ଖାଦ୍ୟ ସୁରକ୍ଷା ଉପରେ ଟିକସ ବୋଝ

ଭାଲଚନ୍ଦ୍ର ଷଡ଼ଙ୍ଗୀ ଗତ କିଛି ବର୍ଷ ଧରି ଦେଶରେ ଅତ୍ୟାବଶ୍ୟକ ଜିନିଷପତ୍ରର ଦରଦାମ୍ ହୁ ହୁ ହୋଇ ବଢ଼ି ଚାଲିଛି। ବିଶେଷ କରି ଦେଶରେ ଏଇ କେଇ ବର୍ଷ ଭିତରେ ବିଭିନ୍ନ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଦରରେ ସର୍ବାଧିକ ବୃଦ୍ଧି ଘଟିଛି। ଏହି ଆକାଶଛୁଆଁ ଦରବୃଦ୍ଧିର ଶିକାର ଯଦିଓ ମଧ୍ୟବିତ୍ତ ସମେତ ସମାଜର ସବୁ ଶ୍ରେଣୀର ଲୋକ ହୋଇଛନ୍ତି, ତେବେ ଦେଶର ଗରିବ ଓ ଖଟିଖିଆ ଶ୍ରେଣୀ ସବୁଠାରୁ ବେଶି ପ୍ରଭାବିତ ହୋଇଛନ୍ତି। ଉଦ୍‌ବେଗର ବିଷୟ ହେଲା, […]

Rice

Rice

Debendra Prusty
  • Published: Tuesday, 30 August 2022
  • Updated: 30 August 2022, 05:15 PM IST

Sports

Latest News

  • ଭାଲଚନ୍ଦ୍ର ଷଡ଼ଙ୍ଗୀ

ଗତ କିଛି ବର୍ଷ ଧରି ଦେଶରେ ଅତ୍ୟାବଶ୍ୟକ ଜିନିଷପତ୍ରର ଦରଦାମ୍ ହୁ ହୁ ହୋଇ ବଢ଼ି ଚାଲିଛି। ବିଶେଷ କରି ଦେଶରେ ଏଇ କେଇ ବର୍ଷ ଭିତରେ ବିଭିନ୍ନ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଦରରେ ସର୍ବାଧିକ ବୃଦ୍ଧି ଘଟିଛି। ଏହି ଆକାଶଛୁଆଁ ଦରବୃଦ୍ଧିର ଶିକାର ଯଦିଓ ମଧ୍ୟବିତ୍ତ ସମେତ ସମାଜର ସବୁ ଶ୍ରେଣୀର ଲୋକ ହୋଇଛନ୍ତି, ତେବେ ଦେଶର ଗରିବ ଓ ଖଟିଖିଆ ଶ୍ରେଣୀ ସବୁଠାରୁ ବେଶି ପ୍ରଭାବିତ ହୋଇଛନ୍ତି। ଉଦ୍‌ବେଗର ବିଷୟ ହେଲା, ବଜାରରେ ଦରଦାମ୍‌ର ଲଗାତାର ବୃଦ୍ଧି ହେଉଥିଲେ ମଧ୍ୟ ତା' ତୁଳନାରେ ସାଧାରଣ ଜନତାଙ୍କ ଆୟରେ କୌଣସି ବୃଦ୍ଧି ହୋଇନାହିଁ। କାହାର ରୋଜଗାର ଚାଲିଯାଇଛି ତ କାହାକୁ ରୋଜଗାର ମିଳୁନାହିଁ। କାହାର ରୋଜଗାର ଥିଲେ ବି ବେତନ ପୂର୍ବାପେକ୍ଷା ହ୍ରାସ ପାଇଛି। ଏଭଳି ସ୍ଥିତିରେ ସମାଜର ବେଶୀ ଭାଗ ଲୋକଙ୍କ ଜୀବନ ଦୁର୍ବିସହ ହେବା ସ୍ୱଭାବିକ।

