ଶ୍ରୀନଗର: ଜମ୍ମୁ କଶ୍ମୀରର କିସ୍ତବାଡ଼ ଜିଲ୍ଲାରେ ଏକ ଯାତ୍ରୀବାହି ମିନି ବସ୍ ଘାଟି ତଳକୁ ଖସି ପଡ଼ିବାରୁ ୩୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୨ଜଣ ଗୁରୁତର ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି।
ମିନି ବସ୍ଟି ଆଜି ସକାଳେ କେଶଓ୍ୱନରୁ କିସ୍ତବାଡ଼ ଯାଉଥିଲା। ତେବେ ଶ୍ରୀଗିରି ନିକଟସ୍ଥ ଘାଟିରେ ବସଟି ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିଲା।
#UPDATE Deputy Commissioner of Kishtwar, Angrez Singh Rana: 33 dead and 22 injured after a matador vehicle coming from Keshwan to Kishtwar fell into a gorge, today. #JammuAndKashmir pic.twitter.com/fki3XzNQhU
— ANI (@ANI) 1 July 2019
ଗୃହମନ୍ତ୍ରୀ ଅମିତ ଶାହ ଏହି ବସ୍ ଦୁର୍ଘଟଣାରେ ମୃତକଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକାଶ କରିଛନ୍ତି। ଏଥିସହ ଗୁରୁତରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
Union Home Minister Amit Shah: Extremely saddened to learn about the loss of lives due to a road accident in Kishtwar, Jammu & Kashmir. My deepest condolences to the families of those who lost their loved ones. I pray of the speedy recovery of those injured. (file pic) pic.twitter.com/qv11XlFBug
— ANI (@ANI) 1 July 2019
ସକାଳ ପ୍ରାୟ ସାଢ଼େ ୮ଟା ବେଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଘଟଣାସ୍ଥଳରେ ପୁଲିସ୍ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚି ଆହତଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।