ଦୁଇ ଥର ନେଗେଟିଭ ପରେ କରୋନା ପଜିଟିଭ ହୋଇଥିବା ପୁଲିସ ଇନସପେକ୍ଟରଙ୍କ ମୃତ୍ୟୁ

ଲକ୍ଷ୍ନୌ: ୮ ଦିନ ମଧ୍ୟରେ ଦୁଇ ଥର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିଲା। ତେବେ ତୃତୀୟ ଥର ଟେଷ୍ଟ ବେଳେ କରୋନା ରିପୋର୍ଟ ପଜିଟିଭ ଆସିବାରୁ କିଛି ଦିନ ତଳେ ହସ୍ପିଟାଲ ଭର୍ତ୍ତି ହୋଇଥିବା ଉତ୍ତର ପ୍ରଦେଶର ଜଣେ ପୁଲିସ୍‌ ଇନସପେକ୍ଟର ବୁଧବାର ପ୍ରାଣ ହରାଇଛନ୍ତି।

୪୭ ବର୍ଷୀୟ ଇନସପେକ୍ଟର ଇନ୍ଦରଜୀତ ସିଂହ ଭୌଦରିୟା ଉତ୍ତର ପ୍ରଦେଶରେ ଉନ୍ନାଓରେ ରହୁଥିଲେ। ସେ ୧୯୮୯ରେ ପ୍ରଥମେ କନଷ୍ଟେବଲ ଭାବେ ପୁଲିସ୍‌ ଚାକିରି ଆରମ୍ଭ କରିଥିଲେ। ୨୦୧୩ରେ ସେ ସବ ଇନସପେକ୍ଟର ଓ ମାତ୍ର ମାସକ ତଳେ ଇନସପେକ୍ଟର ରାଙ୍କକୁ ପଦୋନ୍ନତି ପାଇଥିଲେ।

ଇନ୍ଦରଜୀତ ମୀରଟରେ ଥିବା ପୁଲିସ୍‌ ଟ୍ରେନିଂ ସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଜୁଲାଇ ୨୩ରେ ଶାହଜାହନପୁର ଫେରିଥିଲେ। ତେବେ ତାଙ୍କର କଫ ଓ ଛିଙ୍କ ହେବାରୁ ସେ କରୋନା ଟେଷ୍ଟ କରିଥିଲେ। ଜୁଲାଇ ୨୩ରୁ ୩୧ ମଧ୍ୟରେ ସେ ଦୁଇ ଥର ଟେଷ୍ଟ କରିଥିଲେ ହେଁ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା।

ପ୍ରଥମ ଟେଷ୍ଟ ଆଣ୍ଟିଜେନ କିଟ ଓ ଦ୍ୱିତୀୟ ଟେଷ୍ଟ ଆରଟି ପିସିଆର ଜରିଆରେ କରାଯାଇଥିଲା। ରିପୋର୍ଟ ନେଗେଟିଭ ଆସିବା ସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡ଼ିବା ଆରମ୍ଭ ହୋଇଥିଲା। ଶେଷରେ ତାଙ୍କୁ ଲକ୍ଷ୍ନୌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ହେଲେ ଅଗଷ୍ଟ ୫ରେ ତାଙ୍କର ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ

ଟ୍ରମ୍ପଙ୍କ ଆଦେଶ ଉପରେ ରୋକ୍ ଲଗାଇଲେ ସ୍ଥାନୀୟ କୋର୍ଟ

ସ୍ତ୍ରୀଙ୍କୁ ପିଟିଲେ ସ୍ୱତନ୍ତ୍ର ଡିଜି; କହିଲେ ପତ୍ନୀ କରୁଛନ୍ତି ଗୁଇନ୍ଦାଗିରି

ବଢ଼ୁଛି ମନ୍ଦିର ଦାନବାକ୍ସରୁ ଚୋରି ଘଟଣା, ସକ୍ରିୟ ଗ୍ୟାଙ୍ଗକୁ ବାନ୍ଧିଲା ପୁଲିସ୍

କୃଷି ବିଲ୍ ବିରୋଧରେ ଛତିଶଗଡ ବିଧାନସଭାରେ ଆସିବ ପ୍ରସ୍ତାବ

ବିକାଶ ଦୁବେ ଘଟଣାର ପୁନରାବୃତ୍ତି ! ଫେରାର ଗ୍ୟାଙ୍ଗଷ୍ଟାର ୟୁପି ଆସୁଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁ

‘ମୋଦିଙ୍କ ପାଇଁ ପିଓକେର ଆଶା ବଢ଼ିଛି, ଆମେ ଭାରତରେ ସାମିଲ୍ ହେବାକୁ ଇଚ୍ଛୁକ’

ଏଲଜେପିର ଚାରି ସାଂସଦ ବିଜେପି ଲିଙ୍କରେ, ଏନଡିଏରେ ବଢ଼ିବ ଅସନ୍ତୋଷ!

ବିଶ୍ୱରେ ୧୦ ଲକ୍ଷ ଅତିକ୍ରମ କଲା କରୋନା ମୃତକଙ୍କ ସଂଖ୍ୟା

‘ଯଦି ମୁଁ କରୋନାରେ ଆକ୍ରାନ୍ତ ହେବି, ତା’ହେଲେ ମମତାଙ୍କୁ ଆଲିଙ୍ଗନ କରିବି’

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ସଫା, ଯବାନ ଆହତ

ସଞ୍ଜୟ ରାଉତ-ଫଡନାଭିସ ଆଲୋଚନାର ଇଫେକ୍ଟ: ଉଦ୍ଧବ ଓ ଶରଦ ପାୱାରଙ୍କ ରୁଦ୍ଧଦ୍ୱାର ବୈଠକ

କୋଇଲା ଖଣିରେ ଭୟଙ୍କର ଦୁର୍ଘଟଣା: ୧୬ ମୃତ