ଆଜବେଷ୍ଟସ ଛାତ ପାଇଁ ବିହାରରେ ଛୋଟ ଛୁଆଙ୍କର ମୃତ୍ୟୁ ଘଟିଛି: ରିପୋର୍ଟ

ପାଟନା: ବିହାରର ମୁଜାଫରନଗରରୁ ବ୍ୟାପିଥିବା ଆକ୍ୟୁଟ ଏନସେଫାଲାଇଟିସ ସିଣ୍ଡ୍ରୋମ୍ (ଏଇଏସ) ରୋଗରେ ଶତାଧିକ ମୃତ୍ୟୁ ପଛର କାରଣ ହେଉଛି ଘରର ଆଜେବଷ୍ଟସ ଛାତ। ଏକ ଡାକ୍ତରୀ ବିଶେଷଜ୍ଞ ଟିମ୍ ମୃତ ଶିଶୁଙ୍କ ଘର ପରିଦର୍ଶନ କରି ଏଭଳି ଏକ ଅନୌପଚାରିକ ରିପୋର୍ଟ ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ରିପୋର୍ଟରେ କୁହାଯାଇଛି ପ୍ରଭାବିତ ଅଞ୍ଚଳରେ ଦିନ ବେଳା ଅତ୍ୟଧିକ ଗରମ ରହୁଥିଲା, କିନ୍ତୁ ଆଜବେଷ୍ଟସ ଛାତ ଥିବା ଘରେ ରାତିରେ ମଧ୍ୟ ତାପମାତ୍ରା କମୁନଥିବାରୁ ଏଭଳି ଘରେ ରହୁଥିବା ଲୋକେ […]

bihar aes

bihar aes

Subhransu Sekhar
  • Published: Saturday, 29 June 2019
  • Updated: 29 June 2019, 06:12 PM IST

Sports

Latest News

ପାଟନା: ବିହାରର ମୁଜାଫରନଗରରୁ ବ୍ୟାପିଥିବା ଆକ୍ୟୁଟ ଏନସେଫାଲାଇଟିସ ସିଣ୍ଡ୍ରୋମ୍ (ଏଇଏସ) ରୋଗରେ ଶତାଧିକ ମୃତ୍ୟୁ ପଛର କାରଣ ହେଉଛି ଘରର ଆଜେବଷ୍ଟସ ଛାତ। ଏକ ଡାକ୍ତରୀ ବିଶେଷଜ୍ଞ ଟିମ୍ ମୃତ ଶିଶୁଙ୍କ ଘର ପରିଦର୍ଶନ କରି ଏଭଳି ଏକ ଅନୌପଚାରିକ ରିପୋର୍ଟ ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

ରିପୋର୍ଟରେ କୁହାଯାଇଛି ପ୍ରଭାବିତ ଅଞ୍ଚଳରେ ଦିନ ବେଳା ଅତ୍ୟଧିକ ଗରମ ରହୁଥିଲା, କିନ୍ତୁ ଆଜବେଷ୍ଟସ ଛାତ ଥିବା ଘରେ ରାତିରେ ମଧ୍ୟ ତାପମାତ୍ରା କମୁନଥିବାରୁ ଏଭଳି ଘରେ ରହୁଥିବା ଲୋକେ ଏକ ପ୍ରକାର ଅଂଶୁଘାତର ଶିକାର ହୋଇଛନ୍ତି ବୋଲି ବିଶେଷଜ୍ଞ ଟିମ୍ ହୃଦବୋଧ କରିଛି। ବର୍ଷା ହେବା ପରେ ଏହି ରୋଗରେ ମୃତ୍ୟୁ ସଂଖ୍ୟା ହଠାତ କମିଯାଇ ଥିଲା। ଏବେ ଏହି ରୋଗରେ ଆଉ କେହି ଶିକାର ହୋଇନଥିବା ଜଣାପଡ଼ିଛି। ତେଣୁ ଅତ୍ୟଧିକ ତାପମାତ୍ରା ସହିତ ଘରର ଆଜବେଷ୍ଟସ ଛାତ (ଯାହା ଉତ୍ତାପକୁ ଧରି ରଖେ) ୧୫୦ ଜଣ ଛୋଟ ଛୁଆଙ୍କ ମୃତ୍ୟୁର କାରଣ ବୋଲି ଡାକ୍ତରୀ ବିଶେଷଜ୍ଞ ଟିମ୍ ଅନୁମାନ କରୁଛନ୍ତି।

ଡାକ୍ତରୀ ପ୍ରତିନିଧିଙ୍କ ରିପୋର୍ଟ ଅନୁଯାୟୀ, ଅତ୍ୟଧିକ ଗରମ ହେବା କାରଣରୁ ଛୋଟ ଛୁଆଙ୍କ ଶରୀରରେ ଥିବା ମାଇଟ୍ରୋକଣ୍ଡ୍ରିଆ ଅକାମୀ ହୋଇଯାଉଥିଲା। ଏଥିସହ ଅନେକଗୁଡିଏ ଅଙ୍ଗ ମଧ୍ୟ ଅକାମୀ ହୋଇ ଯାଉଥିଲା। ଏହାପରେ ସେମାନଙ୍କର ମୃତ୍ୟୁ ଘଟୁଥିଲା। ଗତବର୍ଷ ଜାପାନିଜ ଏନସେଫାଲାଇଟିସ୍ (ଜେଇ) ରୋଗରେ ଅନେକ ଛୋଟ ଛୁଆଙ୍କର ଜୀବନ ଯାଇଥିଲା। ଏହାପରେ ଟୀକା ବ୍ୟବସ୍ଥା କରାଯାଇଥିଲା। ହେଲେ ଏଇଏସ ରୋଗର ଶିକାର ହୋଇଥିବା କୌଣସି ଛୋଟ ଛୁଆ ଏହି ଜେଇ ପ୍ରତିଷେଧକ ଟୀକା ନେଇନଥିବା ଜଣାପଡ଼ିଛି। ଏମିତିକି ମାତ୍ରାଧିକ ଗରମ ପାଇଁ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ଓଆରଏସ ଆଦି ଏମାନଙ୍କ ପାଖରେ ପହଞ୍ଚି ପାରି ନ ଥିବା ବିଶେଷଜ୍ଞ ଟିମ୍ ଜାଣିବାକୁ ପାଇଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଏଇଏସ୍‌ ରୋଗର କାରଣ ହାଇପୋଗ୍ଲାଇସିମିଆ ବୋଲି କିଛି ଡାକ୍ତର କହୁଥିବାବେଳେ ଆଉ କିଛି ଖାଲି ପେଟରେ ଲିଚୁ ଖାଇବା ଯୋଗୁ ହେଉଛି ବୋଲି କହିଥିଲେ। ତେବେ ସରକାରୀ ଭାବରେ ଏହି ରୋଗର କାରଣ କ'ଣ, ତାହା ଏଯାଏ ପ୍ରକାଶ କରାଯାଇ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story