ଖୁସିକୁ ଲଗାମ!

ବିଶ୍ୱବନ୍ଦିତା ସ୍ୱାଇଁ ଥରେ ଦୁଇ ଥର ଛିଙ୍କିଦେଲେ ଘରୁ ବାହାରିବାକୁ ଇଚ୍ଛା ହେଉନି। ଯଦି ଟିକେ ଥଣ୍ଡା ହେଇଗଲା ତେବେ ରାସ୍ତାରେ କରୋନା ଭାଇରସ୍‌ ବୁଲୁଥିବାର ସେ ବିଜ୍ଞାପନ ମନେ ପଡ଼ିଯାଏ। କରୋନା ପାଇଁ ଯେତିକି ଚିନ୍ତା ସେତିକି ଭୟ। ସେ ଯାହାବି ହେଉ, ଏବେ ଯେମିତି ସେ ନୂଆକରି ସ୍ଥାପନ ହୋଇଥିବା କୋଭିଡ୍‌ ହସ୍ପିଟାଲ୍‌ର ଦୁଆର ନମାଡ଼ିବାକୁ ପଡ଼ୁ ସେଇଟା ପ୍ରାୟ ସମସ୍ତଙ୍କର ଲକ୍ଷ୍ୟ। ଅନ୍ୟପଟେ ଯେଉଁମାନେ ସଂକ୍ରମିତ ହେଇଗଲେଣି। ସେମାନେ କେମିତି ସୁସ୍ଥ ହେଇ […]

biswo

biswo

Biswobandita Swain
  • Published: Sunday, 19 July 2020
  • Updated: 19 July 2020, 04:12 PM IST

ବିଶ୍ୱବନ୍ଦିତା ସ୍ୱାଇଁ

ରେ ଦୁଇ ଥର ଛିଙ୍କିଦେଲେ ଘରୁ ବାହାରିବାକୁ ଇଚ୍ଛା ହେଉନି। ଯଦି ଟିକେ ଥଣ୍ଡା ହେଇଗଲା ତେବେ ରାସ୍ତାରେ କରୋନା ଭାଇରସ୍‌ ବୁଲୁଥିବାର ସେ ବିଜ୍ଞାପନ ମନେ ପଡ଼ିଯାଏ। କରୋନା ପାଇଁ ଯେତିକି ଚିନ୍ତା ସେତିକି ଭୟ। ସେ ଯାହାବି ହେଉ, ଏବେ ଯେମିତି ସେ ନୂଆକରି ସ୍ଥାପନ ହୋଇଥିବା କୋଭିଡ୍‌ ହସ୍ପିଟାଲ୍‌ର ଦୁଆର ନମାଡ଼ିବାକୁ ପଡ଼ୁ ସେଇଟା ପ୍ରାୟ ସମସ୍ତଙ୍କର ଲକ୍ଷ୍ୟ।

ଅନ୍ୟପଟେ ଯେଉଁମାନେ ସଂକ୍ରମିତ ହେଇଗଲେଣି। ସେମାନେ କେମିତି ସୁସ୍ଥ ହେଇ ଘରକୁ ଫେରିବେ ଏବଂ ଏ ମହାମାରୀ ସମୟରେ ଅବିଶ୍ରାନ୍ତ, ଭଗବାନଙ୍କ ଦ୍ୱିତୀୟ ସ୍ୱରୁପ କୁହାଯାଉଥିବା ଡାକ୍ତରମାନେ ଧୈର୍ଯ୍ୟଧରି ଲୋକମାନଙ୍କୁ ସେବା ଯୋଗାଇପାରିବେ ବାସ୍‌ ସେଇଟା ପ୍ରାର୍ଥନା। କାହିଁକି ନା, ହସ୍ପିଟାଲ୍‌ ଭିତର ଏବଂ ବାହାରରର ଚିତ୍ର ପୁରା ଭିନ୍ନ।
ଲକ୍‌ଡାଉନ୍‌-ଶଟ୍‌ଡାଉନ୍‌କୁ ନେଇ ବିରକ୍ତ ହେବାଠୁ ଢେର ଯନ୍ତ୍ରଣାଦାୟକ ମେଡିକାଲ୍‌ ବେଡ୍‌ରେ ଏମିତି ଏକ ରୋଗ ସହ ଲଢ଼େଇ କରିବା। କାରଣ ଏପର୍ଯ୍ୟନ୍ତ ଏହାର ମୁକାବିଲା ପାଇଁ ବିଧିବଦ୍ଧ ଭାବେ କୌଣସି ଔଷଧ କିମ୍ବା ଭ୍ୟାକ୍ସିନ୍‌ ବାହାରିନି। ଶାରୀରିକ ଯନ୍ତ୍ରଣା ସହ ମାନସିକ ଯନ୍ତ୍ରଣା ମଧ୍ୟ ରହିଛି। ଯାହା ଏହି ସାମ୍ପ୍ରତିକ ପରିସ୍ଥିତିରେ କୋଭିଡ୍‌ ରୋଗୀଙ୍କୁ ବିଶେଷ ଭାବେ ପ୍ରଭାବିତ କରୁଛି। ଉଭୟ ଡାକ୍ତର ଏବଂ ରୋଗୀ କରୋନା କୋକୁଆକୁ ଟିକେ ଅଧିକ ପାଖରୁ ଅନୁଭବ କରିପାରୁଛନ୍ତି।

