ସ୍ୱାମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ସ୍ତ୍ରୀ, ଭିଡିଓ ଫୁଟେଜ୍‌ ଧରି କୋର୍ଟରେ ଯୁବକ

ଜୟପୁର:  ଆପଣ ଏଯାଏଁ ମହିଳାଙ୍କ କ୍ଷେତ୍ରରେ ଘରୋଇ ହିଂସା ମାମଲା  ଶୁଣି ଆସୁଥିବେ। ହେଲେ ଜଣେ ପୁରୁଷ କିପରି ଘର ଭିତରେ ଅତ୍ୟାଚାରିତ ହେଉଛନ୍ତି ତାର ଦୃଶ୍ୟ ସାମ୍ନାକୁ ଆସିଛି। ସ୍ୱାମୀଙ୍କୁ ଗୋଡାଇ ଗୋଡାଇ ପିଟୁଛି ସ୍ତ୍ରୀ। ସମସ୍ତଙ୍କୁ ଚକିତ କରିବାଭଳି ଏହି ଘଟଣା ଘଟିଛି।  ନୃଶଂଶ ଭାବରେ ସ୍ୱାମୀଙ୍କୁ ପିଟୁଛି ସ୍ତ୍ରୀ । ଆଉ ସ୍ୱାମୀ ବିଚରା ପ୍ରାଣବିକଳରେ ଏଣେତେଣେ ଧାଉଁଛି। ରାଜସ୍ଥାନର ଅଲଓ୍ୱାର ଜିଲ୍ଲାର ଭିଓ୍ୱାଦି ସହରରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା। […]

890

890

Tapas Behera
  • Published: Wednesday, 25 May 2022
  • Updated: 25 May 2022, 08:35 PM IST

Sports

Latest News

ଜୟପୁର:  ଆପଣ ଏଯାଏଁ ମହିଳାଙ୍କ କ୍ଷେତ୍ରରେ ଘରୋଇ ହିଂସା ମାମଲା  ଶୁଣି ଆସୁଥିବେ। ହେଲେ ଜଣେ ପୁରୁଷ କିପରି ଘର ଭିତରେ ଅତ୍ୟାଚାରିତ ହେଉଛନ୍ତି ତାର ଦୃଶ୍ୟ ସାମ୍ନାକୁ ଆସିଛି। ସ୍ୱାମୀଙ୍କୁ ଗୋଡାଇ ଗୋଡାଇ ପିଟୁଛି ସ୍ତ୍ରୀ। ସମସ୍ତଙ୍କୁ ଚକିତ କରିବାଭଳି ଏହି ଘଟଣା ଘଟିଛି।  ନୃଶଂଶ ଭାବରେ ସ୍ୱାମୀଙ୍କୁ ପିଟୁଛି ସ୍ତ୍ରୀ । ଆଉ ସ୍ୱାମୀ ବିଚରା ପ୍ରାଣବିକଳରେ ଏଣେତେଣେ ଧାଉଁଛି। ରାଜସ୍ଥାନର ଅଲଓ୍ୱାର ଜିଲ୍ଲାର ଭିଓ୍ୱାଦି ସହରରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା। ୩୨ ବର୍ଷର ଏହି ଯୁବକଙ୍କ ନାଁ ହେଉଛି ଅଜିତ ଯାଦବ। ହରିୟାଣାର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ ଅଜିତ। ଉଭୟ ଏକାଠି ରହୁଥିଲେ। କିଛି ବର୍ଷ ତଳେ ଉଭୟ ବିବାହ କରିଥିଲେ। ସେମାନଙ୍କର ଗୋଟିଏ ୬ ବର୍ଷର ପୁଅ ବି ରହିଛି। ହେଲେ ଗତ ବର୍ଷେ ହେବ ସ୍ତ୍ରୀ ସୁମନ ଅଜିତଙ୍କୁ ଉଭୟ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଛନ୍ତି। ଭିଡିଓରେ ମାଡ ଖାଉଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଏକ କଲେଜର ଅଧ୍ୟକ୍ଷ।

ଅଜିତ ଅଫିସରୁ ଘରକୁ ଫେରିବା ପରେ ସ୍ତ୍ରୀ ତାଙ୍କ ପୋଷାକ ଚିରି ଦିଏ ତ କେତେବେଳେ ବିନା କାରଣରେ ପିଟିବା ଆରମ୍ଭ କରିଦିଏ। ବର୍ଷ ବର୍ଷ ଧରି ଏଭଳି ନିର୍ଯ୍ୟାନତାର ଶିକାର ହେବା ପରେ ଶେଷରେ ନୀରବତା ଭାଙ୍ଗିଛନ୍ତି ସ୍ୱାମୀ। ଯେହେତୁ ନିଜ ଘର କଥା ଏହାକୁ ବାହାରକୁ ଆଣିବା ପାଇଁ ଚାହୁଁନଥିଲେ ସ୍ୱାମୀ ହେଲେ ସ୍ତ୍ରୀ କିନ୍ତୁ ତାଙ୍କ ପ୍ରକୃତି ଛାଡି ନଥିଲେ। ଏହି ଯୁବକଙ୍କୁ କେତେବେଳେସେ  ଫ୍ରାଏ ପ୍ୟାନ ତ କେତେବେଳେ କ୍ରିକେଟ ବ୍ୟାଟରେ ପିଟିଚାଲନ୍ତି। ଏହା ଏକ ପ୍ରକାର ନିତିଦିନିଆ ଘଟଣା । ଲଗାତର ଭାବରେ ଏଭଳି ମାଡ ଖାଇବା ପରେ ସ୍ୱାମୀ ଜଣଙ୍କ ଶେଷରେ ବାଧ୍ୟ ହୋଇ ଆଇନର ଆଶ୍ରୟ ନେଇଛନ୍ତି।

ଘରେ ଏକ ସିସି କ୍ୟାମେରା ଲଗାଇ ନୃଶଂସ ସ୍ତ୍ରୀ ଅତ୍ୟାଚାରର ସତ ଘଟଣା ସାମ୍ନାକୁ ଆଣିବା ପାଇଁ ପ୍ରୟାସ କରିଥିଲେ ସ୍ୱାମୀ। ଏହି ସିସିଟିଭି ଫୁଟେଜ ଧରି ସ୍ୱାମୀ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୂରା ଘଟଣା କହିବା ବେଳେ କାନ୍ଦି ପକାଇଥିଲେ ସ୍ୱାମୀ। ଏନେଇ ମାମଲା ରୁଜୁ ହେବା ପରେ କୋର୍ଟ ଏହାକୁ ଗୁରୁତର ସହ ନେଇଛନ୍ତି। ସମ୍ପୃକ୍ତ ଯୁବକଙ୍କୁ ସୁରକ୍ଷା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଭିଡିଓ ଆଧାରରେ ମହିଳାଙ୍କ ନାଁରେ ମାମଲା ରୁଜୁ ହୋଇଛି। ବଡ କଥା ହେଉଛି ନିଜ ପୁଅ ସାମ୍ନାରେ ବାପାଙ୍କୁ ଏଭଳି ମାଡ ମାରୁଥିଲେ ମହିଳା। ଏବେ ଘରଠୁ ସ୍ୱାମୀ ଅଲଗା ରହୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story