ଜୁନ୍‌ ପରେ ପ୍ରଥମଥର ପାଇଁ ରେକର୍ଡ କଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ମହାମାରୀ କରୋନାର ଦୈନିକ ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ୨୪ ଘଣ୍ଟା ମଧ୍ୟରେ ଦେଶରେ ଦୈନିକ ସଂକ୍ରମଣ ୧ ଲକ୍ଷ ପାର କରିଯାଇଛି। ଜୁନ୍‌ ମାସ ପରେ ଦେଶରେ ଦୈନିକ ସଂକ୍ରମଣ ଏବେ ପ୍ରଥମଥର ପାଇଁ ୧ ଲକ୍ଷ ପାର କରିବା ସମସ୍ତଙ୍କ ଚିନ୍ତା ବଢ଼ା ଇଛି। ବିଶେଷ କରି ଦେଶରୁ ମାରାତ୍ମକ ଓମିକ୍ରନ ଭାରିଏଣ୍ଟ ଠାବ ହେବା ପରଠାରୁ ଦୈନିକ ସଂକ୍ରମଣ ଏପରି ଲମ୍ବ ଡିଆଁ ମାରି […]

Corona

Corona

Hemant Lenka
  • Published: Friday, 07 January 2022
  • Updated: 07 January 2022, 02:17 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନାର ଦୈନିକ ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ୨୪ ଘଣ୍ଟା ମଧ୍ୟରେ ଦେଶରେ ଦୈନିକ ସଂକ୍ରମଣ ୧ ଲକ୍ଷ ପାର କରିଯାଇଛି। ଜୁନ୍‌ ମାସ ପରେ ଦେଶରେ ଦୈନିକ ସଂକ୍ରମଣ ଏବେ ପ୍ରଥମଥର ପାଇଁ ୧ ଲକ୍ଷ ପାର କରିବା ସମସ୍ତଙ୍କ ଚିନ୍ତା ବଢ଼ା ଇଛି।

ବିଶେଷ କରି ଦେଶରୁ ମାରାତ୍ମକ ଓମିକ୍ରନ ଭାରିଏଣ୍ଟ ଠାବ ହେବା ପରଠାରୁ ଦୈନିକ ସଂକ୍ରମଣ ଏପରି ଲମ୍ବ ଡିଆଁ ମାରି ଆଗକୁ ବଢ଼ୁଛି। ଦୈନିକ ସଂକ୍ରମଣ ବଢ଼ୁଥିବାରୁ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ମଧ୍ୟ ୩ ଲକ୍ଷ ପାର କରିଛି। ପଜିଟିଭିଟି ରେଟ୍ ୭% ଡେଇଁଛି। ଦିନକୁ ଦିନ ସ୍ଥିତି ସାଂଘାତିକ ହେଉଥିବାରୁ ବିଭିନ୍ନ ରାଜ୍ୟର ସରକାରମାନେ କଟକଣା ଲଗାଉଛନ୍ତି। ତଥାପି ସଂକ୍ରମଣ ଉପରେ କୌଣସି ବ୍ରେକ ଲାଗୁନାହିଁ।

ଦେଶରେ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ମଧ୍ୟ ଲମ୍ବ ଡିଆଁ ମାରିଛି। ଦିନକରେ ୩୭୭ ଜଣ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଭାରତରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦୭ରେ ପହଞ୍ଚି ଯାଇଛି। ଏମାନଙ୍କ ମଧ୍ୟରୁ ୧୧୯୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ମହାରାଷ୍ଟ୍ରରେ ସର୍ବାଧିକ ୮୭୬ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ପଛକୁ ଦିଲ୍ଲୀରେ ୪୬୫, କର୍ଣ୍ଣାଟକାରେ ୩୩୩, ରାଜସ୍ଥାନରେ ୨୯୧, କେରଳର ୨୮୪ ଓ ଗୁଜରାଟରେ ୨୦୪ ଜଣଙ୍କ ଶରୀରରୁ ଓମିକ୍ରନ ଭାରିଏଣ୍ଟ ଠାବ ହୋଇଛି। ଏହାବାଦ ତାମିଲନାଡୁରେ ୧୨୧, ହରିଆଣାରେ ୧୧୪, ତେଲେଙ୍ଗାନାରେ ୧୦୭, ଓଡ଼ିଶାରେ ୬୦ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓମିକ୍ରନ ଦ୍ୱାରା ପ୍ରଭାବିତ ଟପ୍‌ ୧୦ରେ ଓଡ଼ିଶା ସମେତ ଏହି ରାଜ୍ୟଗୁଡ଼ିକ ରହିଛନ୍ତି। ବର୍ତ୍ତମାନ ଦେଶର ୨୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଓମିକ୍ରନ, ତା’ର କାୟା ବିସ୍ତାର କରି ସାଣିଲାଣି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ୨୪ ଘଣ୍ଟାରେ ୧,୧୭,୧୦୦ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଗୁରୁବାର ୯୦,୯୨୮, ବୁଧବାର ୫୮,୦୯୭ ଓ ମଙ୍ଗଳବାର ୩୭,୩୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାର ଅର୍ଥ ଗୁରୁବାର ତୁଳନାରେ ଶୁକ୍ରବାର ସଂକ୍ରମଣ ହାର ୨୮.୮% ବୃଦ୍ଧି ପାଇଛି। ସପ୍ତାହକ ତଳେ ଦେଶରେ ଦୈନିକ ସଂକ୍ରମଣ ୧୦ ହଜାର ପାର କରିଥିଲା। ହେଲେ ୭ ଦିନ ମଧ୍ୟରେ ଏହା ଲକ୍ଷେ ପାର କରିଛି।

୭ ମାସ ମଧ୍ୟରେ ପ୍ରଥମଥର ପାଇଁ ଦେଶରେ ଦୈନିକ ସଂକ୍ରମଣ ଲକ୍ଷେ ଉପରେ ରେକର୍ଡ କରାଯାଇଛି। ଶେଷଥର ପାଇଁ ୨୦୨୧ ମସିହା ଜୁନ ୬ରେ ଦେଶରୁ ୧,୧୪,୪୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୫୨,୨୬,୩୮୬କୁ ବୃଦ୍ଧି ପାଇଛି।

ଦିନକରେ କରୋନା ଆଉ ୩୦୨ ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୮୩,୧୭୮ରେ ପହଞ୍ଚି ଯାଇଛି। ୨୪ ଘଣ୍ଟା ମଧ୍ୟରେ ୩୦,୮୩୬ ଜଣ ସୁସ୍ଥ ହେବାରୁ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩,୪୩,୭୧,୮୪୫ ହୋଇଛି। ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩,୭୧,୩୬୩ରହିଛି। ଗତକାଲି ତୁଳନାରେ ସକ୍ରିୟ ରୋଗୀଙ୍କ ସଂଖ୍ୟାରେ ୮୫,୯୬୨କୁ ବୃଦ୍ଧି ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story