ଭାରତରେ ମିଳିବ ସବୁଠାରୁ ଶସ୍ତା ଟିକା, ଡୋଜ୍‌ ପିଛା ଦାମ କେତେ ଜାଣନ୍ତୁ

ହାଇଦ୍ରାବାଦ: ମହାମାରୀ କରୋନାକୁ ମାତ ଦେବାକୁ ଭାରତରେ ଟିକାକରଣ ଅଭିଯାନ ଜୋରଦାର କରାଯାଉଛି। ହେଲେ ବିଭିନ୍ନ ରାଜ୍ୟରେ ଟିକାର ଅଭାବ ଦେଖିବାକୁ ମିଳିଛି। ଏସବୁ ଭିତରେ ଦେଶରେ ବିଶ୍ୱର ସବୁଠାରୁ ଶସ୍ତା ଟିକା ଉପଲବ୍ଧ ହେବାର ଆଶା ସୃଷ୍ଟି ହୋଇଛି। ହାଇଦ୍ରାବାଦ ସ୍ଥିତ ବାୟୋଲଜିକାଲ-ଇ କମ୍ପାନୀ ପ୍ରସ୍ତୁତ କରିଥିବା କରୋନା ଟିକା କୋରବେଭାକ୍ସ ଖୁବଶୀଘ୍ର ମାର୍କେଟକୁ ଆସିବ। ଏବେ ଟିକାର ପରୀକ୍ଷଣ ଚାଲିଛି। ଏହାକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିବା କ୍ଷଣି କମ୍ପାନୀ ପକ୍ଷରୁ […]

Vaccine

Vaccine

Hemant Lenka
  • Published: Saturday, 05 June 2021
  • Updated: 05 June 2021, 06:34 PM IST

Sports

Latest News

ହାଇଦ୍ରାବାଦ: ମହାମାରୀ କରୋନାକୁ ମାତ ଦେବାକୁ ଭାରତରେ ଟିକାକରଣ ଅଭିଯାନ ଜୋରଦାର କରାଯାଉଛି। ହେଲେ ବିଭିନ୍ନ ରାଜ୍ୟରେ ଟିକାର ଅଭାବ ଦେଖିବାକୁ ମିଳିଛି। ଏସବୁ ଭିତରେ ଦେଶରେ ବିଶ୍ୱର ସବୁଠାରୁ ଶସ୍ତା ଟିକା ଉପଲବ୍ଧ ହେବାର ଆଶା ସୃଷ୍ଟି ହୋଇଛି।

ହାଇଦ୍ରାବାଦ ସ୍ଥିତ ବାୟୋଲଜିକାଲ-ଇ କମ୍ପାନୀ ପ୍ରସ୍ତୁତ କରିଥିବା କରୋନା ଟିକା କୋରବେଭାକ୍ସ ଖୁବଶୀଘ୍ର ମାର୍କେଟକୁ ଆସିବ। ଏବେ ଟିକାର ପରୀକ୍ଷଣ ଚାଲିଛି। ଏହାକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିବା କ୍ଷଣି କମ୍ପାନୀ ପକ୍ଷରୁ ଦେଶବାସୀଙ୍କୁ ଏହା ଯୋଗାଇ ଦିଆଯିବ।

ଏହାର ଡୋଜ୍‌ ପିଛା ଦାମ ମାତ୍ର ୨୫୦ ଟଙ୍କା ରହିବ ବୋଲି କମ୍ପାନୀ ପକ୍ଷରୁ ପ୍ରାଥମିକ ସ୍ତରରେ ଆକଳନ କରାଯାଇଛି। ଏପରି କି ଦୁଇଟି ଡୋଜ୍‌ର ମୂଲ୍ୟ ୪୦୦ ଟଙ୍କା ମଧ୍ୟ ହୋଇପାରେ। କେନ୍ଦ୍ର ସରକାର ଏବେ ଠାରୁ ହିଁ କୋରବେଭାକ୍ସର ୩୦ କୋଟି ଡୋଜ୍ ପାଇଁ ୧୫ଶହ କୋଟି ଟଙ୍କା ଦେଇ ସାରିଛନ୍ତି। ଅର୍ଥାତ କମ୍ପାନୀ ଠାରୁ କେନ୍ଦ୍ର ସରକାର ମାତ୍ର ୫୦ ଟଙ୍କାରେ ଗୋଟିଏ ଡୋଜ୍‌ ଟିକା କିଣିବେ। ଏଯାଏ ଭାରତରେ ଉପଲବ୍ଧ ହୋଇଥିବା କୌଣସି ଟିକା ଏତେ ଶସ୍ତାରେ ମିଳୁନାହିଁ।

