ବିଧାୟକଙ୍କ ହତ୍ୟା ଚାର୍ଜଶିଟ୍‌ରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ନାଁ

କୋଲକାତା: ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିର ଜଣେ ବିଧାୟକଙ୍କ ହତ୍ୟା ଘଟଣାରେ ସିଆଇଡି ଚାର୍ଜଶିଟ୍‌ ଦାଖଲ କରିଛି। ଏଥିରେ ସିଆଇଡି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରୟଙ୍କ ନାଁ ଉଲ୍ଲେଖ କରିଛି। ସେ ପୂରା ଘଟଣାର ଷଡ଼ଯନ୍ତ୍ରକାରୀ ବୋଲି ଏଥିରେ କୁହାଯାଇଛି। ଶନିବାର ସିଆଇଡି ପକ୍ଷରୁ ବିଧାୟକ ସତ୍ୟଜିତ୍‌ ବିଶ୍ୱାସଙ୍କ ହତ୍ୟା ଘଟଣାରେ ସପ୍ଲିମେଣ୍ଟାରୀ ଚାର୍ଜଶିଟ୍‌ ଦାଖଲ କରିଛି। ଏଥିରେ ମୁକୁଲ ରୟଙ୍କ ନାଁ ରହିଛି। ମୁକୁଲ ରୟଙ୍କ ଓକିଲ ସୁମନ ରୟ କହିଛନ୍ତି, ସିଆଇଡି ଦାଖଲ କରିଥିବା […]

g

g

Hemant Lenka
  • Published: Saturday, 05 December 2020
  • Updated: 05 December 2020, 05:19 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିର ଜଣେ ବିଧାୟକଙ୍କ ହତ୍ୟା ଘଟଣାରେ ସିଆଇଡି ଚାର୍ଜଶିଟ୍‌ ଦାଖଲ କରିଛି। ଏଥିରେ ସିଆଇଡି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରୟଙ୍କ ନାଁ ଉଲ୍ଲେଖ କରିଛି। ସେ ପୂରା ଘଟଣାର ଷଡ଼ଯନ୍ତ୍ରକାରୀ ବୋଲି ଏଥିରେ କୁହାଯାଇଛି। ଶନିବାର ସିଆଇଡି ପକ୍ଷରୁ ବିଧାୟକ ସତ୍ୟଜିତ୍‌ ବିଶ୍ୱାସଙ୍କ ହତ୍ୟା ଘଟଣାରେ ସପ୍ଲିମେଣ୍ଟାରୀ ଚାର୍ଜଶିଟ୍‌ ଦାଖଲ କରିଛି। ଏଥିରେ ମୁକୁଲ ରୟଙ୍କ ନାଁ ରହିଛି।

ମୁକୁଲ ରୟଙ୍କ ଓକିଲ ସୁମନ ରୟ କହିଛନ୍ତି, ସିଆଇଡି ଦାଖଲ କରିଥିବା ଚାର୍ଜଶିଟ୍‌ରେ ଏଯାଏ ୫ ଜଣଙ୍କ ନାଁ ରହିଛି। ଏମାନଙ୍କ ମଧ୍ୟରେ ଘଟଣାର ଅଭିଯୁକ୍ତ ଭାବେ ମୁକୁଲ ରୟଙ୍କୁ ଚିତ୍ରିତ କରାଯାଇଛି। ମୁକୁଲଙ୍କ ବ୍ୟତୀତ ବିଜେପି ସାଂସଦ ଜଗନ୍ନାଥ ସରକାରଙ୍କ ନାଁ ମଧ୍ୟ ରହିଛି ବୋଲି ସେ କହିଛନ୍ତି।

ଏହି ହତ୍ୟା ଘଟଣାରେ ସିଆଇଡି ମାର୍ଚ୍ଚ ମାସରେ ମୁକୁଲ ରୟଙ୍କୁ ଜେରା କରିଥିଲା। ତାଙ୍କର ଗିରଫଦାରୀର ଆଶଙ୍କା ଥିବାରୁ ସେ କ୍ୟାଲକାଟା ହାଇକୋର୍ଟରେ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ। କୋର୍ଟ ମଧ୍ୟ ତାଙ୍କୁ ଅନ୍ତରୀଣ ଜାମିନ ଦେଇଛନ୍ତି।

ଆଜିର ଚାର୍ଜଶିଟ୍ ପରେ ମୁକୁଲ ରୟ କହିଛନ୍ତି, “ମୋ ନାଁରେ ୪୪ଟି ମାମଲା ରହିଛି। ଏଥିପାଇଁ ମୁଁ ଆଦୌ ବ୍ୟସ୍ତ ନୁହେଁ। ସେମାନେ ମୋତେ ଗିରଫ କରିପାରିବେ ନାହିଁ। କିନ୍ତୁ ମୁଁ ଜାଣିବାକୁ ଚାହୁଁଛି ଯେ ପଶ୍ଚିମବଙ୍ଗର ପୁଲିସ୍‌ ମିନିଷ୍ଟର କିଏ? କ’ଣ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶରେ ଚାର୍ଜଶିଟରେ ମୋ ନାଁକୁ ସାମିଲ କରାଯାଇଛି କି? ନ୍ୟାୟପାଳିକା ଉପରେ ମୋର ଯଥେଷ୍ଟ ଭରସା ରହିଛି।”

ମୁକୁଲ ରୟଙ୍କ ବ୍ୟତୀତ ଏହି ହତ୍ୟା ଘଟଣାରେ ସିଆଇଡି ବିଜେପି ସାଂସଦ ଜଗନ୍ନାଥ ସରକାରଙ୍କୁ ମଧ୍ୟ ଏକାଧିକ ଥର ଜେରା କରିସାରିଛି। ଗତବର୍ଷ ଫେବୃଆରୀ ୯ରେ ୪୧ ବର୍ଷୀୟ ବିଧାୟକ ସତ୍ୟଜିତ୍ ବିଶ୍ୱାସଙ୍କୁ ନଦିଆ ଜିଲ୍ଲାରେ ଗୁଳି କରି ହତ୍ୟା କରାଯାଇଥିଲା। ସେ ଫୁଲବାରୀରେ ଥିବା ଗୋଟିଏ କ୍ଲବର ସରସ୍ୱତୀ ପୂଜାରେ ଯୋଗଦେଇଥିବା ବେଳେ ତାଙ୍କୁ ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ଗୁଳି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story