ଭୟଙ୍କର: ୨୪ ଘଣ୍ଟାରେ ନାବାଳିକାକୁ ୩ ଥର ଦୁଷ୍କର୍ମ କଲେ ୯ ଜଣ

ଭୋପାଲ: ପୁଣିଥରେ ଗୋଟିଏ ଲୋମହର୍ଷଣକାରୀ ଘଟଣା ସାରା ଦେଶକୁ ସ୍ତବ୍ଧ କରି ଦେଇଛି। ଜଣେ ୧୩ ବର୍ଷୀୟ ଝିଅଙ୍କୁ ୯ ଜଣ ଲୋକ ୨୪ ଘଣ୍ଟା ମଧ୍ୟରେ ୩ ଥର ଗଣଦୁଷ୍କର୍ମ କରିବା ଭଳି ଜଘନ୍ୟକାଣ୍ତ ଘଟାଇଛନ୍ତି। ମଧ୍ୟପ୍ରଦେଶର ଉମାରିଆ ଜିଲ୍ଲାର ଜାତୀୟ ରାଜପଥରେ ଯାଉଥିବା ଟ୍ରକ୍‌ର ଡ୍ରାଇଭର ଓ ସେମାନଙ୍କ ସହଯୋଗୀମାନେ ଜଣଙ୍କ ପରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଛନ୍ତି। ଜାନୁଆରୀ ୧୧-୧୨ ତାରିଖ ରାତିରେ ନାବାଳିକାଙ୍କ ସହ ଘଟିଥିବା ଏହି ଘଟଣା ପରେ ସେ […]

ft

ft

Hemant Lenka
  • Published: Sunday, 17 January 2021
  • Updated: 17 January 2021, 05:06 PM IST

Sports

Latest News

ଭୋପାଲ: ପୁଣିଥରେ ଗୋଟିଏ ଲୋମହର୍ଷଣକାରୀ ଘଟଣା ସାରା ଦେଶକୁ ସ୍ତବ୍ଧ କରି ଦେଇଛି। ଜଣେ ୧୩ ବର୍ଷୀୟ ଝିଅଙ୍କୁ ୯ ଜଣ ଲୋକ ୨୪ ଘଣ୍ଟା ମଧ୍ୟରେ ୩ ଥର ଗଣଦୁଷ୍କର୍ମ କରିବା ଭଳି ଜଘନ୍ୟକାଣ୍ତ ଘଟାଇଛନ୍ତି। ମଧ୍ୟପ୍ରଦେଶର ଉମାରିଆ ଜିଲ୍ଲାର ଜାତୀୟ ରାଜପଥରେ ଯାଉଥିବା ଟ୍ରକ୍‌ର ଡ୍ରାଇଭର ଓ ସେମାନଙ୍କ ସହଯୋଗୀମାନେ ଜଣଙ୍କ ପରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଛନ୍ତି।

ଜାନୁଆରୀ ୧୧-୧୨ ତାରିଖ ରାତିରେ ନାବାଳିକାଙ୍କ ସହ ଘଟିଥିବା ଏହି ଘଟଣା ପରେ ସେ ପୂରା ସ୍ତବ୍ଧ ହୋଇଯାଇଛନ୍ତି। ଏବେ ସେ ଘଟଣା ସମ୍ପର୍କରେ ମୁହଁ ଖୋଲିବାକୁ ମଧ୍ୟ ଅକ୍ଷମ ଅଛନ୍ତି। ପୁଲିସ୍‌ର ସୂଚନା ଅନୁଯାୟୀ, ୯ମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଜଣଙ୍କୁ ଜାନୁଆରୀ ୧୧ ମଧ୍ୟାହ୍ନରେ ଜଣେ ଟ୍ରକ୍‌ ଡ୍ରାଇଭର ରମେଶ(ଛଦ୍ମନାମ) ଓ ତାଙ୍କ ସହଯୋଗୀ କୁଲୁ(ଛନ୍ଦ୍ମନାମ) ଅପହରଣ କରି ନିକଟସ୍ଥ ଜଙ୍ଗଲକୁ ନେଇ ଯାଇଥିଲେ।

