ଅଯୋଧ୍ୟା ଭୂମି ପୂଜନ ପାଇଁ ଇକବାଲ ଅନସାରୀଙ୍କୁ ମିଳିଲା ପ୍ରଥମ ନିମନ୍ତ୍ରଣ କାର୍ଡ

ଅଯୋଧ୍ୟା: ଆସନ୍ତା ୫ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରାଯିବ। ଏଥିପାଇଁ ନିମନ୍ତ୍ରଣ କାର୍ଡ ବାଣ୍ଟିବା ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ପ୍ରଶାସନ ପକ୍ଷରୁ ପ୍ରଥମ ନିମନ୍ତ୍ରଣ କାର୍ଡ ଅଯୋଧ୍ୟା ଜମି ବିବାଦ ମାମଲାର ଲିଟିଗାଣ୍ଟ ଇକବାଲ ଅନସାରୀଙ୍କ ପାଖରେ ପହଞ୍ଚିଛି। ଅର୍ଥାତ ତାଙ୍କୁ ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦେବାକୁ କୁହାଯାଇଛି।

ଭୂମି ପୂଜନରେ ଯୋଗଦେବାକୁ ନିମନ୍ତ୍ରଣ ମିଳିଥିବାରୁ ଅନସାରୀ କହିଛନ୍ତି, “ଭଗବାନ ରାମଙ୍କ ଇଚ୍ଛା ଯୋଗୁ ହିଁ ମୋତେ ପ୍ରଥମ ନିମନ୍ତ୍ରଣ ପତ୍ର ମିଳିଛି। ମୁଁ ଏହାକୁ ଗ୍ରହଣ କରିଛି। ଅଯୋଧ୍ୟାରେ ହିନ୍ଦୁ ଓ ମୁସିଲମର ଭାଇଚାରା ରହିଛି। ଏହା ଆଗକୁ ମଧ୍ୟ ଜାରି ରହିବ। ଏଠାରେ ମନ୍ଦିର ନିର୍ମାଣ ହେବା କ୍ଷଣି ଅଯୋଧ୍ୟା ଆହୁରି ଅଧିକ ସୁନ୍ଦର ହୋଇଯିବ।

ଏଠାକୁ ଶ୍ରଦ୍ଧାଳୁ ଆସିବେ। ଏଥିପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ବି ଶ୍ରଦ୍ଧାଳୁମାନେ ଏଠାକୁ ଆସିବେ। ଅଯୋଧ୍ୟାର ଲୋକମାନେ ଗଙ୍ଗା-ଯମୁନା ସଭ୍ୟତାକୁ ଅନୁକରଣ କରୁଛନ୍ତି ଓ ଆମ ମାନଙ୍କ ମଧ୍ୟରେ କୌଣସି ନକାରାତ୍ମକ ଚିନ୍ତାଧାରା ନାହିଁ।”

ଆହୁରି ପଢ଼ନ୍ତୁ

ଟ୍ରମ୍ପଙ୍କ ଆଦେଶ ଉପରେ ରୋକ୍ ଲଗାଇଲେ ସ୍ଥାନୀୟ କୋର୍ଟ

ସ୍ତ୍ରୀଙ୍କୁ ପିଟିଲେ ସ୍ୱତନ୍ତ୍ର ଡିଜି; କହିଲେ ପତ୍ନୀ କରୁଛନ୍ତି ଗୁଇନ୍ଦାଗିରି

ବଢ଼ୁଛି ମନ୍ଦିର ଦାନବାକ୍ସରୁ ଚୋରି ଘଟଣା, ସକ୍ରିୟ ଗ୍ୟାଙ୍ଗକୁ ବାନ୍ଧିଲା ପୁଲିସ୍

କୃଷି ବିଲ୍ ବିରୋଧରେ ଛତିଶଗଡ ବିଧାନସଭାରେ ଆସିବ ପ୍ରସ୍ତାବ

ବିକାଶ ଦୁବେ ଘଟଣାର ପୁନରାବୃତ୍ତି ! ଫେରାର ଗ୍ୟାଙ୍ଗଷ୍ଟାର ୟୁପି ଆସୁଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁ

‘ମୋଦିଙ୍କ ପାଇଁ ପିଓକେର ଆଶା ବଢ଼ିଛି, ଆମେ ଭାରତରେ ସାମିଲ୍ ହେବାକୁ ଇଚ୍ଛୁକ’

ଏଲଜେପିର ଚାରି ସାଂସଦ ବିଜେପି ଲିଙ୍କରେ, ଏନଡିଏରେ ବଢ଼ିବ ଅସନ୍ତୋଷ!

ବିଶ୍ୱରେ ୧୦ ଲକ୍ଷ ଅତିକ୍ରମ କଲା କରୋନା ମୃତକଙ୍କ ସଂଖ୍ୟା

‘ଯଦି ମୁଁ କରୋନାରେ ଆକ୍ରାନ୍ତ ହେବି, ତା’ହେଲେ ମମତାଙ୍କୁ ଆଲିଙ୍ଗନ କରିବି’

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ସଫା, ଯବାନ ଆହତ

ସଞ୍ଜୟ ରାଉତ-ଫଡନାଭିସ ଆଲୋଚନାର ଇଫେକ୍ଟ: ଉଦ୍ଧବ ଓ ଶରଦ ପାୱାରଙ୍କ ରୁଦ୍ଧଦ୍ୱାର ବୈଠକ

କୋଇଲା ଖଣିରେ ଭୟଙ୍କର ଦୁର୍ଘଟଣା: ୧୬ ମୃତ