ବିଦେଶ ବୁଲୁଛନ୍ତି ଡାକ୍ତର ଓ ଆଶ୍ରମରେ ଶିଖୁଛନ୍ତି ଚାପମୁକ୍ତ ରହିବାର କୌଶଳ, ପୁଳାପୁଳା ଟଙ୍କା ଖର୍ଚ୍ଚ କରୁଛି ସରକାର 

୨ଟି ବ୍ୟାଚ୍ ନିଜର ଏକ୍ସପୋଜର ଭିଜିଟ୍ ଶେଷ କରି ଫେରିଥିବାବେଳେ ଶେଷ ବ୍ୟାଚ୍ ଅକ୍ଟୋବର ୩ରୁ ୭ ତାରିଖ ପର୍ଯ୍ୟନ୍ତ ୫ ଦିନ ପାଇଁ ସିଙ୍ଗାପୁର ବୁଲିଯିବ ।

Lokaseva Bhawan PhotoOR

ଲୋକସେବା ଭବନ

Ordigital Desk
  • Published: Saturday, 30 September 2023
  • Updated: 30 September 2023, 09:58 PM IST

Sports

Latest News

ରାଜ୍ୟର ସରକାରୀ ଡାକ୍ତର ଓ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ବିଦେଶ ଗସ୍ତ ସହ ଦେଶ ଭିତରେ ଥିବା ବିଭିନ୍ନ ଆଶ୍ରମରେ ଡାକ୍ତରମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ ଏବେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କରୁଛି । ସରକାରୀ ଖର୍ଚ୍ଚରେ ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ଏକ୍ସପୋଜର ଭିଜିଟ୍ ନାଁରେ ସିଙ୍ଗାପୁର ଓ ଦୁବାଇ ପଠାଇବା ସହ ଡାକ୍ତରମାନଙ୍କୁ ଦକ୍ଷତା ବିକାଶ ଓ ଚାପମୁକ୍ତ ପରିଚାଳନା ନିମନ୍ତେ ଦେଶର ବିଭିନ୍ନ ଭାଗ ଯଥା ରାଜସ୍ଥାନ, କେରଳ, ତାମିଲନାଡୁ ଆଦି ସ୍ଥାନରେ ଥିବା ଆଶ୍ରମକୁ ମଧ୍ୟ ପଠାଉଥିବା ଜଣାପଡ଼ିଛି । ଏବାବଦରେ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଥିବାବେଳେ ବିଦେଶ ଗସ୍ତ ନିମନ୍ତେ ଡାକ୍ତରମାନଙ୍କ ଚୟନ କେଉଁ ଆଧାରରେ ହେଉଛି ତଥା ମୋଟା ଅଙ୍କର ଦରମା ଓ ଭତ୍ତାରେ ରାଜ୍ୟ ସରକାରରେ ଚାକିରି କରିଥିବା ଏହି ଡାକ୍ତରମାନଙ୍କ ନିମନ୍ତେ କାହିଁକି ରାଜକୋଷରୁ ପୁଳାପୁଳା ଟଙ୍କା ଖର୍ଚ୍ଚ ହେଉଛି ତାକୁ ନେଇ ସାଧାରଣରେ ଚର୍ଚ୍ଚା ।

