ଜଣେ ‘ଆତ୍ମବିଭୋର ପ୍ରଶାସକ’ଙ୍କ ରୂପାନ୍ତରଣର କଥା

ବୃତ୍ତିଗତ ଜୀବନରେ ସେହି ଅଧିକାରୀ ଜଣକ ଯେ ଦଳ-ନିରପେକ୍ଷତା ଅବଲମ୍ବନ କରିଥିବେ, ଏହା ବିଶ୍ୱାସ କରିହେବ ତ? ଗଣତନ୍ତ୍ର ପାଇଁ ଏହା କେତେଦୂର ଶୁଭଙ୍କର? ଆଜିକାଲି ଯେମିତି ମାଳ ମାଳ ପୂର୍ବତନ ପ୍ରଶାସନିକ ଅଧିକାରୀ ରାଜନୀତି କ୍ଷେତ୍ରକୁ ପ୍ରବେଶ କରୁଛନ୍ତି, ତାହା ରାଜନୈତିକ ପରିବେଶକୁ ଆଗାମୀ ଦିନରେ କିଭଳି ପ୍ରଭାବିତ କରିବ? ଜନ ସାଧାରଣଙ୍କ ମଧ୍ୟରୁ ସୃଷ୍ଟ ଯୁବ ନେତୃତ୍ୱର ଗଜା ମରୁଡ଼ି ହେବ ନା ଅଭିଜ୍ଞ ପ୍ରଶାସନିକ ଅଧିକାରୀଙ୍କ ପ୍ରଦର୍ଶିତ ମାର୍ଗରେ ତରୁଣ ରାଜନୈତିକ ପ୍ରତିଭାମାନେ ଦେଶସେବା ଭୁଲି ଭୋଟ ରାଜନୀତିକୁ ଆପଣେଇ ନେବେ, ଏସବୁ ପ୍ରଶ୍ନ ଆମକୁ ଆନ୍ଦୋଳିତ କରୁଛି।

Patnaik And Pandian

Patnaik And Pandian

Debendra Prusty
  • Published: Wednesday, 25 October 2023
  • Updated: 25 October 2023, 04:23 PM IST

Sports

Latest News

ଜାନକୀଶ ବଡ଼ପଣ୍ଡା

ସର୍ବ ଭାରତୀୟ ସହଯୋଗୀ ପ୍ରଶାସନିକ ସେବା ବୃତ୍ତିରୁ ଅବସର ନେଇ ରାଜନୀତି କ୍ଷେତ୍ରରେ ପ୍ରବେଶ ପରେ ଦୁଇ ଥର ସାଂସଦ ହୋଇ ସାରିଥିବା ମହାମେଘବାହନ ଐର ଖାରବେଳ ସ୍ୱାଇଁ ସବୁବେଳେ ତର୍କ ରଖନ୍ତି ଯେ ବୈଷୟିକ ଶିକ୍ଷାଗ୍ରହଣ କରିଥିବା ଯୁବବର୍ଗ ପ୍ରଶାସନିକ ସେବାକୁ ବୃତ୍ତିଭାବେ ଗ୍ରହଣ ନକରି ନିଜର ବୈଷୟିକ ଶିକ୍ଷା ଆଧାରରେ ବୃତ୍ତି ଆଦରିନେବା ଉଚିତ। ବହୁ ଚର୍ଚ୍ଚିତ ଭି. କେ. ପାଣ୍ଡିଆନ କୃଷି ବିଜ୍ଞାନରେ ଉପାଧ୍ୟୁତ୍ତର ଶିକ୍ଷାଗ୍ରହଣ କରି, ସର୍ବ ଭାରତୀୟ ପ୍ରଶାସନିକ ସେବାରେ ଦୀର୍ଘ ୨୩ ବର୍ଷ ସେବା ପ୍ରଦାନ କଲା ପରେ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି ଓ ଏବେ ପ୍ରତ୍ୟକ୍ଷ ରାଜନୀତିରେ ଯୋଗଦାନ କରିବାକୁ ଯାଉଛନ୍ତି। ଖାରବେଳ ବାବୁ ଓ ପାଣ୍ଡିଆନ - ଏହି ଦୁହିଁଙ୍କ ମଧ୍ୟରେ ଦୃଶ୍ୟମାନ ତଫାତ ହୁଏତ କେବଳ ବୈଷୟିକ ଶିକ୍ଷା। କିନ୍ତୁ, କିଛି ମୌଳିକ ପ୍ରଶ୍ନ ଆମକୁ ଆନ୍ଦୋଳିତ କରୁଛି। ଜଣେ ସର୍ବ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସ୍ୱେଚ୍ଛାକୃତ ଅବସର ନେଇ ତୁରନ୍ତ ରାଜନୀତିରେ ପାଦ ଥାପିବାକୁ ସହଜରେ ଗ୍ରହଣ କରିହେବକି? ବୃତ୍ତିଗତ ଜୀବନରେ ସେହି ଅଧିକାରୀ ଜଣକ ଯେ ଦଳ-ନିରପେକ୍ଷତା ଅବଲମ୍ବନ କରିଥିବେ, ଏହା ବିଶ୍ୱାସ କରିହେବ ତ? ଗଣତନ୍ତ୍ର ପାଇଁ ଏହା କେତେଦୂର ଶୁଭଙ୍କର? ଆଜିକାଲି ଯେମିତି ମାଳ ମାଳ ପୂର୍ବତନ ପ୍ରଶାସନିକ ଅଧିକାରୀ ରାଜନୀତି କ୍ଷେତ୍ରକୁ ପ୍ରବେଶ କରୁଛନ୍ତି, ତାହା ରାଜନୈତିକ ପରିବେଶକୁ ଆଗାମୀ ଦିନରେ କିଭଳି ପ୍ରଭାବିତ କରିବ? ଜନ ସାଧାରଣଙ୍କ ମଧ୍ୟରୁ ସୃଷ୍ଟ ଯୁବ ନେତୃତ୍ୱର ଗଜା ମରୁଡ଼ି ହେବ ନା ଅଭିଜ୍ଞ ପ୍ରଶାସନିକ ଅଧିକାରୀଙ୍କ ପ୍ରଦର୍ଶିତ ମାର୍ଗରେ ତରୁଣ ରାଜନୈତିକ ପ୍ରତିଭାମାନେ ଦେଶସେବା ଭୁଲି ଭୋଟ ରାଜନୀତିକୁ ଆପଣେଇ ନେବେ, ଏସବୁ ପ୍ରଶ୍ନ ଆମକୁ ଆନ୍ଦୋଳିତ କରୁଛି।

