‘ବଙ୍ଗାଳୀଙ୍କ ପାଇଁ ମାଛ ରାନ୍ଧିବା’ ବୟାନ ପାଇଁ କ୍ଷମା ମାଗିଲେ ପରେଶ ରାୱଲ

ନୂଆଦିଲ୍ଲୀ: ବିବାଦରେ ଫସିଛନ୍ତି ଅଭିନେତାରୁ ବିଜେପିର ପ୍ରଚାରକ ସାଜିଥିବା ପରେଶ ରାୱଲ। ଗୁଜରାଟରେ ବିଜେପି ପାଇଁ ପ୍ରଚାର କରିବା ବେଳେ ଅତି ଉତ୍ସାହିତ ହୋଇ ସେ ଦେଇଥିବା ବୟାନ ତାଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଗୁଜରାଟର ଲୋକମାନେ ମୁଦ୍ରାସ୍ଫୀତି ବା ମହଙ୍ଗା ମାଡ଼କୁ ସହ୍ୟ କରିପାରିବେ। କିନ୍ତୁ ଅନ୍ୟମାନଙ୍କ ଭଳି ବାଂଲାଦେଶୀ ଓ ରୋହିଙ୍ଗ୍ୟାମାନଙ୍କୁ ନିଜ ଘର ବାହାରେ ସହ୍ୟ କରିପାରିବେ ନାହିଁ ବୋଲି ପରେଶ ରାୱଲ କହିଥିଲେ। ବଙ୍ଗାଳୀଙ୍କ ପାଇଁ ମାଛ ରାନ୍ଧିବା […]

paresh

paresh

Hemant Lenka
  • Published: Friday, 02 December 2022
  • Updated: 02 December 2022, 11:40 AM IST

Sports

Latest News

ନୂଆଦିଲ୍ଲୀ: ବିବାଦରେ ଫସିଛନ୍ତି ଅଭିନେତାରୁ ବିଜେପିର ପ୍ରଚାରକ ସାଜିଥିବା ପରେଶ ରାୱଲ। ଗୁଜରାଟରେ ବିଜେପି ପାଇଁ ପ୍ରଚାର କରିବା ବେଳେ ଅତି ଉତ୍ସାହିତ ହୋଇ ସେ ଦେଇଥିବା ବୟାନ ତାଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଗୁଜରାଟର ଲୋକମାନେ ମୁଦ୍ରାସ୍ଫୀତି ବା ମହଙ୍ଗା ମାଡ଼କୁ ସହ୍ୟ କରିପାରିବେ।

କିନ୍ତୁ ଅନ୍ୟମାନଙ୍କ ଭଳି ବାଂଲାଦେଶୀ ଓ ରୋହିଙ୍ଗ୍ୟାମାନଙ୍କୁ ନିଜ ଘର ବାହାରେ ସହ୍ୟ କରିପାରିବେ ନାହିଁ ବୋଲି ପରେଶ ରାୱଲ କହିଥିଲେ। ବଙ୍ଗାଳୀଙ୍କ ପାଇଁ ମାଛ ରାନ୍ଧିବା କଥା ମଧ୍ୟ ସେ କହିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ବିବାଦ ବଢ଼ୁଥିବାରୁ ଆଜି ଶ୍ରୀ ରାୱଲ କ୍ଷମା ମାଗିଛନ୍ତି।

ମଙ୍ଗଳବାର ଭଲସାଦରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ବିଜେପି ପାଇଁ ଜୋରଦାର ପ୍ରଚାର କରିଥିଲେ ରାୱଲ। ଏହି ସମୟରେ ସେ କହିଥିଲେ ଯେ “ଗ୍ୟାସ ଦର ଅଧିକ ରହିଛି। କିନ୍ତୁ ଦାମ ନିଶ୍ଚିତ ଭାବେ ହ୍ରାସ ପାଇବ। ଲୋକମାନେ ନିଯୁକ୍ତି ମଧ୍ୟ ପାଇବେ। କିନ୍ତୁ ଦିଲ୍ଲୀ ଭଳି ଆପଣମାନଙ୍କ ଚାରି ପାଖରେ ଯଦି ବାଂଲାଦେଶୀ ଓ ରୋହିଙ୍ଗ୍ୟାମାନେ ରହିବେ, ତା’ହେଲେ ଆପଣମାନେ କ’ଣ କରିବେ?

