Advertisment

ଶାସକ ଦଳର ବିଧାୟକଙ୍କୁ ମନ୍ତ୍ରୀଙ୍କ ହତ୍ୟା ଧମକ, ବିଧାନସଭାରେ ହାଇଡ୍ରାମା

ରାୟପୁର: ଛତିଶଗଡ଼ରେ କ୍ଷମତାସୀନ କଂଗ୍ରେସ ଦଳର ଜଣେ ବିଧାୟକଙ୍କୁ ମନ୍ତ୍ରୀ ଦେଇଛନ୍ତି ହତ୍ୟା ଧମକ। ଆଉ ବିଧାନସଭାରେ ବିଧାୟକ ଜଣଙ୍କ ଏହି ଅଭିଯୋଗ କରିବା ପରେ ହୋଇଥିଲା ହଙ୍ଗାମା। ସରକାରଙ୍କୁ ଘେରିଥିଲା ବିରୋଧୀ ବିଜେପି। ଦଳ କହିଥିଲା ଯଦି କ୍ଷମତାସୀନ ଥିବା ଦଳର ବିଧାୟକ ରାଜ୍ୟରେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି, ତା’ହେଲେ ବିପକ୍ଷ ଦଳର ଅବସ୍ଥା କ’ଣ ହେବ। ଏହା ସହିତ ଏକ ଗୃହ କମିଟି ଦ୍ୱାରା ଏହି ଅଭିଯୋଗର ତଦନ୍ତ କରିବାକୁ ଦଳ ଦାବି […]

author-image
Niharika Rout
ଅଦ୍ୟତନ ହୋଇଛି
ଶାସକ ଦଳର ବିଧାୟକଙ୍କୁ ମନ୍ତ୍ରୀଙ୍କ ହତ୍ୟା ଧମକ, ବିଧାନସଭାରେ ହାଇଡ୍ରାମା

chhattisgarh assembly

ରାୟପୁର: ଛତିଶଗଡ଼ରେ କ୍ଷମତାସୀନ କଂଗ୍ରେସ ଦଳର ଜଣେ ବିଧାୟକଙ୍କୁ ମନ୍ତ୍ରୀ ଦେଇଛନ୍ତି ହତ୍ୟା ଧମକ। ଆଉ ବିଧାନସଭାରେ ବିଧାୟକ ଜଣଙ୍କ ଏହି ଅଭିଯୋଗ କରିବା ପରେ ହୋଇଥିଲା ହଙ୍ଗାମା। ସରକାରଙ୍କୁ ଘେରିଥିଲା ବିରୋଧୀ ବିଜେପି। ଦଳ କହିଥିଲା ଯଦି କ୍ଷମତାସୀନ ଥିବା ଦଳର ବିଧାୟକ ରାଜ୍ୟରେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି, ତା’ହେଲେ ବିପକ୍ଷ ଦଳର ଅବସ୍ଥା କ’ଣ ହେବ। ଏହା ସହିତ ଏକ ଗୃହ କମିଟି ଦ୍ୱାରା ଏହି ଅଭିଯୋଗର ତଦନ୍ତ କରିବାକୁ ଦଳ ଦାବି କରିଛି।

Advertisment

କଂଗ୍ରେସ ବିଧାୟକ ବୃହସ୍ପତି ସିଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଟି.ଏସ୍‌ ସିଂହଦେଓଙ୍କ ବିରୋଧରେ ଆଣିଛନ୍ତି ହତ୍ୟା ଧମକ ଅଭିଯୋଗ। ଗତକାଲିଠୁ ଛତିଶଗଡ଼ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ହିଁ ବିଧାୟକ ବୃହସ୍ପତି ସିଂ ଏହି ଅଭିଯୋଗ କରିଥିଲେ।

ଏହା ପରେ ବିରୋଧୀ ବିଜେପି ଗୃହରେ ସରକାରଙ୍କୁ ଘେରିଥିଲା। ବିରୋଧୀ ଦଳ ନେତା ଧରମଲାଲା କୌଶିକ କହିଥିଲେ ଯେ ରାଜ୍ୟ ଇତିହାସରେ ଏହା ପ୍ରଥମ। ପୂର୍ବରୁ କେହି ଏମିତି ଅଭିଯୋଗ ଆଣି ନାହାନ୍ତି।

Advertisment

ଏହାକୁ ନେଇ ଗୃହର ମାହୋଲ ସରଗରମ ରହିଥିବା ବେଳେ ଘଟଣା ଉପରେ ନିଜ ପକ୍ଷ ରଖିବାକୁ ବାଚସ୍ପତି ଚରଣ ଦାସ ମହନ୍ତ ସଂସଦୀୟ ବ୍ୟାପାର ମନ୍ତ୍ରୀ ରବୀନ୍ଦ୍ର ଚୌବେଙ୍କୁ କହିଥିଲେ। କିନ୍ତୁ ବିଜେପି ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା। ସରକାରୀ ଦଳର ଜଣେ ବିଧାୟକ ମନ୍ତ୍ରୀଙ୍କ ବିରୋଧରେ ଏପରି ଅଭିଯୋଗ ଆଣିଥିବାରୁ ଏହା ପୂରା ମନ୍ତ୍ରିମଣ୍ଡଳ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। ତେଣୁ ଏହାର ତଦନ୍ତ ଆବଶ୍ୟକ ବୋଲି ବିରୋଧୀ ଦଳ ନିଜ ଜିଦ୍‌ରେ ଅଡ଼ି ବସିଥିଲେ।

ବିରୋଧୀ ଦଳ ନିଜ ମତ ରଖି ସାରିଥିବାରୁ ଶାସକ ଦଳକୁ ପକ୍ଷ ରଖିବାକୁ ଦେବା ଆବଶ୍ୟକ ବୋଲି ବାଚସ୍ପତି କହିଥିଲେ ମଧ୍ୟ ସେମାନେ ଶୁଣି ନଥିଲେ। ଫଳରେ ଗୃହ କାର୍ଯ୍ୟକୁ ପ୍ରଥମେ ୫ ମିନିଟ୍ ପାଇଁ ବାଚସ୍ପତି ସ୍ଥଗିତ ରଖିଥିଲେ। ଏହା ପରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କହିଥିଲେ ଯେ ଗୃହର ସମସ୍ତ ସଦସ୍ୟଙ୍କ ସୁରକ୍ଷା ସୁନିଶ୍ଚିତ କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ। ତାଙ୍କ ସରକାର ଗୃହର ସମସ୍ତ ସଦସ୍ୟଙ୍କୁ ସୁରକ୍ଷା ପ୍ରଦାନ କରିବେ ବୋଲି ସେ କହିଥିଲେ। ତଥାପି ବିଜେପି ବିଧାୟକମାନେ ଏକ ଗୃହ କମିଟି ଦ୍ୱାରା ଘଟଣାର ତଦନ୍ତ କରିବାକୁ ଅଡ଼ି ବସିଥିଲେ। ଫଳରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା ଓ ବାଚସ୍ପତି ଗୃହ କାର୍ଯ୍ୟକୁ ସ୍ଥଗିତ ରଖିଥିଲେ।

Chhattisgarh