ବିଜେପି ମନ୍ତ୍ରୀଙ୍କ ପୁଅକୁ ଅଟକାଇ ବଦଳି ହେବା ପରେ ଚାକିରି ଛାଡ଼ିଲେ କନଷ୍ଟେବଲ ସୁନୀତା

ସୁରତ: କରୋନା ମହାମାରୀ ପାଇଁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି। ହେଲେ ଏହି କର୍ଫ୍ୟୁକୁ ବେଖାତିର କରି ବିଜେପି ବିଧାୟକ ତଥା ଗୁଜରାଟରେ ମନ୍ତ୍ରୀ ଥିବା କୁମାର କନାନୀଙ୍କ ପୁଅ ଓ ତାଙ୍କର ଦୁଇ ଜଣ ସାଙ୍ଗ ରାସ୍ତାରେ ବୁଲୁଥିଲେ। ଏଥିପାଇଁ ସେମାନଙ୍କୁ ଅଟକାଇଥିବା ମହିଳା କନଷ୍ଟେବଲ ସୁନୀତା ଯାଦବ ନିର୍ଯାତନାର ଶିକାର ହୋଇଛନ୍ତି।

ମନ୍ତ୍ରୀଙ୍କ ପୁଅ ସୁନୀତାଙ୍କୁ ବାରମ୍ବାର ଧମକ ଦେଇଥିଲେ ହେଁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଏପରି କି ତାଙ୍କୁ ପୁଲିସ୍‌ ମୁଖ୍ୟାଳୟକୁ ବଦଳି କରିଦିଆଯାଇଥିଲା। ଏହାକୁ ସହ୍ୟ ନ କରିପାରି ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସୁନୀତାଙ୍କ ଉପରିସ୍ଥ ଅଧିକାରୀମାନେ ମାମଲାକୁ ଗୁରୁତ୍ୱର ସହ ନେବା ବଦଳରେ ଏହାକୁ ରଫାଦଫା କରିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି।

ବୁଧବାର ରାତି ପ୍ରାୟ ୧୦.୩୦ରେ ମନ୍ତ୍ରୀଙ୍କ ପୁଅ ପ୍ରକାଶ ଓ ତାଙ୍କର ଦୁଇ ଜଣ ସାଙ୍ଗ ବିଧାୟକ ଲେଖା ହୋଇଥିବା ଗାଡ଼ି ଧରି ରାସ୍ତାରେ ଯାଉଥିଲେ। କର୍ଫ୍ୟୁ ଲାଗୁ ହୋଇଥିବାରୁ ମଗନ୍ଧା ଚୌକ ନିକଟରେ ସୁନୀତା ସେମାନଙ୍କ ଗାଡ଼ି ଅଟକାଇ ଥିଲେ। ଏପରି କି ପ୍ରକାଶ ଓ ତାଙ୍କ ସାଙ୍ଗମାନେ ମାସ୍କ ପିନ୍ଧି ନଥିଲେ।

ପୁଲିସକୁ ଦେଖିବା ପରେ ସେମାନେ ମାସ୍କ ପରିଧାନ କରିଥିଲେ। ତେବେ ନିଜର ଭୁଲ ସ୍ୱୀକାର କରିବା ପରିବର୍ତ୍ତେ ପ୍ରକାଶ ବିଚ୍‌ ରାସ୍ତାରେ ମହିଳା କନଷ୍ଟେବଲଙ୍କୁ ଧମକଚମକ ମଧ୍ୟ ଦେଇଥିଲେ।

ତଥାପି ସୁଦୀତା ଏଥିରେ ଡରି ନଥିଲେ ବରଂ ସେ ବିଧାୟକଙ୍କ ଚାକର ନୁହନ୍ତି ବୋଲି କହିଥିଲେ। କିନ୍ତୁ ଘଟଣା ପରେ ସୁନୀତାଙ୍କ ବଦଳି ପୁଲିସ୍‌ ମୁଖ୍ୟାଳୟକୁ କରିଦିଆଯାଇଛି। ପୂରା ଘଟଣାର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଘଟଣାକୁ ନେଇ ରବିବାର ପ୍ରକାଶ ଓ ତାଙ୍କର ଦୁଇ ଜଣ ବନ୍ଧୁ ଗିରଫ ହୋଇଥିଲେ। ତେବେ ପରବର୍ତ୍ତୀ ଅବସ୍ଥାରେ ସେମାନଙ୍କୁ ଜାମିନ ମିଳିଛି। ସୁରତର କମିଶନର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ

୮,୭୦୦ କୋଟି ପ୍ରତିରକ୍ଷା ଚୁକ୍ତିକୁ ଅନୁମୋଦନ

‘ନିକମା’ ଭଳି ଶବ୍ଦକୁ ଭୁଲି ଆଗକୁ ବଢ଼ିପାରିବେ ତ ସଚିନ ପାଇଲଟ?

ଆଗାମୀ ଲୋକସଭା ନିର୍ବାଚନରେ କିଏ ହେବେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ?

ରୁଷ ଟିକାର ସୁରକ୍ଷା ଯାଞ୍ଚ କରିବା ଦରକାର ବୋଲି କହିଲା ଏମ୍ସ

ମୁଁ ଶୀଘ୍ର ଫେରିବି କହି ବ୍ରେକ ନେଲେ ସଞ୍ଜୟ ଦତ୍ତ

ଦେଶରେ ମୃତ୍ୟୁହାର ୨% ତଳକୁ ଖସିଲା, ଜାଣନ୍ତୁ ଏବେ କେତେ ପ୍ରତିଶତ ରହିଛି

ରାସ୍ତା କଡ଼ ଦୋକାନୀଙ୍କ ଠେଲା ଗାଡ଼ି ଓଲଟାଇ ଦେଲେ ପୁଲିସ ବାବୁ, ଭିଡିଓ ଭାଇରାଲ

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣା: ପୁଲିସର ଦ୍ୱାରସ୍ଥ ହେଲେ ସୁରଜ ପାଞ୍ଚୋଲି

୧୦୨ ଦିନ ପରେ ନ୍ୟୁଜିଲ୍ୟାଣ୍ଡକୁ ଫେରିଲା କରୋନା

ମାସ୍କ ନ ପିନ୍ଧି ଯୁକ୍ତି କଲେ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ

ବାପାପୁଅଙ୍କ ହାଜତ ମୃତ୍ୟୁ ମାମଲାର ଅଭିଯୁକ୍ତ ପୁଲିସ୍‌ ଅଧିକାରୀ କରୋନାରେ ମୃତ