ଆଉ ଏ ଦୁଃଖଦ ସମୟରେ ଯେତେବେଳେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଡାକ୍ତର ନର୍ସଙ୍କୁ ନିଜକୁ ଖୁସି ରଖିବାକୁ ଚେଷ୍ଟା କରୁଥିବାର ଦେଖିବାକୁ ମିଳେ ସେତେବେଳେ ଖୁସି ଲାଗେ। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ , ଏବେ ଡାକ୍ତର ଏବଂ ହସ୍ପିଟାଲ୍‌ ଷ୍ଟାଫ୍‌ ମାନେ ନାଚୁଥିବାର ଭିଡିଓ ସାମ୍ନାକୁ ଆସୁଛି। ଯେଉଁଥିରୁ ଲୋକମାନଙ୍କ ପାଇଁ ଗୋଟେ ସକରାତ୍ମକ ଏବଂ ଆଶ୍ୱସ୍ତିର ବାର୍ତ୍ତା ମିଳୁଛି।

ନିକଟରେ ଏମ୍‌ସ୍‌ର ଜଣେ ଡାକ୍ତର ହିନ୍ଦୀ ଗୀତ ‘ମୁକାବଲା’ରେ ନାଚୁଥିଲେ। ସେହିପରି ମୁମ୍ବାଇର ଜଣେ ଡାକ୍ତର ବଲିଉଡ୍‌ ଫିଲ୍ମ 'ଷ୍ଟ୍ରିଟ୍‌ସ ଡ୍ୟାନ୍ସର ୩ଡି'ର ଗୀତ ‘ହାଏ ଗର୍‌ମି’ର ତାଳେ ତାଳେ ନାଚୁଥିବାର ନଜର ଆସିଥିଲେ। ସେହିପରି ଚେନ୍ନାଇ ଏବଂ କେରଳର କିଛି ହସ୍ପିଟାଲ୍‌ରେ କୋଭିଡ୍‌ ଚିନ୍ତା ଭିତରେ ନିଜକୁ ଖୁସି ରଖିବା ପାଇଁ ଏଭଳି ଡ୍ୟାନ୍ସ କରି ସୋଶାଲ୍‌ ମିଡିଆରେ କିଛି ଡାକ୍ତର ଭିଡ଼ିଓ ଶେଆର କରିଛନ୍ତି।

ଅନ୍ୟପଟେ କେବଳ ଡାକ୍ତର ନୁହଁନ୍ତି। ନିକଟରେ କୋରାପୁଟ ଜିଲ୍ଲା ଜୟପୁର କୋଭିଡ୍ ହସ୍ପିଟାଲରେ ଜଣେ ନାଲ୍‌କୋ କର୍ମଚାରୀ ନିଜ ମନ ପସନ୍ଦର ବଲିଉଡ୍ ଗୀତରେ ନାଚି ଶେଷରେ ନିଲମ୍ବିତ ହେଇଛନ୍ତି। ଏହି କର୍ମଚାରୀ ଜଣଙ୍କର ବିଶୃଙ୍ଖଳିତ ଆଚରଣ ଥିଲା ବୋଲି ଅଭିଯୋଗ କରି ନାଲକୋ କର୍ତ୍ତୃପକ୍ଷ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ନିଲମ୍ବିତ କରିଛନ୍ତି। ଏନେଇ ନାଲକୋ ପକ୍ଷରୁ ନିର୍ଦେଶାନାମା ଜାରି ‌ହୋଇଛି।  କିନ୍ତୁ ଏହି ନିର୍ଦ୍ଦେଶନାମା ପ୍ରକୃତରେ କେତେ ଯୁକ୍ତିଯୁକ୍ତ ସେନେଇ ସୋଶାଲ୍‌ ମିଡିଆ ବ୍ୟବହାରକାରୀ ପ୍ରଶ୍ନ ଉଠାଇଲେଣି।

