ଟ୍ରିପଲ ମର୍ଡର କେସକୁ ନେଇ ତେଜସ୍ୱୀଙ୍କ ଘର ଆଗରେ ହାଇଡ୍ରାମା

ପାଟନା: ବିହାରର ପାଟନା ଠାରେ ଥିବା ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ଘର ଆଗରେ ଟ୍ରିପଲ ମର୍ଡର କେସ୍‌କୁ ନେଇ ହାଇଡ୍ରାମା ଦେଖିବାକୁ ମିଳିଛି। ସାମାଜିକ ଦୂରତାକୁ ଭୁଲି ହଜାର ହଜାର ଲୋକ ତାଙ୍କ ଘରେ ଆଗରେ ଏକାଠି ହୋଇଛନ୍ତି। ତେଜସ୍ୱୀ ଯାଦବ ଗୋପାଲଗଞ୍ଜ ଟ୍ରପିଲ ମର୍ଡର କେସରେ ପୀଡ଼ିତଙ୍କ ପରିବାର ବର୍ଗଙ୍କୁ ଭେଟିବାକୁ ଯିବାକୁ ବାହାରିବା ବେଳେ ପ୍ରବଳ ହଟଚମଟ ଦେଖିବାକୁ ମିଳିଛି।

ତେଜସ୍ୱୀ ଯାଦବ ଗୋପାଲଗଞ୍ଜକୁ ଯିବା ପାଇଁ ବାହାରୁ ଥିବା ବେଳେ ତାଙ୍କୁ ପୁଲିସ୍‌ ଲକଡାଉନ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଆଗକୁ ବଢ଼ିବାକୁ ଦେଇ ନଥିଲା। ତାଙ୍କ ସମର୍ଥନରେ ଶତାଧିକ ଲୋକ ଏକାଠି ହୋଇଥିଲେ ହେଁ କେହି ବି ସାମାଜିକ ଦୂରତା ନିୟମକୁ ପାଳନ କରିନାହାନ୍ତି।

କାରରେ ବସିଥିବା ବେଳେ ତେଜସ୍ୱୀ କହିଛନ୍ତି, “ମୋ ନାଁରେ କୌଣସି ଗୃହବନ୍ଦୀର ନିର୍ଦ୍ଦେଶ ନାହିଁ। ଲକଡାଉନ ନିୟମ କେବଳ ବିଧାୟକମାନଙ୍କ ପାଇଁ। ଅପରାଧୀମାନେ କିନ୍ତୁ ମୁକ୍ତ ଭାବେ ବୁଲୁଛନ୍ତି।”

ସ୍ଥିତି ଉତ୍ତେଜନା ପୂର୍ଣ୍ଣ ହେବାରୁ ତେଜସ୍ୱୀଙ୍କ ଘର ଆଗରେ ରାପିଡ ଆକ୍ସନ ଫୋର୍ସକୁ ମୁତୟନ କରାଯାଇଛି। ତଥାପି ତେଜସ୍ୱୀଙ୍କ ସମର୍ଥକମାନେ ସରକାରୀ ବିରୋଧୀ ନାରା ଦେବାରେ ଲାଗିଛନ୍ତି।

ମଙ୍ଗଳବାର ତେଜସ୍ୱୀ ଗୋପାଲଗଞ୍ଜ ହତ୍ୟାକାଣ୍ଡର ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କୁ ଦୁଇ ଦିନର ସମୟ ଦେଇଥିଲେ। ଯଦି ସରକାର ଏହି ସମୟରେ କୌଣସି ପଦକ୍ଷେପ ଗ୍ରହଣ ନ କରିବେ, ତା’ହେଲେ ସେ ପାଟନାରୁ ଗୋପାଲଗଞ୍ଜ ପର୍ଯ୍ୟନ୍ତ ରାଲି କରିବେ ବୋଲି ଧମକ ଦେଇଥିଲେ।

ରବିବାର ସନ୍ଧ୍ୟାରେ ସିପିଆଇ-ଏମଏଲ ନେତେ ଜେପି ଯାଦବଙ୍କଙ୍କ ବାପା, ମା’ ଓ ଭାଇଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ଗୁଳିକରି ହତ୍ୟା କରାଯାଇଥିଲା।

ଆହୁରି ପଢ଼ନ୍ତୁ

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ସଫା, ଯବାନ ଆହତ

ସଞ୍ଜୟ ରାଉତ-ଫଡନାଭିସ ଆଲୋଚନାର ଇଫେକ୍ଟ: ଉଦ୍ଧବ ଓ ଶରଦ ପାୱାରଙ୍କ ରୁଦ୍ଧଦ୍ୱାର ବୈଠକ

କୋଇଲା ଖଣିରେ ଭୟଙ୍କର ଦୁର୍ଘଟଣା: ୧୬ ମୃତ

ନାବାଳିକା ଭଉଣୀକୁ ୮ ବର୍ଷ ଧରି ଦୁଷ୍କର୍ମ କରୁଥିଲା ଭାଇ, ଆଉ ମା’…

ଆତଙ୍କୀ କାର୍ଯ୍ୟକଳାପର କେନ୍ଦ୍ରସ୍ଥଳ ପାଲଟିଛି ବେଙ୍ଗାଲୁରୁ: ବିଜେପି ସାଂସଦ

ପାୟଲଙ୍କ ଚେତାବନୀ: ଅନୁରାଗଙ୍କୁ ଗିରଫ ନ କଲେ…

ଦୁବାଇ ଓ ବ୍ରିଟେନରୁ ଆସିଥିବା ଲୋକଙ୍କ ପାଇଁ ଭାରତରେ ବଢ଼ିଥିଲା କରୋନା!

ନୀତୀଶ କୁମାରଙ୍କ ଦଳରେ ମିଶିଲେ ଗୁପ୍ତେଶ୍ୱର ପାଣ୍ଡେ

ଚୋରା ଚାଲାଣର ପର୍ଦ୍ଦାଫାସ: ୩ କୋଟି ଟଙ୍କାର ହାତ ଘଣ୍ଟା ଜବତ

ରବି କିଶନଙ୍କୁ ମିଳୁଛି ହତ୍ୟା ଧମକ!

ଉମା ଭାରତୀ କରୋନାରେ ଆକ୍ରାନ୍ତ

ଦିନକରେ ୮୮,୬୦୦ ଆକ୍ରାନ୍ତ, ୯୨ ହଜାର ସୁସ୍ଥ