ଡେରାଡ଼ୁନ୍: ଉତ୍ତରାଖଣ୍ଡରେ ରାଷ୍ଟ୍ରପତି ଶାସନ ଜାରି ହେବାର କିଛି ଘଣ୍ଟା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱାତ୍ ରାଜ୍ୟପାଳ କେ.କେ. ପଲ୍ଙ୍କୁ ଗତକାଲି ରାତିରେ ଭେଟିବାକୁ କରିଥିବା ଶେଷ ଚେଷ୍ଟା ବିଫଳ ହୋଇଯାଇଛି। ସେ ରାଷ୍ଟ୍ରପତିଙ୍କୁ ଭେଟି ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ସୁଯୋଗ ଦେବାକୁ ଅନୁମତି ମାଗିଥାନ୍ତେ।
ରାଜ୍ୟପାଳ କେ. କେ. ପଲ୍ ଆଉ ଗୋଟିଏ ଦିନ ପରେ ଅବସର ନେବେ। ହରିଶ ରାୱତ ରାଜ୍ୟପାଳଙ୍କୁ ଏକ ଚିଠି ଲେଖି ଦାବି କରିଛନ୍ତି ଯେ, ୭୦ ଆସନ ବିଶିଷ୍ଟ ବିଧାନସଭାରେ ଏବେ ବି ତାଙ୍କର ପାଖରେ ସଂଖ୍ୟା ଗରିଷ୍ଠତା ରହିଛି। ତାଙ୍କୁ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାର ଏକ ସୁଯୋଗ ଦିଆଯାଉ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଥିବା ଏହି ଚିଠିକୁ ଏଡିସି ଅନୁଜ ରାଠୋଡ୍ ଗ୍ରହଣ କରିଥିବା ସେ କହିଛନ୍ତି।
“ଉତ୍ତରାଖଣ୍ଡ ଲୋକଙ୍କ ଭାବାବେଗକୁ ଆଖି ଆଗରେ ରଖି ଆମ ଦଳକୁ ଗଣତାନ୍ତ୍ରିକ ପଦ୍ଧତିରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ଦିଆଯାଉ ବୋଲି ସେ ଚିଠିରେ ଦର୍ଶାଇଛନ୍ତି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଲାଞ୍ଚ ଅଭିଯୋଗକୁ ଆଦାନୀ ଗ୍ରୁପ୍ର ଖଣ୍ଡନ, କହିଲା- ଏହା ସମ୍ପୂର୍ଣ୍ଣ ମିଥ୍ୟା
ଆଦାନୀ ଗ୍ରୀନ ଏନର୍ଜୀ ଏକ ବୟାନ ଜାରି ଲାଞ୍ଚ ଅଭିଯୋଗକୁ ନେଇ ନିଜ ସ୍ପଷ୍ଟୀକରଣ ରଖିଛି।
National
ଟ୍ରକ୍କୁ ଧକ୍କା ଦେଲା କାର୍, ଚାଲିଗଲା ୫ ଡାକ୍ତରଙ୍କ ଜୀବନ
ଏହି ଦୁର୍ଘଟଣାରେ ୫ ଡାକ୍ତରଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
National
ମୁମ୍ବାଇ ୨୬/୧୧ ହମଲାକୁ ପୂରିଲା ୧୬ ବର୍ଷ: ଆତଙ୍କୀଙ୍କୁ କଡ଼ା ବାର୍ତ୍ତା ଦେଲେ ମୋଦି
ମୁମ୍ବାଇ ୨୬/୧୧ ହମଲାର ୧୬ ବର୍ଷ ପୂର୍ତ୍ତିରେ ଆତଙ୍କବାଦୀ ଓ ସେମାନଙ୍କ ଆକ୍କାମାନଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Crime
ସର୍ଭିସ ଆପାର୍ଟମେଣ୍ଟକୁ ଏକାଠି ଯାଇଥିଲେ, ୩ ଦିନ ପରେ ମିଳିଲା ପ୍ରେମିକାଙ୍କ ମୃତଦେହ
ଆପାର୍ଟମେଣ୍ଟ ଭିତରୁ ୩ ଦିନ ପରେ ମିଳିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ। ତାଙ୍କ ପ୍ରେମିକ ସେଠାରେ ନଥିବାରୁ ସେ ହିଁ ପୂରା ଘଟଣାର କାର୍ପଟଦାର ବୋଲି ପୁଲିସ ସନ୍ଦେହ କରୁଛି।