ପୁଡୁଚେରୀ ଏକ୍ସପ୍ରେସର ୩ ବଗି ଲାଇନଚ୍ୟୁତ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଦାଦର-ପୁଡୁଚେରୀ ଏକ୍ସପ୍ରେସର ୩ଟି ବଗି ମୁମ୍ବାଇର ମାଟୁଙ୍ଗା ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଛି। କ୍ରସିଂ ଲାଇନରେ ଦୁଇଟି ଟ୍ରେନ ପରସ୍ପର ସହ ସାମାନ୍ୟ ଧକ୍କା ହେବାରୁ ଏପରି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଶୁକ୍ରବାର ରାତିରେ ଘଟିଥିବା ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ବ୍ୟକ୍ତି “ଆରେ ପଛକୁ ଆସ ପଛକୁ, ଟ୍ରେନ ମାଡ଼ ହେଉଛି” ବୋଲି କହୁଥିବା ଶୁଣିବାକୁ ମିଳୁଛି। ଦୁର୍ଘଟଣା ବେଳର ଗୋଟିଏ ଭିଡିଓ ମଧ୍ୟ ସୋଶାଲ […]

Train

Train

Hemant Lenka
  • Published: Saturday, 16 April 2022
  • Updated: 16 April 2022, 08:39 AM IST

Sports

Latest News

ମୁମ୍ବାଇ: ଦାଦର-ପୁଡୁଚେରୀ ଏକ୍ସପ୍ରେସର ୩ଟି ବଗି ମୁମ୍ବାଇର ମାଟୁଙ୍ଗା ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଛି। କ୍ରସିଂ ଲାଇନରେ ଦୁଇଟି ଟ୍ରେନ ପରସ୍ପର ସହ ସାମାନ୍ୟ ଧକ୍କା ହେବାରୁ ଏପରି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଶୁକ୍ରବାର ରାତିରେ ଘଟିଥିବା ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଯେଉଁଥିରେ ଜଣେ ବ୍ୟକ୍ତି “ଆରେ ପଛକୁ ଆସ ପଛକୁ, ଟ୍ରେନ ମାଡ଼ ହେଉଛି” ବୋଲି କହୁଥିବା ଶୁଣିବାକୁ ମିଳୁଛି। ଦୁର୍ଘଟଣା ବେଳର ଗୋଟିଏ ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ସୌଭାଗ୍ୟବଶତଃ ଦୁର୍ଘଟଣାରେ କେହି ବି ମୃତାହତ ହୋଇନାହାନ୍ତି। ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି। ଦୁର୍ଘଟଣା ପରେ କିଛି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଥିବା ବେଳେ ଆଉ କିଛି ଟ୍ରେନକୁ ବାତିଲ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଦାଦର ଟରମିନସରୁ ଟ୍ରେନଟି ପୁଡୁଚେରୀ ଅଭିମୁଖେ ଯାତ୍ରା ଆରମ୍ଭ କରିବାର କିଛି ସମୟ ପରେ ଏପରି ଘଟଣା ଘଟିଛି। ରାତି ପ୍ରାୟ ୯.୪୫ରେ ଦାଦର-ପୁଡୁଚେରୀ ଚାଲୁକ୍ୟ ଏକ୍ସପ୍ରେସଟି ଦାଦର ଟରମିନସର ପ୍ଲାଟଫର୍ମ ନଂ ୭ରୁ ଡାଉନ ଫାଷ୍ଟ ଲାଇନରେ ପ୍ରବେଶ କରୁଥିଲା। ଏତିକି ବେଳେ ୯.୩୦ରେ ଯାତ୍ରା ଆରମ୍ଭ କରିଥିବା ସିଏସଏମଟି-ଗଡଗ ଏକ୍ସପ୍ରେସଟି ଦାଦର-ପୁଡୁଚେରୀ ଚାଲୁକ୍ୟ ଏକ୍ସପ୍ରେସକୁ ପଛପଟୁ ସାମାନ୍ୟ ଧକ୍କା ଦେଇଥିଲା। କ୍ରସିଂ ଲାଇନ ନିକଟରେ ହିଁ ଏପରି ଘଟଣା ଘଟିଛି। ଧକ୍କା ହେବାରୁ ପୁଡୁଚେରୀ ଏକ୍ସପ୍ରେସର ୩ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା।

ଘଟଣାରେ ପରେ ରିଲିଫ ଟ୍ରେନ ପହଞ୍ଚି ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଏଥିରେ କେହି ବି ମୃତାହତ ହୋଇ ନଥିବା ଜଣେ ରେଳ ଅଧିକାରୀ କହିଛନ୍ତି।

କେନ୍ଦ୍ରୀୟ ରେଲୱେ ଅଧୀନରେ ଦ୍ୱିତୀୟ ଥର ପାଇଁ ଚଳିତ ମାସରେ କୌଣସି ଟ୍ରେନ ଲାଇନଚ୍ୟୁତ ହୋଇଛି। ଏପ୍ରିଲ ୩ ତାରିଖରେ ମହାରାଷ୍ଟ୍ରର ନାଶିକ ନିକଟରେ ଲୋକମାନ୍ୟ ତିଲକ-ଜୟନଗର ଏକ୍ସପ୍ରେସ(ପବନ ଏକ୍ସପ୍ରେସ) ଲାଇନଚ୍ୟୁତ ହୋଇଥିଲା। ଏବେ ପୁଣି ଗୋଟିଏ ଟ୍ରେନ ମୁମ୍ବାଇରେ ଦୁର୍ଘଟଣାଗ୍ରସ୍ତ ହୋଇଛି।

୧୮୫୩ ମସିହା ଏପ୍ରିଲ ୧୬ ତାରିଖରେ ଅର୍ଥାତ ଆଜିର ଦିନରେ ଭାରତରେ ପ୍ରଥମଥର ପାଇଁ ଯାତ୍ରୀବାହୀ ରେଳ ଚଳାଚଳ ଆରମ୍ଭ ହୋଇଥିଲା। ପ୍ରଥମ ଯାତ୍ରୀବାହୀ ଟ୍ରେନଟି ମୁମ୍ବାଇ-ଥାନେ ମଧ୍ୟରେ ଗଡ଼ିଥିଲା। ଏହାର ୧୬୯ତମ ପୂର୍ତ୍ତିର ଗୋଟିଏ ଦିନ ପୂର୍ବରୁ ହିଁ ଲାଇନଚ୍ୟୁତ ଭଳି ଘଟଣା ମୁମ୍ବାଇରେ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story