ହଳହଳ ହଳଦିଆ ବେଙ୍ଗର ଭିଡିଓ ଭାଇରାଲ, ମହିଳା ବେଙ୍ଗଙ୍କୁ ଆକର୍ଷିତ କରିବାକୁ ବଦଳାନ୍ତି ରଙ୍ଗ

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ଗୋଟିଏ ମଜାଳିଆ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ମାଳମାଳ ହଳଦିଆ ରଙ୍ଗର ଯୋଡ଼ାଯୋଡ଼ା ବେଙ୍ଗ ଗୋଟିଏ ଛୋଟ ପାଣି ଜମିଥିବା ସ୍ଥାନରେ ବର୍ଷାର ମଜା ନେଉଥିବା ଦେଖିବାକୁ ମିଳୁଛି। ଆଇଏଫଏସ ଅଫିସର ପ୍ରବୀଣ କସୱାନ ଏହାକୁ ପୋଷ୍ଟ କରିବା ପରେ ସୋଶାଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି। ଏହି ହଳଦିଆ ରଙ୍ଗର ବେଙ୍ଗ ବେଶ ବିରଳ। ପ୍ରକୃତରେ ଏମାନେ ଏତେ ଗାଢ଼ ହଳଦିଆ ରଙ୍ଗର ହୋଇନଥାନ୍ତି। କିନ୍ତୁ ଭିଡିଓରେ […]

dy

dy

Hemant Lenka
  • Published: Wednesday, 15 July 2020
  • Updated: 15 July 2020, 01:54 PM IST

Sports

Latest News

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ଗୋଟିଏ ମଜାଳିଆ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ମାଳମାଳ ହଳଦିଆ ରଙ୍ଗର ଯୋଡ଼ାଯୋଡ଼ା ବେଙ୍ଗ ଗୋଟିଏ ଛୋଟ ପାଣି ଜମିଥିବା ସ୍ଥାନରେ ବର୍ଷାର ମଜା ନେଉଥିବା ଦେଖିବାକୁ ମିଳୁଛି।

ଆଇଏଫଏସ ଅଫିସର ପ୍ରବୀଣ କସୱାନ ଏହାକୁ ପୋଷ୍ଟ କରିବା ପରେ ସୋଶାଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି। ଏହି ହଳଦିଆ ରଙ୍ଗର ବେଙ୍ଗ ବେଶ ବିରଳ। ପ୍ରକୃତରେ ଏମାନେ ଏତେ ଗାଢ଼ ହଳଦିଆ ରଙ୍ଗର ହୋଇନଥାନ୍ତି। କିନ୍ତୁ ଭିଡିଓରେ ଗାଢ଼ ହଳଦିଆ ରଙ୍ଗ ଧାରଣ କରିଥିବା ବେଙ୍ଗ ଗୁଡ଼ିକ ପୁରୁଷ। ସେମାନେ ମୌସୁମୀ ସମୟରେ ନିଜର ରଙ୍ଗକୁ ଅଧିକ ଗାଢ଼ ରୂପରେ ବଦଳାଇ ତାଙ୍କ ମହିଳା ସାଥୀଙ୍କୁ ଆଡ଼କୁ ଆକର୍ଷିତ କରିଥାଆନ୍ତି।

ମାଳମାଳ ହଳିଦିଆ ବେଙ୍ଗମାନେ ଜଳକ୍ରୀଡ଼ା କରୁଥିବା ଭିଡିଓଟି ମଧ୍ୟପ୍ରଦେଶ ଅନ୍ତର୍ଗତ ନରସିଂହପୁର ଅଞ୍ଚଳର ବୋଲି ପ୍ରବୀଣ କହିଛନ୍ତି।
ସେ ଭିଡିଓକୁ ପୋଷ୍ଟ କରି ଏଥିରେ କ୍ୟାପସନ ଲେଖିଛନ୍ତି ଯେ “ଆପଣମାନେ କେବେ ଏମିତି ହଳଦିଆ ବେଙ୍ଗ ଦେଖିଛନ୍ତି କି? ଏପରି କି ଏତେ ସଂଖ୍ୟକ ବେଙ୍ଗ କେବେ ଏକାଠି ଦେଖିଛନ୍ତି କି?

ଏମାନେ ଭାରତୀୟ #bullfrog। ନରସିଂହପୁରରେ ଏମାନଙ୍କୁ ଠାବ କରାଯାଇଛି। ସେମାନେ ମୌସୁମୀ ସମୟରେ ନିଜର ରଙ୍ଗ ବଦଳାଇ ମହିଳା ବେଙ୍ଗକୁ ଆକର୍ଷିତ କରନ୍ତି। ଦେଖନ୍ତୁ ସେମାନେ କେମିତି ବର୍ଷାକୁ ଉପଭୋଗ କରୁଛନ୍ତି।”

ପ୍ରବୀଣ ଏହାକୁ ପୋଷ୍ଟ କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos