌ରେ ୭୪ ବିଧାୟକ ଆବଶ୍ୟକ। ସେଥିପାଇଁ ଦଳକୁ ଫଳପ୍ରସୂ ଯୋଜନା କରିବାକୁ ପଡ଼ିବ ଓ ଦଳୀୟ ନେତା ଓ କର୍ମୀମାନଙ୍କୁ ନିଷ୍ଠାପର ଭାବରେ ଲଢ଼େଇ କରିବାକୁ ପଡ଼ିବ। ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀଙ୍କ ସହିତ ଏକାଠି ବସି ତାହା କିପରି ସମ୍ଭବ ହେବ ତାହା ଶାହା ବୁଝିଥିବେ। ଅବଶ୍ୟ ଜଣଙ୍କ ସହିତ ଏକାଠି ବସି ତାଙ୍କର ଚେର କାଟିବାର ଉଦାହରଣ ରାଜନୀତିରେ ଅନେକ ଅଛି। ବିଜେପି ସେପରି କରିବ କି ବିଜେଡି, ତାହା ସମୟ କହିବ।

ନବୀନ ନିବାସ ଭୋଜିର ଅନ୍ୟ ଏକ ବାର୍ତ୍ତା ନବୀନବାବୁଙ୍କ ସପକ୍ଷରେ ଯାଇପାରେ। ବିଜେଡି କର୍ମୀମାନେ ତାହା ପ୍ରଚାର କରିପାରନ୍ତି। ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ରର ମୋଦୀ ସରକାରଙ୍କର ଘୋର ବିରୋଧୀ ଭାବେ ଜଣାଶୁଣା। ସଂପ୍ରତି ନାଗରିକତା ସଂଶୋଧନ ଆଇନ ବିରୋଧରେ ସେ ଜୋରଦାର ଲଢ଼େଇ ଚଳେଇଛନ୍ତି। ତାଙ୍କ ରାଜ୍ୟରେ ସିଏଏ, ଏନଆରସି ଓ ଏନପିଆର କିଛି ଲାଗୁ ହେବ ନାହିଁ ବୋଲି ସ୍ପଷ୍ଟ ଘୋଷଣା କରିଛନ୍ତି। ସେହିପରି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବେ ବିଜେପିକୁ ସାଥୀ କରି ରାଜ୍ୟରେ ସରକାର ପରିଚାଳନା କରୁଥିଲେ ମଧ୍ୟ ସିଏଏ ଓ ଏନଆରସି ନେଇ ମତ ପରିବର୍ତ୍ତନ କରିଛନ୍ତି। ନବୀନବାବୁଙ୍କ ବିଜେଡି ପରି ତାଙ୍କର ଜେଡୟୁ ମଧ୍ୟ ସିଏଏ ସପକ୍ଷରେ ଭୋଟ ଦେଇଥିଲା। ମାତ୍ର, ପରେ ସେ ମତ ପରିବର୍ତ୍ତନ କରି କହିଛନ୍ତି ଯେ ଏ ନେଇ ଜାତୀୟ ସ୍ତରରେ ଅଧିକ ଆଲୋଚନାର ଆବଶ୍ୟକତା ଥିଲା। ରାଜ୍ୟରେ ଏନଆରସି ଲାଗୁ ନକରିବାକୁ ମଧ୍ୟ ତାଙ୍କ ଦଳ ଏକ ପ୍ରସ୍ତାବ ଗ୍ରହଣ କରିଛି। ଏ ଦୁଇ ଜଣଙ୍କୁ ନବୀନ ନିବାସରେ ଆତିଥ୍ୟ ଦେଇ ନବୀନବାବୁ ଓଡ଼ିଶାର ସଂଖ୍ୟାଲଘୁ ଓ ସିଏଏ, ଏନଆରସି ଓ ଏନପିଆର ବିରୋଧୀଙ୍କ ପାଇଁ ଅନ୍ୟ ଏକ ବାର୍ତ୍ତା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story