ଦୁଇଟି ଆସନରେ ଲଢ଼ିପାରନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନି, ଜାଣନ୍ତୁ କାରଣ

ଚଣ୍ଡିଗଡ଼: ବିଧାନସଭା ନିର୍ବାଚନ ବେଳେ ଦୁଇଟି ଆସନରୁ ଲଢ଼ି ପାରନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି। ଦଳିତ ଭୋଟରଙ୍କ ଆକୃଷ୍ଟ କରିବା ପାଇଁ କଂଗ୍ରେସ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇଥିଲା। ଏବେ ଏହାକୁ ଆଧାର କରି ବିଧାନସଭା ନିର୍ବାଚନ ବେଳେ ଦଳ ଦଳିତ ଭୋଟ ହାତେଇବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ଚନ୍ନିଙ୍କୁ କଂଗ୍ରେସ ଉଭୟ ଆଦମପୁର ଓ ଚାମକୌର ସାହିବ ଆସନରୁ ପ୍ରାର୍ଥୀ କରିବାକୁ ବିଚାର କରୁଛି। କଂଗ୍ରେସ ଏକମାତ୍ର ଦଳ ଯିଏ ଦଳିତଙ୍କୁ ମୁଖ୍ୟମନ୍ତ୍ରୀ […]

Punjab

Punjab

Hemant Lenka
  • Published: Friday, 14 January 2022
  • Updated: 14 January 2022, 04:53 PM IST

Sports

Latest News

ଚଣ୍ଡିଗଡ଼: ବିଧାନସଭା ନିର୍ବାଚନ ବେଳେ ଦୁଇଟି ଆସନରୁ ଲଢ଼ି ପାରନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି। ଦଳିତ ଭୋଟରଙ୍କ ଆକୃଷ୍ଟ କରିବା ପାଇଁ କଂଗ୍ରେସ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇଥିଲା। ଏବେ ଏହାକୁ ଆଧାର କରି ବିଧାନସଭା ନିର୍ବାଚନ ବେଳେ ଦଳ ଦଳିତ ଭୋଟ ହାତେଇବାକୁ ଲକ୍ଷ୍ୟ ରଖିଛି।

ଏଥିପାଇଁ ଚନ୍ନିଙ୍କୁ କଂଗ୍ରେସ ଉଭୟ ଆଦମପୁର ଓ ଚାମକୌର ସାହିବ ଆସନରୁ ପ୍ରାର୍ଥୀ କରିବାକୁ ବିଚାର କରୁଛି। କଂଗ୍ରେସ ଏକମାତ୍ର ଦଳ ଯିଏ ଦଳିତଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇ ପାରେ ବୋଲି ଗୋଟିଏ ବାର୍ତ୍ତା ଚନ୍ନିଙ୍କ ଦ୍ୱାରା ସମଗ୍ର ରାଜ୍ୟକୁ ଦେବାକୁ ପ୍ରୟାସ କରାଯାଉଛି।

ଆଦମପୁର ନିର୍ବାଚନ ମଣ୍ଡଳୀ ଅକାଳୀ ଦଳର ଗଡ଼ ଭାବେ ପରିଚିତ। ଏଠାରେ ଦଳ ୫ଥର ଜିତିଥିବା ବେଳେ କଂଗ୍ରେସ କେବଳ ୨୦୦୨ରେ ଗୋଟିଏ ଥର ଜିତି ପାରିଥିଲା। ଏବେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଚନ୍ନିଙ୍କ ଭଳି ପ୍ରଭାବଶାଳୀ ନେତାଙ୍କୁ ଏଠାରେ ପ୍ରାର୍ଥୀ କରି ଅଙ୍କ ବଦଳାଇବାକୁ ଚାହୁଁଛୁ। ଏପରି କରି କଂଗ୍ରେସ ଅକାଳୀ ଦଳର ଗଡ଼ ଭାଙ୍ଗିବା ପାରିବ ବୋଲି ଆଶା ରଖିଛି।

ଆଦମପୁର ବ୍ୟତୀତ ଚନ୍ନିଙ୍କୁ କଂଗ୍ରେସ ଚାମକୌର ସାହିବ ନିର୍ବାଚନ ମଣ୍ଡଳୀ ଉପରେ ମଧ୍ୟ ଫୋକସ କରିବାକୁ କୁହାଯାଇଛି। ନିକଟରେ ମୁଖ୍ୟମନ୍ତ୍ରୀ ଚନ୍ନି ଏଠାରେ ଏକାଧିକ ବିଶାଳମୂକଳ ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ। ଏହା ମଧ୍ୟରେ ସ୍ଥାନୀୟ ବସଷ୍ଟାଣ୍ଡର ନବୀକରଣ, ସିଟି ସେଣ୍ଟର ଶପିଂ କମ୍ପ୍ଲେକ୍ସର ଉନ୍ନିତୀକରଣ, ଜଳ ଯୋଗାଣ ଓ ସ୍ୱରେଜ ପ୍ରକଳ୍ପ ଆଦି ରହିଛି। ଏହା ସହ ଗୋଟିଏ କ୍ରିକେଟ ଷ୍ଟାଡିୟମ ପାଇଁ ମଧ୍ୟ ସେ ଭିତ୍ତି ପ୍ରସ୍ଥର ସ୍ଥାପନ କରିଥିଲେ। ଏପରି କରି ସେ ଚାମକୌର ଲୋକଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ଚେଷ୍ଟା କରୁଛନ୍ତି।

କଂଗ୍ରେସ ଚନ୍ନିଙ୍କୁ ଦୁଇ ଆସନରୁ ପ୍ରାର୍ଥୀ କରିବାକୁ ଚିନ୍ତା କରୁଥିବା ଖବର ଲିକ୍‌ ହେବା ପରେ ଏହାକୁ ବିରୋଧୀ ଅକାଳୀ ଦଳ ସମାଲୋଚନା କରିଛି। ଅକାଳୀ ଦଳର ନେତା ପବନ ତିନୁ କହିଛନ୍ତି, “ମୁଖ୍ୟମନ୍ତ୍ରୀଙ୍କୁ ଦୁଇଟି ଆସନରେ ପ୍ରାର୍ଥୀ କରିବା ଅର୍ଥ କଂଗ୍ରେସ କେତେ ବିବ୍ରତ ରହିଛି, ତା’କୁ ପ୍ରଦର୍ଶନ କରୁଛି। ଚନ୍ନି କେବଳ ଭିତ୍ତି ପ୍ରସ୍ଥର ସ୍ଥାପନ କରିବା ଜାଣିଛନ୍ତି। କିନ୍ତୁ କୌଣସି ବିକାଶମୂଳକ କାର୍ଯ୍ୟକ୍ରମ ଏଯାଏ ଆରମ୍ଭ ହୋଇପାରୁନି। କେବଳ ଏହା ନିର୍ବାଚନ ଭେଳିକି।”

୨୦୧୧ ଜନଗଣନା ଅନୁଯାୟୀ, ପଞ୍ଜାବରେ ୨.୭୭ କୋଟି ଦଳିତ ଲୋକ ରହୁଛନ୍ତି। ଏମାନଙ୍କ ମଧ୍ୟରୁ ୩୧.୯% ଲୋକ ଭୋଟ ଦେବାକୁ ଯୋଗ୍ୟ। ଶିଖ ଦଳିତଙ୍କ ସଂଖ୍ୟା ୧୯.୪%, ହିନ୍ଦୁ ଦଳିତଙ୍କ ସଂଖ୍ୟା ୧୨.୪% ଓ ବୌଦ୍ଧ ଦଳିତଙ୍କ ସଂଖ୍ୟା ୦.୯୮% ରହିଛି।

ଚନ୍ନି ହେଉଛନ୍ତି ଦ୍ୱିତୀୟ ସର୍ବବୃହତ ଦଳିତ (ରବିଦାସାଇ) ଗ୍ରୁପର। ଏହା ମୋଟ ଦଳିତ ଜନସଂଖ୍ୟାର ୨୦.୭%। ମଜହାବି ଶିଖଙ୍କ ସଂଖ୍ୟା ହେଉଛି ୨୬.୩%। ଏହାବାଦ ଅଧରମି ଓ ବାଲ୍ମୀକି ସଂପ୍ରଦାୟର ଲୋକଙ୍କ ସଂଖ୍ୟା ଯଥାକ୍ରମେ ୧୦% ଏବଂ ୮.୬% ରହିଛି। ତେଣୁ କଂଗ୍ରେସ ଚନ୍ନିଙ୍କୁ ଦୁଇଟି ଆସନରୁ ପ୍ରାର୍ଥୀ କରି ରାଜ୍ୟର ସବୁ ଦଳିତ ଭୋଟକୁ ନିଜ ଆଡ଼କୁ ଆଣିବାକୁ ଚେଷ୍ଟା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story