ସ୍ୱେଚ୍ଛାକୃତ ଅବସର ନେଇ ସାରିଛନ୍ତି ଭି.କେ. ପାଣ୍ଡିଆନ। ୧୯୭୪, ମେ ମାସ ୨୯ ତାରିଖରେ ଜନ୍ମିତ ୨୦୦୦ ବ୍ୟାଚର ଏହି କରିତକର୍ମା ଆଇଏଏସ ଅଫିସର ଜଣକ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିଲେ। ଚାକିରିକାଳ ଆହୁରି ୧୧ ବର୍ଷ ଥିଲା। ଅଥଚ ସେ ଗତ ୨୦ ତାରିଖରେ ଅଚାନକ ସ୍ୱେଚ୍ଛାକୃତ ଅବସର ନେବାକୁ ଆବେଦନ କଲେ ଓ ୨୩ ତାରିଖରେ ତ୍ୱରିତ ଗତିରେ ତାହାକୁ ଅନୁମୋଦନ କଲେ କେନ୍ଦ୍ର ସରକାର। ୧୯୫୮ ଅଲଇଣ୍ଡିଆ ସର୍ଭିସ ରୁଲ୍ ୧୬(୨କ) ଅନୁସାରେ ଅନୁମୋଦନ ମିଳିଗଲା। ଏହାକୁ ହିଁ ବୋଧହୁଏ ସହଯୋଗିତାଭରା ସଂଘୀୟ ବ୍ୟବସ୍ଥାର ଶ୍ରେଷ୍ଠ ଉଦାହରଣ ଭାବେ ଚିତ୍ରଣ କରାଯାଇ ପାରିବ! ଜଣେ ‘ଆତ୍ମବିଭୋର ପ୍ରଶାସକ’ ଗୋଟିଏ ଝଟକାରେ ତାଙ୍କୁ କ୍ଷତବିକ୍ଷତ କରିଚାଲିଥିବା ସମସ୍ତ ସମାଲୋଚନା-ଶରଗୁଡ଼ିକୁ ଝାଡ଼ିଝୁଡ଼ି ଫିଙ୍ଗିଦେଇ ଓଡ଼ିଶା ସରକାରଙ୍କ 'ନବୀନ ଓଡ଼ିଶା' ଓ '୫-ଟି'ର ଅଧ୍ୟକ୍ଷ ହୋଇଗଲେ। କ୍ୟାବିନେଟ ମନ୍ତ୍ରୀଙ୍କ ଭଳି ଶାସନ-କ୍ଷମତା ଉପଭୋଗ କରିବାର ସୁବିଧା ସହିତ 'ଅସହାୟ ରାଜନେତା' ନହୋଇ ସେ ରାତାରାତି ପାଲଟିଗଲେ ଅସଲ କ୍ଷମତାକେନ୍ଦ୍ର।

ମେଧାବୀ ତଥା କ୍ରୀଡ଼ାନିପୁଣ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ୍ ତାମିଲନାଡୁର ମଦୁରାଇ ନିକଟସ୍ଥ ନେଭେଲି କ୍ରୀଡ଼ା ଛାତ୍ରାବାସ ଉଚ୍ଚ ବିଦ୍ୟାଳୟରେ ପାଠପଢ଼ା ସମାପ୍ତ କରି ମଦୁରାଇ କୃଷି ମହାବିଦ୍ୟାଳୟରୁ କୃଷି ବିଜ୍ଞାନରେ ଡିଗ୍ରୀ, ଦିଲ୍ଲୀସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନରୁ ପ୍ଲାଣ୍ଟ ଫିଜିଓଲୋଜି ବିଷୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ ପରେ ୨୦୦୦ ମସିହାରେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ଲାଭ କରିଥିଲେ। ସେତେବେଳକୁ ତାଙ୍କର ବୟସ ହୋଇଥିଲା ୨୬ ବର୍ଷI ତାଲିମ ସାରିବା ପରେ ତାଙ୍କର ପ୍ରଥମ ଚାକିରୀ ଉପଜିଲ୍ଲାପାଳ ଭାବେ ଆରମ୍ଭ ହୁଏ ଓଡ଼ିଶାର କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ଠାରୁ। ସେଠାରେ ୨୦୦୨-୨୦୦୪ ଯାଏଁ, କିଛି ମାସ ରାଉରକେଲାଠାରେ ଅତିରିକ୍ତ ଜିଲ୍ଲାପାଳ ଭାବେ, ୨୦୦୫ରୁ ୨୦୦୭ ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାପାଳ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ ଜୀବନରେ ଏବେ ଯେଉଁ ମୋଡ଼ ଆମେ ଦେଖୁଛେ ତାହାର ଅଙ୍କୁରୋଦଗମ ହୋଇଥିଲା ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମର ଜିଲ୍ଲାପାଳ ଥିଲାବେଳେ। ସେଠାରେ ସେ ୨୦୦୭ରୁ ୨୦୧୧ ପର୍ଯ୍ୟନ୍ତ କାର୍ଯ୍ୟ କରି ମୁଖ୍ୟମନ୍ତ୍ରୀଙ୍କ ନୀଳନୟନ ଅଧିକାରୀ ପାଲଟି ଯାଇଥିଲେ। କଠୋର ପରିଶ୍ରମୀ ପାଣ୍ଡିଆନ ଜିଲ୍ଲାପାଳ ଥିବାବେଳେ ଗଞ୍ଜାମକୁ ମିଳିଛି ଅନେକ ସଫଳତା। ସେହି ସମୟରେ ୪ ଥର ଜାତୀୟ ପୁରସ୍କାର ପାଇଛି ଗଞ୍ଜାମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ସମେତ ସମଗ୍ର ଜିଲ୍ଲାରେ ସରକାରୀ କାର୍ଯ୍ୟକ୍ରମ ଓ ଯୋଜନାଗୁଡ଼ିକୁ ଆଶାତୀତ ସଫଳତା ମିଳିଥିଲା ପାଣ୍ଡିଆନଙ୍କର ନିଷ୍ଠାପର କର୍ମପିପାସା କାରଣରୁ।

