ହୋମ୍‌ କ୍ୱାରେଣ୍ଟାଇନ୍‌ ଟିପ୍ସ; ‘ସନ୍ଦିଗ୍ଧଙ୍କ ଠାରୁ ସର୍ବନିମ୍ନ ଦୂରତା ବଜାୟ ରଖନ୍ତୁ, କିନ୍ତୁ ସେମାନଙ୍କ ମନୋବଳ ବଢ଼ାନ୍ତୁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଭାରତରେ ମଧ୍ୟ କୋରନାରେ ଲୋକେ ଆକ୍ରାନ୍ତ ହୋଇଛନ୍ତି। ଯଦିଓ ଦେଶର ଜନସଂଖ୍ୟା ଦୃଷ୍ଟିରୁ ଆକ୍ରାନ୍ତଙ୍କ ହାର ବହୁତ କମ୍, ତଥାପି କେନ୍ଦ୍ର ସରକାର ଅନେକ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି। ସେହିପରି ବିଭିନ୍ନ ରାଜ୍ୟର ସରକାରମାନେ ମଧ୍ୟ ସ୍ଥିତି ଉପରେ କଡ଼ା ନଜର ରଖିବା ସହିତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଓଡ଼ିଶା ସରକାର ମଧ୍ୟ ଏନେଇ ଅନେକ ପଦକ୍ଷେପ ନେଇଥିବା ବେଳେ ବିଦେଶ ଗସ୍ତରୁ ଆସିଥିବା […]

corona-3

corona-3

Niharika Rout
  • Published: Wednesday, 18 March 2020
  • Updated: 18 March 2020, 10:34 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଭାରତରେ ମଧ୍ୟ କୋରନାରେ ଲୋକେ ଆକ୍ରାନ୍ତ ହୋଇଛନ୍ତି। ଯଦିଓ ଦେଶର ଜନସଂଖ୍ୟା ଦୃଷ୍ଟିରୁ ଆକ୍ରାନ୍ତଙ୍କ ହାର ବହୁତ କମ୍, ତଥାପି କେନ୍ଦ୍ର ସରକାର ଅନେକ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି। ସେହିପରି ବିଭିନ୍ନ ରାଜ୍ୟର ସରକାରମାନେ ମଧ୍ୟ ସ୍ଥିତି ଉପରେ କଡ଼ା ନଜର ରଖିବା ସହିତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଓଡ଼ିଶା ସରକାର ମଧ୍ୟ ଏନେଇ ଅନେକ ପଦକ୍ଷେପ ନେଇଥିବା ବେଳେ ବିଦେଶ ଗସ୍ତରୁ ଆସିଥିବା ଲୋକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। ସାଧାରଣତଃ ଯେଉଁମାନେ ବିଦେଶରୁ ଫେରୁଛନ୍ତି ସେମାନଙ୍କୁ ଅନ୍‌ଲାଇନ୍‌ରେ ରେଜିଷ୍ଟ୍ରେସନ୍ କରି ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ କୁହାଯାଉଛି। ସେମାନେ ସୁସ୍ଥ ଥିଲେ ବି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏଭଳି କରିବାକୁ କୁହାଯାଉଛି। ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ, ଆଇଏଏସ୍‌ ଅଫିସର ଭିନିଲ୍ କ୍ରିଷ୍ଣା ଓ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମାଙ୍କ ପୁଅ ବି ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି।

ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଜନ୍ମେଜୟ ମହାପାତ୍ର କହିଛନ୍ତି, କରୋନା ସନ୍ଦିଗ୍ଧଙ୍କୁ ସତର୍କତାମୂଳକ ପଦକ୍ଷେପ ଭାବେ ପ୍ରଥମେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରଖାଯାଉଛି।ଏହି ସମୟରେ ପରିବାର ଲୋକେ ସେମାନଙ୍କ ସହିତ କମ୍ ମିଳାମିଶା କରିବା ଉଚିତ୍। ସେମାନଙ୍କ ନିକଟରୁ ପରିବାରର ଅନ୍ୟ ସଦସ୍ୟମାନେ ସବୁବେଳେ ସର୍ବନିମ୍ନ ୨ ମିଟର ଦୂରତା ବଜାୟ ରଖିବା ଉଚିତ୍‌। ସେହିପରି ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହୁଥିବା କରୋନା ସନ୍ଦିଗ୍ଧମାନେ ସବୁବେଳେ ମୁହଁରେ ମାସ୍କ ପିନ୍ଧିବା ଦରକାର। ତା’ସହିତ ସେମାନେ ମଧ୍ୟ ଘର ଲୋକଙ୍କ ଠାରୁ ନିଜକୁ ଦୂରେଇ ରଖନ୍ତୁ।

[caption id="attachment_507043" align="aligncenter" width="650"] ଡାକ୍ତର ଜନ୍ମେଜୟ ମହାପାତ୍ର[/caption]

ସେ ଆହୁରି କହିଛନ୍ତି ଯେ ଖାଇବା ବେଳେ ମଧ୍ୟ ସତର୍କତା ଅବଲମ୍ବନ କରିବା ଉଚିତ। ସନ୍ଦିଗ୍ଧଙ୍କ ନିମନ୍ତେ ଅଲଗା ବାସନ ବ୍ୟବହାର କରନ୍ତୁ। ସେମାନଙ୍କ ସହିତ ଏକାଠି ବସି ଖା’ନ୍ତୁ ନାହିଁ। ତେବେ ଏହାଦ୍ୱାରା ସେ ଯେପରି ନିଜକୁ ଅଛୁଆଁ ଅନୁଭବ ନ କରନ୍ତି, ସେଥିପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। କାରଣ ଏହି ସମୟରେ ପରିବାର ସଦସ୍ୟମାନେ ସେମାନଙ୍କ ମନୋବଳ ଓ ସାହସ ବଢ଼ାଇବା ଆବଶ୍ୟକ।

ମୁଖ୍ୟତଃ କରୋନା ଭାଇରସ ହାତ ଦ୍ୱାରା ବ୍ୟାପିବାର ସର୍ବାଧିକ ଆଶଙ୍କା ଥିବାରୁ ଏହାକୁ ସବୁଠୁ ଅଧିକ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ସନ୍ଦିଗ୍ଧ କାଶିଲେ ବା ଛିଙ୍କିଲେ ତାହା ସଂସ୍ପର୍ଶରେ ଯେପରି ଆଉ କେହି ନ ଆସନ୍ତି, ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।  ତାଙ୍କ ମୋବାଇଲ କିମ୍ବା ସେ ବ୍ୟବହାର କରୁଥିବା ଟିଭିର ରିମୋଟ୍‌ ବ୍ୟବହାର କଲା ବେଳେ ସତର୍କତା ଅବଲମ୍ବନ ନିହାତି ଆବଶ୍ୟକ। ଏପରି ବ୍ୟକ୍ତିଙ୍କୁ ଛେପ, ଖଙ୍କାର ଗୋଟିଏ ଜାଗାରେ ପକାଇବାକୁ କହିବା ସହ ଶେଷରେ ତାକୁ ପୋଡ଼ି ଦେବା ଉଚିତ ବୋଲି କହିଛନ୍ତି ଡାକ୍ତର ମହାପାତ୍ର।

ସେ କହିଛନ୍ତି, ଏହି ସମୟରେ ଖାଦ୍ୟପେୟରେ ସେପରି କୌଣସି କଟକଣା ନାହିଁ। ସନ୍ଦିଗ୍ଧମାନେ ସବୁଦିନ ପରି ଖାଦ୍ୟ ଗ୍ରହଣ କରିପାରିବେ। କିନ୍ତୁ ମଧୁମେହ, କିଡ୍‌ନୀ ରୋଗୀ କିମ୍ବା ବୟସ୍କ ଲୋକମାନେ ଯଦି ହୋମ୍ କ୍ୱାରେଣ୍ଟାଇନରେ ଥା’ନ୍ତି, ତା’ହେଲେ ଖାଦ୍ୟପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos