ମିଜୋରାମ: ମହଙ୍ଗା ପଡ଼ିଲା ଦୁର୍ନୀତି। ବିଜେପି ବିଧାୟକଙ୍କୁ ବର୍ଷେ ଜେଲ। ଏକ ଘୋଟାଲା ମାମଲାରେ ମିଜୋରାମର ବିଜେପି ବିଧାୟକ ବୁଦ୍ଧ ଧନ ଚକମା ଏବଂ ଅନ୍ୟ ୧୨ ନେତାଙ୍କୁ ବର୍ଷେ ଜେଲ ଦଣ୍ଡାଦେଣ ହୋଇଛି। ବୁଦ୍ଧ ଧନ ଚକମା ହେଉଛନ୍ତି ମିଜୋରାମର ଜଣେ ମାତ୍ର ବିଜେପି ବିଧାୟକ। ସୋମବାର ସ୍ୱତନ୍ତ୍ର ଅଦାଲତ ଏକ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୧୩ରୁ ୨୦୧୮ ମଧ୍ୟରେ ଚକମା ସ୍ୱୟଂଶାସିତ ଜିଲ୍ଲା ପରିଷଦ (ସିଏଡିସି)ର ୧.୩୭ କୋଟି ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଥିଲା। ତାଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ଅନ୍ୟ ୧୩ ଜଣଙ୍କୁ ଏକ ବର୍ଷ ଲେଖାଏଁ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି କୋର୍ଟ ପ୍ରତ୍ୟେକଙ୍କୁ ୧୦,୦୦୦ ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅଧିକ ୩୦ ଦିନ ଜେଲ୍ଦଣ୍ଡ ଭୋଗିବାକୁ ପଡ଼ିବ। କୋର୍ଟଙ୍କ ଏହି ରାୟ ବିରୋଧରେ ସେମାନେ ଉଚ୍ଚ ହାଇକୋର୍ଟରେ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Business
ଟ୍ରମ୍ପଙ୍କ ‘ମୁକ୍ତି ଦିବସ’ : ଟାରିଫ ବ୍ୟବସ୍ଥା ଦ୍ୱାରା ଭାରତର କେଉଁ ସବୁ ସେକ୍ଟର ପ୍ରଭାବିତ ହେବେ?
ୟୁରୋପୀୟ ୟୁନିୟନ ଠାରୁ ଆରମ୍ଭ କରି ଭାରତ, ଜାପାନ ଓ କାନାଡ଼ା ଭଳି ଦେଶ ଆମେରିକାର ଦ୍ରବ୍ୟଗୁଡ଼ିକ ଉପରେ ବିପୁଳ ପରିମାଣର ଟାରିଫ ଲଗାଉଛନ୍ତି।

Politics
ସଞ୍ଜୟଙ୍କ ଦାବି, ସେପ୍ଟେମ୍ବରରେ ଅବସର ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ସଞ୍ଜୟ କହିଛନ୍ତି ଯେ ଗତ ୧୦-୧୧ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବେବି ଆରଏସ୍ଏସ୍ ମୁଖ୍ୟାଳୟକୁ ଯାଇନଥିଲେ। କିନ୍ତୁ ଏବେ ଯିବା ପଛରେ ତାଙ୍କ ଅବସର ଯୋଜନା ହିଁ ରହିଛି।

National
ବହୁ ବିବାହ ପ୍ରଥା ବେଆଇନ! କେମିତି ୨ ଜଣଙ୍କୁ ଗୋଟିଏ ମଣ୍ଡପରେ ବାହା ହେଲେ ସୂର୍ଯ୍ୟ ଦେବ?
ଜଣେ ବ୍ୟକ୍ତିଙ୍କୁ ଗୋଟିଏ ସମୟରେ ଦୁଇ ଜଣ ମହିଳାଙ୍କ ସହ ପ୍ରେମ ହୋଇଯାଇଥିଲା। ୩ ବର୍ଷର ପ୍ରେମ ସମ୍ପର୍କରେ ସେ ଦୁଇ ଜଣଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

Crime
କାହିଁକି ସାଇବର ଅପରାଧୀଙ୍କ ପାଇଁ ଜୀବନ ହାରିଲେ ବୟସ୍କ ଦମ୍ପତି?
ବୟସ୍କ ଦମ୍ପତିଙ୍କ ଠାରୁ ୫୦ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିବା ପରେ ମଧ୍ୟ ସାଇବର ଅପରାଧୀଙ୍କ ମନ ବୁଝି ନଥିଲା। ସେମାନେ ନୀରିହ ଦମ୍ପତିଙ୍କୁ ଧମକଚମକ ଦେଇ ଚାଲିଥିଲେ।

National
ନକ୍ସଲ ମୁକ୍ତ ଭାରତ ଅଭିଯାନକୁ ପୁଣି ସଫଳତା: ଟଳିଲେ ୧୬ ମାଓବାଦୀ
ନକ୍ସଲ ମୁକ୍ତ ଅଭିଯାନକୁ ଗୋଟିଏ ପରେ ଗୋଟିଏ ସଫଳତା ମଧ୍ୟ ମିଳିବାରେ ଲାଗିଛି।