କୃଷି ବିଲ୍‌କୁ ପାସ୍‌ କରିବା ବେଳେ ରାଜ୍ୟସଭାର ନିୟମ ଭାଙ୍ଗିଥିଲେ କି ଉପାଧ୍ୟକ୍ଷ?

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୦ରେ କେନ୍ଦ୍ର ସରକାର ରାଜ୍ୟସଭାରେ କୃଷି ବିଲ୍ ପାରିତ କରିଥିଲେ। ଭଏସ୍ ଭୋଟ୍ ଦ୍ୱାରା ବିଲ୍ ପାସ୍ କରାଯାଇଥିଲା। ତେବେ ବିଲ୍‌ ପାସ୍‌ କରିବା ବେଳେ ଉପାଧ୍ୟକ୍ଷ ରାଜ୍ୟସଭା ନିମୟକୁ ପାଳନ କରିଥିଲେ କି ବୋଲି ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ବିଲ୍‌ ପାସ କରିବା ପାଇଁ କ’ଣ ରାଜ୍ୟସଭା ଉପାଧ୍ୟକ୍ଷ ସବୁ ନିୟମକୁ ଅଣଦେଖା କରିଥିଲେ କି? ଏମିତି ଅନେକ ପ୍ରଶ୍ନ ଏବେ ଉଠିବା ଆରମ୍ଭ ହୋଇଛି। ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ […]

fd

fd

Hemant Lenka
  • Published: Sunday, 27 September 2020
  • Updated: 27 September 2020, 06:49 PM IST

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୦ରେ କେନ୍ଦ୍ର ସରକାର ରାଜ୍ୟସଭାରେ କୃଷି ବିଲ୍ ପାରିତ କରିଥିଲେ। ଭଏସ୍ ଭୋଟ୍ ଦ୍ୱାରା ବିଲ୍ ପାସ୍ କରାଯାଇଥିଲା। ତେବେ ବିଲ୍‌ ପାସ୍‌ କରିବା ବେଳେ ଉପାଧ୍ୟକ୍ଷ ରାଜ୍ୟସଭା ନିମୟକୁ ପାଳନ କରିଥିଲେ କି ବୋଲି ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ବିଲ୍‌ ପାସ କରିବା ପାଇଁ କ’ଣ ରାଜ୍ୟସଭା ଉପାଧ୍ୟକ୍ଷ ସବୁ ନିୟମକୁ ଅଣଦେଖା କରିଥିଲେ କି? ଏମିତି ଅନେକ ପ୍ରଶ୍ନ ଏବେ ଉଠିବା ଆରମ୍ଭ ହୋଇଛି।

ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ବିଲ୍ ପାସ୍ ସମୟରେ ଗୃହ କାର୍ଯ୍ୟ ଚାଲୁ ରଖିବା ସମୟରେ ପରିବର୍ତ୍ତନ ବେଳେ ପାଳନ ହେଉଥିବା ନିୟମକୁ ଉଲ୍ଲଙ୍ଘନ କରାଯାଇଥିଲା। ରାଜ୍ୟସଭାର ନିୟମ-୩୭ ଅନୁଯାୟୀ, ଅଧ୍ୟକ୍ଷ କେବଳ ଗୃହରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କ ମତାମତ ଓ ସହମତିକ୍ରମରେ ହିଁ ରାଜ୍ୟସଭା କାର୍ଯ୍ୟକାଳର ସମୟ ବୃଦ୍ଧି କରିପାରିବେ।

ହେଲେ ସେପ୍ଟେମ୍ବର ୨୦ରେ ବିରୋଧୀ ଦଳ ସମାନ ପ୍ରଶ୍ନ ଉଠାଇଥିଲେ ହେଁ ଏହାକୁ ଗୃହ କାର୍ଯ୍ୟ ପରିଚାଳନା କରୁଥିବା ରାଜ୍ୟସଭା ଉପାଧ୍ୟକ୍ଷ ଅଣଦେଖା କରିବା ପରି ମନେ ହେଉଛି।

ସେହିପରି ବିଲ୍‌ ପାସ କରିବା ପୂର୍ବରୁ ସରକାର ଡିଭିଜନ ଚାହିଁଥିଲେ ହେଲେ ପ୍ରସ୍ତାବ ଦେଇଥିବା ସଦସ୍ୟମାନେ ନିଜ ଆସନରେ ବସି ନଥିବାରୁ ଭୟସ ଭୋଟ ଦ୍ୱାରା ଏହାକୁ ଖାରଜ କରାଯାଇଥିଲା ବୋଲି ସରକାର କହିଛନ୍ତି। ହେଲେ ଇଣ୍ଡିଆନ ଏକ୍ସପ୍ରେସ ରାଜ୍ୟସଭା ଭିଡିଓକୁ ତର୍ଜମା କରି ଏହାକୁ ମିଛ ବୋଲି କହିଛି।

ରିପୋର୍ଟ ଅନୁଯାୟୀ, ରାଜ୍ୟସଭାର କାର୍ଯ୍ୟ ଦିନ ୧ଟାରେ ଶେଷ ହେବାର ଥିଲା। କିନ୍ତୁ ରାଜ୍ୟସଭା ଉପାଧ୍ୟକ୍ଷ ଏହାକୁ ବୃଦ୍ଧି କରିବାକୁ ଚାହିଁଥିଲେ। ଦିନ ୧ଟାରୁ ୧.୨୬ ଯାଏ କ’ଣ ଘଟିଥିଲା, ତା’ର ତର୍ଜମା କରି ସରକାରଙ୍କ ମିଛ ଧରାଇଛି ଇଣ୍ଡିଆନ ଏକ୍ସପ୍ରେସ।

ଦିନ ୧ଟା ବେଳେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଦୁଇ କୃଷି ବିଲ୍‌ ଉପରେ ନିଜର ମତ ରଖୁଥିଲେ। ଦିନ ୧ଟା ବାଜି ଯାଇଥିବାରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହ କାର୍ଯ୍ୟର ସମୟସୀମାକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲେ। ଏହାପରେ ଉପାଧ୍ୟକ୍ଷ ବିଲ୍‌ ପାସ୍‌ ପାଇଁ ଗୃହ କାର୍ଯ୍ୟ ଚାଲୁ ରହିବା ଉଚିତ କି ବୋଲି ପ୍ରଶ୍ନ କରିଥିଲେ।

ତେବେ କଂଗ୍ରେସ ସାଂସଦ ଆନନ୍ଦ ଶର୍ମା ଓ ଜୟରାମ ରମେଶ ଗୃହ କାର୍ଯ୍ୟକୁ ସୋମବାରକୁ ବୃଦ୍ଧି କରିବାକୁ କହିଥିଲେ। ଶିବସେନା ମଧ୍ୟ ସମାନ କଥା କହିଥିଲା। ହେଲେ ହଠାତ୍‌ ଉପାଧ୍ୟକ୍ଷ ଗୃହ କାର୍ଯ୍ୟର ସମୟକୁ ବୃଦ୍ଧି କରି ଶ୍ରୀ ତୋମାରକୁ ନିଜର ବିବୃତି ଜାରି ରଖିବାକୁ କହିଥିଲେ। ଏହାକୁ ବିରୋଧ କରି ସଦସ୍ୟମାନେ ପାଟିତୁଣ୍ଡ କରିଥିଲେ।

୧.୦୩ରେ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ କହିଥିଲେ ଯଦି ଗୃହ କାର୍ଯ୍ୟ ବୃଦ୍ଧି ହେବ, ତା’ହେଲେ ଏଥିପାଇଁ ସମସ୍ତଙ୍କ ସହମତି ଲୋଡ଼ା ଯିବା ଉଚିତ। ଏକାଧିକ ଦଳର ନେତା ସମୟ ବୃଦ୍ଧି ସପକ୍ଷରେ ନାହାନ୍ତି। କୃଷିମନ୍ତ୍ରୀ ଆସନ୍ତାକାଲି ନିଜର ମତ ରଖିପାରିବେ।

୧.୦୭ରେ ଉପାଧ୍ୟକ୍ଷ ବିଲ୍‌ ପାସ୍‌ କରିବା ପୂର୍ବରୁ statutory resolutions ଗୁଡ଼ିକୁ ଖାରଜ କରିବା ଆରମ୍ଭ କରିଥିଲେ। ଏହି ସମୟରେ ବି ବିରୋଧୀ ଦଳର ସାଂସଦ ପାଟିତୁଣ୍ଡ ଜାରି ରଖିଥିଲେ। ସିପିଏମର କେକେ ରାଗେଶ statutory resolutions ଆଣିଥିଲେ। ଏହି ସମୟରେ କିଛି ସାଂସଦଙ୍କୁ ଉପାଧ୍ୟକ୍ଷ ନିଜ ଆସନକୁ ଯିବାକୁ କହିଥିଲେ।

୧.୦୮ରେ ଭୟସ ଭୋଟ ଜରିଆରେ ପ୍ରଥମେ statutory resolutions କାଟ ଖାଇଥିଲା। ଏହାପରେ ବିରୋଧୀ ଦଳଗୁଡ଼ିକ ସିଲେକ୍ଟ କମିଟିକୁ ବିଲ୍‌କୁ ପଠାଇବା ପାଇଁ କରିଥିବା ଦାବି ମଧ୍ୟ ଭୟସ ଭୋଟ ଜରିଆରେ ଖାରଜ ହୋଇଥିଲା।

୧.୦୯ରେ ଟିଏମସି ସାଂସଦ ଡିରେକ ଓବ୍ରାଏନ ସିଲେକ୍ଟ କମିଟିକୁ ବିଲ୍‌କୁ ପଠାଇବା ପାଇଁ ଦେଇଥିବା ପ୍ରସ୍ତାବ ବି କାଟ ଖାଇଥିଲା। ଏହି ସମୟରେ ବିରୋଧୀ ବେଞ୍ଚରୁ ଡିଭିଜନ ପାଇଁ ସ୍ୱର ଶୁଭି ଥିଲା। ଉପାଧ୍ୟକ୍ଷ କହିଥିଲେ ଡିଭିଜନ ଦାବି ସଦସ୍ୟମାନେ ନିଜ ସିଟ୍‌ରେ ବସି ଉଠାଇପାରିବେ।

୧.୧୦ରେ ଡିଏମକେ ସାଂସଦ ତିରୁଚି ଶିବା ସିଲେକ୍ଟ କମିଟିକୁ ବିଲ୍‌କୁ ପଠାଇବା ପାଇଁ ଦେଇଥିବା ପ୍ରସ୍ତାବ କଥା ଉପାଧ୍ୟକ୍ଷ ଉଠାଇଥିଲେ। ଏହା ଉପରେ ଡିଭିଜନ କରିବାକୁ ମଧ୍ୟ ଶିବା କହିଥିଲେ। ହେଲେ ଏହାକୁ ଭୟସ ଭୋଟ ଜରିଆରେ ଖାରଜ କରିଦିଆଯାଇଥିଲା।

ପ୍ରସ୍ତାବ ଖାରଜ ହେବା ବେଳେ ଶିବା ନିଜ ଆସନରେ ହିଁ ରହିଥିଲେ। ସେ ଗୋଟିଏ ହାତ ଉପରକୁ ଟେକି ଡିଭିଜନ ପାଇଁ ଦାବି କରିଥିଲେ। ତଥାପି ଉପାଧ୍ୟକ୍ଷ ଡିଭିଜନ ସପକ୍ଷରେ ଯାଇ ନଥିଲେ। ଉପାଧ୍ୟକ୍ଷଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରି ଓବ୍ରାଏନ ପୋଡିୟମ ପାଖକୁ ଆସି ରାଜ୍ୟସଭାର ରୁଲବୁକ ଦେଖାଇଥିଲେ। ଏଥିସହ ସେ ଉପାଧ୍ୟକ୍ଷକୁ ଆପଣ ଏମିତି କରିପାରିବେ ନାହିଁ ବୋଲି କହିଥିଲେ। ଏହି ସମୟରେ ଶିବା ପୂର୍ବଭଳି ନିଜ ଆସନରେ ରହିଥିଲେ।

୧.୧୧ରେ ସିପିଏମ ସାଂସଦ ରାଗେଶ ବିଲ୍‌ର ୨ୟ କ୍ଲଜରେ ପରିବର୍ତ୍ତନ ଆଣିବା ପାଇଁ ଦେଇଥିବା ପ୍ରସ୍ତାବ ବି ଭୟସ ଭୋଟରେ ଖାରଜ ହୋଇଥିଲେ। ସେ ମଧ୍ୟ ନିଜ ଆସନରେ ବସିଥିଲେ। ତଥାପି ଡିଭିଜନ ସପକ୍ଷରେ ଉପାଧ୍ୟକ୍ଷ ଯାଇ ନଥିଲେ।

୧.୧୨ରେ ରାଗେଶ ନିଜ ଆସନରେ ଥିବା ବେଳେ ଶିବା ନିଜ ଆସନରେ ବସି କିଛି କାଗଜ ଚିରିଥିଲେ।

୧.୧୩ରେ ଉପାଧ୍ୟକ୍ଷଙ୍କ ଆଗରେ ଲାଗିଥିବା ମାଇକକୁ କିଛି ସାଂସଦ ଭାଙ୍ଗିବାକୁ ଚେଷ୍ଟା କରିଥିଲେ।

୧.୧୪ରେ ରାଜ୍ୟସଭା ସାଉଣ୍ଡକୁ ବନ୍ଦ କରି ଦିଆଯାଇଥିଲା।

୧.୨୬ରେ ଗୃହକୁ ୧୫ ମିନିଟ୍‌ ମୁଲତବୀ କରାଯାଇଥିଲା।

ଏହାପରେ ବିଲ ପାସ ହୋଇଥିଲା।

ବିରୋଧୀଙ୍କ ଅଭିଯୋଗ ଅନୁଯାୟୀ, ଯଦି ନିୟମ ୨୫୨(୪) ଅନୁଯାୟୀ କୌଣସି ପ୍ରସ୍ତାବ କିମ୍ବା ବିଲ୍ ଉପରେ ଡିଭିଜନ ମଗାଯାଏ, ତେବେ ଏହାକୁ ଅଧ୍ୟକ୍ଷ ଗ୍ରହଣ କରିବା ଉଚିତ। ସାଂସଦମାନେ ବାରମ୍ବାର ଡିଭିଜନ ମାଗିଥିଲେ ହେଁ ଉପାଧ୍ୟକ୍ଷ ଏହାକୁ ଅଣଦେଖା କରିଥିଲେ।

ଗୃହର ସଦସ୍ୟମାନେ ଯେକୌଣସି ବିଲକୁ ଚୟନ କମିଟି ନିକଟକୁ ପଠାଇବାକୁ ପ୍ରସ୍ତାବ ଦେଇପାରିବେ। ଏଥିପାଇଁ ସେମାନେ ଡିଭିଜନ ମଧ୍ୟ ମାଗିଥିଲେ। ହେଲେ ଭୟସ ଭୋଟରେ ଏହାକୁ ଖାରଜ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story