ଏଣିକି ବାହାଘର ପୂର୍ବରୁ ଧର୍ମ ଜଣାଇବା ବାଧ୍ୟତାମୂଳକ !

ଗୌହାଟୀ: ବାହାଘର ପୂର୍ବରୁ ଏଣିକି ଉଭୟ ବର ଓ କନ୍ୟା ନିଜର ଧର୍ମ ସମ୍ପର୍କରେ ଘୋଷଣା କରିବେ। ଏହି ଘୋଷଣା ବାଧ୍ୟତାମୂଳକ ହେବ। ଏଥିସହ ସେମାନେ କେଉଁ ସୂତ୍ରରୁ ଆୟ କରୁଛନ୍ତି, ସେ ବିଷୟରେ ବି ଅବଗତ କରାଇବେ। ଏଭଳି ଏକ ଆଇନ ଆସାମ ସରକାର ଖୁବଶୀଘ୍ର ଲାଗୁ କରିବେ ବୋଲି ରାଜ୍ୟର ଅର୍ଥ ମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି। ଆଜି ଗୌହାଟୀରେ ହିମନ୍ତ କହିଛନ୍ତି, ଆସାମ ସରକାର ନୂଆ ବିବାହ ଆଇନ ଲାଗୁ କରିବେ। ଏହା […]

df

df

Hemant Lenka
  • Published: Monday, 30 November 2020
  • Updated: 30 November 2020, 05:48 PM IST

Sports

Latest News

ଗୌହାଟୀ: ବାହାଘର ପୂର୍ବରୁ ଏଣିକି ଉଭୟ ବର ଓ କନ୍ୟା ନିଜର ଧର୍ମ ସମ୍ପର୍କରେ ଘୋଷଣା କରିବେ। ଏହି ଘୋଷଣା ବାଧ୍ୟତାମୂଳକ ହେବ। ଏଥିସହ ସେମାନେ କେଉଁ ସୂତ୍ରରୁ ଆୟ କରୁଛନ୍ତି, ସେ ବିଷୟରେ ବି ଅବଗତ କରାଇବେ। ଏଭଳି ଏକ ଆଇନ ଆସାମ ସରକାର ଖୁବଶୀଘ୍ର ଲାଗୁ କରିବେ ବୋଲି ରାଜ୍ୟର ଅର୍ଥ ମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି।

ଆଜି ଗୌହାଟୀରେ ହିମନ୍ତ କହିଛନ୍ତି, ଆସାମ ସରକାର ନୂଆ ବିବାହ ଆଇନ ଲାଗୁ କରିବେ। ଏହା ଉତ୍ତର ପ୍ରଦେଶ କିମ୍ବା ମଧ୍ୟପ୍ରଦେଶରେ ଲାଗୁ ହୋଇଥିବା ଆଇନ ସହ ସମାନ ହେବନାହିଁ। ଆସମ ସରକାରଙ୍କ ଆଇନ ମହିଳା ସଶକ୍ତୀକରଣ ଦିଗରେ ସହାୟକ ହେବ। ଏହା ଏକ ଲଭ ଜିହାଦର ପ୍ରସଙ୍ଗ ନୁହେଁ। ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସ୍ୱଚ୍ଛତା ନଥିଲେ, ଆପଣ କେବେ ହେଲେ ବିବାହ ଜୀବନ ଆରମ୍ଭ କରିପାରିବେ ନାହିଁ।

ତେଣୁ ଜଣଙ୍କ ଧର୍ମ କ’ଣ, ସେକଥା ବାହାଘର ପୂର୍ବରୁ ଘୋଷଣା କରାଯିବା ଉଚିତ। ସେହିପରି ମୁଁ କ’ଣ କାମ କରୁଛି, ମୋର ଆୟ କେତେ ଓ ମୋ ଆୟର ଉତ୍ସ ମଧ୍ୟ ସମସ୍ତେ ଜାଣିବା ଦରକାର। କେବଳ ନିଜର ଧର୍ମକୁ ସାର୍ବଜନୀନ କଲେ ହେବନାହିଁ, ଆପଣ ନିଜର ଆୟର ଉତ୍ସ ମଧ୍ୟ ସମସ୍ତଙ୍କୁ ଜଣାଇବା ଉଚିତ। ଆପଣଙ୍କ ଘରେ କେତେ ଲୋକ ଅଛନ୍ତି ସେକଥା ମଧ୍ୟ କୁହନ୍ତୁ।

ଅନେକ ସମୟରେ ଦେଖିବାକୁ ମିଳୁଛି ଯେ ଜଣେ ଝିଅ ନିଜ ଧର୍ମର ଲୋକଙ୍କୁ ବିବାହ କରୁଛନ୍ତି। ହେଲେ ସେ ଶାଶୂ ଘରକୁ ଯିବା ପରେ ତାଙ୍କ ସ୍ୱାମୀ ଖରାପ କାମରେ ନିୟୋଜିତ ଥିବା ଜାଣିବାକୁ ପାଉଛନ୍ତି। ନୂଆ ଆଇନ ଏହାକୁ ରୋକିବାରେ ସହାୟକ ହେବ।

ତେଣୁ ଆମେ ଏବେ ବିବାହ କାର୍ଯ୍ୟକୁ ଅଧିକ ସ୍ୱଚ୍ଛ କରିବା ପାଇଁ ନୂଆ ଆଇନ ଆଣିବାକୁ ଚାହୁଁଛୁ। ଯେଉଁଥିରେ ବର ଓ କନ୍ୟା ସେମାନଙ୍କ ଧର୍ମ ସମ୍ପର୍କରେ ଘୋଷଣା କରିବେ। ସେହିପରି ଆୟର ଉତ୍ସ ବା ବ୍ୟବସାୟ ବିଷୟରେ କହିବେ। ଆସାମ କୌଣସି ଧର୍ମ ବିରୋଧରେ ଏପରି ଆଇନ ଆଣିବାକୁ ଯାଉନାହିଁ, କେବଳ ସ୍ୱଚ୍ଛତା ପାଇଁ ଏପରି କରିବାକୁ ନିଷ୍ପତ୍ତି ନେଇଛି।

ଆମେ ଏନେଇ ଡ୍ରାଫ୍ଟ ମଧ୍ୟ ପ୍ରସ୍ତୁତ କରିବା ଆରମ୍ଭ କରିଦେଉଛୁ। କେବଳ ପ୍ରେମ ବିବାହ ନୁହେଁ, ଆରେଞ୍ଜ ମ୍ୟାରେଜ କରୁଥିବା ବର-କନ୍ୟା ମଧ୍ୟ ସେମାନଙ୍କ ଧର୍ମ ସମ୍ପର୍କରେ କହିବେ। ନିଜ ଧର୍ମ ସମ୍ପର୍କରେ ଫର୍ମ ପୂରଣ କରି ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଦେବେ ଓ ସ୍ତ୍ରୀ ମଧ୍ୟ ଫର୍ମ ପୂରଣ କରି ସ୍ୱାମୀଙ୍କୁ ଦେବେ।

ଏଥିରେ କେବଳ ଧର୍ମ କଥା ରହିବ ନାହିଁ, ବାହାଘର ପୂର୍ବରୁ ଜଣେ ବ୍ୟକ୍ତିଙ୍କ ଭାବୀ ପତ୍ନୀ ଯାହା ସବୁ ଜାଣିବା ଦରକାର, ସେ ସବୁ ବିଷୟ ଏଥିରେ ରହିବ। ବାହାଘରର ଗୋଟିଏ ମାସ ପୂର୍ବରୁ ହିଁ ଏହି ସବୁ କାମ ଶେଷ ହେବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story