ଟ୍ରାଫିକ୍‌ : ୫-ଟିର କେଉଁ ଟି ?

ଦେବେନ୍ଦ୍ର ପୃଷ୍ଟି ୨୦୨୦ ଫେବୃଆରୀ ୧୧ ତାରିଖରେ ଘଟିଥିଲା ସେଇ କରୁଣ କାହାଣୀ। ପିଲାଟିର ବୟସ ମାତ୍ର ୫ ବର୍ଷ। ପୂର୍ବ ରାତିରେ ତା’ର ବାନ୍ତି ହୋଇଥିଲା। ତଳିପେଟରେ ଯନ୍ତ୍ରଣା ବଢ଼ିଥିଲା। ତା’ର ବାପାମା’ ତାକୁ ସରକାରୀ ଘୋଷଣାରେ ମେଡିକାଲ କଲେଜ ହେବାକୁ ଯାଉଥିବା କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ୧୧ ତାରିଖରେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ପିଲା ପରିସ୍ଥିତି ଗମ୍ଭୀର ବୋଧ କରି କଟକ ଏସସିବି ମେଡିକାଲ କଲେଜକୁ ରେଫର କରିଥିଲେ। ପିଲାର ଗମ୍ଭୀର […]

bbsr000-750x384

bbsr000-750x384

Debendra Prusty
  • Published: Thursday, 13 February 2020
  • Updated: 13 February 2020, 07:29 PM IST

Sports

Latest News

ଦେବେନ୍ଦ୍ର ପୃଷ୍ଟି

୨୦୨୦ ଫେବୃଆରୀ ୧୧ ତାରିଖରେ ଘଟିଥିଲା ସେଇ କରୁଣ କାହାଣୀ। ପିଲାଟିର ବୟସ ମାତ୍ର ୫ ବର୍ଷ। ପୂର୍ବ ରାତିରେ ତା’ର ବାନ୍ତି ହୋଇଥିଲା। ତଳିପେଟରେ ଯନ୍ତ୍ରଣା ବଢ଼ିଥିଲା। ତା’ର ବାପାମା’ ତାକୁ ସରକାରୀ ଘୋଷଣାରେ ମେଡିକାଲ କଲେଜ ହେବାକୁ ଯାଉଥିବା କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ୧୧ ତାରିଖରେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ପିଲା ପରିସ୍ଥିତି ଗମ୍ଭୀର ବୋଧ କରି କଟକ ଏସସିବି ମେଡିକାଲ କଲେଜକୁ ରେଫର କରିଥିଲେ। ପିଲାର ଗମ୍ଭୀର ପରିସ୍ଥିତି ଜାଣି ତା’ର ବାପା କଟକ ନେବା ପରିବର୍ତ୍ତେ ପଟିଆ ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲ କିମ୍ସକୁ ନେବାକୁ ଚାହିଁଲେ। କିନ୍ତୁ କ୍ୟାପିଟାଲ ହସ୍ପିଟାଲରୁ କିମ୍ସ ହସ୍ପିଟାଲ ମଧ୍ୟରେ ରହିଥିବା ପ୍ରାୟ ୧୫ କିଲୋମିଟରର ଦୂରତା ଅତିକ୍ରମ କରିବାକୁ ତାଙ୍କ ଆମ୍ବୁଲାନ୍ସକୁ ଲାଗିଲା ୧ ଘଣ୍ଟା ୨୦ ମିନିଟ। ବାଟରେ ଟ୍ରାଫିକ ଜାମ୍‌। ସବୁ ଟ୍ରାଫିକରେ ପୁଲିସ ଓ ଲୋକଙ୍କୁ ଅନୁରୋଧ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ରାସ୍ତା ସଫା ହେବାକୁ ବହୁ ବିଳମ୍ବ ଘଟିଥିଲା। ସେତେବେଳକୁ ସେଇ ନିରୀହ ପିଲାଟି ପାଇଁ ମଧ୍ୟ ବହୁ ବିଳମ୍ବ ହୋଇସାରିଥିଲା। କିମ୍ସରେ ପହଂଚିଲାବେଳକୁ ସେ ଆଉ ନଥିଲା। ସ୍ମାର୍ଟ ସିଟି ଭୁବନେଶ୍ୱର ସହରର ରାସ୍ତା ଓ ଟ୍ରାଫିକ୍‌ ବ୍ୟବସ୍ଥା ଯଦି ସ୍ମାର୍ଟ ଥାଆନ୍ତା ତେବେ ହୁଏତ ଏପରି ଏକ କରୁଣ ଘଟଣା ଘଟିନଥାନ୍ତା।

