Advertisment

କଇଁଛ ମାଂସ ଖାଇ ୯ ମୃତ, ୭୦ରୁ ଅଧିକ ଅସୁସ୍ଥ

ମୃତକଙ୍କ ମଧ୍ୟରେ ୮ ଜଣ ଛୋଟ ଛୁଆ ଅଛନ୍ତି।

author-image
Madhupriya Mistry
Turtle

Turtle

କଇଁଛ ମାଂସ ନେଲା ଜୀବନ। କଇଁଛ ମାଂସ ଖାଇ ୯ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୭୦ରୁ ଅଧିକ ଅସୁସ୍ଥ ହୋଇଛନ୍ତି। ଆଫ୍ରିକାର ଜାଞ୍ଜିବାରରେ ଘଟିଛି ଏଭଳି କିଛି ଘଟଣା।

Advertisment

ଏଠାକାର ପେମ୍ବା ଆଇଲ୍ୟାଣ୍ଡର ବାସିନ୍ଦା ସମୁଦ୍ର କଇଁଛ ମାଂସ ଖାଇଥିଲେ। ଏହି ମାଂସ ଖାଇବା ପରେ ଏଠି ପ୍ରାୟ ୯ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୮ ଜଣ ଛୋଟ ଛୁଆ ଅଛନ୍ତି। ମକୋଆନି ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ କହିବା ମୁତାବକ, ୭୮ ଜଣ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି।

ପରୀକ୍ଷାରୁ ଜଣାପଡିଛି ଯେ, ସମସ୍ତ ଅସୁସ୍ଥ ସମୁଦ୍ର କଇଁଛ ମାଂସ ଖାଇଥିଲେ। ଏଠକାର ବାସିନ୍ଦା ସମୁଦ୍ର କଇଁଛ ମାଂସ ବିଷାକ୍ତ ଥିବା ଜାଣିବା ସତ୍ତ୍ୱେ ଏହାକୁ ବେଶ୍ ଆଗ୍ରହର ସହ ଖାଆନ୍ତି। ଏହି କଇଁଛଙ୍କ ମାଂସରେ ଚେଲୋନିଟକ୍ସିଜିମ୍‌ ନାମକ ବିଷାକ୍ତ ପଦାର୍ଥ ଥାଏ। ଏଥିଯୋଗୁ ଲୋକେ ଏହାକୁ ଖାଇ ଅସୁସ୍ଥ ହୋଇପଡନ୍ତି। ଏପରିକି ବେଳେ ବେଳେ ଜୀବନ ମଧ୍ୟ ଚାଲିଯାଏ ବୋଲି ଡାକ୍ତରମାନେ କହିଛନ୍ତି।

Advertisment

ସେପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ଅଧିକାରୀମାନେ ବିପର୍ଯ୍ୟୟ ପରିଚାଳନାର ଏକ ଟିମ୍‌ ଉକ୍ତ ଅଞ୍ଚଳକୁ ପଠାଯାଇଛି। ଲୋକଙ୍କୁ ସମୁଦ୍ର କଇଁଛ ଖାଇବା ଠାରୁ ଦୂରେଇ ରହିବାକୁ ପରାମର୍ଶ ଏହି ଟିମ୍‌ ଦେଇଛି।

୨୦୨୧ ମସିହାରେ ମଧ୍ୟ ସମାନ ଘଟଣା ଘଟିଥିଲା। ସେତେବେଳେ ପେମ୍ବା ଦ୍ୱୀପରେ କଇଁଛ ମାଂସ ଖାଇବା ପରେ ତିନି ବର୍ଷର ଶିଶୁ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଥିଲା। ବିବିସିର ରିପୋର୍ଟ ଅନୁଯାୟୀ, ବିଷର ସବୁଠାରୁ ଖରାପ ପ୍ରଭାବ ଶିଶୁ ଏବଂ ବୃଦ୍ଧଙ୍କ ଉପରେ ପଡିପାରେ। ଇଣ୍ଡୋନେସିଆ, ମାଇକ୍ରୋନେସିଆ ଏବଂ ଭାରତର ହିନ୍ଦ ମହାସାଗର ଦ୍ୱୀପପୁଞ୍ଜରେ ମଧ୍ୟ ଏହିପରି ଘଟଣା ଘଟିଛି, କିନ୍ତୁ ଏହି କଇଁଛ ବିଷର କୌଣସି ଉପଶମ ଏଯାଏଁ ମିଳିପାରି ନାହିଁ।

Children Dead Turtle Meat Africen Island