କରୋନା ଟିକାକରଣ ପରେ ଦେଶରେ ଲାଗୁ ହେବ ସିଏଏ: ଶାହ

ଠାକୁରନଗର(ବେଙ୍ଗଲ): ଦେଶରେ ନାଗରିକତା ସଂଶୋଧନ ଆଇନ(ସିଏଏ) କରୋନା ଟିକାକରଣ କାର୍ଯ୍ୟକ୍ରମ ଶେଷ ହେବା ପରେ ଲାଗୁ ହେବ। ସିଏଏ ଅଧୀନରେ ଭାରତରେ ରହୁଥିବା ଶରଣାର୍ଥୀଙ୍କୁ ନାଗରିକତା ପ୍ରଧାନ କରାଯିବ। ପଶ୍ଚିମବଙ୍ଗର ମାଟୁଆ ସଂପ୍ରଦାୟର ଲୋକଙ୍କୁ ମଧ୍ୟ ସିଏଏ ଅଧୀନରେ ଭାରତର ନାଗରିକତା ପ୍ରଦାନ କରାଯିବ ବୋଲି ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି। ଆଜି ବେଙ୍ଗଲ ବିଧାନସଭା ନିର୍ବାଚନ ପାଇଁ ଠାକୁରନଗରରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଶାହ କହିଛନ୍ତି, ବିରୋଧୀ ଦଳଗୁଡ଼ିକ ଲୋକଙ୍କୁ ନାଗରିକତା […]

shah1

shah1

Hemant Lenka
  • Published: Thursday, 11 February 2021
  • Updated: 11 February 2021, 08:33 PM IST

Sports

Latest News

ଠାକୁରନଗର(ବେଙ୍ଗଲ): ଦେଶରେ ନାଗରିକତା ସଂଶୋଧନ ଆଇନ(ସିଏଏ) କରୋନା ଟିକାକରଣ କାର୍ଯ୍ୟକ୍ରମ ଶେଷ ହେବା ପରେ ଲାଗୁ ହେବ। ସିଏଏ ଅଧୀନରେ ଭାରତରେ ରହୁଥିବା ଶରଣାର୍ଥୀଙ୍କୁ ନାଗରିକତା ପ୍ରଧାନ କରାଯିବ। ପଶ୍ଚିମବଙ୍ଗର ମାଟୁଆ ସଂପ୍ରଦାୟର ଲୋକଙ୍କୁ ମଧ୍ୟ ସିଏଏ ଅଧୀନରେ ଭାରତର ନାଗରିକତା ପ୍ରଦାନ କରାଯିବ ବୋଲି ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି।

ଆଜି ବେଙ୍ଗଲ ବିଧାନସଭା ନିର୍ବାଚନ ପାଇଁ ଠାକୁରନଗରରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଶାହ କହିଛନ୍ତି, ବିରୋଧୀ ଦଳଗୁଡ଼ିକ ଲୋକଙ୍କୁ ନାଗରିକତା ସଂଶୋଧନ ଆଇନ ସମ୍ପର୍କରେ ଭୁଲ ତଥ୍ୟ ଦେଇ ବିଭ୍ରାନ୍ତ କରୁଛନ୍ତି। ସିଏଏ ଲାଗୁ ହେଲେ ଭାରତରେ ରହୁଥିବା ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କ ନାଗରିକତା ଉପରେ ଏହା କୌଣସି ପ୍ରକାରର ପ୍ରଭାବ ପକାଇ ପାରିବ ନାହିଁ।

୨୦୧୮ରେ ମୋଦି ସରକାର ପ୍ରତିଶ୍ରୁତି ଦେଇଥିଲେ ଯେ ନାଗରିକତା ସଂଶୋଧନ ଆଇନ ଆଣିବେ। ୨୦୧୯ରେ ଆମେ ଭୋଟ ପାଇଁ କ୍ଷମତାକୁ ଆସିବା ପରେ ଏହାକୁ କାର୍ଯ୍ୟକାରୀ କରିବାକୁ ଆଇନ ଆଣିଛୁ। ୨୦୨୦ରେ ଦେଶକୁ କରୋନା ମହାମାରୀ ଝଟକା ଲାଗିଥିଲା। ଏହି କାରଣରୁ ସିଏଏ ଲାଗୁ ହୋଇପାରି ନାହିଁ।

ମମତା ଦିଦି କହୁଛନ୍ତି, ଆମେ ମିଥ୍ୟା ପ୍ରତିଶ୍ରୁତି ଦେଉଛୁ। ହେଲେ ସେ ସିଏଏକୁ ବିରୋଧ କରିବା ଆରମ୍ଭ କରିଥିଲେ ଓ ବେଙ୍ଗଲରେ ଏହାକୁ ଲାଗୁ କରିବେ ନାହିଁ ବୋଲି ମଧ୍ୟ କହିଛନ୍ତି। କିନ୍ତୁ ବିଜେପି ସବୁବେଳେ ନିଜ ପ୍ରତିଶ୍ରୁତି ରକ୍ଷା କରିଛି। ଆମେ ଆଇନ ଆଣିଛୁ ଓ ଶରଣାର୍ଥୀମାନେ ଭାରତର ନାଗରିକତା ପାଇବେ।

ଯେତେ ଶୀଘ୍ର କରୋନାର ଟିକାକରଣ କାର୍ଯ୍ୟକ୍ରମ ଶେଷ ହେବ, ସେତେ ଶୀଘ୍ର ଦେଶରେ ସିଏଏ ଲାଗୁ କରାଯାଇ ନାଗରିକତା ପ୍ରଧାନ କରାଯିବ। ମମତା ବାନାର୍ଜୀ ସିଏଏକୁ ଆଉ ବିରୋଧ କରିବାର ସୁଯୋଗ ପାଇବେ ନାହିଁ। କାରଣ ଏପ୍ରିଲ-ମେ ମାସ ପରେ ସେ ଆଉ ମୁଖ୍ୟମନ୍ତ୍ରୀ ହୋଇ ରହିବେ ନାହିଁ ବୋଲି ଶାହ ଦମ୍ଭୋକ୍ତି କରିଛନ୍ତି।

ଏଠାରେ ଶାହ ମଠୁଆ ସଂପ୍ରଦାୟକୁ ମଧ୍ୟ ଭାରତର ନାଗରିକତା ମିଳିବ ବୋଲି କହିଛନ୍ତି। ମଠୁଆ ସଂପ୍ରଦାୟର ଲୋକ ପୂର୍ବ ପାକିସ୍ତାନର ଅଧିବାସୀ। ଏହି ଦୁର୍ବଳ ଶ୍ରେଣୀର ହିନ୍ଦୁମାନେ ବିଭାଜନ ବେଳେ ପାକିସ୍ତାନରୁ ଭାରତକୁ ଚାଲି ଆସିଥିଲେ। ବାଂଲାଦେଶ ଗଠନ ହେବା ପରେ ଏମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ଭାରତର ନାଗରିକତା ମିଳିଛି। ହେଲେ ସଂପ୍ରଦାୟର ଅଧିକାଂଶ ଲୋକ ଏବେ ବି ଶରଣାର୍ଥୀ ହୋଇ ରହିଛନ୍ତି। ତେଣୁ ସେମାନଙ୍କୁ ମଧ୍ୟ ସିଏଏ ଲାଗୁ କରି ଭାରତ ସରକାର ଦେଶର ନାଗରିକତା ପ୍ରଧାନ କରିବେ ବୋଲି ଆଜି ଶାହ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story