ବଢ଼ିଲା ଅନୁରାଗ ଓ ତାପସୀଙ୍କ ଅଡ଼ୁଆ, ମିଳୁନି ୩୦୦ କୋଟି ଟଙ୍କାର ହିସାବ!

ନୂଆଦିଲ୍ଲୀ: ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ, ଅଭିନେତ୍ରୀ ତାପସୀ ପନ୍ନୁ ଓ ଅନ୍ୟ ବଲିଉଡ ହସ୍ତୀଙ୍କ ଠିକଣାରେ ଆୟକର ବିଭାଗ କରୁଥିବାରୁ ରେଡ୍‌ରୁ ଅନେକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଆୟକର ବିଭାଗ ୩ ମାର୍ଚ୍ଚରୁ ୨ଟି ବଡ଼ ଫିଲ୍ମ ପ୍ରଡକ୍ସନ ହାଉସ, ଜଣେ ଅଭିନେତ୍ରୀ ଓ ମୁମ୍ବାଇର ଦୁଇଟି ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ ଅଫିସରେ ରେଡ୍‌ ଜାରି ରଖିଛି। ମୁମ୍ବାଇ, ପୁଣେ, ଦିଲ୍ଲୀ ଓ ହାଇଦ୍ରାବାଦର ପ୍ରାୟ ୨୮ଟି ସ୍ଥାନରେ ଆୟକର ବିଭାଗର ଅଧିକାରୀମାନେ ଏକକାଳୀନ ଚଢ଼ଉ […]

IT-Raid

IT-Raid

Hemant Lenka
  • Published: Thursday, 04 March 2021
  • Updated: 04 March 2021, 09:11 PM IST

Sports

Latest News

ନୂଆଦିଲ୍ଲୀ: ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ, ଅଭିନେତ୍ରୀ ତାପସୀ ପନ୍ନୁ ଓ ଅନ୍ୟ ବଲିଉଡ ହସ୍ତୀଙ୍କ ଠିକଣାରେ ଆୟକର ବିଭାଗ କରୁଥିବାରୁ ରେଡ୍‌ରୁ ଅନେକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଆୟକର ବିଭାଗ ୩ ମାର୍ଚ୍ଚରୁ ୨ଟି ବଡ଼ ଫିଲ୍ମ ପ୍ରଡକ୍ସନ ହାଉସ, ଜଣେ ଅଭିନେତ୍ରୀ ଓ ମୁମ୍ବାଇର ଦୁଇଟି ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ ଅଫିସରେ ରେଡ୍‌ ଜାରି ରଖିଛି।

ମୁମ୍ବାଇ, ପୁଣେ, ଦିଲ୍ଲୀ ଓ ହାଇଦ୍ରାବାଦର ପ୍ରାୟ ୨୮ଟି ସ୍ଥାନରେ ଆୟକର ବିଭାଗର ଅଧିକାରୀମାନେ ଏକକାଳୀନ ଚଢ଼ଉ କରିଛନ୍ତି। ସୂତ୍ର ଅନୁସାରେ, ୨୮ଟି ସ୍ଥାନରେ ହୋଇଥିବା ରେଡ୍‌ ବେଳେ ହିସାବ ନଥିବା ପ୍ରାୟ ୩୦୦ କୋଟି ଟଙ୍କା ମିଳିଛି। ତାପସୀ ପନ୍ନୁ ୫ କୋଟି ଟଙ୍କାର ହିସାବ ଦେଇପାରିନାହାନ୍ତି।

ବୁଧବାର ଆୟକର ବିଭାଗ ତାପସୀ ପନ୍ନୁ, ଅନୁରାଗ କଶ୍ୟପ, ‍ଫିଲ୍ମ ନିର୍ମାତା ବିକାଶ ବହେଲଙ୍କ ଘର ସମେତ ମଧୁ ମଣ୍ଟେନାଙ୍କ କ୍ୱାନ ଅଫିସରେ ମଧ୍ୟ ଚଢ଼ଉ କରିଥିଲା। ଏଥିସହ କଶ୍ୟପଙ୍କ ପାର୍ଟନର ଯିଏ Phantom Films ନାଁରେ ପ୍ରଡକ୍ସନ ହାଉସ ଖୋଲିଥିଲେ, ତାଙ୍କର ଏକାଧିକ ଠିକଣାରେ ରେଡ୍‌ ହୋଇଥିଲା।