ବାୟୋଲଜିକାଲ-ଇ କମ୍ପାନୀର ଏମଡି ମହିମା ଦତଲା ଗୋଟିଏ ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଟିକାର ଦୁଇ ଡୋଜ୍‌ର ମୂଲ୍ୟ ୪୦୦ ଟଙ୍କା ମଧ୍ୟ ହୋଇପାରେ। ଆମେ ଏବେ ଡୋଜ୍‌ ପିଛା ୨୫୦ ଟଙ୍କା ରଖିବାକୁ ନିଷ୍ପତ୍ତି ନେଇଛୁ। ତେବେ ଚୂଡ଼ାନ୍ତ ଦର ଖୁବଶୀଘ୍ର ଘୋଷଣା କରାଯିବ।

ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପ୍ରସ୍ତୁତ କରିଥିବା କୋଭିସିଲ୍ଡର ଟିକାର ଡୋଜ୍‌ ପିଛା ଦର ରାଜ୍ୟ ସରକାରଙ୍କ ପାଇଁ ୩୦୦ ଟଙ୍କା ଥିବା ବେଳେ ଘରୋଇ ହସ୍ପିଟାଲଗୁଡ଼ିକ ୬୦୦ ଟଙ୍କାରେ କିଣୁଛନ୍ତି। ସେହିପରି କୋଭାକ୍ସିନର ଡୋଜ ପିଛା ଦର ରାଜ୍ୟ ସରକାରଙ୍କ ପାଇଁ ୪୦୦ ଟଙ୍କା ଓ ଘରୋଇ ହସ୍ପିଟାଲ ପାଇଁ ୧୨ଶହ ଟଙ୍କା ରହିଛି। ରୁଷ ପ୍ରସ୍ତୁତ କରିଥିବା କରୋନା ଟିକା ସ୍ପୁଟନିକ ଭିର ଡୋଜ୍‌ ପିଛା ଦାମ ୯୯୫ ଟଙ୍କା ରହିଛି। ଘରୋଇ ହସ୍ପିଟାଲଗୁଡ଼ିକରେ ଏହାର ମୂଲ୍ୟ ୧୧୯୫ ଟଙ୍କା ରହିବ। ହେଲେ ବାୟୋଲଜିକାଲ-ଇ ଏମାନଙ୍କ ଠାରୁ ବହୁ ଶସ୍ତାରେ ଟିକା ଯୋଗାଇ ଦେବ।

ବର୍ତ୍ତମାନ କୋରବେଭାକ୍ସର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଚାଲିଛି। ପ୍ରଥମ ଓ ଦ୍ୱିତୀୟ ଟ୍ରାଏଲରୁ ସକାରାତ୍ମକ ଫଳାଫଳ ମିଳିଛି। ତେଣୁ ଟ୍ରାଏଲ ୩ର ରିପୋର୍ଟ ଆସିବା ମାତ୍ରେ ଏହାକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମୋଦନ ମିଳିବ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏବେଠାରୁ ହିଁ ୩୦ କୋଟି ଡୋଜ୍‌ କିଣିବାକୁ ଅର୍ଡର କରିଛନ୍ତି।

କମ୍ପାନୀ ଏଥିପାଇଁ ୧୫ ଶହ କୋଟି ଟଙ୍କା ପାଇଛି। ଏହାର ଅର୍ଥ ଡୋଜ୍‌ ପିଛା କେନ୍ଦ୍ର ସରକାର ୫୦ ଟଙ୍କାରେ ଟିକା କିଣିବେ। ଏହାକୁ ବିଭିନ୍ନ ରାଜ୍ୟକୁ ମାଗଣାରେ ଦିଆଯିବ। ଏହାପରେ ରାଜ୍ୟ ଓ ଘରୋଇ ହସ୍ପିଟାଲଗୁଡ଼ିକ କମ୍ପାନୀ ଠାରୁ ଡୋଜ୍‌ ପିଛା ପ୍ରାୟ ୨୫୦ ଟଙ୍କାରେ ଟିକା କିଣିପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story