ରାଜଧାନୀରେ ଏଭଳି ଘଟଣା ଘଟିବା ଏଇ ପ୍ରଥମ ନୁହେଁ। ୨୦୧୯ ଜାନୁଆରୀ ୨୯ ତାରିଖରେ ମଧ୍ୟ ଏହିପରି ଅନ୍ୟ ଏକ କରୁଣା ଘଟଣା ଘଟିଥିଲା। ସେଦିନ ଟ୍ରାଫିକ୍‌ ଜାମ୍‌ ଯୋଗୁଁ ସତ୍ୟନଗରରୁ ଖାରବେଳ ନଗରର ଏକ ହସ୍ପିଟାଲରେ ପହଂଚି ନପାରି ବାଟରେ ଆମ୍ବୁଲାନ୍ସରେ ଆଖି ବୁଜିଥିଲା ୪ ବର୍ଷ ବୟସର ଜଣେ ଶିଶୁକନ୍ୟା। ପିଲାଟି ଖେଳୁଖେଳୁ ପାଣିକୁଣ୍ଡରେ ପଡ଼ି ଯାଇଥିଲା। ତାକୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରି ଖାରବେଳନଗରସ୍ଥିତ ନୀଳାଚଳ ହସ୍ପିଟାଲକୁ ନିଆଯାଉଥିଲା। ବିଗବଜାର କଡ଼ ଦେଇ ଶ୍ରୀୟା ସିନେମା ହଲ୍‌ ଆଡ଼କୁ ଯାଇଥିବା ରାସ୍ତାରେ କିଛି ବାଟ ଗଲା ପରେ ଟ୍ରାଫିକ୍‌ ଭିଡ଼ ଦେଖି ଆମ୍ବୁଲାନ୍ସ ଡ୍ରାଇଭର ଜନପଥ ବାଟେ ସ୍ୱସ୍ତି ଗ୍ରାଣ୍ଡ ହୋଟେଲ୍‌ ଦେଇ ନୀଳାଚଳ ନେବାକୁ ଚାହିଁଲେ। ରାସ୍ତା ଭିଡ଼ ଥାଏ। ରାସ୍ତାରେ ଯାଉଥାଏ ଏକ ରାଲି। ବହୁ ଏପଟସେପଟ କରି ଆମ୍ବୁଲାନ୍ସ ନୀଳାଚଳରେ ପହଂଚିବାବେଳକୁ ଝିଅଟି ଆଉ ଜୀବନ ନଥାଏ।

ରାଜଧାନୀ ଭୁବନେଶ୍ୱରକୁ କେନ୍ଦ୍ର ସରକାର ୧ ନମ୍ବର ସ୍ମାର୍ଟ ସିଟି ପ୍ରକଳ୍ପ ଭାବେ ଗ୍ରହଣ କରିଛନ୍ତି। ସେ ବାବଦରେ ଶତାଧିକ କୋଟି ଟଙ୍କା ଆସୁଛି ଏବଂ ତାହା ଭୁବନେଶ୍ୱରର ରାସ୍ତା ଓ ପରିବହନ ବ୍ୟବସ୍ଥାରୁ ଆରମ୍ଭ କରି ଟ୍ରାଫିକ୍‌, ଆଲୋକ ଓ ୱାଇଫାଇ ବ୍ୟବସ୍ଥାକୁ ଅତ୍ୟାଧୁନିକ କରିବାରେ ଖର୍ଚ୍ଚ ହେଉଛି। ଅଥଚ ସ୍ମାର୍ଟ ହୋଇନି ଭୁବନେଶ୍ୱର କି ଏହାର ଟ୍ରାଫିକ୍‌। କେବଳ ଛକ ଜାଗାରେ ସ୍ୱୟଚାଳିତ ସିଗ୍‌ନାଲ ଆଲୁଅ ଲଗେଇ ଟ୍ରାଫିକ ସମସ୍ୟାର ସମାଧାନ ହୋଇଗଲା ବୋଲି ଧରି ନେଇଛନ୍ତି କର୍ତ୍ତୃପକ୍ଷ। ୨୦୧୯ ପୂଜା ଋତୁରୁ ରାଜଧାନୀ ସହରରେ ଟ୍ରାଫିକ ନିୟମ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ପୁଲିସ ଓ ପ୍ରଶାସନ ପକ୍ଷରୁ ଯେଉଁ ତତ୍ପରତା ପ୍ରକାଶ ପାଇଥିଲା ତାହା ରାସ୍ତ ଭିଡ଼ କମ୍‌ କରିବା ବା ଟ୍ରାଫିକ୍ ସମସ୍ୟାରେ ସୁଧାର ଆଣିବା କ୍ଷେତ୍ରରେ କାମ ଦେଇନାହିଁ। ବରଂ ମଝି ରାସ୍ତାରେ ଗାଡ଼ି ଅଟକାଇ କେଉଁଠି କେଉଁଠି ପୁଲିସ ରାସ୍ତାଭିଡ଼ ବଢ଼ିବାର କାରଣ ହୋଇଛି। ତେବେ, ଭୁବନେଶ୍ୱରର ଟ୍ରାଫିକ୍‌ ଅବ୍ୟବସ୍ଥା ବା ସମସ୍ୟାରେ ପୁଲିସର ଦୋଷ କମ୍‌, ଭୁବନେଶ୍ୱର ମହାନଗର ନିଗମ ବା ବିଏମସି, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ବା ବିଡିଏ ଏବଂ ରାଜ୍ୟ ସରକାର ମୁଖ୍ୟତଃ ଭାବେ ଦାୟୀ। ଏମାନଙ୍କୁ ଯୋଗୁଁ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ କରିବାରେ ଏକା ପୁଲିସ ବିଭାଗ ସମର୍ଥ ନୁହେଁ।