Phantom Films ନାଁରେ ଟିକସ ଫାଙ୍କି ଅଭିଯୋଗ ଆସିବା ପରେ ଏହି ରେଡ ଆରମ୍ଭ ହୋଇଛି। ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଗ୍ରୁପ୍‌ ସିଇଓ ଶିବାଶିଷ ସରକାର, ସେଲେବ୍ରିଟିଙ୍କ କିଛି ଏକ୍ଜ୍ୟୁକେଟିଭ ଓ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ KWAN and Exceedରେ ମଧ୍ୟ ଆୟକର ବିଭାଗ ଚଢ଼ଉ କରିଥିଲା।

ରେଡ ବେଳେ ହ୍ୱାଟସଆପ୍‌ ଚ୍ୟାଟ୍‌, ଇ-ମେଲ, ଦସ୍ତାବିଜ୍ ଓ କମ୍ପ୍ୟୁଟର ହାର୍ଡ ଡିକ୍ସ ମଧ୍ୟ ଜବତ କରାଯାଇଛି। ସେହିପରି ୭ଟି ବ୍ୟାଙ୍କ ଲକର ବି ଆୟକର ବିଭାଗ ସିଜ୍‌ କରିଛି। ତାପସୀ ଓ ଅନୁରାଗ ପୁଣେରେ ଶୁଟିଂ କରୁଥିବାରୁ ଆୟକର ବିଭାଗର ଅଧିକାରୀମାନେ ସେଠାକୁ ଯାଇ ସେମାନଙ୍କୁ ପଚରାଉଚରା କରିଛନ୍ତି।

ସୂତ୍ର ଅନୁସାରେ, କମ୍ପାନୀର ଅଧିକାରୀମାନେ ରେଡ୍‌ ବେଳେ ୩୦୦ କୋଟି ଟଙ୍କାର ହିସାବ ଦେଇପାରିନାହାନ୍ତି। ବକ୍ସ ଅଫିସରେ ଯେତିକି ଆୟ ଦେଖାଯାଇଛି, ତା’ଠାରୁ ଫିଲ୍ମରୁ ଅଧିକ ରୋଜଗାର ହୋଇଥିବା ପ୍ରମାଣ ମିଳିଛି। ଫିଲ୍ମ ନିର୍ଦ୍ଦେଶକ ଓ ଶେୟାର ହୋଲ୍ଡରଙ୍କ ମଧ୍ୟରେ ପ୍ରଡକ୍ସନ ହାଉସର ଶେୟାର ନେଣଦେଣରେ ହେରଫେର ଓ କମ୍‌ ମୂଲ୍ୟାଙ୍କନ କରାଯାଇଥିବା ସମ୍ପର୍କିତ ତଥ୍ୟ ମିଳିଛି। ଏହାର ମୂଲ୍ୟ ପ୍ରାୟ ପ୍ରାୟ ୩୫୦ କୋଟି ଟଙ୍କା ହେବ। ଆଗକୁ ମଧ୍ୟ ତଦନ୍ତ ଜାରି ରହିଛି।

ସୂଚନାଯୋଗ୍ୟ ଯେ, ୨୦୧୧ରେ ଅନୁରାଗ କାଶ୍ୟପ, ମଧୁ ମଣ୍ଟେନା, ବିକ୍ରମଦିତ୍ୟ ମୋଟୱାନେ ଓ ବିକାଶ ବାହଲଙ୍କ ଦ୍ୱାରା ଫାଣ୍ଟମ ଫିଲ୍ମସ ପ୍ରତିଷ୍ଠା କରାଯାଇଥିଲା। ତେବେ କୌଣସି କାରଣ ବଶତଃ ଅକ୍ଟୋବର ୨୦୧୮ରେ ଏହି କମ୍ପାନୀ ବନ୍ଦ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos