ଜଗନ ମୋହନଙ୍କୁ ଶକ୍ତ ଝଟକା, ପଞ୍ଚାୟତ ନିର୍ବାଚନ ବନ୍ଦ କଲେ ହାଇକୋର୍ଟ

ହାଇଦ୍ରାବାଦ: ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ସରକାରଙ୍କୁ ଶକ୍ତ ଝଟକା ଲାଗିଛି। ଓଡ଼ିଶାର କୋଟିଆ ସହ ପୂରା ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରିବାକୁ ଜଗନ ସରକାର ଯେଉଁ ପ୍ରକ୍ରିୟା ଆରମ୍ଭ କରିଥିଲେ ଆଜି ଆନ୍ଧ୍ର ହାଇକୋର୍ଟ ଏହା ଉପରେ ରୋକ ଲଗାଇ ଦେଇଛନ୍ତି। ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାର ମାତ୍ର ୮ ଦିନ ଭିତରେ ଭୋଟିଂ ହେଉଥିବାରୁ ଆନ୍ଧ୍ର ହାଇକୋର୍ଟ ଏହା ଉପରେ ରୋକ ଲଗାଇଛନ୍ତି। ଗତ ୧ ତାରିଖରେ ମଣ୍ଡଳ ପରିଷଦ ଓ […]

AP-highcourt

AP-highcourt

Hemant Lenka
  • Published: Tuesday, 06 April 2021
  • Updated: 06 April 2021, 06:20 PM IST

Sports

Latest News

ହାଇଦ୍ରାବାଦ: ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ସରକାରଙ୍କୁ ଶକ୍ତ ଝଟକା ଲାଗିଛି। ଓଡ଼ିଶାର କୋଟିଆ ସହ ପୂରା ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରିବାକୁ ଜଗନ ସରକାର ଯେଉଁ ପ୍ରକ୍ରିୟା ଆରମ୍ଭ କରିଥିଲେ ଆଜି ଆନ୍ଧ୍ର ହାଇକୋର୍ଟ ଏହା ଉପରେ ରୋକ ଲଗାଇ ଦେଇଛନ୍ତି। ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାର ମାତ୍ର ୮ ଦିନ ଭିତରେ ଭୋଟିଂ ହେଉଥିବାରୁ ଆନ୍ଧ୍ର ହାଇକୋର୍ଟ ଏହା ଉପରେ ରୋକ ଲଗାଇଛନ୍ତି।

ଗତ ୧ ତାରିଖରେ ମଣ୍ଡଳ ପରିଷଦ ଓ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୮ ତାରିଖରେ ଭୋଟିଂ ଓ ୧୦ ତାରିଖରେ ଫଳାଫଳ ପ୍ରକାଶ କରିବାକୁ ରାଜ୍ୟ ନିର୍ବାଚନ ଅଧିକାରୀ ନିଲମ ଶହନେୟ ବିଜ୍ଞପ୍ତି ପ୍ରକାଶ କରିଥିଲେ। କିନ୍ତୁ ଏତେ ତରବରିଆ ଓ ଖୁବକମ ଦିନରେ ନିର୍ବାଚନ କରିବାକୁ ନିଷ୍ପତ୍ତି ହୋଇଥିବାରୁ ଏହାକୁ ଚ୍ୟାଲେଞ୍ଜ କରି ବିରୋଧୀ ଟିଡିପି, ବିଜେପି ଓ ଜନସେନା ପାର୍ଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସେମାନେ ନିଜ ଆବେଦନରେ ଦର୍ଶାଇଥିଲେ ଯେ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁଯାୟୀ, ଯେକୌଣସି ନିର୍ବାଚନ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବାର ଅତି କମ୍‌ରେ ୪ ସପ୍ତାହ ପରେ ଭୋଟିଂ ହେବାକଥା। ହେଲେ ନିର୍ବାଚନ ଅଧିକାରୀ ନିଲମ ଦାୟିତ୍ୱ ନେବାର ମାତ୍ର କିଛି ଦିନ ମଧ୍ୟରେ ତରବରିଆ ଭାବେ ବିଜ୍ଞପ୍ତି ପ୍ରକାଶ କରି ୮ ଦିନରେ ଭୋଟିଂ କରିବାକୁ କହିଥିଲେ।

ବିଜ୍ଞପ୍ତି ପ୍ରକାଶ କରିବା ପୂର୍ବରୁ ରାଜନୀତିକ ଦଳଗୁଡ଼ିକ ସହ ମଧ୍ୟ କୌଣସି ଆଲୋଚନା କରି ନଥିଲେ। ତେଣୁ ହାଇକୋର୍ଟ ଏହା ଉପରେ ରୋକ ଲଗାଇବା ଦରକାର। ଏପରି କି ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ପଞ୍ଚାୟତ ନିର୍ବାଚନକୁ ବୟକଟ ମଧ୍ୟ କରିଥିଲା।

ହାଇକୋର୍ଟରେ ଆଜି ସରକାରୀ ଓକିଲ କହିଥିଲେ ଯେ ସୁପ୍ରିମକୋର୍ଟ ନିର୍ବାଚନ ପାଇଁ ଅତିକମରେ ୪ ସପ୍ତାହ ଦେବାକୁ କୌଣସି ପ୍ରକାରର ନିର୍ଦ୍ଦେଶ ଦେଇନାହାନ୍ତି। କେବଳ ସୁପ୍ରିମକୋର୍ଟ ଗୋଟିଏ ମାମଲାର ଶୁଣାଣି ବେଳେ ଏପରି ମତାମତ ଦେଇଥିଲେ। ତେଣୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଏଠାରେ ଅବମାନନା କରାଯାଇ ନାହିଁ ବୋଲି ସରକାରୀ ଓକିଲ ଯୁକ୍ତି ଉପସ୍ଥାପନ କରିଥିଲେ।

ଉଭୟ ପକ୍ଷଙ୍କୁ ଶୁଣିବା ପରେ ହାଇକୋର୍ଟ ନିର୍ବାଚନ ଅଧିକାରୀ ନିଲମ ଜାରି କରିଥିବା ବିଜ୍ଞପ୍ତି ଉପରେ ରୋକ ଲଗାଇ ଦେଇଛନ୍ତି। ଏଥିସହ କୋର୍ଟ ନିଲମଙ୍କୁ ଆସନ୍ତା ୧୫ ତାରିଖରେ ସତ୍ୟପାଠ ଜରିଆରେ ବିସ୍ତୃତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story