ବ୍ରାହ୍ମଣଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇ ବିଜେପିରୁ ବହିଷ୍କୃତ ହେଲେ ଲୋଧି

ଭୋପାଲ: ବ୍ରାହ୍ମଣଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେବା ଜଣେ ବିଜେପି ନେତାଙ୍କୁ ମହଙ୍ଗା ପଡ଼ିଛି। ବିବାଦୀୟ ବୟାନ ପାଇଁ ବିଜେପିର ଗ୍ୱାଲିୟର-ଚମ୍ବଲ ଜିଲ୍ଲାର ବରିଷ୍ଠ ନେତା ପ୍ରୀତମ ସିଂହ ଲୋଧିଙ୍କୁ ଦଳରୁ ବହିଷ୍କୃତ କରାଯାଇଛି। ବୁଧବାର ସେ ବ୍ରାହ୍ମଣଙ୍କ ସମ୍ପର୍କରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିବାରୁ ବିବାଦ ସୃଷ୍ଟି ହୋଇଥିଲା। ବିବାଦ ବଢ଼ୁଥିବାରୁ ଆଜି ଭୋପାଲ ସ୍ଥିତ ଦଳର ରାଜ୍ୟସ୍ତରୀୟ କାର୍ଯ୍ୟାଳୟକୁ ତାଙ୍କୁ ଡକା ଯାଇଥିଲା। ସେଠାରେ କିଛି ସମୟର ଆଲୋଚନା ପରେ ଶ୍ରୀ ଲୋଧିଙ୍କୁ ଦଳର […]

Pritam-singh-Lodhi

Pritam-singh-Lodhi

Hemant Lenka
  • Published: Saturday, 20 August 2022
  • Updated: 20 August 2022, 09:07 PM IST

Sports

Latest News

ଭୋପାଲ: ବ୍ରାହ୍ମଣଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେବା ଜଣେ ବିଜେପି ନେତାଙ୍କୁ ମହଙ୍ଗା ପଡ଼ିଛି। ବିବାଦୀୟ ବୟାନ ପାଇଁ ବିଜେପିର ଗ୍ୱାଲିୟର-ଚମ୍ବଲ ଜିଲ୍ଲାର ବରିଷ୍ଠ ନେତା ପ୍ରୀତମ ସିଂହ ଲୋଧିଙ୍କୁ ଦଳରୁ ବହିଷ୍କୃତ କରାଯାଇଛି। ବୁଧବାର ସେ ବ୍ରାହ୍ମଣଙ୍କ ସମ୍ପର୍କରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିବାରୁ ବିବାଦ ସୃଷ୍ଟି ହୋଇଥିଲା।

ବିବାଦ ବଢ଼ୁଥିବାରୁ ଆଜି ଭୋପାଲ ସ୍ଥିତ ଦଳର ରାଜ୍ୟସ୍ତରୀୟ କାର୍ଯ୍ୟାଳୟକୁ ତାଙ୍କୁ ଡକା ଯାଇଥିଲା। ସେଠାରେ କିଛି ସମୟର ଆଲୋଚନା ପରେ ଶ୍ରୀ ଲୋଧିଙ୍କୁ ଦଳର ପ୍ରାଥମିକ ସଦସ୍ୟତା ପଦରୁ ବିଦା କରାଯାଇଥିଲା।

ବୁଧବାର ରାଣୀ ଅବନ୍ତିବାଈ ଲୋଧିଙ୍କ ଜନ୍ମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ଶ୍ରୀ ଲୋଧି ଯୋଗ ଦେଇଥିଲେ। ଏହି ସମୟରେ ବ୍ରାହ୍ମଣ ମାନଙ୍କୁ ମନଇଚ୍ଛା ସମାଲୋଚନା କରିବା ସହ ସେମାନେ ଧର୍ମ ନାଁରେ କେବଳ ଲୋକଙ୍କୁ ବୋକା ବନାଉଥିବା କହିଥିଲେ। ତାଙ୍କର ଏପରି ବୟାନର ଭିଡିଓ ସୋଶାଲ ମିଡିଆରେ ବେଶ ଭାଇରାଲ ମଧ୍ୟ ହୋଇଥିଲା।

ସ୍ଥିତି ଏପରି ହୋଇଥିଲା ଯେ ଖୋଦ ବିଜେପିର ଯୁବ ମୋର୍ଚ୍ଚାର ସଭାପତି ପ୍ରବୀଣ ମିଶ୍ର ପୁଲିସ ନିକଟରେ ଶ୍ରୀ ଲୋଧିଙ୍କ ବିରୋଧରେ ଏତଲା ଦେଇଥିଲେ। ଲୋକଙ୍କ ମଧ୍ୟରେ ବିଦ୍ୱେଷ ସୃଷ୍ଟି କରିବାକୁ ବିଜେପି ନେତା ଲୋଧି ଚେଷ୍ଟା କରିଥିବା ଶ୍ରୀ ମିଶ୍ର ନିଜ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଥିଲେ।

ପୂର୍ବରୁ ଲୋଧିଙ୍କ ନାଁରେ ୩୭ଟି ମାମଲା ରହିଥିଲା। ଏଥିରେ ୪ଟି ହତ୍ୟା ଉଦ୍ୟମ ଓ ୨ଟି ହତ୍ୟା ମାମଲା ରହିଛି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କ ଅତ୍ୟନ୍ତ ଘନିଷ୍ଠ ଭାବେ ପ୍ରୀତମ ଲୋଧି ଜଣାଶୁଣା।

ସେ ୨୦୧୩ ଓ ୨୦୧୮ରେ ପିଛୋର ଠାରୁ ବିଜେପି ଟିକେଟରେ ଲଢ଼ିଥିଲେ ମଧ୍ୟ ହାରିଥିଲେ। ନିର୍ବାଚନ ହାରିବା ସତ୍ତ୍ୱେ ଶିବପୁରୀ ଜିଲ୍ଲାର ଗ୍ୱାଲିୟର-ଚମ୍ବଲ ରିଜନରେ ତାଙ୍କର ବେଶ ଖାତିର ରହିଛି। ବିଜେପିର ବରିଷ୍ଠ ନେତା ଭାବେ ସେ ବେଶ ଜଣାଣୁଣା ଥିଲେ। ହେଲେ ବୁଧବାର ସେ ବ୍ରାହ୍ମଣ ସମ୍ପର୍କରେ ଆପତ୍ତିଜନକ ଟିପ୍ପଣୀ ଦେବାରୁ ବିଜେପି ନେତାମାନେ ତାଙ୍କ ଠାରୁ ଦୂରତା ଅବଲମ୍ବନ କରିବା ଆରମ୍ଭ କରିଥିଲେ। ଶେଷରେ ଆଜି ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story