Advertisment

ଛତିଶଗଡ଼ କଂଗ୍ରେସରେ ବି କନ୍ଦଳ, ଦିଲ୍ଲୀ ଦରବାରରେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ

ରାୟପୁର: ଗୋଟିଏ ପରେ ଗୋଟିଏ କଂଗ୍ରେସ ଶାସିତ ରାଜ୍ୟରେ ସୃଷ୍ଟି ହେଉଥିବା ଦଳୀୟ କନ୍ଦଳ ଏବେ ହାଇକମାଣ୍ଡଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ପଞ୍ଜାବ କଂଗ୍ରେସରେ ବିବାଦ ଲାଗି ରହିଥିବା ବେଳେ ଏବେ ଛତିଶଗଡ଼ରେ ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ଦିନକୁ ଦିନ ବିବାଦ ବଢ଼ୁଥିବାରୁ ଏବେ ଘଟଣା ଦିଲ୍ଲୀ ଦରବାରରେ ପହଞ୍ଚିଛି। ଆଜି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ୍‌ ସିଂହଦେଓ ଦିଲ୍ଲୀ ଆସି ରାହୁଲ ଗାନ୍ଧିଙ୍କ ସହ ଆଲୋଚନା କରିଛନ୍ତି। ବିବାଦର […]

author-image
Hemant Lenka
ଅଦ୍ୟତନ ହୋଇଛି
ଛତିଶଗଡ଼ କଂଗ୍ରେସରେ ବି କନ୍ଦଳ, ଦିଲ୍ଲୀ ଦରବାରରେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ

congress

ରାୟପୁର: ଗୋଟିଏ ପରେ ଗୋଟିଏ କଂଗ୍ରେସ ଶାସିତ ରାଜ୍ୟରେ ସୃଷ୍ଟି ହେଉଥିବା ଦଳୀୟ କନ୍ଦଳ ଏବେ ହାଇକମାଣ୍ଡଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ପଞ୍ଜାବ କଂଗ୍ରେସରେ ବିବାଦ ଲାଗି ରହିଥିବା ବେଳେ ଏବେ ଛତିଶଗଡ଼ରେ ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ଦିନକୁ ଦିନ ବିବାଦ ବଢ଼ୁଥିବାରୁ ଏବେ ଘଟଣା ଦିଲ୍ଲୀ ଦରବାରରେ ପହଞ୍ଚିଛି।

Advertisment

ଆଜି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ୍‌ ସିଂହଦେଓ ଦିଲ୍ଲୀ ଆସି ରାହୁଲ ଗାନ୍ଧିଙ୍କ ସହ ଆଲୋଚନା କରିଛନ୍ତି। ବିବାଦର ସମାଧାନ ତୁରନ୍ତ କରିବାକୁ ସେମାନେ ରାହୁଲଙ୍କୁ ନିବେଦନ କରିଛନ୍ତି। ଛତିଶଗଡ଼ରେ କଂଗ୍ରେସ କ୍ଷମତା ଦଖଲ କରିବା ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା ଆରମ୍ଭ ହୋଇଥିଲା।

ଶେଷରେ କଂଗ୍ରେସ ହାଇକମାଣ୍ଡ ବାଘେଲଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ। ଏଥିସହ ସିଂହଦେଓଙ୍କୁ ଅଢ଼େଇ ବର୍ଷ ପରେ ମୁଖ୍ୟମନ୍ତ୍ରୀ ପଦ ମିଳିବ ବୋଲି ମଧ୍ୟ ଦଳ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ୨୦୧୮ରୁ ବାଘେଲ ମୁଖ୍ୟମନ୍ତ୍ରୀ ଥିଲେ ହେଁ ଏଯାଏ ତାଙ୍କୁ ବଦଳାଇବାକୁ ହାଇକମାଣ୍ଡ କୌଣସି ପଦକ୍ଷେପ ନେଉ ନାହାନ୍ତି।

Advertisment

ଏହି କାରଣରୁ ସିଂହଦେଓ ତାଙ୍କ ସମର୍ଥକମାନେ ପ୍ରତିବାଦର ସ୍ୱର ବାରମ୍ବାର ଉଠାଇ ଚାଲିଛନ୍ତି। ଦିନକୁ ଦିନ ଦୁଇ ଜଣଙ୍କ ମଧ୍ୟରେ ତିକ୍ତତା ବି ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଉଭୟଙ୍କ ସହ ରାହୁଲ ଗାନ୍ଧି ଦିଲ୍ଲୀରେ ବୈଠକ କରିଛନ୍ତି। ଏହି ସମୟରେ ସେ ସିଂହଦେଓଙ୍କୁ ବୁଝାଇବାକୁ ମଧ୍ୟ ଚେଷ୍ଟା କରିଥିବା ଜଣାପଡ଼ିଛି।

କେବଳ ରାହୁଲ ଗାନ୍ଧି ନୁହନ୍ତି ବାଘେଲ ଓ ସିଂହଦେଓ ଛତିଶଗଡ଼ର କଂଗ୍ରେସ ଇନଚାର୍ଜ ପିଏଲ ପୁନିଆ ଏବଂ ଅନ୍ୟ ବରିଷ୍ଠ କଂଗ୍ରେସ ନେତାମାନଙ୍କୁ ମଧ୍ୟ ଭେଟିବେ ବୋଲି ଜଣାପଡ଼ିଛି।

ମହିଳା କଂଗ୍ରେସ ମୁଖ୍ୟ ସୁସ୍ମିତା ଦେବ ଦଳ ଛାଡ଼ିବା ପରେ ଏପରି ବିଦ୍ରୋହ ଦେଖାଯାଇଛି। ତେଣୁ ଦଳୀୟ ହାଇକମାଣ୍ଡ ଏହାକୁ ଗୁରୁତ୍ୱର ସହ ନେଇଛନ୍ତି। ଏହାପୂର୍ବରୁ ମଧ୍ୟପ୍ରଦେଶ, ରାଜସ୍ଥାନ, ପଞ୍ଜାବ, କର୍ଣ୍ଣାଟକା ଓ ଆଉ କିଛି ଉତ୍ତର ପୂର୍ବ ରାଜ୍ୟରେ କଂଗ୍ରେସ ସମାନ ସ୍ଥିତିର ସମ୍ମୁଖୀନ ହୋଇଥିଲା।

ତେଣୁ ଛତିଡ଼ଗଡ଼ରେ ଯେମିତି ସ୍ଥିତି ଅଧିକ ନ ବିଗିଡ଼ିବ, ସେଥିପାଇଁ କଂଗ୍ରେସରର ହାଇକମାଣ୍ଡ ବୈଠକ ଦ୍ୱାରା ବିବାଦର ସମାଧାନ କରିବାକୁ ଲକ୍ଷ୍ୟ ରଖିଛନ୍ତି।

Chhattisgarh Congress