ଭାରତ-ପାକ୍‌ ପରମାଣୁ ଯୁଦ୍ଧ ହେଲେ ୧୨ କୋଟି ଲୋକ ମରିବେ! କେଉଁ ଦେଶ ଅଧିକ କ୍ଷତି ସହିବ

ୱାଶିଂଟନ୍‌: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏସିଆ ମହାଦେଶର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଭାରତ ଓ ପାକିସ୍ତାନ ମୁହାଁମୁହିଁ ସ୍ଥିତିରେ ପହଞ୍ଚିଛନ୍ତି। ଏପରି କି ପାକିସ୍ତାନ ମଧ୍ୟ ବାରମ୍ବାର ଭାରତକୁ ପରମାଣୁ ଯୁଦ୍ଧ ଧମକ ଦେଇ ଆସୁଛି। ଏପରି କି ଭାରତରେ ବଡ଼ ଧରଣର ହମଲା କରିବାକୁ ମଧ୍ୟ ପାକିସ୍ତାନ ଆତଙ୍କବାଦୀଙ୍କୁ ବ୍ୟବହାର କରିବା ଆରମ୍ଭ କରିଛି। ଏଭଳି ସ୍ଥିତିରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ। […]

nu

nu

Hemant Lenka
  • Published: Thursday, 03 October 2019
  • Updated: 03 October 2019, 04:40 PM IST

Sports

Latest News

ୱାଶିଂଟନ୍‌: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏସିଆ ମହାଦେଶର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଭାରତ ଓ ପାକିସ୍ତାନ ମୁହାଁମୁହିଁ ସ୍ଥିତିରେ ପହଞ୍ଚିଛନ୍ତି। ଏପରି କି ପାକିସ୍ତାନ ମଧ୍ୟ ବାରମ୍ବାର ଭାରତକୁ ପରମାଣୁ ଯୁଦ୍ଧ ଧମକ ଦେଇ ଆସୁଛି। ଏପରି କି ଭାରତରେ ବଡ଼ ଧରଣର ହମଲା କରିବାକୁ ମଧ୍ୟ ପାକିସ୍ତାନ ଆତଙ୍କବାଦୀଙ୍କୁ ବ୍ୟବହାର କରିବା ଆରମ୍ଭ କରିଛି।

ଏଭଳି ସ୍ଥିତିରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ। ପାକିସ୍ତାନର ଆତଙ୍କବାଦୀମାନେ ଯଦି ଭାରତରେ କୌଣସି ବଡ଼ ଧରଣର ହମ୍‌ଲା କରନ୍ତି, ତା’ହେଲେ ଭାରତ ଇସ୍‌ଲାମାବାଦରେ ପଶିବାକୁ କେବେ ହେଲେ ପଛଘୁଞ୍ଚା ଦେବନାହିଁ। ଏମିତି ଏକ ସ୍ଥିତିରେ ପାକିସ୍ତାନ ମଧ୍ୟ ବଦଲା ନେବାକୁ ପରମାଣୁ ଅସ୍ତ୍ରଶସ୍ତ୍ରର ବ୍ୟବହାର ନ କରିବ ବୋଲି କହିହେବ ନାହିଁ।

ଏକ ରିପୋର୍ଟ ଅନୁସାରେ, ଏବେ ଭାରତ ଓ ପାକ୍‌ ପ୍ରତିଦିନ କଶ୍ମୀରକୁ ନେଇ ସୀମାରେ ମୁହାଁମୁହିଁ ହେଉଛନ୍ତି। ପ୍ରତିଦିନ ଉଭୟ ଦେଶର କ୍ଷୟକ୍ଷତି ଘଟୁଛି। ଆଗକୁ ଏହି ତିକ୍ତତା ବୃଦ୍ଧି ପାଇବାର ମଧ୍ୟ ଆଶଙ୍କା ରହିଛି। ଭାରତ ଓ ପାକିସ୍ତାନ ପାଖରେ ପ୍ରାୟ ୧୫୦ଟି ପରମାଣୁ ଅସ୍ତ୍ରଶସ୍ତ୍ର ରହିଛି। ୨୦୨୫ ସୁଦ୍ଧା ଏହା ୨୦୦ରେ ମଧ୍ୟ ପହଞ୍ଚି ପାରେ।

ଗୋଟିଏ ପଟେ ପରମାଣୁ ଯୁଦ୍ଧାସ୍ତ୍ର ବୃଦ୍ଧି ପାଉଥିବା ବେଳେ ଭାରତ ଓ ପାକିସ୍ତାନ କଶ୍ମୀରକୁ ନେଇ ମୁହାଁମୁହିଁ ହେଉଛନ୍ତି। ଏହା ନିଶ୍ଚିତ ଭାବେ ଏକ ବିପଦ ସୃଷ୍ଟି କରୁଛି ବୋଲି ରୁଟଗେରସ ବିଶ୍ୱବିଦ୍ୟାଳୟର ପ୍ରଫେସର ଆଲାନ ରୋବୋକ କହିଛନ୍ତି। ସେ କହିଛନ୍ତି, “ଭାରତ ତା’ ହେପାଜତରେ ଥିବା କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଛି। ଏହା ସତ୍ତ୍ୱେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଜାତିସଂଘରେ କଶ୍ମୀର ପ୍ରସଙ୍ଗକୁ ନେଇ ଭାରତକୁ ପରମାଣୁ ଯୁଦ୍ଧ ଧମକ ଦେଇଥିଲେ।

ଚଳିତ ବର୍ଷ ଫେବୃଆରୀ ମାସରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ। ହେଲେ ପାକିସ୍ତାନ ସରକାର ଭାରତର ପାଇଲଟ ଅଭିନନ୍ଦନ ବର୍ତମାନଙ୍କୁ ଫେରାଇ ଦେବା ପରେ ଏହି ତିକ୍ତତା ଥମିଥିଲା। ଭାରତ ସର୍ବଦା ପ୍ରଥମେ ଆକ୍ରମଣ ପଲିସିକୁ ବିରୋଧ କରି ଆସୁଛି। ହେଲେ ପାକିସ୍ତାନ ଯଦି ଭାରତ ସହ ତିକ୍ତତା ବଢ଼ାଇ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବ, ତା’ହେଲେ ନୂଆଦିଲ୍ଲୀ କେବେ ହେଲେ ଚୁପ ରହିବ ନାହିଁ।

ଯଦି ଭାରତ ଓ ପାକିସ୍ତାନର ଜନସଂଖ୍ୟାକୁ ବିଚାରକୁ ନେବା, ତା’ହେଲେ ପରମାଣୁ ଯୁଦ୍ଧ ଦ୍ୱାରା ପ୍ରାୟ ୧୨୫ ମିଲିୟନ ବା ୧୨ କୋଟି ୫୦ ଲକ୍ଷ ଲୋକ ପ୍ରାଣ ହରାଇବେ ବୋଲି ଆଶଙ୍କା କରାଯାଉଛି। ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ୭୦ରୁ ୮୦ ମିଲିୟନ ଲୋକ ପ୍ରାଣ ହରାଇଥିଲେ।

ହେଲେ ଭାରତ ଓ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ହେଲେ, ଏହି ସଂଖ୍ୟା ୧୦୦ ମିଲିୟନ ପାର କରିବାର ଆଶଙ୍କା ରହିଛି। ଭାରତ ଓ ପାକିସ୍ତାନ ୧୦୦ କିଲୋଟନ୍‌ କ୍ଷମତା ବିଶିଷ୍ଟ ଯୁଦ୍ଧାସ୍ତ୍ର ବ୍ୟବହାର କରିପାରନ୍ତି। ହିରୋସିମାରେ ଯେଉଁ ବୋମା ପଡ଼ିଥିଲା, ତା’ଠାରୁ ଏହା ୬ ଗୁଣା ଅଧିକ ଶକ୍ତିଶାଳୀ। ତେଣୁ ଏହାର ଭୟଙ୍କର ସ୍ଥିତି ସମ୍ପର୍କରେ ସମସ୍ତେ ଆକଳନ କରିପାରୁଥିବେ।

ପାକିସ୍ତାନ ତୁଳନାରେ ଭାରତର ଦୁଇରୁ ୩ଗୁଣା ଅଧିକ କ୍ଷତି ହେବ। ପରମାଣୁ ଯୁଦ୍ଧ ହେଲେ ଭାରତରେ ଅଧିକ ଲୋକ ପ୍ରାଣ ହରାଇବେ ଏବଂ ଆହତ ହେବେ। କାରଣ ଭାରତ ତୁଳନାରେ ପାକିସ୍ତାନ ଅଧିକ ସଂଖ୍ୟକ ପରମାଣୁ ବୋମା ବ୍ୟବହାର କରିବାର ଆଶଙ୍କା କରାଯାଉଛି। ଯେହେତୁ ଭାରତର ଜନସଂଖ୍ୟା ଅଧିକ, ତେଣୁ ଏଠାରେ ମୃତ୍ୟୁସଂଖ୍ୟା ଅଧିକ ରହିବ।

ପରମାଣୁ ଅସ୍ତ୍ର ପ୍ରୟୋଗ ପରେ ସୂର୍ଯ୍ୟଙ୍କ କିରଣ ପୃଥିବୀ ଉପରେ ପଡ଼ିବାର କ୍ଷମତା ୨୦ରୁ ୩୫% ହ୍ରାସ ପାଇବ। ତାପମାତ୍ରା ୩.୫ରୁ ୯ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ଦୀର୍ଘ ୧୦ ବର୍ଷ ପାଇଁ ସମଗ୍ର ଦେଶରେ ଖାଦ୍ୟାଭାବ ଦେଖାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story