ମିଳିଥିବା ସୂଚନା ଅନୁସାରେ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୩ଟି ବ୍ୟାଚରେ ୩୦ଜଣ ଲେଖାଏଁ ଡାକ୍ତର ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସିଙ୍ଗାପୁରକୁ ୫ଦିନିଆ ଏକ୍ସପୋଜର ଭିଜିଟରେ ପଠାଇବାର ବ୍ୟବସ୍ଥା ହୋଇଛି । ଇତିମଧ୍ୟରେ ୨ଟି ବ୍ୟାଚ୍ ନିଜର ଏକ୍ସପୋଜର ଭିଜିଟ୍ ଶେଷ କରି ଫେରିଥିବାବେଳେ ଶେଷ ବ୍ୟାଚ୍ ଅକ୍ଟୋବର ୩ରୁ ୭ ତାରିଖ ପର୍ଯ୍ୟନ୍ତ ୫ଦିନ ପାଇଁ ସିଙ୍ଗାପୁର ବୁଲିଯିବ । ଏହି ୩୦ଜଣିଆ ଡାକ୍ତରଙ୍କ ଭିତରେ କଟକ ଓ ଭୁବନେଶ୍ୱରରେ କାର୍ଯ୍ୟ କରୁଥିବା ଡାକ୍ତରଙ୍କୁ ମଧ୍ୟ ସାମିଲ କରାଯାଉଛି । କେବଳ ସିଙ୍ଗାପୁର ନୁହେଁ ଅକ୍ଟୋବର ୩୦ରୁ ନଭେମ୍ବର ୩ତାରିଖ ପର୍ଯ୍ୟନ୍ତ ୨୦ଜଣିଆ ଡାକ୍ତର,ପାରାମେଡିକାଲ କର୍ମଚାରୀ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କ ପ୍ରଥମ ବ୍ୟାଚ୍ ଦୁବାଇକୁ ଏକ୍ସପୋଜର ଭିଜିଟରେ ଯିବେ । ଆଉ ଏଥିପାଇଁ ବିମାନ ଟିକେଟ ଖର୍ଚ୍ଚଠୁ ଆରମ୍ଭ କରି ସେମାନଙ୍କର ହୋଟେଲ ରହିବା, ଖାଇବା ଓ ବୁଲାବୁଲି କରିବାର ସମସ୍ତ ଖର୍ଚ୍ଚ ସ୍ୱାସ୍ଥ୍ୟ ବିଭାଗ ବହନ କରିବ ବୋଲି ସୂଚନା ମିଳିଛି ।

ସେହିପରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତରମାନଙ୍କ ଦକ୍ଷତା ବିକାଶ ଓ ଚାପ ପରିଚାଳନା ପାଇଁ ଦେଶର ବିଭିନ୍ନ ଆଶ୍ରମରେ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଉଛି । ସେପ୍ଟେମ୍ବର ୧୪ରୁ ୧୭ତାରିଖ ପର୍ଯ୍ୟନ୍ତ ତାମିଲନାଡୁର କୋଏମ୍ବାଟୁରସ୍ଥିତ ସଦଗୁରୁଙ୍କ ଇସା ଯୋଗ କେନ୍ଦ୍ରରେ ୪ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା । ସେହିପରି ଶ୍ରୀଶ୍ରୀ ରବିଶଙ୍କରଙ୍କ କେରଳର କାଡଲିସ୍ଥିତ ଆର୍ଟ ଅଫ ଲିଭିଂ ଯୋଗ କେନ୍ଦ୍ର ଏବଂ ରାଜସ୍ଥାନର ମାଉଣ୍ଟଆବୁସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଆଶ୍ରମକୁ ମଧ୍ୟ ୨୫ରୁ ୩୦ଜଣିଆ ଡାକ୍ତର ଓ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ଟିମକୁ ପଠାଯାଇଛି । ଏହି ୪ଦିନିଆ ପ୍ରଶିକ୍ଷଣ ଶିବିରରେ ଡାକ୍ତର ଓ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ଦକ୍ଷତା ବିକାଶ ଓ ଷ୍ଟ୍ରେସ୍ ମ୍ୟାନେଜମେଂଟ(ଚାପ ପରିଚାଳନା)ର କୌଶଳ ଶିଖୁଥିବା ଜଣାପଡ଼ିଛି । ଆଉ ଏସବୁ କାର୍ଯ୍ୟକ୍ରମରେ ସାମିଲ ହେଉଥିବା ଡାକ୍ତର ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପାଇଁ ସମସ୍ତ ଖର୍ଚ୍ଚ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବହନ କରାଯାଉଛି । ତେବେ ରାଜ୍ୟରେ ଏବେ ୯୩୨୦ଜଣ ସରକାରୀ ଡାକ୍ତର କାର୍ଯ୍ୟ କରୁଥିବାବେଳେ ଏହି ବିଦେଶ ଓ ଆଶ୍ରମ ବୁଲା କାର୍ଯ୍ୟକ୍ରମରେ ସାମିଲ ହେଉଥିବା ଡାକ୍ତରମାନଙ୍କ ଚୟନ କିଭଳି ହେଉଛି ତାହା ଜଣାପଡ଼ିନି ।

