ଦିଲ୍ଲୀ ହିଂସା ବେଳେ ଶତାଧିକ ଲୋକ ପୁଲିସ୍କୁ କରୁଥିଲେ ଆକ୍ରମଣ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ବେଳେ ଶତାଧିକ ଦଙ୍ଗାକାରୀ କେମିତି ପୁଲିସ୍ କର୍ମୀଙ୍କୁ ଘେରିଯାଇ ପଥରମାଡ଼ କରୁଥିଲେ ତା’ର ଭିଡିଓ ଏବେ ସାମ୍ନାକୁ ଆସିଛି। ଉତ୍ତର ପୂର୍ବ ଦିଲ୍ଲୀ ଅନ୍ତର୍ଗତ ଚାନ୍ଦ ବାଗରେ ହିଂସା ନିୟନ୍ତ୍ରଣ କରିବା ଓ ଲୋକଙ୍କ ସହ ଆଲୋଚନା କରିବା ପାଇଁ ଫେବୃଆରୀ ୨୪ରେ ପୁଲିସ୍ କର୍ମଚାରୀ ମୁତୟନ ହୋଇଥିଲେ।
ଏହି ସମୟରେ ଶହଶହ ଲୋକ ଏକତ୍ରୀତ ହୋଇ ସେମାନଙ୍କୁ ଘେରିଯାଇ ପଥର ମାଡ଼ ସହ ଲାଠିରେ ଆକ୍ରମଣ କରୁଥିବା ଦୃଶ୍ୟ ଭିଡିଓରେ ରହିଛି। ଚାନ୍ଦ ବାଗର ଜାତୀୟ ରାଜପଥରେ ଏହା ଘଟିଥିଲା। ରାସ୍ତାର ଉଭୟ ପାର୍ଶ୍ୱରୁ ଶହଶହ ଲୋକ ଏକାଠି ହୋଇ ପୁଲିସ୍ କର୍ମୀଙ୍କୁ ଆକ୍ରମଣ କରିଥିଲେ।
ପୁଲିସ୍ ଏଥରୁ ବିର୍ତ୍ତିବା ପାଇଁ ଟିୟର ଗ୍ୟାସ ମାଡ଼ କରିଥିଲା। ଫଳରେ ଲୋକମାନେ ଏଠାରୁ ଦୌଡ଼ି ପଳାଇଥିଲେ। ହେଲେ ପୁଣିଥରେ ଏକାଠି ହୋଇ ପୁଲିସ୍ କର୍ମୀଙ୍କୁ ଆକ୍ରମଣ କରିଥିଲେ।
दिल्ली के चाँद बाग इलाक़े में हुई हिंसा का नया वीडियो सामने आया है. इसी जगह पथराव में हेड कॉन्स्टेबल रतन लाल की जान गई थी. इसे देखने के बाद पूछिए उनसे सवाल – जो बार बार लोगों को भड़काते हैं, सड़क पर उतरो, क्या इसलिए?pic.twitter.com/t3V72t7tcQ
— रोहित सरदाना (@sardanarohit) March 4, 2020
ପୁଲିସ୍ ମଧ୍ୟ ଭିଡ଼କୁ ଦେଖି ନିଜର ସୁରକ୍ଷା ପାଇଁ ରାସ୍ତାର ଅନ୍ୟପଟକୁ ଯିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି। ହିଂସା ବେଳେ ଆହତ ହୋଇଥିବା ବରିଷ୍ଠ ପୁଲିସ୍ ଅଧିକାରୀ ଅମିତ ଶର୍ମା, ଅନୁଜ କୁମାର ଓ ହେଡ କନଷ୍ଟେବଲ ରତନ ଲାଲ ଭିଡିଓରେ ଦେଖାଯାଉ ନାହାନ୍ତି। ତେବେ ଏହି ଘଟଣା ବେଳେ ସେମାନେ ସେଠାରେ ଥିଲେ। ଏପରି କି ରତନ ଲାଲ ଏହି ଆକ୍ରମଣରେ ପ୍ରାଣ ହରାଇଥିଲେ ବୋଲି ଦାବି କରାଯାଇଛି।
ଆଉ ଏକ ଭିଡିଓରେ ଆହତ ଅମିତ ଶର୍ମାଙ୍କୁ କିଛି ପୁଲିସ୍ ଅଧିକାରୀ ଏସକର୍ଟ କରିନେଉଥିବା ଦୃଶ୍ୟ ରହିଛି। ପୁଲିସ୍ ଚାନ୍ଦ ବାଗରେ ସିଏଏ ବିରୋଧୀ ଆନ୍ଦୋଳନକାରୀଙ୍କ ସହ କଥା ହେବାକୁ ଯାଇଥିଲା। ହେଲେ ଆଲୋଚନା ବେଳେ ହଠାତ୍ ସ୍ଥିତି ଭୟଙ୍କର ହୋଇ ଉଠିଥିଲା। ମହିଳାମାନେ ବି ପୁଲିସ୍ କର୍ମଚାରୀଙ୍କ ଉପରକୁ ପଥର ମାଡ଼ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।