ରାଜଧାନୀରେ ବନ୍ଦ ହେବ ମାର୍କେଟ, କେନ୍ଦ୍ରର ମତାମତ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ସ୍ଥିତି ଏପରି ହୋଇଛି ଯେ ଦିଲ୍ଲୀର ପଜିଟିଭ ହାର ୧୨% ଛୁଇଁଛି। ପୂରା ଦେଶର ପଜିଟିଭ ହାର ୩.୫% ଥିବା ବେଳେ ଦିଲ୍ଲୀ ସ୍ଥିତି ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଦିଲ୍ଲୀରେ ଥିବା ମାର୍କେଟ ଗୁଡ଼ିକ କରୋନା ହଟସ୍ପଟ ପାଲଟିବାରେ ଲାଗିଛି। ଏହି କାରଣରୁ ଏଗୁଡ଼ିକୁ କିଛିଦିନ ବନ୍ଦ ରଖିବା ସପକ୍ଷରେ ମତଦେଇଛନ୍ତି ମୁଖ୍ୟମନ୍ତ୍ରୀ […]

u

u

Hemant Lenka
  • Published: Tuesday, 17 November 2020
  • Updated: 17 November 2020, 04:44 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ସ୍ଥିତି ଏପରି ହୋଇଛି ଯେ ଦିଲ୍ଲୀର ପଜିଟିଭ ହାର ୧୨% ଛୁଇଁଛି। ପୂରା ଦେଶର ପଜିଟିଭ ହାର ୩.୫% ଥିବା ବେଳେ ଦିଲ୍ଲୀ ସ୍ଥିତି ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଦିଲ୍ଲୀରେ ଥିବା ମାର୍କେଟ ଗୁଡ଼ିକ କରୋନା ହଟସ୍ପଟ ପାଲଟିବାରେ ଲାଗିଛି। ଏହି କାରଣରୁ ଏଗୁଡ଼ିକୁ କିଛିଦିନ ବନ୍ଦ ରଖିବା ସପକ୍ଷରେ ମତଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏଥିସହ ମାର୍କେଟ ବନ୍ଦ କରିବା ପାଇଁ ସେ କେନ୍ଦ୍ର ସରକାରଙ୍କ ଅନୁମତି ମଧ୍ୟ ଲୋଡ଼ିଛନ୍ତି। ସେହିପରି ବାହାଘର କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବା ଲୋକଙ୍କ ସଂଖ୍ୟା ପୁଣିଥରେ ୫୦କୁ ହ୍ରାସ କରିବାକୁ ମଧ୍ୟ ଦିଲ୍ଲୀ ସରକାର ଚିନ୍ତା କରୁଛନ୍ତି।

ଅନଲାଇନରେ ସାମ୍ବାଦିକ ସମ୍ମିଳନୀ କରି କେଜ୍ରିୱାଲ କହିଛନ୍ତି, ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଦିନଠାରୁ ଆମେ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଥିଲୁ। ଏଥିସହ ଦରକାର ପଡ଼ିଲେ ଦିଲ୍ଲୀର ମାର୍କେଟଗୁଡ଼ିକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର ବନ୍ଦ କରିପାରିବେ ବୋଲି ସାଧାରଣ ସହମତି ଦେବାକୁ ଚିଠି ଲେଖିଥିଲୁ। କାରଣ ମାର୍କେଟଗୁଡ଼ିକରେ କେହି ବି କରୋନା କଟକଣାକୁ ପାଳନ କରୁନାହାନ୍ତି।

ଏପରି କି ମାର୍କେଟ ଗୁଡ଼ିକ ସ୍ଥାନୀୟ କୋଭିଡ-୧୯ ହଟସ୍ପଟ ପାଲଟି ଗଲାଣି। ମୋର ଆଶା ଲୋକମାନେ ମାର୍କେଟରେ ଭିଡ଼ କରିବେ ନାହିଁ। ଯଦି ସେମାନେ ଭିଡ଼ ନ କରିବେ, ତା’ହେଲେ ମାର୍କେଟକୁ ବନ୍ଦ କରିବାକୁ ପଡ଼ିବନି। କେନ୍ଦ୍ରର ଗାଇଡଲାଇନକୁ ଆଧାର କରି ଦିଲ୍ଲୀରେ ବାହାଘର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ୨୦୦ ଜଣଙ୍କୁ ଅନୁମତି ମିଳିଛି।

କିନ୍ତୁ ଏବେ ଆମେ ପୁଣି ଲୋକଙ୍କ ସଂଖ୍ୟା ୫୦କୁ ଫେରାଇ ନେବାକୁ ଚାହୁଁଛୁ। ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବ ଉପରାଜ୍ୟପାଳଙ୍କୁ ଦିଆଯାଇଛି। ମୋ ଆଶା ସେ ଖୁବଶୀଘ୍ର ଏଥିପାଇଁ ଅନୁମତି ଦେବେ ବୋଲି କେଜ୍ରିୱାଲ କହିଛନ୍ତି। କେନ୍ଦ୍ର ସରକାର ଏହି କଠିନ ପରିସ୍ଥିତିରେ ଦିଲ୍ଲୀ ସରକାରଙ୍କ ସହ ମିଶି କାମ କରୁଛନ୍ତି। ଏଥିପାଇଁ କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି। ଏଥିସହ ସେ ଲୋକଙ୍କୁ ହାତଯୋଡ଼ି ସତର୍କ ରହିବାକୁ ମଧ୍ୟ ନିବେଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story