ପ୍ରଥମ କଥା ହେଉଛି, ଭୁବନେଶ୍ୱର ଏକ ଯୋଜନାବଦ୍ଧ ସହର ହୋଇଥିଲେ ମଧ୍ୟ ଏ ସହରର ସଡ଼କ ସବୁ ଭିଡ଼। କିନ୍ତୁ କାହିଁକି? କାରଣ, ଭୁବନେଶ୍ୱରର ଅନେକ ରାସ୍ତା କଡ଼ରେ ଅବୈଧ ଭାବେ ଗଢ଼ି ଉଠିଛି ଛୋଟ ଦୋକାନାରୁ ଆରମ୍ଭ କରି ବଡ଼ ବଡ଼ ଶୋ ରୁମ୍‌ ଓ ମଲ୍‌। ଶହୀଦନଗର, ଖାରବେଳନଗର, ବାପୁଜୀନଗର, ସତ୍ୟନଗର, ଅଶୋକନଗର, ମଧୁସୂଦନ ନଗର, ଭିଏସଏସ ନଗର ଆଦି ରାଜଧାନୀର ଅନେକ କଲୋନୀରେ ଯେତେ ଘର ଅଛି ପ୍ରାୟ ସବୁ ଘର ହେଉଛି ଆବାସିକ। ଲୋକଙ୍କ ଆବାସ ବା ବାସସ୍ଥାନ ନିର୍ମାଣ ନିମନ୍ତେ ସେହିସବୁ ଜମି ଦେଇଥିଲେ ସରକାର। ଏବେ ସେସବୁ ଆବାସିକ ଘର ବ୍ୟାବସାୟିକ କାର୍ଯ୍ୟାରେ ଲାଗିଛି। ଏହା ବେଆଇନ। ପୁଣି ଏହି ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକର ପାର୍କିଂ ସ୍ଥାନ ନାହିଁ। ଯଦି ବି କାହାର ବିଡିଏ ନକ୍ସାରେ ପାର୍କିଂ ସ୍ଥାନ ଥାଏ ତାହା ବାସ୍ତବରେ ନାହିଁ, ସେ ପାର୍କିଂ ସ୍ଥାନ ହୋଟେଲ୍‌ ଲବିରେ ପରିଣତ ହୋଇଛି ଏବଂ ଅତିଥିମାନେ ରାସ୍ତାରେ ଗାଡ଼ି ପାର୍କ କରୁଛନ୍ତି। ରାଜଧାନୀର ଅଧିକାଂଶ ଗହଣା ଶୋ ରୁମ୍‌, ଫେସନ୍‌ ଓ ଫେବ୍ରିକ ଦୋକାନ, ହୋଟେଲ୍‌, ଲଜ୍‌, ରିଟେଲ୍‌ ମଲ୍‌ ଆଦି ସଂସ୍ଥାର ନିଜସ୍ୱ ପାର୍କିଂ ସ୍ଥାନ ନାହିଁ। ସେସବୁ ବ୍ୟାବସାୟିକ ସଂସ୍ଥାର ଗ୍ରାହକମାନଙ୍କୁ ରାସ୍ତାରେ ଗାଡ଼ି ପାର୍କ କରିବାକୁ ପଡ଼ୁଛି। ସେଥିପାଇଁ ବିଏମସି ବେଆଇନ ଭାବେ ପାର୍କିଂ ଫି ଆଦାୟ କରୁଛି। ଆଇନ ଅନୁସାରେ ସର୍ବ ସାଧାରଣଙ୍କ ଗମନାଗମନ ପାଇଁ ସାଧାରଣ ଲୋକଙ୍କ ଟିକସ ଅର୍ଥରେ ତିଆରି ହୋଇଥିବା ରାସ୍ତାକୁ ବିଏମସି ହେଉ ବା ଅନ୍ୟ କୌଣସି କର୍ତ୍ତୃପକ୍ଷ ଗାଡ଼ି ରଖିବା ପାଇଁ ଭଡ଼ା ଦେବା ମଧ୍ୟ ବେଆଇନ। ସେ ବାବଦରେ ଭଡ଼ା ଆଦାୟ କରିବା ତତୋଧିକ ବେଆଇନ କାର୍ଯ୍ୟ। ଘରୋଇ ସଂସ୍ଥାର ଲାଭ ପାଇଁ ସରକାରୀ ସଂସ୍ଥା ବେଆଇନ କାର୍ଯ୍ୟ ପ୍ରତି ଆଖିବୁଜି ଦେଇଥିବାରୁ ରାଜଧାନୀର ଅନେକ ରାସ୍ତାରେ ଏପରି ଭିଡ଼ ଜମି ରହୁଛି। କାରଣ ଗାଡ଼ି ଚଳାଚଳ ପାଇଁ ତିଆରି ହୋଇଥିବା ରାସ୍ତାର ଗୋଟିଏ ପାର୍ଶ୍ୱରେ ଗାଡ଼ି ପାର୍କ ହେଉଛି। ବାକି ରାସ୍ତା ଗାଡ଼ି ଚଳାଚଳ ପାଇଁ ଅଧିକ ସଂକୀର୍ଣ୍ଣ ହୋଇଯାଉଛି। ସଂକୀର୍ଣ୍ଣ ରାସ୍ତାରେ ସ୍ୱାଭାବିକ ଭାବେ ଟ୍ରାଫିକ୍‌ ବଢ଼ୁଛି।

