ଚାଲୁଚାଲୁ ରେଳ ଧାରଣାରେ ଶୋଇପଡ଼ିଲେ, ଚାଲିଗଲା ୧୫ ଶ୍ରମିକଙ୍କ ଜୀବନ

ମୁମ୍ବାଇ: କରୋନା ପାଇଁ ଲକଡାଉନ ଚାଲିଛି। ତେଣୁ ରେଳ ଧାରଣାରେ ଟ୍ରେନ ଆସିବନି। ଚାଲିଚାଲି ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶ ଯାଉଥିବା ୨୦ ଜଣ ଶ୍ରମିକ ଏକଥା ଭାବି ରେଳ ଧାରଣା ଉପରେ ହିଁ ଶୋଇପଡ଼ିଥଲେ। ସେମାନେ ଶୋଇଥିବା ବେଳେ ହଠାତ୍‌ ଭୋର ୫.୧୫ରେ ଏକ ମାଲବାହୀ ଟ୍ରେନ ସେହି ଧାରଣାରେ ଅତିକ୍ରମ କରିଥିଲା। ଶ୍ରମିକମାନେ ରେଳ ଧାରଣାରେ ଶୋଇଥିବା ଦେଖି ଡ୍ରାଇଭର ଜଣଙ୍କ ମାଲଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ଏହା ସମ୍ଭବ ହୋଇ ପାରି ନଥିଲା। ଶେଷରେ […]

vv

vv

Hemant Lenka
  • Published: Friday, 08 May 2020
  • Updated: 08 May 2020, 12:08 PM IST

Sports

Latest News

ମୁମ୍ବାଇ: କରୋନା ପାଇଁ ଲକଡାଉନ ଚାଲିଛି। ତେଣୁ ରେଳ ଧାରଣାରେ ଟ୍ରେନ ଆସିବନି। ଚାଲିଚାଲି ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶ ଯାଉଥିବା ୨୦ ଜଣ ଶ୍ରମିକ ଏକଥା ଭାବି ରେଳ ଧାରଣା ଉପରେ ହିଁ ଶୋଇପଡ଼ିଥଲେ। ସେମାନେ ଶୋଇଥିବା ବେଳେ ହଠାତ୍‌ ଭୋର ୫.୧୫ରେ ଏକ ମାଲବାହୀ ଟ୍ରେନ ସେହି ଧାରଣାରେ ଅତିକ୍ରମ କରିଥିଲା।

ଶ୍ରମିକମାନେ ରେଳ ଧାରଣାରେ ଶୋଇଥିବା ଦେଖି ଡ୍ରାଇଭର ଜଣଙ୍କ ମାଲଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ଏହା ସମ୍ଭବ ହୋଇ ପାରି ନଥିଲା। ଶେଷରେ ଟ୍ରେନ ଚକ ତଳେ ଚାପି ହୋଇ ୨୦ ଜଣ ଶ୍ରମିକଙ୍କ ମଧ୍ୟରୁ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ୪ ଜଣ ଘଟଣା ପରେ ପୂରା ସ୍ତବ୍ଧ ହୋଇଯାଇଛନ୍ତି। ଏମାନଙ୍କୁ କାଉନସିଲିଂ କରାଯାଉଛି।

ମହାରାଷ୍ଟ୍ରର ଔରଙ୍ଗାବାଦର ବନ୍ଦନପୁର ଓ କର୍ମଦା ଷ୍ଟେସନ ମଧ୍ୟରେ ଥିବା ରେଳ ଧାରଣାରେ ଏହି ଦୁଃଖଦ ଘଟଣା ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଶ୍ରମିକମାନଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ସେ ଘଟଣା ସମ୍ପର୍କରେ ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କ ସହ କଥା ହେବା ସହ ସ୍ଥିତି ଉପରେ ନଜର ରଖିଛନ୍ତି। ଏଥିସହ ଆହତ ହୋଇ ଔରଙ୍ଗାବାଦ ସିଭିଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଶ୍ରମିକଙ୍କ ଆଶୁ ଅରୋଗ୍ୟ କାମନା କରିଛନ୍ତି। ରେଳ ମନ୍ତ୍ରଣାଳୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି।

ପୁଲିସର ସୂଚନା ଅନୁଯାୟୀ, ୨୦ ଜଣ ଶ୍ରମିକ ମହାରାଷ୍ଟ୍ରର ଜଲାନ ଠାରୁ ଭୁସାଭଲ ଯାଏ ଦୀର୍ଘ ୧୫୭ କିମି ରାସ୍ତା ଚାଲିବା ପରେ ରେଳ ଧାରଣାରେ ବିଶ୍ରାମ ନେଇଥିଲେ। ଶ୍ରମିକମାନେ ଦୀର୍ଘ ସମୟ ଧରି ଚାଲୁଥିବାରୁ କ୍ଲାନ୍ତ ହୋଇଯାଇଥିଲେ। ସେମାନେ ଭାବିଥିଲେ ଯେ ଲକଡାଉନ ଯୋଗୁ ରେଳ ଧାରଣାରେ ଟ୍ରେନ ଆସିବାର ସମ୍ଭାବନା ନାହିଁ।

ତେଣୁ ସେମାନେ ରେଳ ଧାରଣା ଉପରେ ଗାମୁଛା ପକାଇ ବିଶ୍ରାମ ନେଉ ନେଉ ନିଘୋଡ଼ ନିଦରେ ଶୋଇପଡ଼ିଥିଲେ। ହେଲେ ଭୋର ୫.୧୫ରେ ଏକ ମାଲବାହୀ ଟ୍ରେନ ସବୁ କିଛି ଓଲଟପାଲଟ କରିଦେଇଥିଲା।

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ମୃତାହତଙ୍କୁ ହସ୍ପିଟାଲ ନେଇଥିଲେ। ଦୁର୍ଘଟଣା ପରେ ରେଳ ଧାରଣରା ଦୃଶ୍ୟ ଅତ୍ୟନ୍ତ ହୃଦୟବିଦାରକ ରହିଥିଲା। ଶ୍ରମିକଙ୍କ ରକ୍ତରେ ରେଳ ଧାରଣା ନାଲି ହୋଇଯାଇଥିବା ବେଳେ ଚପଲ ଓ ଆସବାବପତ୍ର ଏଣେତେଣେ ପଡ଼ିଥିଲା।

ଶ୍ରମିକମାନେ ନିଜ ସାଙ୍ଗରେ ଆଣିଥିବା ରୁଟି ମଧ୍ୟ ଚାରିଆଡ଼େ ବିଛୁରି ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ଏହି ୨୦ ଜଣ ଶ୍ରମିକଙ୍କ ମଧ୍ୟରେ କୌଣସି ଛୋଟ ପିଲା ନଥିଲେ।

ଏହି ଘଟଣାରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଇ ଘଟଣା ପରେ ବଡ଼ ଘୋଷଣା କରିଛନ୍ତି। ତାଙ୍କ ରାଜ୍ୟକୁ ଫେରିବାକୁ ଥିବା ଶ୍ରମିକମାନେ ଏଣିକି ଆଉ ଚାଲିଚାଲି ଆସି ପାରିବେ ନାହିଁ ବୋଲି ସେ କହିଛନ୍ତି।

ପ୍ରବାସୀ ଶ୍ରମିକଙ୍କ ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଉଛନ୍ତି। ତଥାପି କିଛି ଶ୍ରମିକ ଚାଲିଚାଲି ଶହଶହ କିମି ରାସ୍ତା ଅତିକ୍ରମ କରି ନିଜ ରାଜ୍ୟ ତଥା ଘରକୁ ଯାଉଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story