ମଇ ୨, ୨୦୧୧ଠାରୁ ସେ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବରେ ଯୋଗଦେଇ ୨୦୧୯ରେ 'ଫାଇଭ ଟି' ସଚିବ ଭାବେ ଦାୟିତ୍ୱ ନେଇଥିଲେ। ପ୍ରଚାରଠାରୁ ନିରାପଦ ଦୂରତ୍ୱରେ ନିଜକୁ ରଖିଆସୁଥିବା ଏହି ୪୯ ବର୍ଷୀୟ ଅଧିକାରୀ ଜଣକ ଗତ କିଛି ବର୍ଷ ଧରି ଅତ୍ୟନ୍ତ ବିବାଦୀୟ ହୋଇଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଛାଇ ଭଳି ଜଗି ରହୁଥିବା ପାଣ୍ଡିଆନଙ୍କ ବିରୁଦ୍ଧରେ ଅଭିଯୋଗର ଏକ ଲମ୍ବା ତାଲିକା ଥିଲେ ବି ତାଙ୍କର କାର୍ଯ୍ୟନିଷ୍ଠା ଓ ବିଶ୍ୱସନୀୟତା ଏତେ ଅଧିକ ଥିଲା ଯେ ମୁଖ୍ୟମନ୍ତ୍ରୀ ତାଙ୍କର ବ୍ୟକ୍ତିଗତ ସଚିବଙ୍କ ଉପରେ କ୍ରମଶଃ ଅଧିକ ନିର୍ଭରଶୀଳ ହେଉଥିବାର ଦେଖିବାକୁ ମିଳିଲା। ମୁଖ୍ୟମନ୍ତ୍ରୀ ମଧ୍ୟ ସରକାରୀ ଦଳର ସଭାପତି ଥିବାରୁ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆଦେଶକ୍ରମେ ଏପରି ଅନେକ କିଛି ସରକାରୀ ଦାୟିତ୍ୱ ନିର୍ବାହ କରିବାକୁ ପଡୁଥିଲା ଯାହାର ହିତାଧିକାରୀ ହେଉଥିଲା କେବଳ ବିଜୁ ଜନତା ଦଳ। ଦଳର କ୍ରମବର୍ଦ୍ଧମାନ ପାଣ୍ଠିର ପରିମାଣ ଓ ରାଜନୈତିକ ବିଜୟଧାରାର ମୁଖ୍ୟ ବିନ୍ଧାଣୀ ଭାବେ ପାଣ୍ଡିଆନଙ୍କ ସମେତ କିଛି ଅଣରାଜନୈତିକ ବ୍ୟକ୍ତି ବିଶେଷଙ୍କ ଅଙ୍କିତ 'ନୀଳନକ୍ସା'କୁ ଶ୍ରେୟ ଦିଆଗଲା। ଏକ ଧାରଣା ସୃଷ୍ଟି କରାଯାଉଥିଲା ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାଜେୟ ଟ୍ରମ୍ପ କାର୍ଡ, ଯିଏକି ଥରେ ମାତ୍ର ହାତ ହଲେଇଦେଲେ ତାଙ୍କ ଦଳକୁ ସମସ୍ତ ଓଡ଼ିଆ ଅଜାଡ଼ି ଦେବେ ସେମାନଙ୍କ ଭୋଟ। ଏଭଳି ଧାରଣା ସୃଷ୍ଟି ପଛରେ ଯେଉଁ ଲୋକଟିର ଶଙ୍ଖଧ୍ୱନୀ ନିନାଦିତ ହେଉଥିଲା ସେ ହିଁ ଥିଲେ ଲୋକମୁଖରେ ‘ପାଣ୍ଡିଆନ ସାର’! ତାଙ୍କୁ ଅଧିକାଂଶ ଦଳୀୟ ନେତା, ମନ୍ତ୍ରୀ ଓ କର୍ମୀମାନେ ଅଲଂଘ୍ୟ ଉଚ୍ଚତା ସମ୍ପନ୍ନ ମୁଖ୍ୟମନ୍ତ୍ରୀଙ୍କ ଚଳନ୍ତି ପ୍ରତିମା ଭାବି ନେଇଥିଲେ। କେବଳ ଖଣ୍ଡପଡ଼ା ବିଧାୟକ ଓ କଟକ ସାଂସଦଙ୍କ ଭଳି କିଛି ବିଜୁ ଜନତା ଦଳର ନେତା ପ୍ରକାଶ୍ୟରେ କେତେବେଳେ କେମିତି ରାଜନେତାଙ୍କ ଅସହାୟତା ଓ ପ୍ରଶାସକଙ୍କ କ୍ଷମତା ବିଭୋରତା ଉପରେ କିଛି ବକ୍ତବ୍ୟ ରଖି ମଝିରେ ମଝିରେ ଚା' କପରେ ଝଡ଼ ସୃଷ୍ଟି କରୁଥିଲେ ଯାହା। ଅନେକେ ତ ମରୁଭୂମିର ଓଟ ଭଳି ପାଣ୍ଡିଆନ-ବାଲିଝଡ଼କୁ ମୁଣ୍ଡପୋତି ସହି ଯାଉଥିଲେ ନୀରବରେ।

୨୦୧୧, ମେ ୨ ତାରିଖରେ ସିଧାସଳଖ ଗଞ୍ଜାମ ଜିଲ୍ଲାପାଳ ପଦରୁ ଆସି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବ୍ୟକ୍ତିଗତ ସଚିବ ରୂପେ ଯୋଗଦେଲେ ଭି କାର୍ତ୍ତିକେୟନ ପାଣ୍ଡିଆନ। ବର୍ଷକ ଭିତରେ ନିଜର ପ୍ରାଶାସନିକ ଦକ୍ଷତା ତଥା କର୍ମ ତତ୍ପରତା କାରଣରୁ ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସ ଜିଣିପାରିଲେ। ସେତେବେଳେ ପ୍ୟାରୀମୋହନ ମହାପାତ୍ରଙ୍କୁ କୁହାଯାଉଥାଏ ଦ୍ଵିତୀୟ କ୍ଷମତାକେନ୍ଦ୍ର। ମୁଖ୍ୟମନ୍ତ୍ରୀଙ୍କ ପାଇଁ ମଧ୍ୟ ଏହା ଥାଏ ଅଶ୍ଵସ୍ତିକର। ଜଣେ ନିର୍ଭରଯୋଗ୍ୟ ପାରିବାର ଅଧିକାରୀଙ୍କ ଉପସ୍ଥିତି କାରଣରୁ ସେ ଆଶ୍ୱସ୍ତ ହୋଇ ଇଂଲଣ୍ଡ ଯାଇଥିଲା ବେଳେ ୨୦୧୨ ମସିହାରେ ପଡ଼ିଥିବା ପାଣ୍ଡିଆନଙ୍କର ଜନ୍ମଦିନ ଅର୍ଥାତ ମେ ୨୯ ତାରିଖରେ ସଙ୍ଗଠିତ ହେଲା ପ୍ୟାରୀବାବୁଙ୍କ ଐତିହାସିକ ମିଡନାଇଟ୍ ଅପରେସନ। ଏହି ବିଦ୍ରୋହକୁ ଦମନ କରିବାରେ ଦଳୀୟ ଯୁବ ନେତା ତଥା ବରିଷ୍ଠ ନେତାଙ୍କ ସହଯୋଗ ନେଇଥିଲେ ପାଣ୍ଡିଆନ। ଏହା ପରେ ଧୀରେ ଧୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ପାଲଟି ଯାଇଥିଲେ ସେ। ୨୦୧୪ ସାଧାରଣ ନିର୍ବାଚନବେଳକୁ ପ୍ୟାରୀବାବୁ ଦଳରେ ନଥିଲେ। ସେହି ଶୂନ୍ୟସ୍ଥାନକୁ ପୂରଣ କଲେ ପାଣ୍ଡିଆନ। ସେ କିନ୍ତୁ ପରଦା ପଛରେ ରହି ବିଜେଡିକୁ ଜିତାଇବା ନିମନ୍ତେ ସଫଳ ରଣନୀତି ପ୍ରସ୍ତୁତ କରିଥିଲେ ଓ ଗଣମାଧ୍ୟମଠାରୁ ନିରାପଦ ଦୂରତ୍ୱ ବଜାୟ ରଖିଚାଲିଲେ। କ୍ରମେ ସେ ପାଲଟିଗଲେ ରାଜ୍ୟର ସବୁଠୁ ପ୍ରଭାବଶାଳୀ ପ୍ରଶାସକ। ସରକାରୀ ଦଳ ଓ ସରକାର - ଉଭୟରେ ଦ୍ୱିତୀୟ କ୍ଷମତାକେନ୍ଦ୍ର ଭାବେ କଥିତ ପାଣ୍ଡିଆନଙ୍କ ବିରୁଦ୍ଧରେ ଯେଭଳି ଅଭିଯୋଗମାନ ମୁଣ୍ଡ ଟେକୁଥିଲା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଢୁଥିବା ବୟସ ଜନିତ ସ୍ଵାସ୍ଥ୍ୟାବସ୍ଥା ବିଗୁଡୁଥିଲା ଆଶଙ୍କା କରାଯାଉଥିଲା ଯେ, ହୁଏତ ସ୍ୱୟଂ ପାଣ୍ଡିଆନ ସିଧାସଳଖ ରାଜନୀତି କ୍ଷେତ୍ରକୁ ଲମ୍ଫ ପ୍ରଦାନ କରିବେ କିମ୍ବା ତାଙ୍କର ଆଇଏଏସ ଧର୍ମପତ୍ନୀ ସୁଜାତା କାର୍ତ୍ତିକେୟନଙ୍କୁ ନବୀନଙ୍କ ଉତ୍ତରାଧିକାରୀ କରାଯିବ। ଅବିବାହିତ ନବୀନ ପଟ୍ଟନାୟକଙ୍କର କେହି ବି ରକ୍ତ ସମ୍ପର୍କୀୟ କ୍ଷମତା ଆହରଣ ପାଇଁ ଅନାଗ୍ରହୀ ଥିବାରୁ ଓ ଦଳ ମଧ୍ୟରେ ବରିଷ୍ଠ-କନିଷ୍ଠ, ଆଞ୍ଚଳିକ ଭିତ୍ତିରେ ବିଭେଦ ଥିବାରୁ ବହିରାଗତ ପାଣ୍ଡିଆନ ପରିବାର ମୁଣ୍ଡରେ ସୁନା କଳସରୁ ପାଣି ଢଳାଯିବ ବୋଲି ରାଜନୀତିରେ ଋଚି ରଖୁଥିବା ବ୍ୟକ୍ତିମାନେ ଅନୁମାନ ବ୍ୟକ୍ତ କରିଥିଲେ। ଏବେ ପାଣ୍ଡିଆନଙ୍କ ଇସ୍ତଫା ପ୍ରଦାନ ସେମାନଙ୍କ ଅନୁମାନକୁ ସତ୍ୟ ପ୍ରମାଣିତ କରିଛି। ଯେଉଁମାନେ ଆଗରୁ ଅଭିଯୋଗ କରି ଆସୁଥିଲେ ଯେ, କେନ୍ଦ୍ରରେ ଶାସନ କରୁଥିବା ଭାଜପା ଓ ରାଜ୍ୟର ବିଜେଡି ମଧ୍ୟରେ ଭିତିରିଆ ମଧୁର ସମ୍ପର୍କ ରହିଛି ତାହା ଅଚାନକ ସ୍ୱେଚ୍ଛାକୃତ ଅବସର ଆବେଦନ ଓ ଦୁଇଦିନ ଭିତରେ ତ୍ୱରିତ ଗତିରେ ଅନୁମୋଦନରୁ ପ୍ରମାଣିତ ହୋଇଯାଇଛି। ବିଜେଡି ରାଜନୀତିରେ ପାଣ୍ଡିଆନ ଆଉ ଘରକୋଣରେ ଲୁଚି ରହିବେନି; ବରଂ ଏଣିକି ଦାଣ୍ଡକୁ ଆସି ସକ୍ରିୟ ଭୂମିକା ତୁଲାଇବେ ବୋଲି ସ୍ପଷ୍ଟ ହୋଇଛି। ସେ ଏବେ ତଡ଼ିତ ବେଗରେ 'ନବୀନ ଓଡିଶା' ଏବଂ 'ଫାଇଭ-ଟି'ର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇ ସାରିଛନ୍ତି। ହାୟ, ଏହାର ଏକ ଦଶମାଂଶ ବେଗରେ ସାଧାରଣ ଲୋକଙ୍କ ସରକାରୀ ଆବେଦନ ବିଚାର ହୁଅନ୍ତା ହେଲେ!

ତାଙ୍କ ବିରୁଦ୍ଧରେ ଭାଜପା ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ରାଜ୍ୟ ସଭାପତି ମନମୋହନ ସାମଲ ଭାରତ ସରକାରଙ୍କ କାର୍ମିକ ଓ ତାଲିମ ମନ୍ତ୍ରଣାଳୟକୁ ଜୁନ ମାସ ୨୪ ତାରିଖରେ ଅଭିଯୋଗ ପତ୍ର ପ୍ରେରଣ କରି ଦର୍ଶାଇ ଥିଲେ ଯେ, ସର୍ବଭାରତୀୟ ସେବା ଅଧିକାରୀଙ୍କ ଆଚରଣ ବିଧିର ଉଲଂଘନ କରୁଛନ୍ତି ପାଣ୍ଡିଆନ। ପରେ ପରେ କଂଗ୍ରେସ ଦଳର ପ୍ରଚାର କମିଟି ମୁଖ୍ୟ ତଥା ଏକଦା ନବୀନଙ୍କ ପ୍ରିୟ ଏବଂ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ମଧ୍ୟ ଅନୁରୂପ ଅଭିଯୋଗ କରିଥିଲେ ଯେ, ସାଧାରଣ ସଭାରେ ଚାକିରୀରେ ଥିବା କେହିବି ଆଇଏଏସ ଅଧିକାରୀ କୌଣସି ରାଜନେତାଙ୍କ ପ୍ରତିନିଧିତ୍ୱ କରିବା ବାରଣ ନିୟମ ଥିବା ସତ୍ୱେ, ପାଣ୍ଡିଆନ ତାହା ଉଲଂଘନ କରିଚାଲିଛନ୍ତି। ସରକାରୀ ଦଳର ବିଧାୟକ ତଥା ଓଡ଼ିଶାର ଅଗ୍ରଣୀ ଖବରକାଗଜର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ମଧ୍ୟ ପାଣ୍ଡିଆନଙ୍କ ମାତ୍ରାଧିକ ସରକାରୀ ଓ ଦଳୀୟ କାର୍ଯ୍ୟରେ ହସ୍ତକ୍ଷେପକୁ ନାପସନ୍ଦ କରି ଦୁଇଟି ସମ୍ପାଦକୀୟ ଲେଖି ପାଣ୍ଡିଆନ ନିର୍ମାଣ କରିଥିବା ନିଜସ୍ୱ ଭାବମୂର୍ତ୍ତିକୁ ଧୂଳିସାତ କରିଦେଲେ। ତଥାପି, ପାଣ୍ଡିଆନଙ୍କ ସମର୍ଥନରେ ସ୍ୱୟଂ ମୁଖ୍ୟମନ୍ତ୍ରୀ ତଥା ତାଙ୍କର ଦଳର ନେତାମାନେ ଅଟଳ ମେରୁପରି ଠିଆ ହୋଇ ରହିଲେ। ପ୍ରଥମ ଥର ପାଇଁ ୨୩ ବର୍ଷର ସୁଦୃଢ଼ ସରକାର ବିପକ୍ଷରେ ଜନମତ ବଢ଼ୁଥିବାର ଲକ୍ଷ୍ୟ କରି ବିଜୁ ଜନତା ଦଳ ତମ୍ବୁ ଭିତରେ ଥାଇ ପାଣ୍ଡିଆନଙ୍କୁ ଯୁଦ୍ଧ କରିବା ଛାଡ଼ି ସିଧାସଳଖ ଦଳ ଓ ସରକାରକୁ ସମ୍ଭାଳିବା ସହିତ ବିରୋଧୀଙ୍କ ମୁହଁ ବନ୍ଦ କରିଦେବାକୁ ଗୁପ୍ତ ନିଷ୍ପତ୍ତି ନେଲା ଓ ସହଯୋଗ-ସଂଘୀୟ ବ୍ୟବସ୍ଥା ବ୍ୟବହାରର ଫଳଶ୍ରୁତି ଯାହା ହେଲା, ତାହା ଆମେ ଦେଖିଲେ।

ଏବେ ଅନେକଙ୍କ ମନରେ ପ୍ରଶ୍ନ ଯେ 'ନବୀନ ଓଡ଼ିଶା ଓ 5ଟି' ଉପକ୍ରମର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିବା ପୂର୍ବତନ ପ୍ରାଶାସନିକ ଅଧିକାରୀ ଭି. କେ. ପାଣ୍ଡିଆନଙ୍କୁ ନବୀନଙ୍କ ବିଜୁ ଜନତା ଦଳ ଏବଂ ସରକାର କିପରି ଭାବେ ବ୍ୟବହାର କରିବାକୁ ଚାହିଁବ? ମୋ ମତରେ, ପ୍ରଶ୍ନଟି ଏଭଳି ପଚରାଯାଉ ଯେ, ଏବେ ଶୃଙ୍ଖଳମୁକ୍ତ ମହତ୍ୱାକାଂକ୍ଷୀ ପାଣ୍ଡିଆନ କିପରି ନିଜର ଇପ୍ସିତ ଲକ୍ଷ୍ୟ ପୁରାଣ କରିବାପାଇଁ ଉଭୟ ବିଜେଡି ଓ ସରକାରୀ କଳକୁ ବ୍ୟବହାର କରିବାକୁ ଚାହିଁବେ?

ସମ୍ଭବତଃ ସେ ନୂତନ ନିଯୁକ୍ତି ଓ ସେବା ପାଇଁ ଟଙ୍କାଟିଏ ବି ପାରିଶ୍ରମିକ ନେବେ ନାହିଁ। ସେ ଶୀଘ୍ର ବିଜୁ ଜନତା ଦଳର ସଦସ୍ୟତା ଗ୍ରହଣ କରିନେବେ। ଏହି ପରିଚୟରେ ସେ ସାଧାରଣ ନିର୍ବାଚନ ପୂର୍ବରୁ ଦଳର ସାଂଗଠନିକ କାର୍ଯ୍ୟକୁ ସୁଦୃଢ଼ କରିନେବେ ଓ ବିଦ୍ରୋହ କରିବାର ଆଶଙ୍କା ଥିବା ନେତା ଓ କର୍ମୀମାନଙ୍କୁ ଡରେଇ, ଧମକେଇ, ଆଶା ଦେଖାଇ କିମ୍ବା ପୁରସ୍କୃତ କରି ଚୁପ କରିଦେବେ। ପୋଲିସ ଓ ଗୁପ୍ତ ଇତିହାସ ସଂଗ୍ରହ ଏଥିରେ ତାଙ୍କୁ ସହଯୋଗ କରିବ। ସେ ହିଁ ବିଧାନସଭା ଓ ସଂସଦ ପାଇଁ ଟିକେଟ୍ ବଣ୍ଟନ କରିବେ ଓ ଯାହାର ଅଭିଯୋଗ ରହିବ, ସେମାନେ ଦଳର ସଭାପତିଙ୍କ ଆଗରେ ଫେରାଦ କରି ପାରିବେ। ନବୀନଙ୍କ ଉତ୍ତୁଙ୍ଗ ଭାବମୂର୍ତ୍ତି ଆଗରେ ସମସ୍ତ ଅଭିଯୋଗ ଦବିଯିବ। ଆବଶ୍ୟକ ପଡ଼ିଲେ ବିଜୟ ମହାପାତ୍ରଙ୍କ ପ୍ରତି କରାଯାଇଥିବା ଅନ୍ୟାୟ ଆଚରଣ ମଧ୍ୟ କରିବାକୁ ପଛେଇ ଯିବେନି ପାଣ୍ଡିଆନ। ସେ ପ୍ରାର୍ଥୀ ହେଉ ନଥିବାରୁ ନିର୍ବାଚନ ପରିଚାଳନା କାର୍ଯ୍ୟ ନିଜେ କରିବେ ଏବଂ ସରକାରୀ କଳ, ବଳ ଓ ଅର୍ଥ ଯୋଗାଣକୁ ପୂର୍ବ ଅଭିଜ୍ଞତା ଆଧାରରେ ତଦାରଖ କରିବେ। ବିରୋଧୀମାନେ ନୀତି ଓ ନୈତିକତା ପ୍ରସଙ୍ଗ ଉଠାଇ ପାରିବେନି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁବାବୁଙ୍କ ଅପୂର୍ଣ୍ଣ ସ୍ୱପ୍ନକୁ ସାକାର କରିବା ପ୍ରତିଶୃତି ଦେଇ ନିର୍ବାଚନ ଜିଣିବା ଭଳି, ଏବେ ପାଣ୍ଡିଆନ ନବୀନ ଓଡ଼ିଶାର ନୀଳନକ୍ସା ବହିକୁ ଧରି ନିର୍ବାଚନ ପ୍ରଚାର କରିବେ ଓ ନବୀନଙ୍କ ମନୋନୀତ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅନୁରୋଧ କରିବେ। ସେହି ସମୟରେ ଭୁବନେଶ୍ୱରରେ ରହି ମୁଖ୍ୟମନ୍ତ୍ରୀ ଯୋଜନା ବିଶେଷଜ୍ଞ, ଶିଳ୍ପସଂସ୍ଥା, ମେଟ୍ରୋ ରେଳ, ବିମାନ ବନ୍ଦର, ରାଜପଥ, ଇତ୍ୟାଦି ନିର୍ମାଣ କରୁଥିବା ବୃହତ ସଂସ୍ଥାଙ୍କ ସହ ଆଲୋଚନା ଛଳରେ ବ୍ୟସ୍ତ ରହିବେ, ଯାହା ଗଣମାଧ୍ୟମରେ ପ୍ରକାଶ ପାଇବ। ଆଗାମୀ ନିର୍ବାଚନ ହାଇଟେକ ହେବ। ଏଥିରେ ସାମାଜିକ ଗଣମାଧ୍ୟମ, ଭିଡିଓ, କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାର କରାଯିବାର ସମ୍ଭାବନା ରହିଛି। ବିକଶିତ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଗ୍ରହ ଏତେ ଆଲୋଚିତ ହେବ ଯେ, ତାଙ୍କର ଅସୁସ୍ଥତା ଆଲୋଚନା ପରିସରକୁ ଆସିବନି। ଇତିମଧ୍ୟରେ ଚତୁର ପାଣ୍ଡିଆନ ବିଜେଡିର ସମସ୍ତଙ୍କ ସହ ପରିଚିତ ହୋଇ ନବୀନଙ୍କ ଡାହାଣ ହାତ ରୂପେ ପତିଆରା ସୃଷ୍ଟିକରି ସାରିଥିବାରୁ ଓ ବିଜେଡିର ଭୋଟରମାନଙ୍କର ପ୍ରିୟ 'ପାଣ୍ଡିଆନ ସାର' ହୋଇସାରି ଥିବାରୁ ତାଙ୍କ ବିରୁଦ୍ଧରେ କେହି ମୁହଁ ଖୋଲିବାକୁ ସାହାସ କରିପାରିବେ ନାହିଁ।