ଯେହେତୁ ସମାଜର ଗରିବ ଶ୍ରେଣୀ ନିଜର ଆୟର ସିଂହଭାଗଟିକୁ କେବଳ ଖାଦ୍ୟ ପଦାର୍ଥ ପାଇଁ ବ୍ୟବହାର କରିଥାନ୍ତି, ତେଣୁ ଜିନିଷପତ୍ରର ଦରବୃଦ୍ଧି ହେଲେ ସବୁଠାରୁ ବେଶି ସଙ୍କଟ ସେମାନଙ୍କ ଖାଦ୍ୟ ସୁରକ୍ଷା ଉପରେ ପଡ଼ିଥାଏ। ଖାଦ୍ୟ ପଦାର୍ଥର ମୂଲ୍ୟବୃଦ୍ଧି ଯୋଗୁଁ ସେମାନେ ନିଜର ଅନ୍ୟାନ୍ୟ ଜରୁରୀ ଖର୍ଚ୍ଚ କମାଇବାକୁ ବାଧ୍ୟ ହୋଇଥାନ୍ତି। ଅନେକ ସମୟରେ ଖାଦ୍ୟ ପଦାର୍ଥ ବାବଦରେ ଖର୍ଚ୍ଚକୁ ମଧ୍ୟ କମାଇବାକୁ ବାଧ୍ୟ ହୋଇଥାନ୍ତି। ଦରବୃଦ୍ଧି ଯୋଗୁଁ କେବଳ ଗରିବ ନୁହଁନ୍ତି, ଅନେକ ନିମ୍ନ ମଧ୍ୟବିତ୍ତ ପରିବାରରେ ମଧ୍ୟ ଖାଦ୍ୟର ପରିମାଣ ଓ ମାନ ଉଭୟ ହ୍ରାସ ପାଇବା ଦେଖାଯାଇଛି। ସବୁଠାରୁ ବେଶି ପ୍ରଭାବ ପରିବାରର ମହିଳାଙ୍କ ଖାଦ୍ୟ ସୁରକ୍ଷା ଉପରେ ପଡ଼ିଛି। ଏପରି ସ୍ଥଳେ ସରକାର ଲୋକଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ପଦକ୍ଷେପ ନେବା ପରିବର୍ତ୍ତେ ନୂଆ ଟିକସ ଜରିଆରେ ଖାଦ୍ୟକୁ ମହଙ୍ଗା କରି ତାକୁ ଲୋକଙ୍କ ପହଞ୍ଚରୁ ବାହାର କରିଦେବା ପରିତାପର ବିଷୟ। ଏହାଦ୍ୱାରା ସମାଜର ଅଧିକରୁ ଅଧିକ ଲୋକ କ୍ଷୁଧା ଓ ପୁଷ୍ଟିହୀନତାର ଶିକାର ହେବା ନିଶ୍ଚିତ।