ଏଭଳି ସମସ୍ୟା ଶିଶୁ ଭବନ ଛକରୁ ମାଷ୍ଟର କ୍ୟାଣ୍ଟିନ୍‌ ଦେଇ ବାଣୀ ବିହାର ଯାଏଁ, ରବୀନ୍ଦ୍ର ମଣ୍ଡପ ଛକରୁ ଆଚାର୍ଯ୍ୟ ବିହାର ଯାଏଁ, ଆଚାର୍ଯ୍ୟ ବିହାର ଛକରୁ କଳିଙ୍ଗ ହସପିଟାଲ ଛକ ଯାଏଁ, ସେଠାରୁ ପଟିଆ ବିଗ୍‌ ବଜାର ଛକ ଯାଏଁ ଲାଗି ରହିଛି। ସେହିପରି ରସୁଲଗଡ଼ ଛକରୁ କଳ୍ପନା, କଳ୍ପନାରୁ ସାମନ୍ତରାପୁର, କିଟ୍‌ ଛକରୁ କିଟ୍‌ ଆଦି ରାଜଧାନୀର ଅନେକ ବ୍ୟସ୍ତବହୁଳ ରାସ୍ତାରେ ଏଭଳି ସମସ୍ୟା ନିତିଦିନିଆ ହୋଇଗଲାଣି। ରାସ୍ତା ଗାଡ଼ି ଚଳାଚଳ ପାଇଁ ଉଦ୍ଦିଷ୍ଟ ହୋଇଥିଲେ ହେଁ ଅନେକ ରାସ୍ତାରେ ବିଏମସି ପାର୍କିଂ ଫି ଆଦାୟ କରୁଛି। ଏହି ବ୍ୟବସ୍ଥା ରାସ୍ତାକୁ ପାର୍କିଂ ପ୍ଲେସ୍‌ରେ ପରିଣତ କରିଛି। ସେଥିଯୋଗୁଁ ରାସ୍ତା ଜାମ୍‌ ରହୁଛି। ଏ ସମସ୍ୟାର ବିଧି ଓ ବିଜ୍ଞାନ ସମ୍ମତ ସମାଧାନ ନହେଲା ଯାଏଁ ଏହିପରି କେତେ ଆମ୍ବୁଲାନ୍ସ ଭିଡ଼ରେ ଫଶିବ ଓ କେତେ ନିରୀହ ରୋଗୀଙ୍କ ପ୍ରାଣ ଯିବ ତାହା କେହି କଳଣା କରିନାହାନ୍ତି କି କରିବା ମଧ୍ୟ ସମ୍ଭବ ନୁହେଁ।

ଏଭଳି ସମସ୍ୟାର ସମାଧାନ କରିବା ପାଇଁ ସରକାରଙ୍କ ତରଫରୁ ଅନେକ ଥର ଚିନ୍ତା ପ୍ରକଟ କରାଯାଇଛି। ସରକାର ଚନ୍ଦ୍ରଶେଖରପୁର ବା ପଟିଆ ଯାଏଁ ନୂଆ ରାସ୍ତା କରିବେ ବୋଲି କଳ୍ପନା କରିଛନ୍ତି। ପୁରୁଣା ରାସ୍ତାକୁ ବ୍ୟବସାୟୀଙ୍କ ପାଇଁ ପାର୍କିଂ ପ୍ଲେସ୍‌ରେ ପରିଣତ କରି ନୂଆ ରାସ୍ତା କଲେ କ’ଣ ସତରେ ଟ୍ରାଫିକ ସମସ୍ୟାର ସମାଧାନ ହୋଇଯିବ? ନୂଆ ରାସ୍ତା କଡ଼ରେ ଦୋକାନବଜାର ଖୋଲିବ ନାହିଁ? ଓଭର ବ୍ରିଜ୍ ତିଆରି କରି ବି ଏ ସମସ୍ୟାର ସମାଧାନ କରିହେବ ନାହିଁ। ଶହୀଦ ନଗର ଓଭର ବ୍ରିଜ ଓ ରାଜମହଲ ଓଭର ବ୍ରିଜ ଯୋଗୁଁ କେଉଁଠି କେତେ ଭିଡ଼ କମିଛି ତାହା ଗାଡ଼ି ଚାଳକମାନେ ଅନୁଭବ କରୁଛନ୍ତି। ଅନେକ ଓଭର ବ୍ରିଜ କେବଳ ରାଜଧାନୀର ବିକଶିତ ଚେହେରା ଦେଖେଇବାକୁ ବା ସୌନ୍ଦର୍ଯ୍ୟକରଣ ପାଇଁ ତିଆରି ହୋଇଛି, ଟ୍ରାଫିକ୍‌ ସମସ୍ୟାର ସମାଧାନ ପାଇଁ ନୁହେଁ। ପୂର୍ବରୁ ରାଜଧାନୀର ଅନେକ ଅଞ୍ଚଳରେ ଗୋଲେଇ ଛକ ଥିଲା। ତାହା ଟ୍ରାଫିକ୍‌ ଭିଡ଼ ନିୟନ୍ତ୍ରଣ ପାଇଁ ସୁବିଧାଜନକ ଥିଲା। ରାଜମହଲ ପୂର୍ବରୁ ଗୋଲେଇ ଛକ ଥିଲାବେଳେ ସେଠାରେ ଟ୍ରାଫିକ୍‌ ଏତେ ଅସୁବିଧା ନଥିଲା। ଏବେ କିଏ କେଉଁ ପଟୁ ମାଡ଼ି ଆସୁଛି ଜାଣିବା ମୁସ୍କିଲ। ଅନେକ ସମୟରେ ଟ୍ରାଫିକ ପୁଲିସ ଥାଇ ବି ସୁବିଧାରେ ଭିଡ଼ ନିୟନ୍ତ୍ରଣ କରିହେଉ ନାହିଁ। ମଝିରେ ବିମାନ ବନ୍ଦରରୁ କିଟ୍‌ ଯାଏଁ ରାସ୍ତା ପ୍ରଶସ୍ତୀକରଣ କରାଯିବା ସମୟରେ କୁହାଗଲା ରାସ୍ତା ଏମିତି ହେବ ଯେମିତି ବିମାନ ବନ୍ଦରରୁ ଜଣେ ଲୋକ ୧୦ ମିନିଟ୍‌ରେ ପଟିଆରେ ପହଂଚିଯିବ। ସେହି ପରିକଳ୍ପନା କେମିତି ଶୋଚନୀୟ ଭାବେ ବିଫଳ ହୋଇଛି ତାହା ଫେବୃଆରୀ ୧୧ ତାରିଖର ଶିଶୁ ମୃତ୍ୟୁ ଘଟଣାରୁ ବେଶ୍‌ ସ୍ପଷ୍ଟ।

