ଗ୍ଲାସିୟର ଫାଟିନି, ଏହି କାରଣରୁ ଉତ୍ତରାଖଣ୍ଡରେ ପ୍ରକୃତି ରଚିଛି ତାଣ୍ଡବ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଋଷିଗଙ୍ଗାରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଯୋଗୁ ଏଯାଏ ୨୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ତେବେ ହଠାତ୍‌ କାହିଁକି ଚାମୋଲିରେ ପ୍ରକୃତି ତା’ର ତାଣ୍ଡବ ଦେଖାଇଲା, ତାହା ସବଠାରୁ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି। ଏଯାଏ କୁହାଯାଉଥିଲା ଯେ ନନ୍ଦା ଦେବୀ ଗ୍ଲାସିୟରର ଗୋଟିଏ ବଡ଼ ଅଂଶ ଫାଟିଯିବାରୁ ସ୍ଥାନୀୟ ଅଞ୍ଚଳରେ ବନ୍ୟା ସୃଷ୍ଟି ହୋଇଛି। ହେଲେ ଅନ୍ତର୍ଜାତୀୟ ସ୍ତରର ଭୂବିଜ୍ଞାନୀ ଓ ଗ୍ଲାସିୟର ଉପରେ […]

Glacier.jpg1

Glacier.jpg1

Hemant Lenka
  • Published: Monday, 08 February 2021
  • Updated: 09 February 2021, 12:59 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଋଷିଗଙ୍ଗାରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଯୋଗୁ ଏଯାଏ ୨୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ତେବେ ହଠାତ୍‌ କାହିଁକି ଚାମୋଲିରେ ପ୍ରକୃତି ତା’ର ତାଣ୍ଡବ ଦେଖାଇଲା, ତାହା ସବଠାରୁ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି।

ଏଯାଏ କୁହାଯାଉଥିଲା ଯେ ନନ୍ଦା ଦେବୀ ଗ୍ଲାସିୟରର ଗୋଟିଏ ବଡ଼ ଅଂଶ ଫାଟିଯିବାରୁ ସ୍ଥାନୀୟ ଅଞ୍ଚଳରେ ବନ୍ୟା ସୃଷ୍ଟି ହୋଇଛି। ହେଲେ ଅନ୍ତର୍ଜାତୀୟ ସ୍ତରର ଭୂବିଜ୍ଞାନୀ ଓ ଗ୍ଲାସିୟର ଉପରେ ଅନୁଧ୍ୟାନ କରୁଥିବା ବିଶେଜ୍ଞମାନେ ଭିନ୍ନ କଥା କହିଛନ୍ତି। ଚାମୋଲିରେ ବନ୍ୟା ଗ୍ଲାସିୟର ଫାଟିବା ଯୋଗୁ ନୁହେଁ ବରଂ ଭୂସ୍ଖଳନ ଯୋଗୁ ଘଟିଛି ବୋଲି ସେମାନେ କହିଛନ୍ତି।

University of Calgaryର ଜିଓଲେଜିଷ୍ଟ ଓ ଗ୍ଲାସିୟର ବିଶେଷଜ୍ଞ ଡ ଡାନ ଶୁଗାର ପ୍ଲାନେଟ୍‌ ଲାବ୍ସର ସ୍ୟାଟେଲାଇଟ ଛବିକୁ ଯାଞ୍ଚ କରିବା ପରେ କହିଛନ୍ତି ଯେ ଚାମୋଲିରେ ବନ୍ୟା ଗ୍ଲାସିୟର ଫାଟିବା ଯୋଗୁ ହୋଇନାହିଁ। ତ୍ରିଶୁଳ ପର୍ବତ ଉପରେ ପ୍ରଥମେ ଭୂସ୍ଖଳନ ହୋଇଥିଲା। ଏହି କାରଣରୁ ଗ୍ଲାସିୟର ସାମାନ୍ୟ ଦବି ଯାଇଥିଲା। ପ୍ଲାନେଟ ଲ୍ୟାବ୍ସ ଛବିରୁ ସ୍ପଷ୍ଟ ହେଉଛି ଯେ ଯେଉଁ ସମୟରେ ଘଟଣା ଘଟିଥିଲା, ସେହି ସମୟରେ ତ୍ରିଶୁଳ ପର୍ବତ ଉପରେ ପ୍ରବଳ ଧୂଳି ଦେଖିବାକୁ ମିଳିଥିଲା।

ଘଟଣା ପୂର୍ବରୁ ଓ ପରେ ସାମ୍ନାକୁ ଆସିଥିବା ଛବିରୁ ଏହା ସ୍ପଷ୍ଟ ଦୃଶ୍ୟମାନ ହେଉଛି। ପାହାଡ଼ ଉପରୁ ଧୂଳି ଓ ମାଟି ତଳକୁ ଖସିବା ପରେ ଅତର୍କିତ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା। ଡ.ଡାନ ଶୁଗାର ଟ୍ୱିଟ କରି କହିଛନ୍ତି, ଗ୍ଲାସିୟର ଉପରେ W ଆକାରର ଭୂସ୍ଖଳନ ହୋଇଥିଲା। ଏଥିଯୋଗୁ ଉପରେ ଝୁଲିଥିବା ଗ୍ଲାସିୟର ଖଣ୍ଡ ବେଶ କ୍ଷିପ୍ର ଗତିରେ ତଳକୁ ଖସିଥିଲା। ଘଟଣାର ଠିକ୍‌ ପୂର୍ବରୁ ତ୍ରିଶୁଳ ପର୍ବତ ଉପରେ L ଆକାରର ଧୂଳି ଓ ଜଳୀୟ ବାଷ୍ପ ଦେଖିବାକୁ ମିଳିଥିଲା।

ପର୍ବତ ଉପରି ଭାଗର ଛବିରୁ ସ୍ପଷ୍ଟ ହେଉଛି ଯେ ଗ୍ଲାସିୟର ପର୍ବତ କୌଣସି ପ୍ରକାରର ଫାଟିନାହିଁ। ଭୂସ୍ଖଳ ପରେ ବରଫ ଅତଡ଼ା ଖସିବାରୁ ଏପରି ବନ୍ୟା ସୃଷ୍ଟି ହୋଇଛି। ପ୍ଲାନେଟ ଲାବ୍ସର ସ୍ୟାଟେଲାଇଟ ଛବି ଆଧାରରେ 3D ଇମେଜ୍ ତିଆରି କରାଯାଇଛି। ଏହି ଛବି ଅନୁସାରେ, ତ୍ରିଶୁଳ ପର୍ବତ ଉପରେ ପ୍ରବଳ ମାଟି ଓ ଧୂଳି ଜମାଟ ବାନ୍ଧି ରହିଥିଲା। ଏହା ଓଜନ ହେବାରୁ ବରଫ ଖଣ୍ଡ ଉପରେ ପଡ଼ି ଯାଇଥିଲା। ଏହି କାରଣରୁ ଗୋଟିଏ ବଡ଼ଧରଣ ହିମ ସ୍ଖଳନ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story