କାଲି ଯୋଗୀଙ୍କ ଟିମ୍‌ ଛାଡ଼ିଥିଲେ, ଆଜି ଜାରି ହେଲା ଗିରଫ ୱାରେଣ୍ଟ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ୁଥିବା ନେତା ଓ ମନ୍ତ୍ରୀମାନଙ୍କ ଅଡ଼ୁଆ ବଢ଼ିଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ନାଁରେ ଆଜି ଗିରଫ ୱାରେଣ୍ଟ ଜାରି ହୋଇଛି। ସେ ମନ୍ତ୍ରୀ ମଧ୍ୟ ଛାଡ଼ିବା ପରେ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟିରେ ମିଶିଥିଲେ। ସପାରେ ମିଶିବାର ୨୪ ଘଣ୍ଟା ନ ପୁରୁଣା ତାଙ୍କ ନାଁରେ ଏପରି ୱାରେଣ୍ଟ ଜାରି ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା […]

SP

SP

Hemant Lenka
  • Published: Wednesday, 12 January 2022
  • Updated: 12 January 2022, 04:54 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ୁଥିବା ନେତା ଓ ମନ୍ତ୍ରୀମାନଙ୍କ ଅଡ଼ୁଆ ବଢ଼ିଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ନାଁରେ ଆଜି ଗିରଫ ୱାରେଣ୍ଟ ଜାରି ହୋଇଛି।

ସେ ମନ୍ତ୍ରୀ ମଧ୍ୟ ଛାଡ଼ିବା ପରେ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟିରେ ମିଶିଥିଲେ। ସପାରେ ମିଶିବାର ୨୪ ଘଣ୍ଟା ନ ପୁରୁଣା ତାଙ୍କ ନାଁରେ ଏପରି ୱାରେଣ୍ଟ ଜାରି ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶ୍ରୀ ମୌର୍ଯ୍ୟ ୨୦୧୪ରେ ଦେଇଥିବା ଗୋଟିଏ ବିବାଦୀୟ ବୟାନ ପାଇଁ ତାଙ୍କ ନାଁରେ ଏହି ଗିରଫ ୱାରେଣ୍ଟ ଜାରି କରାଯାଇଛି।

ଶ୍ରୀ ମୌର୍ଯ୍ୟ ୨୦୧୬ରେ ମାୟାବତୀଙ୍କ ବିଏସ୍‌ପି ଛାଡ଼ି ବିଜେପିରେ ମିଶିଥିଲେ। ଏହି ସମୟରେ ମଧ୍ୟ ତାଙ୍କ ନାଁରେ ୨୦୧୪ରେ ରୁଜୁ ହେଟ ସ୍ପିଚ୍‌ ମାମଲା ରହିଥିଲା। ତଥାପି ସେ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ ଓ ଦଳ ତାଙ୍କୁ ଉତ୍ତର ପ୍ରଦେଶର ଶ୍ରମ ମନ୍ତ୍ରୀ ମଧ୍ୟ କରିଥିଲା।

ହେଲେ ସେ ଯୋଗୀଙ୍କ ଟିମକୁ ଛାଡ଼ିବା ମାତ୍ରେ ୨୦୧୪ ମସିହା ଘଟଣା ପାଇଁ ତାଙ୍କ ନାଁରେ ଗିରଫ ୱାରେଣ୍ଟ ଜାରି ହେବା ବିବାଦୀୟ ସ୍ଥିତି ସୃଷ୍ଟି କରିଛି। ଏହାର ଅର୍ଥ ସେ ବିଜେପିରେ ଥିବା ଯାଏ ସବୁ କିଛି ଠିକ ଥିଲା, ହେଲେ ଏବେ ବିଜେପି ଛାଡ଼ିବାରୁ ସେ ଖରାପ ହୋଇଯାଇଥିବା କିଛି ଲୋକ ସୋଶାଲ ମିଡିଆରେ ମତ ରଖିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ସୁଲତାପନପୁରର ଗୋଟିଏ କୋର୍ଟ ତାଙ୍କ ନାଁରେ ଗିରଫ ୱାରେଣ୍ଟ ଜାରି କରାଯାଇଛି। ଆଜି ହିଁ ତାଙ୍କୁ ଏଠାରେ ହାଜର ହେବାକୁ କୁହାଯାଇଥିଲା। ହେଲେ ସେ ହାଜର ହୋଇନାହାନ୍ତି। ତେଣୁ ତାଙ୍କୁ ଜାନୁଆରୀ ୨୪ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

୨୦୧୪ରେ ଶ୍ରୀ ମୌର୍ଯ୍ୟ ବିଏସ୍‌ପିରେ ଥିବା ବେଳେ ଧର୍ମକୁ ନେଇ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ ଯେ “ମାତା ଗୌରୀ କିମ୍ବା ଭଗବାନ ଗଣେଶ ବାହାଘର ବେଳେ ପୂଜା ପାଇବା କଥା ନୁହେଁ। ଏହା ଉଚ୍ଚ ଜାତିରେ ଥିବା ଲୋକଙ୍କ ଷଡ଼ଯନ୍ତ୍ର। ସେମାନେ ଦଳିତ ଓ ପଛୁଆ ଜାତିର ଲୋକଙ୍କୁ ଭ୍ରମିତ କରିବା ପାଇଁ ଏପରି ଷଡ଼ଯନ୍ତ୍ର କରିଛନ୍ତି।” ଏହି ବୟାନକୁ ନେଇ ବେଶ ବିବାଦ ସୃଷ୍ଟି ହୋଇଥିଲା।

ସୂଚନାଯୋଗ୍ୟ, ଗତକାଲି ଶ୍ରୀ ମୌର୍ଯ୍ୟ ମନ୍ତ୍ରୀ ପଦ ଛାଡ଼ିଥିବା ବେଳେ ଆଜି ଯୋଗୀଙ୍କ କ୍ୟାବିନେଟରୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦାରା ସିଂହ ଚୌହାନ ଇସ୍ତଫା ଦେଇଛନ୍ତି। ଏମାନଙ୍କ ବ୍ୟତୀତ ୟୁପି ନିର୍ବାଚନ ପୂର୍ବରୁ ବିଜେପିର ୪ ବିଧାୟକ ମଧ୍ୟ ଦଳ ଛାଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story