ଲଗାଣ ବର୍ଷା ଯୋଗୁ ସ୍ଥିତି ବେହାଲ: ଭୂସ୍ଖଳନ ଯୋଗୁ ଗଲାଣି ୧୫ ଜୀବନ

ଥିରୁଭନନ୍ତପୁରମ: ମହାରାଷ୍ଟ୍ର ଭଳି କେରଳରେ ବି ଲଗାଣ ବର୍ଷା ଯୋଗୁ ଜଳ ପ୍ରଳୟ ସୃଷ୍ଟି ହୋଇଛି। ଅବିଶ୍ରାନ୍ତ ବର୍ଷା କେରଳର ଅଧିକାଂଶ ସ୍ଥାନରେ ବନ୍ୟା ସ୍ଥିତି ସୃଷ୍ଟି କରିଥିବା ବେଳେ ଭୂସ୍ଖଳ ଲୋକଙ୍କ ଜୀବନ ନେବା ଆରମ୍ଭ କରିଛି। ଆସନ୍ତା ୪୮ ଘଣ୍ଟା ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଲଗାଣ ବର୍ଷାର ଆଶଙ୍କା ଥିବାରୁ ପଥନମଥିତା, କୋଟ୍ଟାୟମ, […]

r

r

Hemant Lenka
  • Published: Friday, 07 August 2020
  • Updated: 07 August 2020, 08:04 PM IST

Sports

Latest News

ଥିରୁଭନନ୍ତପୁରମ: ମହାରାଷ୍ଟ୍ର ଭଳି କେରଳରେ ବି ଲଗାଣ ବର୍ଷା ଯୋଗୁ ଜଳ ପ୍ରଳୟ ସୃଷ୍ଟି ହୋଇଛି। ଅବିଶ୍ରାନ୍ତ ବର୍ଷା କେରଳର ଅଧିକାଂଶ ସ୍ଥାନରେ ବନ୍ୟା ସ୍ଥିତି ସୃଷ୍ଟି କରିଥିବା ବେଳେ ଭୂସ୍ଖଳ ଲୋକଙ୍କ ଜୀବନ ନେବା ଆରମ୍ଭ କରିଛି। ଆସନ୍ତା ୪୮ ଘଣ୍ଟା ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଲଗାଣ ବର୍ଷାର ଆଶଙ୍କା ଥିବାରୁ ପଥନମଥିତା, କୋଟ୍ଟାୟମ, ଇଡୁକ୍କି ଓ ୱେୟନାଡ୍ ଜିଲ୍ଲାରେ ରେଡ୍ ଆଲର୍ଟ ଜାରି ହୋଇଛି।

ପ୍ରବଳ ବର୍ଷା ଯୋଗୁ ଇଡୁକ୍କି ଓ ୱେୟନାଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଭୂସ୍ଖଳନ ଘଟିଛି। ଇଡୁକ୍କିର ମୁନ୍ନାର ନିକଟବର୍ତ୍ତୀ ରାଜମାଲାରେ ହୋଇଥିବା ଭୂସ୍ଖଳନରେ ଏଯାଏ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣଙ୍କୁ ସୁଚକ୍ଷତି ଭାବେ ଉଦ୍ଧାର କରାଯାଇଛି। ଏବେ କିଛି ଲୋକ ମାଟି ଗଦା ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଚା ବଗିଚାରେ କାମ କରୁଥିବା ଲୋକମାନେ ଏହି ଅଞ୍ଚଳରେ ରହୁଥିଲେ। ଭୂସ୍ଖଳନ ଯୋଗୁ ସେମାନେ ମାଟି ଗଦା ତଳେ ଫସି ଯାଇଥିବା କୁହାଯାଉଛି।

ଲଗାଣ ବର୍ଷା ଓ ଭୂସ୍ଖଳ ଯୋଗୁ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ଓ ସହାୟତା କରିବା ପାଇଁ ପୁଲିସ, ଅଗ୍ନିଶମ କର୍ମଚାରୀ, ଜଙ୍ଗଲ ବିଭାଗ ଅଧିକାରୀ ଓ ରାଜସ୍ୱ ବିଭାଗ କର୍ମଚାରୀଙ୍କ ସହିତ ଏନଡିଆରଏଫ ଟିମ ମଧ୍ୟ ମୁତୟନ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ସେହିପରି ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos