ପତ୍ନୀ ଓ ମା’ଙ୍କୁ ହତ୍ୟା କଲେ ପୂର୍ବତନ ଆଥଲେଟ୍

ନୂଆଦିଲ୍ଲୀ: ଭାରତ ପକ୍ଷରୁ ଏସିଆନ୍ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିଥିବା ପୂର୍ବତନ ଆଥଲେଟ୍ ଇକବାଲ୍‌ ସିଂହ ତାଙ୍କ ପତ୍ନୀ ଓ ମା’ଙ୍କୁ ହତ୍ୟା କରିଛନ୍ତି। ଏଥିପାଇଁ ଶ୍ରୀ ସିଂହଙ୍କୁ ଆମେରିକାରେ ଗିରଫ କରାଯାଇଛି। ‘ଦି ଫିଲାଡେଲଫିଆ’ ଇନକ୍ୱାୟରର’ ରିପୋର୍ଟ ମୁତାବକ ପେନିସେଲଭାନିଆର ଡେଲାୱେର କାଉଣ୍ଟିରେ ରହୁଥିବା ୬୨ ବର୍ଷୀୟ ଇକବାଲ୍‌ ରବିବାର ସକାଳେ ପୁଲିସକୁ ଫୋନ୍ କରି ନିଜର ଅପରାଧ ସ୍ୱୀକାର କରିଥିଲେ। ଏହାପରେ ତାଙ୍କୁ ଗିରଫ କରାଯାଇଛି।

ରିପୋର୍ଟରେ କୁହାଯାଇଛି, ଯେତେବେଳେ ପୁଲିସ୍ ନ୍ୟୁଟାଉନ୍ ଟାଉନଶିପରେ ଥିବା ଇକବାଲଙ୍କ ଘରେ ପହଞ୍ଚିଲା ସେତେବେଳେ ସେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଥିଲେ। କାରଣ ସେ ନିଜ ପତ୍ନୀ ଓ ମା’ଙ୍କୁ ହତ୍ୟା କରିବା ପରେ ନିଜକୁ ନିଜ ମଧ୍ୟ ଧାରୁଆ ଅସ୍ତ୍ରରେ କ୍ଷତି ପହଞ୍ଚାଇଥିଲେ। ଇକବାଲଙ୍କ ଘର ଭିତରେ ତାଙ୍କ ମା’ ଓ ପତ୍ନୀଙ୍କ ମୃତଦେହ ପଡ଼ିଥିବା ପୁଲିସ୍‌ ଦେଖିବାକୁ ପାଇଥିଲା।

ରବିବାର ଗିରଫ ହୋଇଥିବା ଇକବାଲଙ୍କ ବିରୋଧରେ ସୋମବାର ହତ୍ୟା ଅଭିଯୋଗ ଦାଏର ହୋଇଥିଲା। ଏବେ ଆହତ ଇକବାଲଙ୍କୁ ହସ୍ପିଟାଲରେ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି।

ସୂଚନାଯୋଗ୍ୟ, ଇକବାଲ୍ ଜଣେ ଶଟପୁଟ୍‌ ଆଥଲେଟ୍ ଥିଲେ। ସେ ୧୯୮୩ରେ କୁଏତରେ ଆୟୋଜିତ ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନଶିପରେ ଭାରତ ପକ୍ଷରୁ ସେ ବ୍ରୋଞ୍ଜ ପଦକ ଜିତିଥିଲେ। ଏହା ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ସଫଳତା ଥିଲା। ଏହା ପରେ ସେ ଆମେରିକାରେ ରହିବାକୁ ଚାଲିଯାଇଥିଲେ। ଆମେରିକାରେ ସେ ଏକ ଟାକ୍ସି ଡ୍ରାଇଭର୍ ଭାବେ କାମ କରୁଥିଲେ।

ଆହୁରି ପଢ଼ନ୍ତୁ

୫ ଘଣ୍ଟାର ଜେରା ପରେ ଏନସିବି ଅଫିସରୁ ବାହାରିଲେ ଶ୍ରଦ୍ଧା ଓ ସାରା

କରୋନା ଟିକା ପାଇଁ ଭାରତ ସରକାରଙ୍କ ପାଖରେ ୮୦ ହଜାର କୋଟି ଅଛି ତ?

ଗିରଫ ହେଲେ ଧର୍ମା ପ୍ରଡକ୍ସନର କ୍ଷୀତିଜ, କରଣ କହିଲେ ଏମିତି…

ଚାଷୀଙ୍କୁ ଅପମାନ କରିଥିବା କଙ୍ଗନାଙ୍କ ନାଁରେ ଅପରାଧିକ ମାମଲା ରୁଜୁ

ଚାଇନା ସାମ୍ବାଦିକଙ୍କ ରହଣି ଉପରେ କଟକଣା ଲଗାଇବ ଆମେରିକା

କ’ଣ ଖାଇବେ, କ’ଣ ନ ଖାଇବେ, ଆଉ କିପରି ଖାଇବେ ଜାଣନ୍ତୁ…

ପଞ୍ଚଭୂତରେ ଲୀନ ହେଲେ ସ୍ୱର ସମ୍ରାଟ ବାଲସୁବ୍ରମଣ୍ୟମ

‍‍୫୦ ଲକ୍ଷ ପାଖରେ ଦେଶରେ କରୋନା ସୁସ୍ଥଙ୍କ ସଂଖ୍ୟା, ମୃତ୍ୟୁସଂଖ୍ୟା ୯୩,୪୨୦

ରାମ ମନ୍ଦିର ପରେ ଶ୍ରୀକୃଷ୍ଣଙ୍କ ଜମି ପୁନରୁଦ୍ଧାର ପାଇଁ କୋର୍ଟ ପହଞ୍ଚିଲେ ଭକ୍ତ

ଏନସିବି ରାଡାରରେ କରଣ ଜୋହର, ଟ୍ୱିଟ୍ କରି କହିଲେ ମୋ ଘରେ ଡ୍ରଗ୍ସ ପାର୍ଟି ହୋଇନି

ସମ୍ପର୍କୀୟଙ୍କ ଦ୍ୱାରା ହତ୍ୟାର ଶିକାର ହେଲେ ମହିଳା, ଦୁଇ ଝିଅ ଗୁରୁତର

ସୋରିଷ ତେଲରେ ଅନ୍ୟାନ୍ୟ ତେଲ ମିଶ୍ରଣ ଉପରେ ଲାଗିଲା ରୋକ୍