Also Read

ସ୍ୱାସ୍ଥ୍ୟ ବିଭାଗରେ ହେଉଥିବା ଚର୍ଚ୍ଚା ଅନୁସାରେ, ତେଲିଆ ମୁଣ୍ଡରେ ତେଲ ଭଳି ଡାକ୍ତରମାନଙ୍କ ବଦଳରେ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟ କରୁଥିବା ଏଏନଏମ୍ , ଆଶା ଦିଦ,ନର୍ସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ବିଭାଗ ଏପରି ବିଦେଶରେ ଏକ୍ସପୋଜର ଭିଜିଟ୍ ଓ ଦେଶର ବିଭିନ୍ନ ଆଶ୍ରମରେ ପ୍ରଶିକ୍ଷଣ ଶିବିର କାହିଁକି ଆୟୋଜନ କରୁନି । ପ୍ରତ୍ୟେକ ଡାକ୍ତରଙ୍କ ପାଠପଢ଼ାଠୁ ଆରମ୍ଭରୁ ରାଜକୋଷରୁ ଅର୍ଥ ଖର୍ଚ୍ଚ ହେଉଛି । ଏପରିକି ସରକାରୀ ଚାକିରିରେ ଡାକ୍ତରମାନେ ଆରମ୍ଭରୁ ମୋଟା ଅଙ୍କର ଦରମା ସହ ବିଭିନ୍ନ ପ୍ରକାରର ପ୍ରୋତ୍ସାହନ ରାଶି, ଭତ୍ତା ସହ ଅନ୍ୟାନ୍ୟ ସୁବିଧା ପାଉଛନ୍ତି । ସେମାନେ ନିଜ ଖର୍ଚ୍ଚରେ ବି ବିଦେଶ ବୁଲିପାରିବେ ।

ଯଦି ବାସ୍ତବରେ ରାଜ୍ୟରେ କାର୍ଯ୍ୟରତ ଡାକ୍ତରମାନେ ଏତେ ମାନସିକ ଚାପଗ୍ରସ୍ତ ଅଛନ୍ତି ଓ ସେମାନଙ୍କୁ ଏକ୍ସପୋଜର ଭିଜିଟ୍ ଓ ଚାପମୁକ୍ତ ହେବାର ପ୍ରଶିକ୍ଷଣ ଆବଶ୍ୟକ ପଡ଼ୁଛି ତା’ହେଲେ ଦିନରାତି ଲୋକଙ୍କୁ ସେବା ଦେଉଥିବା ପୁଲିସ ସମେତ ଅନ୍ୟାନ୍ୟ ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀମାନଙ୍କ ପାଇଁ ସେମାନଙ୍କ ବିଭାଗଗୁଡ଼ିକ ଅନୁରୂପ ଏକ୍ସପୋଜର ଭିଜିଟ୍ ଓ ଆଶ୍ରମରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କାହିଁକି ଆୟୋଜନ କରୁନାହାନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଡାକ୍ତରମାନଙ୍କ ବିଦେଶବୁଲା ଓ ଦେଶ ଭିତରେ ଚାପମୁକ୍ତ କୌଶଳ ଶିଖା ପାଇଁ ଯେଉଁସବୁ କାର୍ଯ୍ୟକ୍ରମ ହେଉଛି ସେଥିନିମନ୍ତେ ସ୍ୱାସ୍ଥ୍ୟ ବିଭାଗ କେଉଁ ସୂତ୍ରରୁ ଅର୍ଥ ଖର୍ଚ୍ଚ କରୁଛି ତାକୁ ନେଇ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story