ଗୋଟେ ଉପାୟରେ ଅନ୍ତତଃ ଆମ୍ବୁଲାନ୍ସ ପାଇଁ ବାଟ ସଫା କରାଯାଇ ପାରିବ। ତାହା ହେଉଛି, ସବୁ ଆମ୍ବୁଲାନ୍ସ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ଼୍‌ ସୁରକ୍ଷା ପରି ବ୍ୟବସ୍ଥା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯିବା ଆସିବା ବାଟରେ ଯେପରି ପୁଲିସ ସୁରକ୍ଷା ଓ କାର୍‌କେଡ଼୍‌ ବ୍ୟବସ୍ଥା ଧାର୍ଯ୍ୟ ହୋଇଛି ରାଜଧାନୀର ସମସ୍ତ ଆମ୍ବୁଲାନ୍ସ ପାଇଁ ସେଭଳି ହେଲେ କିଛି ଅସୁବିଧା ହୁଅନ୍ତା ନାହିଁ। ରୋଗୀକୁ ଆଗ ବାଟ ଛାଡ଼ିବା ଦରକାର। ମୁଖ୍ୟମନ୍ତ୍ରୀଙ୍କ ନିରାପତ୍ତାଠାରୁ ରାଜ୍ୟର କୌଣସି ଲୋକର ନିରାପତ୍ତା ଗୌଣ ନୁହେଁ। ପୁଣି ଆମ୍ବଲାନ୍ସରେ ଡାକ୍ତରଖାନା ଯାଉଥିବା ରୋଗୀ କଥା ଆହୁରି ଗମ୍ଭୀର। ତାଙ୍କୁ ମୁଖ୍ୟମନ୍ତ୍ରୀ ମଧ୍ୟ ବାଟ ଛାଡ଼ିବା କଥା। ମାନବିକତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ଦୃଷ୍ଟିରୁ ରୋଗୀ ଯାଉଥିବା ଆମ୍ବୁଲାନ୍ସ ପାଇଁ ରାସ୍ତା ଫାଙ୍କା ରହିବା ବରଂ ଅଧିକ ଗୁରୁତ୍ୱପୂର୍ଣ୍ଣ। ନହେଲେ, ୫-ଟି ଭିତରେ ଆସୁଥିବା ପୁଲିସ ଓ ଟ୍ରାଫିକ ନିୟନ୍ତ୍ରଣ ଟ୍ରାଜିକ୍‌ ହେବା ଥୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story