ଏହା ସତ ଯେ ସରକାର ନିଜର ରାଜକୋଷ ପାଇଁ ଟିକସ ଆଦାୟ କରିବା ଜରୁରୀ। କିନ୍ତୁ ଏହି ଟିକସରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସର ଭାଗ କେତେ ରହିବ, ତାହା ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଯେକୌଣସି ଜନ ସପକ୍ଷବାଦୀ ସରକାର ନିଜର ମୋଟ ରାଜସ୍ୱରେ ପ୍ରତ୍ୟକ୍ଷ ଟିକସର ଭାଗକୁ ଅଧିକ କରୁଥିବା ବେଳେ ପରୋକ୍ଷ ଟିକସର ଭାଗକୁ କମ୍ କରିଥାନ୍ତି। କାରଣ କର୍ପୋରେଟ୍ ଟିକସ, ଆୟକର, ସମ୍ପତ୍ତି ଟିକସ, ଉତ୍ତରାଧିକାର ଟିକସ ପରି ପ୍ରତ୍ୟକ୍ଷ ଟିକସକୁ ସମାଜର ଧନାର୍ଢ଼୍ୟ ବା ଉଚ୍ଚ ଆୟକାରୀ ବର୍ଗ ଓ କର୍ପୋରେଟ୍‌ମାନଙ୍କଠାରୁ ସିଧାସଳଖ ଆଦାୟ କରାଯାଇଥାଏ। ବିଶ୍ୱର ଅଧିକାଂଶ ଉନ୍ନତ ଦେଶରେ ସଂଗୃହୀତ ଟିକସର ସିଂହଭାଗଟି ପ୍ରତ୍ୟକ୍ଷ ଟିକସରୁ ଆସିଥାଏ। ସେମାନେ ପରୋକ୍ଷ ଟିକସ ଜରିଆରେ ଜନଗଣଙ୍କ ଉପରେ ଅଧିକ ବୋଝ ନ ଲଦି ଦେଶର ଧନାର୍ଢ଼୍ୟ ବର୍ଗଙ୍କ ଆୟରୁ ପ୍ରତ୍ୟେକ୍ଷ ଟିକସ ଜରିଆରେ ବିପୁଳ ରାଜସ୍ୱ ଆଦାୟ କରିଥାନ୍ତି। କିନ୍ତୁ ଆମ ଦେଶରେ ତା'ର ଠିକ୍ ଓଲଟା ଦେଖିବାକୁ ମିଳୁଛି। ସରକାର ଦେଶର ଧନୀ ଓ କର୍ପୋରେଟ୍‌ମାନଙ୍କଠାରୁ ଅଧିକ ଟିକସ ଆଦାୟ କରିବାକୁ ପ୍ରତ୍ୟକ୍ଷ ଟିକସର ହାରକୁ ବଢ଼ାଇବା ପରିବର୍ତ୍ତେ ପରୋକ୍ଷ ଟିକସ ଜରିଆରେ ସମାଜର ଗରିବ ଓ ମଧ୍ୟବିତ୍ତ ଲୋକଙ୍କ ଉପରେ ଟିକସର ବୋଝକୁ ବଢ଼ାଇବାକୁ ଅଗ୍ରାଧିକାର ଦେଇ ଆସିଛନ୍ତି। କେନ୍ଦ୍ର ସରକାର ନିକଟରେ ଅଧିକରୁ ଅଧିକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଉପରେ ଜିଏସ୍‌ଟି ଲାଗୁ କରିବା ଏହାର ସଦ୍ୟତମ ପ୍ରମାଣ ରୂପେ ଦେଖାଯାଇପାରେ।

