ଗିରଫ ଆଇଏଏସଙ୍କ ସହ ଅମିତ ଶାହଙ୍କ ଫଟୋ ଶେୟାର କରି ଫିଲ୍ମ ନିର୍ମାତା ଅବିନାଶ ଦାସ ଗିରଫ

ଅହମଦାବାଦ: ଫିଲ୍ମ ନିର୍ମାତା ଅବିନାଶ ଦାସଙ୍କୁ ମୁମ୍ବାଇରୁ ଗିରଫ କରିଛି ଗୁଜରାଟ ପୁଲିସ୍‌। ସ୍ୱରାଷ୍ଟ୍ର ଅମିତ ଶାହଙ୍କ ସହ ଗିରଫ ଆଇଏଏସ ପୂଜା ସିଙ୍ଘଲଙ୍କ ଗୋଟିଏ ଫଟୋକୁ ଶ୍ରୀ ଦାସ ଟ୍ୱିଟର୍‌ରେ ଶେୟାର କରିଥିଲେ। ଏଥିପାଇଁ ତାଙ୍କ ନାଁରେ ମାମଲା ହୋଇଥିଲା। ଏବେ ଗୁଜରାଟ ପୁଲିସ୍‌ ମୁମ୍ବାଇ ଆସି ତାଙ୍କୁ ଗିରଫ କରିଛି। ମୁମ୍ବାଇରୁ ତାଙ୍କୁ ଏବେ ଅହମଦାବାଦ ନିଆଯାଉଛି। ଏହାପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଅହମଦାବାଦ କ୍ରାଇମବ୍ରାଞ୍ଚର ଆସିସଷ୍ଟାଣ୍ଟ […]

avinash-das

avinash-das

Hemant Lenka
  • Published: Tuesday, 19 July 2022
  • Updated: 19 July 2022, 05:33 PM IST

Sports

Latest News

ଅହମଦାବାଦ: ଫିଲ୍ମ ନିର୍ମାତା ଅବିନାଶ ଦାସଙ୍କୁ ମୁମ୍ବାଇରୁ ଗିରଫ କରିଛି ଗୁଜରାଟ ପୁଲିସ୍‌। ସ୍ୱରାଷ୍ଟ୍ର ଅମିତ ଶାହଙ୍କ ସହ ଗିରଫ ଆଇଏଏସ ପୂଜା ସିଙ୍ଘଲଙ୍କ ଗୋଟିଏ ଫଟୋକୁ ଶ୍ରୀ ଦାସ ଟ୍ୱିଟର୍‌ରେ ଶେୟାର କରିଥିଲେ। ଏଥିପାଇଁ ତାଙ୍କ ନାଁରେ ମାମଲା ହୋଇଥିଲା। ଏବେ ଗୁଜରାଟ ପୁଲିସ୍‌ ମୁମ୍ବାଇ ଆସି ତାଙ୍କୁ ଗିରଫ କରିଛି। ମୁମ୍ବାଇରୁ ତାଙ୍କୁ ଏବେ ଅହମଦାବାଦ ନିଆଯାଉଛି। ଏହାପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ଅହମଦାବାଦ କ୍ରାଇମବ୍ରାଞ୍ଚର ଆସିସଷ୍ଟାଣ୍ଟ ପୁଲିସ୍‌ କମିଶନର ଡିପି ଚୁଢାସାମା କହିଛନ୍ତି, “ମଙ୍ଗଳବାର ଆମେ ଅବିନାଶ ଦାସଙ୍କୁ ମୁମ୍ବାଇରୁ ଧରିଛୁ। ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ପାଇଁ ଆମ ଟିମ୍‌ ତାଙ୍କୁ ଅହମବଦାବାଦ ଆଣୁଛନ୍ତି।” ଅହମଦାବାଦ କ୍ରାଇମବ୍ରାଞ୍ଚ ମୁମ୍ବାଇ ଭିତ୍ତିକ ଫିଲ୍ମ ନିର୍ମାତା ଅବିନାଶ ଦାସଙ୍କ ବିରୋଧରେ ଆଇପିସିର ଧାରା ୪୯, ଜାତୀୟ ମର୍ଯ୍ୟାଦା ଆଇନ ଓ ଆଇଟି ଆକ୍ଟରେ ଏଫଆଇଆର ରୁଜୁ କରିଛି। ଶ୍ରୀ ଦାସ ନିଜ ଟ୍ୱିଟରେ ଅମିତ ଶାହଙ୍କ ସହ ଗିରଫ ପୂଜାଙ୍କ ଫଟୋ ଶେୟାର କରିଥିଲେ। ଏଥିସହ ଫେସବୁକ ଓ ଇନଷ୍ଟାଗ୍ରାମରେ ମଧ୍ୟ ଜଣେ ମହିଳା ଜାତୀୟ ପତାକା ପରିଧାନ କରିଥିବା ବେଳର ଫଟୋକୁ ପୋଷ୍ଟ କରିଥିଲେ। ଏଥିପାଇଁ ତାଙ୍କ ନାଁରେ ପୁଲିସ୍‌ ଏଫଆଇଆର କରିଥିଲା।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନି ଲଣ୍ତରିଂ ମାମଲାରେ ପୂଜାଙ୍କୁ ଗିରଫ କରିଥିଲା। ସେ ଗିରଫ ହେବା କ୍ଷଣି ଅମିତ ଶାହଙ୍କ ସହ ପୂଜା ଉଠାଇଥିବା ଗୋଟିଏ ଫଟୋ ଭାଇରାଲ ହୋଇଥିଲା। ଏହି ଫଟୋରେ ପୂଜା କେନ୍ଦ୍ରମନ୍ତ୍ରୀ ଶାହଙ୍କ କାନରେ କିଛି କିଛି କହୁଥିବା ଦେଖିବାକୁ ମିଳିଥିଲା। ଏହାକୁ ୪୬ ବର୍ଷୀୟ ଶ୍ରୀ ଦାସ ଶେୟାର କରିବାରୁ ଜୁନ ମାସରେ ତାଙ୍କ ନାଁରେ ଏଫଆଇଆର ରୁଜୁ ହୋଇଥିଲା। ଏଫଆଇଆରରେ କୁହାଯାଇଛି ଯେ ପୂଜା ଓ ଅମିତ ଶାହଙ୍କ ଫଟୋ ୨୦୧୭ ମସିହାର। ହେଲେ ଉକ୍ତ ଫଟୋକୁ ଶେୟାର କରି ଅବିନାଶ ଦାସ କହିଥିଲେ ଯେ ଗିରଫର କିଛି ଦିନ ପୂର୍ବରୁ ପୂଜା ଏହି ଫଟୋ ଉଠାଇଥିଲେ। ଅମିତ ଶାହଙ୍କ ଛବିକୁ ମଳିନ କରିବା ପାଇଁ ଜାଣିଶୁଣି ସେ ଏମିତି କରିଥିବା ଏଫଆଇଆରରେ କୁହାଯାଇଛି।

ଏହାବାଦ ବାଦ ଜଣେ ମହିଳା ଜାତୀୟ ପତାକା ପିନ୍ଧିଥିବା ବେଳର ଫଟୋକୁ ପୋଷ୍ଟ କରି ଶ୍ରୀ ଦାସ ଜାତୀୟ ମାର୍ଯ୍ୟାଦାକୁ ଅପମାନିତ କରିଛନ୍ତି। ତେଣୁ ତାଙ୍କ ନାଁରେ ଏଫଆଇଆର କରାଯାଇଥିବା କ୍ରାଇମବ୍ରାଞ୍ଚ କହିଛି। ଏଫଆଇଆର ରୁଜୁ ହେବାରୁ ଜୁନ ମାସରେ ହିଁ ଅବିନାଶ ଦାସ ଗୋଟିଏ ସେସନ୍ସ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ।

କିନ୍ତୁ ଏହାକୁ କୋର୍ଟ ଖାରଜ କରି ଦେଇଥିଲେ। ଏହା ବିରୋଧରେ ସେ ଗୁଜରାଟ ହାଇକୋର୍ଟ ଯାଇଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ବମ୍ବେ ହାଇକୋର୍ଟ ମଧ୍ୟ ତାଙ୍କୁ ଆଗୁଆ ଜାମିନ ଦେବାକୁ ମନା କରି ଦେଇଛନ୍ତି। ସବୁଆଡୁ ନିରାଶ ହେବା ପରେ ଗୁଜରାଟ ପୁଲିସ୍‌ ତାଙ୍କୁ ଶେଷରେ ଗିରଫ କରିଛି।

୨୦୧୭ରେ ଅବିନାଶ ଦାସଙ୍କ ନିର୍ଦ୍ଦେଶିତ ଅନାରକଲି ଅଫ ଆରା ରିଲିଜ ହୋଇଥିଲେ। ଏଥିରେ ସ୍ୱରା ଭାସ୍କର, ସଞ୍ଜୟ ମିଶ୍ର ଓ ପଙ୍କଜ ତ୍ରିପାଠୀ ପ୍ରମୁଖ ରହିଥିଲେ। ସେହିପରି ୨୦୨୧ରେ ଶ୍ରୀ ଦାସଙ୍କ ରାତ ବାକି ହୈ ଫିଲ୍ମ ରିଲିଜ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story