ସେଠାରେ ସେମାନେ ତାଙ୍କୁ ଗଣଦୁଷ୍କର୍ମ କରିବା ପରେ ଟ୍ରକ୍‌ ମଧ୍ୟରେ ପଣବନ୍ଦୀ କରି ରଖିଥିଲେ। ଏହି ଟ୍ରକ୍‌ରେ ସେମାନେ ତାଙ୍କୁ ଗୋଟିଏ ଢାବାକୁ ନେଇଥିଲେ। ସେଠାରେ ଢାବା ମାଲିକ, ଅନ୍ୟ ୪ ଜଣ ଟ୍ରକ୍‌ ଡ୍ରାଇଭରଙ୍କ ସହ ମିଶି ରମେଶ ଓ କୁଲୁ ନାବାଳିକାଙ୍କୁ ପୁଣି ଗଣଦୁଷ୍କର୍ମ କରିଥିଲେ। ସେମାନେ ରାତି ତମାମ ତାଙ୍କୁ ପଣବନ୍ଦୀ କରି ଏଭଳି କାଣ୍ତ ଭିଆଇ ଚାଲିଥିଲେ। ଶେଷରେ ସ୍ଥିତି ଏପରି ହୋଇଥିଲା ଯେ ନିର୍ଯାତନା ସହି ନ ପାରି ନାବାଳିକା ଜଣଙ୍କ ଅଚେତ ହୋଇଯାଇଥିଲେ।

ଜାନୁଆରୀ ୧୨ ତାରିଖ ସକାଳେ ରମେଶ ଓ କୁଲୁ ନାବାଳିକାଙ୍କୁ ଆଉ ଗୋଟିଏ ଟ୍ରକ୍‌ରେ ଭର୍ତ୍ତି କରିଥିଲେ। ଏହି ଟ୍ରକ୍‌ର ଜଣେ ଡ୍ରାଇଭରଙ୍କ ସହ ଉଭୟ ପୁଣିଥରେ ତାଙ୍କୁ ଗଣ ଦୁଷ୍କର୍ମ କରିଥିଲେ। ଶେଷରେ ତାଙ୍କୁ ରାସ୍ତା କଡ଼ରେ ଫୋପାଡ଼ି ଚାଲି ଯାଇଥିଲେ। ରାସ୍ତାରେ ପଡ଼ିଥିବା ନାବାଳିକାଙ୍କ ଉପରେ ସେହି ବାଟ ଦେଇ ଯାଉଥିବା ଗୋଟିଏ ଟ୍ରକ୍‌ର ଡ୍ରାଇଭଙ୍କ ନଜର ପଡ଼ିଥିଲା। ସେ ତାଙ୍କୁ ସହଯୋଗ କରିବା ଆଳରେ ଟ୍ରକ୍‌କୁ ଆଣିଥିଲେ। ହେଲେ ସେ ମଧ୍ୟ ଅନ୍ୟମାନଙ୍କ ଭଳି ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ କରିବା ପରେ ସେ ରାସ୍ତା କଡ଼ରେ ତାଙ୍କୁ ଫିଙ୍ଗି ଫେରାର ହୋଇଯାଇଥିଲେ।

ଏପରି ଭାବେ ମୋଟ ୯ ଜଣ ଲୋକ ନାବାଳିକାଙ୍କୁ ୨୪ ଘଣ୍ଟା ମଧ୍ୟରେ ଗଣଦୁଷ୍କର୍ମ କରିଥିଲେ। ଏହି ୯ ଜଣଙ୍କ ମଧ୍ୟରୁ ୪ ଜଣ ଜାନୁଆରୀ ୪ରେ ମଧ୍ୟ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ। ହେଲେ ସେ ଭୟରେ ଏକଥା କାହାକୁ କହି ନଥିଲେ।

ପୁଲିସ୍ ଏହି ଘଟଣାରେ ୯ ଜଣଙ୍କ ମଧ୍ୟରୁ ୭ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଜଣେ ଢାବା ମାଲିକ ମଧ୍ୟ ରହିଛନ୍ତି। ଏବେ ଅନ୍ୟ ଦୁଇ ଫେରାର ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story