ନିଜର ରାଜସ୍ୱ ବୃଦ୍ଧି ପାଇଁ ବର୍ତ୍ତମାନର କେନ୍ଦ୍ର ସରକାରଙ୍କ ପାଖରେ ଜିଏସ୍‌ଟି ବଦଳରେ ଅନ୍ୟ ବିକଳ୍ପ ରହିଥିଲା। ସରକାର କର୍ପୋରେଟ୍ ଟିକସ, ଆୟକର ପରି ପ୍ରତ୍ୟକ୍ଷ ଟିକସର ହାରକୁ ବଢ଼ାଇ ଅଥବା ସମ୍ପତ୍ତି ଟିକସ, ଉତ୍ତରାଧିକାର ଟିକସ ଆଦିକୁ ନୂତନ ଭାବେ ଲାଗୁ କରି ସମାଜର ଧନୀ ଓ ଉଚ୍ଚ ମଧ୍ୟବିତ୍ତ ଶ୍ରେଣୀଠାରୁ ବିପୁଳ ପରିମାଣରେ ରାଜସ୍ୱ ଆଦାୟ କରିପାରିଥାନ୍ତେ। କାରଣ କୋଭିଡ଼ ମହାମାରୀ ସତ୍ତ୍ୱେ ଗତ କିଛି ବର୍ଷ ଧରି ଦେଶର କର୍ପୋରେଟ୍‌ମାନଙ୍କ ଆୟ ଓ ସମ୍ପତ୍ତି ବହୁଗୁଣ ବଢ଼ିଛି। କେବଳ ବମ୍ବେ ଷ୍ଟକ୍ ଏକ୍‌ଚେଞ୍ଜରେ ସୂଚୀବଦ୍ଧ ହୋଇଥିବା କମ୍ପାନୀମାନେ ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ୯.୩ ଲକ୍ଷ କୋଟି ଟଙ୍କାର ମୁନାଫା କମାଇଥିବା ଜଣାପଡ଼ିଛି। ପୂର୍ବବର୍ତ୍ତୀ ବର୍ଷ ତୁଳନାରେ ଏହା ୭୦% ଅଧିକ ବୋଲି କୁହାଯାଇଛି। ଏପରିକି ୨୦୧୦ରୁ ୨୦୨୦ ବର୍ଷ ମଧ୍ୟରେ ସେମାନଙ୍କ ବାର୍ଷିକ ହାରାହାରି ଲାଭର ଏହା ତିନି ଗୁଣ ବୋଲି ଜଣାପଡ଼ିଛି। କିନ୍ତୁ ପରିତାପର ବିଷୟ, ସରକାର ସେପରି ନକରି ସାଧାରଣ ଜନତାଙ୍କ ଉପରେ ପ୍ରତ୍ୟକ୍ଷ ଟିକସର ହାରକୁ ବଢ଼ାଇବା ସହ ପ୍ରତ୍ୟକ୍ଷ ଟିକସର ହାରକୁ କମାଇ ଦେଶର ଧନାର୍ଢ଼୍ୟ ଶ୍ରେଣୀ ଓ କର୍ପୋରେଟ୍‌ମାନଙ୍କୁ ଫାଇଦା ଦେବାର ନୀତି ଅବଲମ୍ବନ କରି ଆସିଛନ୍ତି। ଗତ କିଛି ବର୍ଷ ମଧ୍ୟରେ କର୍ପୋରେଟ୍ ଟିକସର ହାରକୁ ୩୦%ରୁ ୨୨%କୁ କମାଯାଇଛି। କିଛି କ୍ଷେତ୍ରରେ ତାହା ୧୫%କୁ ଖସିଛି। ଏହା ସହ କର୍ପୋରେଟ୍‌ମାନଙ୍କ ବକେୟା ପଡ଼ିଥିବା ଟିକସ ଓ ବିପୁଳ ବ୍ୟାଙ୍କ୍ ଋଣକୁ ଛାଡ଼ କରାଯାଇଛି। ୨୦୧୫-୧୯ ମଧ୍ୟରେ ସରକାର ଦେଶର କର୍ପୋରେଟ୍‌ମାନଙ୍କ ୭,୯୪,୩୫୪ କୋଟି ଟଙ୍କା ଋଣଛାଡ଼ କରିଛନ୍ତି। ପୂର୍ବବର୍ତ୍ତୀ ଉପା ସରକାରର ଦଶ ବର୍ଷର ଶାସନ କାଳରେ ହୋଇଥିବା କର୍ପୋରେଟ୍ ଋଣଛାଡ଼ର ଏହା ତିନି ଗୁଣ ବୋଲି ଜଣାପଡ଼ିଛି। ଏପରି କରି କେନ୍ଦ୍ର ସରକାର ନିଜର ଆର୍ଥିକ ହିତ ଉପରେ ହିଁ ଚୋଟ ମାରିବା ସହ ନିଜର ଆୟବୃଦ୍ଧି ପାଇଁ ସାଧାରଣ ଲୋକଙ୍କ ଉପରେ ଟିକସର ବୋଝ ଲଦିବାକୁ ବାଧ୍ୟ ହୋଇଛନ୍ତି।

ସରକାରଙ୍କ ଭୁଲ ଆର୍ଥିକ ନୀତି ଓ କୋଭିଡ଼ ମହାମାରୀ କାରଣରୁ ଦେଶର ସାଧାରଣ ଜନତା ବର୍ତ୍ତମାନ ଭୟଙ୍କର ଆର୍ଥିକ ସଙ୍କଟକୁ ସାମନା କରୁଥିବା ବେଳେ ସରକାର ସେମାନଙ୍କୁ ରିହାତି ଦେବା ପରିବର୍ତ୍ତେ ବୋଝ ଉପରେ ନଳିତା ବିଡ଼ା ପରି ଟିକସର ବୋଝକୁ ଲଦିବା ଦେଖାଯାଇଛି। ପୂର୍ବରୁ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଆଦିର ମୂଲ୍ୟବୃଦ୍ଧି କରି ସାଧାରଣ ଜନତାଙ୍କ ଉପରେ ଦରଦାମ୍‌ର ବୋଝକୁ ଲଦିଥିବା ବେଳେ ନିକଟରେ ଅନେକ ଗୁଡ଼ିଏ ଜିନିଷ ପତ୍ର ଉପରେ ପ୍ରଥମ ଥର ପାଇଁ ଜିଏସ୍‌ଟି ଲାଗୁ କରିବା ସହିତ ଅନେକ ଜିନିଷ ଉପରେ ଜିଏସ୍‌ଟି ହାର ବୃଦ୍ଧି କରିଛନ୍ତି। ବିଶେଷ କରି ସାଧାରଣ ଲୋକ ବ୍ୟବହାର କରୁଥିବା ଖାଦ୍ୟ ପଦାର୍ଥ ଉପରେ ୫% ଜିଏସ୍‌ଟି ଲାଗୁ କରିବା ସେମାନଙ୍କ ଜୀବନକୁ ଦୁର୍ବିସହ କରିବାକୁ ଯାଉଛି। ଏହାଫଳରେ ସାଧାରଣ ଲୋକଙ୍କ ଦ୍ୱାରା ଖାଦ୍ୟ ରୂପେ ବ୍ୟବହୃତ ହେଉଥିବା ଚାଉଳ, ଡାଲି, ମାଛ, ମାଂସ, ତେଲ, ମୁଢ଼ି, ଗୁଡ଼ ଆଦି ଖାଦ୍ୟ ପଦାର୍ଥ ମହଙ୍ଗା ହୋଇଯାଇଛି। କେବଳ ଜିଏସ୍‌ଟି ଯୋଗୁଁ ରାଜ୍ୟର ଗରିବ ଲୋକେ ବହୁଳ ଭାବେ ବ୍ୟବହାର କରୁଥିବା ମୁଢ଼ିର ଦର ମଧ୍ୟ ବଢ଼ିଥିବା ଜଣାପଡ଼ିଛି। କହିବାକୁ ଗଲେ ସରକାର ନିଜର ଆୟ ବୃଦ୍ଧି ପାଇଁ ଦେଶର ସାଧାରଣ ଲୋକଙ୍କ ଖାଦ୍ୟ ସୁରକ୍ଷାକୁ ସଙ୍କଟ ଭିତରକୁ ଠେଲି ଦେଇଛନ୍ତି। ଖାଦ୍ୟଶସ୍ୟ ଉପରେ ଟିକସ ଲଗାଇବାର ବ୍ରିଟିଶ ଶାସନକାଳରୁ ରହିଥିବା ବ୍ୟବସ୍ଥାଟି ସ୍ୱାଧୀନତା ପରେ ଉଠାଇ ଦିଆଯାଇଥିଲା। ଗତ ୭୫ ବର୍ଷ ମଧ୍ୟରେ କୌଣସି ବି ସରକାର ଚାଉଳ, ଅଟା, ଡାଲି, ଦହି, ପନୀର, ମାଛ, ମାଂସ, ଗୁଡ଼, ଚୂଡ଼ା. ମୁଢ଼ି ଆଦି ଖାଦ୍ୟ ପଦାର୍ଥ ଉପରେ ଟିକସ ଲଗାଇ ନଥିଲେ। କିନ୍ତୁ ସ୍ୱାଧୀନତାର ଅମୃତ କାଳରେ କେନ୍ଦ୍ର ସରକାର ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥ ଉପରେ ଯେଉଁ ଜିଏସ୍‌ଟି ଲଗାଇଛନ୍ତି ତାହା ଦେଶର ସାଧାରଣ ଜନତାଙ୍କ ଖାଦ୍ୟ ସୁରକ୍ଷା ଉପରେ ସିଧାସଳଖ ଆକ୍ରମଣ ବୋଲି କୁହାଯାଇପାରେ।

