ଲୋକସଭାରୁ ୧୦ ସାଂସଦଙ୍କୁ ବିଦା କରିବା ମୁଡରେ ସରକାର

ନୂଆଦିଲ୍ଲୀ: ଲୋକସଭାରୁ ବିରୋଧୀ ଦଳର ୧୦ ଜଣ ସାଂସଦଙ୍କୁ ନିଲମ୍ବିତ କରିବା ପାଇଁ ପ୍ରସ୍ତାବ ଆଣିବାକୁ ଯୋଜନା କରୁଛନ୍ତି ସରକାର। ଏହି ସାଂସଦମାନେ ଗୁରୁବାର ଗୃହ କାର୍ଯ୍ୟ ଚାଲିଥିବା ବେଳେ ବିଭିନ୍ନ ପ୍ରସଙ୍ଗରେ ହୋହାଲ୍ଲା କରିବା ସହ ପେପର ଓ ପ୍ଲାକାର୍ଡ ଚିରି ଫୋପାଡ଼ି ଥିବାରୁ ସରକାର ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାହୁଁଛନ୍ତି। ସୂଚନା ଅନୁସାରେ, ସରକାରଙ୍କ ପକ୍ଷରୁ ୧୦ ଜଣ ବିରୋଧୀ ସାଂସଦକୁ ମୌସୁମୀ ଅଧିବେଶନରୁ ନିଲମ୍ବିତ କରିବା ପାଇଁ ବାଚସ୍ପତି ଓମ […]

Loksabha

Loksabha

Hemant Lenka
  • Published: Wednesday, 28 July 2021
  • Updated: 28 July 2021, 05:51 PM IST

Sports

Latest News

ନୂଆଦିଲ୍ଲୀ: ଲୋକସଭାରୁ ବିରୋଧୀ ଦଳର ୧୦ ଜଣ ସାଂସଦଙ୍କୁ ନିଲମ୍ବିତ କରିବା ପାଇଁ ପ୍ରସ୍ତାବ ଆଣିବାକୁ ଯୋଜନା କରୁଛନ୍ତି ସରକାର। ଏହି ସାଂସଦମାନେ ଗୁରୁବାର ଗୃହ କାର୍ଯ୍ୟ ଚାଲିଥିବା ବେଳେ ବିଭିନ୍ନ ପ୍ରସଙ୍ଗରେ ହୋହାଲ୍ଲା କରିବା ସହ ପେପର ଓ ପ୍ଲାକାର୍ଡ ଚିରି ଫୋପାଡ଼ି ଥିବାରୁ ସରକାର ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାହୁଁଛନ୍ତି।

ସୂଚନା ଅନୁସାରେ, ସରକାରଙ୍କ ପକ୍ଷରୁ ୧୦ ଜଣ ବିରୋଧୀ ସାଂସଦକୁ ମୌସୁମୀ ଅଧିବେଶନରୁ ନିଲମ୍ବିତ କରିବା ପାଇଁ ବାଚସ୍ପତି ଓମ ବିର୍ଲାଙ୍କ ଆଗରେ ଏକ ପ୍ରସ୍ତାବ ଆଗତ କରାଯିବ। ଏହାପରେ ବାଚସ୍ପତି ଏହି ପ୍ରସ୍ତାବ ଉପରେ ମୋହର ମାରି ୧୦ ଜଣ ସାଂସଦଙ୍କୁ ନିଲମ୍ବିତ କରାଯିବା ସମ୍ପର୍କରେ ଘୋଷଣା କରିବେ।

ନିଲମ୍ବିତ ପ୍ରସ୍ତାବ ଆସିବାକୁ ଥିବା ୧୦ ସାଂସଦ ହେଲେ- ଟିଏମ ପ୍ରତାପନ, ହିବି ଇଡେନ, ଗୁରଜୀତ ସିଂହ ଅଉଜୁଲା, ମନିକାମ ଟାଗୋର, ଦୀପକ ବାଇଜ, ଏଏମ ଆରିଫ, ଡିନ କୁରିଆକୋସେ ଓ ଜ୍ୟୋତିମଣି।

ବୁଧବାର ଲୋକସଭା ଚାଲିଥିବା ବେଳେ ବିରୋଧୀ ଦଳର ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ନାରାବାଜୀ କରିଥିଲେ। ସେମାନେ ପେଗାସସ୍‌ ଓ ଚାଷୀ ପ୍ରସଙ୍ଗ ଉଠାଇ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ଏହି କାରଣରୁ ଗୃହକୁ ବାରମ୍ବାର ମୁଲତବୀ କରିବାକୁ ପଡ଼ିଥିଲା। ବିରୋଧୀଙ୍କ ହୋହାଲ୍ଲା ସତ୍ତ୍ୱେ ବାରଚସ୍ପତି ପ୍ରଶ୍ନକାଳ ଚାଲୁ ରଖିଥିଲେ।

ଜୁଲାଇ ୧୯ରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଆଜି ପ୍ରଥମଥର ପାଇଁ ଗୃହରେ ପ୍ରଶ୍ନକାଳ ସଂପୂର୍ଣ୍ଣ ଭାବେ ଶେଷ ହୋଇଥିଲେ। ଏହାପୂର୍ବରୁ ପ୍ରଶ୍ନକାଳ ବେଳେ ମଧ୍ୟ ବିରୋଧୀଙ୍କ ନାରାବାଜୀ ଯୋଗୁ ଗୃହକୁ ବାଚସ୍ପତି ମୁଲତବୀ କରିବାକୁ ବାଧ୍ୟ ହେଉଥିଲେ।

ଆଜି ଗୃହରେ ପେପର ଉପସ୍ଥାପନ ହେଉଥିବା ବେଳେ ବିରୋଧୀ ସାଂସଦମାନେ ବିଜନେଶ ପେପରକୁ ଫୋପାଡ଼ିବା ଆରମ୍ଭ କରିଥିଲେ। କିଛି ସଦସ୍ୟ ସେମାନଙ୍କ ଆସନରେ ଥିବା ପ୍ଲାକାର୍ଡ ଚିରି ମଧ୍ୟ ଏହାକୁ ଗୃହର ମଧ୍ୟ ଭାଗକୁ ଫିଙ୍ଗିଥିଲେ। ବିରୋଧୀମାନେ ଟ୍ରେଜେରୀ ବେଞ୍ଚ ଆଡ଼କୁ କାଗଜ ପକାଇ ଥିଲେ। ଗୋଟିଏ ପେପର କେନ୍ଦ୍ର ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଆସନ ପାଖରେ ମଧ୍ୟ ପଡ଼ିଥିଲା। ସ୍ଥିତି ଏପରି ଲାଗି ରହିବାକୁ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story