କିଛିମାସ ତଳୁ ‘ନବୀନ ଓଡ଼ିଶା’ ଅଧୀନରେ ପ୍ରାୟ ୪ ହଜାର କୋଟି ଟଙ୍କା ବଜେଟରେ ବ୍ୟବସ୍ଥା କରାଯାଇ ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇ ଥିବାରୁ ଗ୍ରାମବାସୀ ଯେତିକି ଖୁସି ଅଛନ୍ତି, ତାହାଠୁ ଅଧିକ ଖୁସି ଅଛନ୍ତି ଯୁବବର୍ଗ। ରାଜ୍ୟରେ ବିରୋଧ ପ୍ରଦର୍ଶନ କରୁଥିବା ଭାରତୀୟ ଜନତା ଦଳର ଶୀର୍ଷ ନେତୃତ୍ୱ ଯେଭଳି ଦୁଇଦିନ ପାଣ୍ଡିଆନଙ୍କ ଇସ୍ତଫା ଗ୍ରହଣ କରିନେଲେ ତାହା ଭାଜପାର ତୃଣମୂଳ କର୍ମୀଙ୍କ ମନୋବଳ ଭାଙ୍ଗି ଦେଇଛି। ଅନ୍ୟ ପକ୍ଷରେ, ନବୀନ ବାବୁ ଯେଭଳି ନିଜ ଦଳର ନେତାଙ୍କୁ ଅଣଦେଖା କରି ପାଣ୍ଡିଆନଙ୍କ ନେତୃତ୍ୱକୁ ପ୍ରାଧାନ୍ୟ ଦେଉଛନ୍ତି, ସେଥିରେ ଦଳୀୟ ରାଜନେତାମାନେ ଅସହାୟ ଭାବେ କିଏ କେତେ ସହୃଦୟତାର ସହିତ ପାଣ୍ଡିଆନଙ୍କ ଜୟଗାନ କରି ପାରିବେ ସେଥିରେ ପ୍ରମତ୍ତ ରହିବାକୁ ବାଧ୍ୟ ହେଉଛନ୍ତି। ଏଥର ମହିଳାଙ୍କୁ ପ୍ରାଧାନ୍ୟ ଓ ଯୁବ ନେତୃତ୍ୱକୁ ଅଗ୍ରାଧିକାର ଦେବାକୁ ପ୍ରାୟତଃ ସମ୍ଭାବନା ଥିବାରୁ ବରିଷ୍ଠମାନେ ନିଜର ପରିବାରର କାହାକୁ ପ୍ରାର୍ଥୀ କରାଇବାକୁ ଚେଷ୍ଟାରେ ଅଛନ୍ତି। କଂଗ୍ରେସ, ଭାଜପା, ଆପ ଇତ୍ୟାଦି ଦଳମାନେ କ୍ରମାଗତ ଭାବେ ନିଷ୍କ୍ରିୟ ହୋଇ ଚାଲିଛନ୍ତି। ଏଭଳି ପରିସ୍ଥିତିରେ ପାଣ୍ଡିଆନ ଯେ ସ୍ୱତଃ ଉତ୍ତରାଧିକାରୀ ଏହା ସମସ୍ତେ ଗ୍ରହଣ କରି ନେଲେଣି। ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ କରି ତାଙ୍କୁ ବିଜେଡିର ଉତ୍ତରାଧିକାରୀ ଭାବେ ନବୀନ ଯେ ମନୋନୀତ କରି ସାରିଲେଣି, ତାହା ସ୍ପଷ୍ଟ। ଏବେ ପାଣ୍ଡିଆନ ଉଭୟ ଦଳ ଓ ସରକାରରେ ପ୍ରମୁଖ ଦାୟିତ୍ୱ ନେଲେ, କାହାର ଆପତ୍ତି ରହିବନି। ଅନ୍ୟ ଭାଷାରେ ସେ ହିଁ ନବୀନ ପଟ୍ଟନାୟକଙ୍କର ଉତ୍ତରାଧିକାରୀ ହୋଇ ସାରିଲେଣି।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିବା ପାଇଁ ତଥା ପାଣ୍ଡିଆନ ବିଶ୍ୱବିଦ୍ୟାଳୟର ଛାତ୍ର ଛାତ୍ରୀ ଯଥା ଆର. ଭିନୀଲ କ୍ରିଷ୍ଣା ଓ ରୂପା ରୋଶନ ସାହୁ ଯଥେଷ୍ଟ। ସେବା ନିବୃତ୍ତ ବରିଷ୍ଠ ଆଇଏଏସ୍ ଆର. ବାଲକ୍ରିଷ୍ଣନ ମଧ୍ୟ ମୁଖ୍ୟ ପରାମର୍ଶଦାତା ଅଛନ୍ତି। ସ୍ୱୟଂ ପାଣ୍ଡିଆନ ମଧ୍ୟ ଲଗାତାର ନବୀନଙ୍କ ସମ୍ପର୍କରେ ରହିବେ ଏବଂ ଆବଶ୍ୟକ କାର୍ଯ୍ୟ କରିବାକୁ କାର୍ପଣ୍ୟ କରିବେନାହିଁ। ପୂର୍ବରୁ ପରଦା ପଛରେ ରହି ଦଳୀୟ କାର୍ଯ୍ୟ କରୁଥିଲେ, ଏବେ ସମସ୍ତ କାର୍ଯ୍ୟ ଜାରି ରଖିବାରେ ଆଉ ଅସୁବିଧା ନାହିଁ। ପାଣ୍ଡିଆନଙ୍କ ଆଇଏଏସ ପତ୍ନୀ ସୁଜାତା କାର୍ତ୍ତିକେୟନ ପୂର୍ବଭଳି ମିଶନ ଶକ୍ତିର ମୁଖ୍ୟ ରହିବାକୁ ପାଣ୍ଡିଆନ ଚାହିଁବେ। ଫଳରେ ରାଜ୍ୟର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ନେଇ ଗଠିତ ଭୋଟ ବ୍ୟାଙ୍କ ଅଧିକ ପରିପୁଷ୍ଟ ହୋଇପାରିବ। ୨୦୨୪ ସାଧାରଣ ନିର୍ବାଚନରେ ନବୀନ ୨ଟି ଆସନରେ ଛିଡ଼ା ହେବେ ଏବଂ ଦୁଇଟି ଯାକ ଆସନରେ ଜିଣିବା ପାଇଁ ପାଣ୍ଡିଆନ ଅଧିକ ଧ୍ୟାନ ଦେବେ। ସମ୍ଭବତଃ ଧର୍ମଗଡ଼କୁ ଏଥିପାଇଁ ବଛା ଯାଇପାରେ। ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ ପୂର୍ବରୁ ସେଠାକୁ ଉଭୟ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନ ଯାଇ ଅନେକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ କରି ପାରନ୍ତି। ହିଞ୍ଜିଳି ଆସନକୁ ହାତରେ ରଖି ଧର୍ମଗଡ଼ ଆସନକୁ ଖାଲି କରି, ସେଠାରେ ଉପନିର୍ବାଚନ କରାଇ ପାଣ୍ଡିଆନ ବିଧାନସଭାକୁ ଆସିବାର ସମ୍ଭାବନା ଅଛି। ପ୍ରଥମେ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇ ପରବର୍ତ୍ତୀ କାଳରେ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନାକୁ ଏଡ଼େଇ ଦିଆଯାଇ ନପାରେ।