ବିଶ୍ୱର ଅନ୍ୟତମ ପ୍ରତିଷ୍ଠିତ ମେଡ଼ିକାଲ ପତ୍ରିକା "ଲାନସେଟ୍‌' ନିକଟରେ ଜଣେ ବ୍ୟକ୍ତିର ଖାଦ୍ୟ ଆବଶ୍ୟକତାକୁ ଜାଣିବା ପାଇଁ ଏକ କମିଟି ଗଠନ କରିଥିଲା। କମିଟି ତରଫରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଜଣେ ବ୍ୟକ୍ତିର ଦୈନିକ ସୁଷମ ଖାଦ୍ୟ ପାଇଁ ୨୩୨ ଗ୍ରାମ ଖାଦ୍ୟଶସ୍ୟ, ୫୦ ଗ୍ରାମ ଆଳୁ ଅଥବା ଷ୍ଟାର୍ଚ୍ଚ ଜାତୀୟ ଖାଦ୍ୟ, ୩୦୦ ଗ୍ରାମ ତଟକା ପନିପରିବା, ୨୦୦ ଗ୍ରାମ ଫଳ, ୨୫୦ ଗ୍ରାମ ଦୁଗ୍ଧ ଜାତୀୟ ପଦାର୍ଥ, ୨୫୦ ଗ୍ରାମ ମାଛ, ମାଂସ ଓ ଅଣ୍ଡା ପରି ପ୍ରେଟିନ୍ ଜାତୀୟ ଖାଦ୍ୟ ଓ ୩୦-୫୦ ଗ୍ରାମ ଖାଇବା ତେଲ ଦରକାର। ବର୍ତ୍ତମାନର ବଜାର ଦର ଅନୁସାରେ ଉପରୋକ୍ତ ଖାଦ୍ୟର ମୋଟ ମୂଲ୍ୟ ୨୨୫ ଟଙ୍କା ହେଉଛି। ଏହାର ଅର୍ଥ ହେଲା ଜଣେ ବ୍ୟକ୍ତିର ଶରୀରର ଆବଶ୍ୟକତା ପାଇଁ ଦୈନିକ ୨୨୫ ଟଙ୍କା ଖାଦ୍ୟ ବାବଦରେ ଆବଶ୍ୟକ। ଅତଏବ ଗୋଟିଏ ପାଞ୍ଚ ଜଣିଆ ପରିବାର ପାଇଁ ଦୈନିକ ୧୧୨୫ ଟଙ୍କା ବା ମାସିକ ୩୩,୭୫୦ ଟଙ୍କା କେବଳ ଖାଦ୍ୟ ବାବଦରେ ଦରକାର ପଡ଼ିବ। କିନ୍ତୁ ପରିତାପର ବିଷୟ, ଆମ ଦେଶର ଜନସଂଖ୍ୟାର ଏକ କ୍ଷୁଦ୍ର ଅଂଶକୁ ଛାଡ଼ିଦେଲେ ବାକି ସିଂହଭାଗ ଜନତା ଖାଦ୍ୟ ସୁରକ୍ଷାର ଏହି ଲକ୍ଷ୍ୟଠାରୁ ଅନେକ ଦୂରରେ।

ବର୍ତ୍ତମାନ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଜରିଆରେ ଗ୍ରାମାଂଚଳର ୭୫ ଭାଗ ଓ ସହରାଂଚଳର ୫୦ ଭାଗ ଜନତାଙ୍କୁ ମାସିକ ଜଣକ ପିଛା ପାଞ୍ଚ କିଲୋ ଚାଉଳ ବା ଗହମ ପ୍ରଦାନ କରୁଛନ୍ତି। କିଛି ରାଜ୍ୟରେ ଏହା ସହିତ ମାସିକ ଏକ କିଲୋ ଡାଲି ଓ କିଛି ଖାଇବା ତେଲ ମଧ୍ୟ ଦିଆଯାଉଛି। କିନ୍ତୁ ଏହି ମାସିକ ପାଞ୍ଚ କିଲୋ ଚାଉଳ ବା ଗହମ ସହିତ ଅତି ବେଶିରେ ଏକ କିଲୋ ଡାଲି ଏବଂ ଅଳ୍ପ ମାତ୍ର ଖାଇବା ତେଲ ଜଣେ ବ୍ୟକ୍ତିର ଖାଦ୍ୟ ସୁରକ୍ଷାର ଉପରୋକ୍ତ ମାନଦଣ୍ଡକୁ ପୂରଣ କରୁନି। ଏହା ଜଣେ ବ୍ୟକ୍ତିର ଶାରୀରିକ ଓ ମାନସିକ ବିକାଶ ପାଇଁ ପର୍ଯ୍ୟାପ୍ତ ନୁହେଁ। ନିକଟରେ ଏକ ସର୍ଭେରୁ ଜଣାପଡ଼ିଛି ଯେ ଦେଶର ୯୦ ଭାଗ ଜନତା ମାସିକ ୧୦ ହଜାର ଟଙ୍କାରୁ କମ୍ କମାଉଛନ୍ତି। ଅତଏବ ଏତେ କମ୍ ଆୟରେ ସନ୍ତୁଳିତ ଆହାର ପାଇବା ସେମାନଙ୍କ ପାଇଁ ଏକରକମ ସ୍ୱପ୍ନ ବୋଲି କୁହାଯାଇପାରେ। ଏଭଳି ପରିସ୍ଥିତିରେ ଚାଉଳ, ଗହମ, ଡାଲି, କ୍ଷୀର, ଦହି ପରି ଅତ୍ୟାବଶ୍ୟକ ଖାଦ୍ୟ ପଦାର୍ଥଗୁଡ଼ିକ ଉପରେ ଟିକସ ଲାଗିବା ଫଳରେ ସେସବୁର ଦର ଅପ୍ରତ୍ୟାଶିତ ଭାବେ ବଢ଼ିବା ସହ ସାଧାରଣ ଲୋକଙ୍କ ପହଞ୍ଚରୁ ବାହାରକୁ ଚାଲିଯିବା ନିଶ୍ଚିତ।