ତେବେ ଆମେ ଜାଣୁ ଯେ, ରୋଗୀଙ୍କୁ ସୁସ୍ଥ କରିବା ପାଇଁ ତାଙ୍କ ମାନସିକ ସ୍ଥରରେ ନିୟନ୍ତ୍ରଣ ରଖିବା ପାଇଁ ‘ଡାନ୍ସ ଥେରାପି’ ବା ନାଚକୁ ଗୋଟେ ଚିକିତ୍ସା ପଦ୍ଧତି ଭାବେ ଗ୍ରହଣ କରାଯାଏ। ଏମିତି ଅନେକ ହସ୍ପିଟାଲ୍‌ ଏହି ଚିକିତ୍ସା ପଦ୍ଧତିକୁ ଗ୍ରହଣ କରିଛି। ଲଣ୍ଡନର ହାର୍‌ଲେଫିଲ୍ଡ ହସ୍ପିଟାଲ୍‌ରେ ବିଦେଶୀମାନଙ୍କୁ ବଲିଉଡ୍‌ ଗୀତର ତାଳେ ତାଳେ ନାଚିବାର ଥେରାପି ଦିଆଯାଏ।

ତେବେ ଏଠି ଏହି ନାଚକୁ ଏତେ ବିରୋଧ କାହିଁକି? ଯଦି ଡାକ୍ତରମାନେ ନିଜ ନାଚ ମାଧ୍ୟମରେ ସକରାତ୍ମକ ବାର୍ତ୍ତା ଦେଇପାରିବେ ତେବେ ରୋଗୀ ନିଜକୁ ଖୁସି ରଖିବାର ଉପାୟ କାହିଁକି ଆପଣେଇ ପାରିବେନି। ନାଲ୍‌କୋ କର୍ମଚାରୀ ନାଚିକି ଶେଆର କରିଥିବା ୨ ମିନିଟ୍‌ ୩୬ ସେକେଣ୍ଡର ଭିଡିଓ ଯଦି ଆପଣ ଦେଖିବା , ତେବେ ଏଥିରେ ସମ୍ପୃକ୍ତ ଥିବା ଲୋକମାନେ କୌଣସି ବିଶୃଙ୍ଖଳିତ ଢଙ୍ଗରେ ନାଚିବାର ଆଦୌ ଦେଖିବାକୁ ମିଳିନଥିଲା। ସାମାଜିକ ଦୂରତା ମଧ୍ୟ ବଜାୟ ରହିଥିଲା। ଅବଶ୍ୟ ସତର୍କତା ଆଉ ଟିକେ ଅଧିକ ଲୋଡାଥିଲା। କିନ୍ତୁ ନାଚିବା ପାଇଁ ନାଲ୍‌କୋ ତରଫରୁ ଏପରି ନିଷ୍ପତ୍ତି ଦୋଷଠୁ ଅଧିକ କଠୋର ପରି ଲାଗିଲା।

ସେପଟେ, ଆମେ କେହିବି କରୋନାଙ୍କୁ ନେଇ ପୂର୍ବରୁ ଅବଗତ ନୁହେଁ। ବୋଧହୁଏ କେଉଁ ରୋଗ ପାଇଁ ଜୀବନଶୈଳୀ ଏତେ ମାତ୍ରାରେ ପ୍ରଭାବିତ ହେବାର ଏଇଟା ଆମ ସମସ୍ତଙ୍କର ପ୍ରଥମ ଅନୁଭୂତି। ଲକ୍‌ଡାଉନ୍‌ ଶଟ୍‌ଡାଉନ୍‌ ମଧ୍ୟରେ ମନରେ ଗୋଟେ ପ୍ରକାର ଅସ୍ଥିରତା ଆସିଯାଇଛି। ଏ ସମୟରେ ଲୋକମାନେ ଯେତେବେଳେ ମାନସିକ ବିଷାଦ ସ୍ତରକୁ ଚାଲି ଯାଉଛନ୍ତି। ପାରିବାରିକ କଳହ ବଢୁଛି। ଆଉ ଏ ସବୁ ସମସ୍ୟାର ଉପାୟ ସ୍ୱରୁପ ଗୋଟେ ସାଧାରଣ ଲୋକ ପ୍ରତିଦିନ କେମିତି ନିଜକୁ ଖୁସି ରଖିବ ସେଥିପାଇଁ ଅବିରତ ଚେଷ୍ଟା କରୁଛି। ସେତେବେଳେ ଜଣେ ରୋଗୀ ହସ୍ପିଟାଲ୍‌ରେ ନିଜକୁ ଖୁସି ରଖିବା ବଦଳରେ ଯେଉଁ ପାଉଣା ଭରିଛି ତାହା ସାଧାରଣ କଥା ଭାବି ଗ୍ରହଣ କରିନେବା ଏତେ ସହଜ ନୁହେଁ। ଏମିତି ଲାଗୁଛି ଯେମିତି ଜୀବନରେ ଶାନ୍ତି, ସ୍ଥିରତା ଏବଂ ମାନସିକ ସ୍ଥରରେ ଶକ୍ତ ହେବା ପାଇଁ ଚେଷ୍ଟା କରୁଥିବା ମଣିଷ ଖୁସିରେ ଗୋଟେ ଲଗାମ୍‌ ଲାଗିଯାଇଛି।

ଇମେଲ୍‌-swainbiswobandita@gmail.com

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story