ବଡ଼ କଥା ଯେ, ପାଣ୍ଡିଆନ ସବୁ ପ୍ରକାର ଆହ୍ୱାନକୁ ସାମ୍ନା କରିବାକୁ ପ୍ରସ୍ତୁତ ଥିଲା ଭଳି ବ୍ୟବହାର କରି ଚାଲିଛନ୍ତି। ଛାତ୍ର ଜୀବନରେ ମାରାଥନ ଦୌଡ଼ଠାରୁ ୮୦୦ ମିଟର ଦୌଡ଼ ପ୍ରତିଯୋଗିତା ହେଉ କି ସର୍ବଭାରତୀୟ ପ୍ରତିଯୋଗିତାପୂର୍ଣ୍ଣ ପରୀକ୍ଷା ହେଉ, ସବୁଥିରେ ଆହ୍ୱାନକୁ ମୁକାବିଲା କରିଥିବା ପାଣ୍ଡିଆନ ହୁଏତ ବ୍ୟକ୍ତିଗତ ରେକର୍ଡ ପ୍ରତିଷ୍ଠା କରିଥାଇ ପାରିଥାନ୍ତି, କିନ୍ତୁ ତାଙ୍କୁ ତ ଉତ୍ତର ରଖିବାକୁ ପଡ଼ିବ ଯେ କାହିଁକି ଆଜିଯାଏଁ ମହାନଦୀରେ ଗୋଟିଏ ବି ଆନିକଟ ହେଲାନାହିଁ ଓ ନିଜେ ଜଣେ କୃଷି ବିଜ୍ଞାନ ଛାତ୍ର ଏବଂ ପ୍ରଶାସକ ହୋଇ ବି ସେ ଓଡ଼ିଆ ଚାଷୀ ପରିବାରର ମାସିକ ଆୟ କାହିଁକି ବଢ଼ାଇବାକୁ ସମର୍ଥ ହେଲେନି!

ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story