ଗ୍ୟାସ ସିଲଣ୍ଡର ନେଇ ଆପଣ କ’ଣ କରିବେ? କ’ଣ ବଙ୍ଗାଳୀଙ୍କ ପାଇଁ ମାଛ ରାନ୍ଧିବେ? ଗୁଜରାଟ ଲୋକ ମହଙ୍ଗା ମାଡ଼କୁ ସହ୍ୟ କରିପାରିବେ। କିନ୍ତୁ ସେମାନେ ଯେଉଁ ଭଳି ବାକଯୁଦ୍ଧ କରୁଛନ୍ତି, ତା’କୁ କେବେ ହେଲେ ସହି ପାରିବେ ନାହିଁ। ସେମାନଙ୍କ ମଧ୍ୟରେ ଥିବା କେହି ଜଣେ ତାଙ୍କ ମୁହଁରେ ଡାଇପର ମାଡ଼ି ଦେବା ଦରକାର।”

ଦିଲ୍ଲୀରେ କ୍ଷମତାସୀନ ଆପ୍‌ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ପରେଶ ରାୱଲ ଟାର୍ଗେଟ କରିଛନ୍ତି। ରାୱଲ କହିଛନ୍ତି, “ ସେ(କେଜ୍ରିୱାଲ) ଘରୋଇ ବିମାନରେ ଏଠାକୁ ଆସୁଛନ୍ତି। ଏଠାରେ ରିକ୍ସାରେ ବସି ଲୋକଙ୍କୁ ଦେଖାଇ ହେଉଛନ୍ତି। ଆମେ ଜୀବନ ସାରା ଅଭିନୟ ଜଗତ ସହ ରହିଛୁ। କିନ୍ତୁ ଆମେ ତାଙ୍କ ଭଳି ନାଟକବାଜୀ କରୁଥିବା ଲୋକଙ୍କୁ ଦେଖିନୁ। ହିନ୍ଦୁମାନଙ୍କୁ ଗାଳି ଦେଉଥିବା ତାଙ୍କ ଭଳି ଲୋକ ବି କେହି ନାହାନ୍ତି। ସେ ଶାହୀନବାଗରେ ଲୋକଙ୍କୁ ବିରିୟାନୀ ଦେଇଥିଲେ।”

ରାୱଲଙ୍କ ଏପରି ବୟାନକୁ ଅନେକ ହେଟସ୍ପିଚ କହିଥିବା ବେଳେ ଅନେକ ଲୋକ ଏହାକୁ ବେଙ୍ଗଲର ଲୋକଙ୍କୁ ଅପମାନ ବୋଲି କହିଛନ୍ତି। ବିବାଦ ବଢ଼ୁଥିବାରୁ ଆଜି ଟ୍ୱିଟ ଯୋଗେ ରାୱଲ ସଫେଇ ଦେବାକୁ ଚେଷ୍ଟା କରିଛନ୍ତି। ଏଥିସହ କ୍ଷମା ମଧ୍ୟ ମାଗିଛନ୍ତି।

ସେ କହିଛନ୍ତି, “ମାଛ ଗୋଟିଏ ପ୍ରସଙ୍ଗ ନୁହେଁ। ଗୁଜରାଟର ଲୋକମାନେ ମାଛ ରାନ୍ଧନ୍ତି ଓ ଖାଆନ୍ତି। ମୁଁ ବାଂଲାଦେଶୀ ଓ ରୋହିଙ୍ଗ୍ୟା ବଙ୍ଗାଳୀଙ୍କ କଥା କହିଥିଲି। ତଥାପି ଏହା ଯଦି ଆପଣଙ୍କୁ ଆଘାତ ଦେଇଛି, ତା’ହେଲେ ମୁଁ କ୍ଷମା ମାଗୁଛି।”

ଜଣେ ଟ୍ୱିଟର ବ୍ୟବହାରକାରୀ ପରେଶ ରାୱଲଙ୍କ ଠାରୁ ପୂରା ପ୍ରସଙ୍ଗରେ ସ୍ପଷ୍ଟୀକରଣ ଚାହିଁଥିବା ବେଳେ ସେ ତାଙ୍କୁ ଉତ୍ତର ଦେଇ ଏପରି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story