ଡେରାଡୁନ୍: ଉତ୍ତରାଖଣ୍ଡ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି, ପୋଲିସ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ୍ ରାୱତଙ୍କୁ ବିରୋଧ କରୁଥିବା କଂଗ୍ରେସ ନେତାଙ୍କ ଫୋନ୍ ଟ୍ୟାପ୍ କରିଛି। ରାଜ୍ୟ ବିଜେପି ପ୍ରବକ୍ତା ମୁନା ସିଂହ ଚୌହାନ୍ ଏପରି ଅଭିଯୋଗ କରିଛନ୍ତି। କେବଳ ବିଦ୍ରୋହୀ କଂଗ୍ରେସ ନେତା ନୁହନ୍ତି, କିଛି ସାମ୍ବାଦିକଙ୍କ ଫୋନ୍ ମଧ୍ୟ ଟ୍ୟାପ୍ କରାଯାଇଛି।
ମୁନା ସିଂ ଆହୁରି କହିଛନ୍ତି, “ସୂଚନା ଅଧିକାର ଆଇନ ଆଧାରରେ ମିଳିଥିବା ତଥ୍ୟ ଅନୁସାରେ ପୋଲିସ୍ ଜୁନ୍ ୨୦୧୫ରୁ ବର୍ତ୍ତମାନ ଯାଏଁ ୩୭୮ଟି ଫୋନ୍ କୋଲ୍ ରେକର୍ଡିଂ କରିଥିବା କହିଛି। ବହୁ ଲୋକ ସେମାନଙ୍କ ଫୋନ୍ ଟ୍ୟାପ୍ କରାଯାଉଥିବା ଓ ଏହାଦ୍ୱାରା ତାଙ୍କ ବ୍ୟକ୍ତିଗତ ଜୀବନ ପ୍ରଭାବିତ ହେଉଥିବା କହିଛନ୍ତି। ଏପରି କି ଏବେ ବି ବିଜେପି ବିଧାୟକ ଓ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ଫୋନ୍ ଟ୍ୟାପ୍ କରାଯାଉଛି। ବିଧାନସଭାରେ ରାୱତ୍ ବହୁମତ ସାବ୍ୟସ୍ତ କରିବା ଲାଗି ଘୋଡା ବେପାର କରିବାକୁ ଚେଷ୍ଟା କରୁଛନ୍ତି। ଏହି ଘଟଣାର ଯାଞ୍ଚ କରାଯିବାକୁ ରାଜ୍ୟପାଳଙ୍କ ନିକଟରେ ଦଳ ପକ୍ଷରୁ ଦାବି କରାଯିବ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଲାଞ୍ଚ ଅଭିଯୋଗକୁ ଆଦାନୀ ଗ୍ରୁପ୍ର ଖଣ୍ଡନ, କହିଲା- ଏହା ସମ୍ପୂର୍ଣ୍ଣ ମିଥ୍ୟା
ଆଦାନୀ ଗ୍ରୀନ ଏନର୍ଜୀ ଏକ ବୟାନ ଜାରି ଲାଞ୍ଚ ଅଭିଯୋଗକୁ ନେଇ ନିଜ ସ୍ପଷ୍ଟୀକରଣ ରଖିଛି।
National
ଟ୍ରକ୍କୁ ଧକ୍କା ଦେଲା କାର୍, ଚାଲିଗଲା ୫ ଡାକ୍ତରଙ୍କ ଜୀବନ
ଏହି ଦୁର୍ଘଟଣାରେ ୫ ଡାକ୍ତରଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
National
ମୁମ୍ବାଇ ୨୬/୧୧ ହମଲାକୁ ପୂରିଲା ୧୬ ବର୍ଷ: ଆତଙ୍କୀଙ୍କୁ କଡ଼ା ବାର୍ତ୍ତା ଦେଲେ ମୋଦି
ମୁମ୍ବାଇ ୨୬/୧୧ ହମଲାର ୧୬ ବର୍ଷ ପୂର୍ତ୍ତିରେ ଆତଙ୍କବାଦୀ ଓ ସେମାନଙ୍କ ଆକ୍କାମାନଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Crime
ସର୍ଭିସ ଆପାର୍ଟମେଣ୍ଟକୁ ଏକାଠି ଯାଇଥିଲେ, ୩ ଦିନ ପରେ ମିଳିଲା ପ୍ରେମିକାଙ୍କ ମୃତଦେହ
ଆପାର୍ଟମେଣ୍ଟ ଭିତରୁ ୩ ଦିନ ପରେ ମିଳିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ। ତାଙ୍କ ପ୍ରେମିକ ସେଠାରେ ନଥିବାରୁ ସେ ହିଁ ପୂରା ଘଟଣାର କାର୍ପଟଦାର ବୋଲି ପୁଲିସ ସନ୍ଦେହ କରୁଛି।