ସଭାରେ କାନ୍ଦିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍

ରାୟପୁର: ମଞ୍ଚ ଉପରେ କର୍ମୀଙ୍କ ଆଗରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କାନ୍ଦିଛନ୍ତି। ଛତିଶଗଡ଼ ପ୍ରଦେଶ କଂଗ୍ରେସ ସଭାପତି ପଦବୀରୁ ସେ ଇସ୍ତଫା ଦେଇଛନ୍ତି ଓ ଏହି ଅବସରରେ ଆଜି ଏକ ବିଦାୟୀ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। କର୍ମୀଙ୍କୁ ଆଖି ଛଳ ଛଳ କରି ଉଦବୋଧନ ଦେଉଥିବା ବେଳେ ହଠାତ କାନ୍ଦି ପକାଇଥିଲେ ବାଘେଲ। ଆଜି ନୂଆ ପିସିସି ସଭାପତି ଭାବରେ ମୋହନ ମର୍କମଙ୍କୁ ଦଳ ନିଯୁକ୍ତି ଦେଇଛି। ବାଘେଲ କାନ୍ଦୁଥିବା ବେଳେ ଦଳୀୟ […]

bhupesh-baghel-crying

bhupesh-baghel-crying

Subhransu Sekhar
  • Published: Sunday, 30 June 2019
  • Updated: 30 June 2019, 02:35 PM IST

Sports

Latest News

ରାୟପୁର: ମଞ୍ଚ ଉପରେ କର୍ମୀଙ୍କ ଆଗରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କାନ୍ଦିଛନ୍ତି। ଛତିଶଗଡ଼ ପ୍ରଦେଶ କଂଗ୍ରେସ ସଭାପତି ପଦବୀରୁ ସେ ଇସ୍ତଫା ଦେଇଛନ୍ତି ଓ ଏହି ଅବସରରେ ଆଜି ଏକ ବିଦାୟୀ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। କର୍ମୀଙ୍କୁ ଆଖି ଛଳ ଛଳ କରି ଉଦବୋଧନ ଦେଉଥିବା ବେଳେ ହଠାତ କାନ୍ଦି ପକାଇଥିଲେ ବାଘେଲ। ଆଜି ନୂଆ ପିସିସି ସଭାପତି ଭାବରେ ମୋହନ ମର୍କମଙ୍କୁ ଦଳ ନିଯୁକ୍ତି ଦେଇଛି। ବାଘେଲ କାନ୍ଦୁଥିବା ବେଳେ ଦଳୀୟ କର୍ମୀ ‘ବାଘେଲ ଜିନ୍ଦା ହୈ, କଂଗ୍ରେସ ପାର୍ଟି ଜିନ୍ଦା ହୈ'ର ନାରା ଦେଇଥିଲେ।

ସୂଚନାଯୋଗ୍ୟ ଯେ ଛତିଶଗଡ଼ କଂଗ୍ରେସ ସଭାପତି ଭାବରେ ସେ ଜୁନ ୨୦୧୪ରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହାପରେ ଗତବର୍ଷ ତାଙ୍କ ନେତୃତ୍ୱରେ ଦୀର୍ଘ ୧୫ ବର୍ଷର ବିଜେପି ସରକାରକୁ କ୍ଷମତାଚ୍ୟୁତ କରିଥିଲେ ଭୂପେଶ ବାଘେଲ। ୯୦ ବିଧାୟକ ଆସନରୁ ୬୮ଟି ଆସନରେ କଂଗ୍ରେସ ବିଜୟୀ ହୋଇ କ୍ଷମତାକୁ ଫେରିଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଭୂପେଶ ବାଘେଲ। ଲୋକସଭା ନିର୍ବାଚନକୁ ଦେଖି କଂଗ୍ରେସ ଭୂପେଶ ରାଜ୍ୟ ମୁଖିଆ ପଦବୀରେ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲା।

କିନ୍ତୁ ଚଳିତ ଲୋକସଭା ନିର୍ବାଚନରେ ମୋଟ ୧୧ ଲୋକସଭା ଆସନରୁ ୨ଟିରେ ବିଜୟୀ ହେବାରେ ସଫଳ ହୋଇଥିଲା। ଏହାପରେ ସେ ନିକଟରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ଭେଟି ଦଳର ସଭାପତି ପଦବୀରୁ ଅବ୍ୟାହତି ଦେବାକୁ ଅନୁରୋଧ କରିଥିଲେ। ଏହାପରେ ଦଳ ମୋହନ ମର୍କମଙ୍କୁ କଂଗ୍ରେସ ଛତିଶଗଡ ସଭାପତି ଭାବରେ ନିଯୁକ୍ତି ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos