ଡିଏମକେ ଘୋଷଣା କଲା ୩ ରାଜ୍ୟସଭା ସାଂସଦ ପ୍ରାର୍ଥୀ, ମନମୋହନ ସିଂହଙ୍କ ନାମ ନାହିଁ

ଚେନ୍ନାଇ: ଡିଏମକେ ଆଜି ତିନି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳ ସୁପ୍ରିମୋ ଏମ୍.କେ ଷ୍ଟାଲିନ୍ ଏମ୍ ଶନମୁଗମ, ପୂର୍ବତନ ଆଡଭୋକେଟ ଜେନେରାଲ ବି ଓ୍ୱିଲଶନଙ୍କ ନାମ ଘୋଷଣା କରିଛନ୍ତି। ଅନ୍ୟ ଏକ ଆସନ ରାଜ୍ୟରେ ମେଣ୍ଟରେ ସାମିଲ ଥିବା ସହଯୋଗୀ ଦଳ ଏମଡିଏମକେ ଘୋଷଣା କରିବ ବୋଲି ସେ କହିଛନ୍ତି। ଜୁଲାଇ 18ରେ ଏହି ତିନି ଆସନ ପାଇଁ ନିର୍ବାଚନ ହେବ। ଚଳିତ ମାସ ଶେଷ ସୁଦ୍ଧା ଶାସକ ଦଳ ଏଆଇଡିଏମକେର ୪ […]

stallin manmohan

stallin manmohan

Subhransu Sekhar
  • Published: Monday, 01 July 2019
  • Updated: 01 July 2019, 03:14 PM IST

Sports

Latest News

ଚେନ୍ନାଇ: ଡିଏମକେ ଆଜି ତିନି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳ ସୁପ୍ରିମୋ ଏମ୍.କେ ଷ୍ଟାଲିନ୍ ଏମ୍ ଶନମୁଗମ, ପୂର୍ବତନ ଆଡଭୋକେଟ ଜେନେରାଲ ବି ଓ୍ୱିଲଶନଙ୍କ ନାମ ଘୋଷଣା କରିଛନ୍ତି। ଅନ୍ୟ ଏକ ଆସନ ରାଜ୍ୟରେ ମେଣ୍ଟରେ ସାମିଲ ଥିବା ସହଯୋଗୀ ଦଳ ଏମଡିଏମକେ ଘୋଷଣା କରିବ ବୋଲି ସେ କହିଛନ୍ତି। ଜୁଲାଇ 18ରେ ଏହି ତିନି ଆସନ ପାଇଁ ନିର୍ବାଚନ ହେବ।

ଚଳିତ ମାସ ଶେଷ ସୁଦ୍ଧା ଶାସକ ଦଳ ଏଆଇଡିଏମକେର ୪ ରାଜ୍ୟସଭା ସାଂସଦ ଏବଂ ସିପିଆଇର ଡି ରାଜାଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏଥିସହ ଡିଏମକେର କାନ୍ନିମୋଝୀ ଚଳିତ ଲୋକସଭାରେ ସାଂସଦ ଭାବେ ନିର୍ବାଚିତ ହୋଇଥିବାରୁ ଏହି ଆସନ ଖାଲି ପଡ଼ୁଛି। ତେବେ ୩ଟି ଆସନ ପାଇଁ ନିର୍ବାଚନ ହେବ ବୋଲି ବିଜ୍ଞପ୍ତି ପ୍ରକାଶ କରିଥିଲେ ନିର୍ବାଚନ କମିଶନ।

ସୂଚନାଯୋଗ୍ୟ ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କାର୍ଯ୍ୟକାଳ ରାଜ୍ୟସଭାରେ ଶେଷ ହୋଇଛି। ଆସାମରୁ ସେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ଆସାମରେ କଂଗ୍ରେସର ଆବଶ୍ୟକ ସଂଖ୍ୟକ ବିଧାୟକ ନଥିବାରୁ ମନମୋହନ ସିଂହ ସେଠାରୁ ପୁଣି ଥରେ ନିର୍ବାଚିତ ହୋଇପାରିବେ ନାହିଁ। ତେଣୁ କଂଗ୍ରେସ ଏହି ଅର୍ଥନୀତିଜ୍ଞ ତଥା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଡିଏମକେ ସହିତ ଆଲୋଚନା କରି ତାମିଲନାଡୁରୁ ରାଜ୍ୟସଭାକୁ ପଠାଇବ ବୋଲି ସୂଚନା ରହିଥିଲା। ଖୋଦ୍ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି ମଧ୍ୟ ଷ୍ଟାଲିନଙ୍କ ସହ କଥା ହୋଇଥିବା ନେଇ ସୂଚନା ରହିଥିଲା। ହେଲେ ଏବେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

ନିକଟରେ ରାଜସ୍ଥାନର ବିଜେପି ସଭାପତି ତଥା ରାଜ୍ୟସଭା ସାଂସଦ ମଦନ ଲାଲ ସୈନୀଙ୍କ ପରଲୋକ ହୋଇଛି। ଏହି ଆସନ ଏବେ ଖାଲି ପଡ଼ିଛି। ତେଣୁ ଆଗାମୀ ଦିନରେ କଂଗ୍ରେସ ମନମୋହନ ସିଂହଙ୍କୁ ଏହି ଆସନରୁ ରାଜ୍ୟସଭାକୁ ପଠାଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ରାଜସ୍ଥାନରେ କଂଗ୍ରେସ ସରକାରରେ ରହିଛି। ଏଥିସହ ରାଜ୍ୟସଭାକୁ ପଠାଇବା ପାଇଁ ଆବଶ୍ୟକ ବିଧାୟକ ସଂଖ୍ୟା ମଧ୍ୟ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story