ସାଧାରଣ ଜନତାଙ୍କ ଖାଦ୍ୟ ସୁରକ୍ଷା ପାଇଁ ଆବଶ୍ୟକୀୟ ଖାଦ୍ୟ ପଦାର୍ଥର ସହଜ ଓ ପର୍ଯ୍ୟାପ୍ତ ଉପଲବ୍ଧତା ଜରୁରୀ। ଗରିବ ଲୋକେ ବର୍ତ୍ତମାନ ପାଉଥିବା ମଜୁରୀ ଭିତରେ ଆବଶ୍ୟକୀୟ କ୍ୟାଲୋରୀଯୁକ୍ତ ଖାଦ୍ୟ ସହ ବସ୍ତ୍ର, ସ୍ୱାସ୍ଥ୍ୟସେବା, ଶିକ୍ଷା ଉପଲବ୍ଧ ହେବା ଦରକାର। ଏମିତି ଦେଖିଲେ ଆମ ଦେଶରେ କ୍ଷୁଧା ଓ ପୁଷ୍ଟିହୀନତାର ସ୍ଥିତି ଉଦ୍‌ବେଗଜନକ ରହି ଆସିଛି। କ୍ରମାଗତ ଭାବେ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଆମ ଦେଶ ଗତ କିଛି ବର୍ଷ ଧରି ଲଗାତର ଭାବେ ନିରାଶଜନକ ସ୍ଥତିରେ ରହି ଆସିଛି। ୨୦୨୧ରେ ପ୍ରକାଶିତ ବିଶ୍ୱ କ୍ଷୁଧା ସୂଚକାଙ୍କ ରିପୋର୍ଟରେ ବିଶ୍ୱର ୧୧୬ଟି ଦେଶ ମଧ୍ୟରେ ଭାରତ ୧୦୧ତମ ସ୍ଥାନରେ ରହିଥିଲା। ୨୭.୫ ସ୍କୋର ସହିତ ଭାରତ ଏକ ଗମ୍ଭୀର ସ୍ତରର କ୍ଷୁଧା ଶ୍ରେଣୀରେ ଆସୁଛି। ଏହା ବ୍ୟତିତ ଆମେ ବିଶ୍ୱର ସର୍ବାଧିକ କୁପୋଷିତ ଲୋକଙ୍କ ଦେଶ ରୂପେ ପରିଚିତ ହୋଇ ଆସିଛୁ। ଏଭଳି ସ୍ଥିତିରେ ସାଧାରଣ ଜନତା ବ୍ୟବହାର କରୁଥିବା ଖାଦ୍ୟ ପଦାର୍ଥ ଉପରେ ଟିକସ ଧାର୍ଯ୍ୟ କରି ସରକାର ସେମାନଙ୍କ ଖାଦ୍ୟ ସୁରକ୍ଷାକୁ ବିପନ୍ନ କରିବାକୁ ଯାଉଛନ୍ତି। ଅତଏବ ଏନେଇ ଗମ୍ଭୀରତାର ସହିତ ଚିନ୍ତା କରି ନିଜର ନିଷ୍ପତ୍ତିର ପୁନଃବିଚାର କରିବାର ଆବଶ୍ୟକତା ରହିଛି।

ଫୋନ୍ : ୯୪୩୭୧୬୬୩୯୧

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story