ଘୃଣା ସୃଷ୍ଟିକାରୀ ବୟାନ ଦେଇଥିବା ବିଜେପି ନେତାଙ୍କ ନାଁରେ ମାମଲା

ଜମ୍ମୁ: ଦେଶର ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କ ପ୍ରତି ଆପତ୍ତିଜନକ ଶବ୍ଦ ପ୍ରୟୋଗ କରି ବିଦ୍ୱେଷ ସୃଷ୍ଟି ପାଇଁ ଚେଷ୍ଟା କରୁଥିବା ବିଜେପି ନେତାଙ୍କ ଅଡ଼ୁଆ ବଢ଼ିଛି। ଘୃଣା ସୃଷ୍ଟିକାରୀ ବୟାନ ପାଇଁ ଜମ୍ମୁ-କଶ୍ମୀରର ବିଜେପି ନେତା ବିକ୍ରମ ରାନ୍ଧୱାଙ୍କ ବିରୋଧରେ ପୁଲିସ୍‌ ମାମଲା ରୁଜୁ କରିଛି। ବିଜେପି ମଧ୍ୟ ଏପରି ବୟାନକୁ ନାସପନ୍ଦ କରି ମୁସଲିମ ବିରୋଧୀ ବୟାନ ଗ୍ରହଣୀୟ ବୋଲି କହିଛି। ଜମ୍ମୁର ପୂର୍ବତନ ବିଧାୟକ ବିକ୍ରମ ଭାରତ-ପାକିସ୍ତାନ ଟି-୨୦ ବିଶ୍ୱକପ ମ୍ୟାଚ୍‌ ପରେ ମୁସଲିମ […]

BJP

BJP

Hemant Lenka
  • Published: Tuesday, 02 November 2021
  • Updated: 02 November 2021, 04:53 PM IST

Sports

Latest News

ଜମ୍ମୁ: ଦେଶର ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କ ପ୍ରତି ଆପତ୍ତିଜନକ ଶବ୍ଦ ପ୍ରୟୋଗ କରି ବିଦ୍ୱେଷ ସୃଷ୍ଟି ପାଇଁ ଚେଷ୍ଟା କରୁଥିବା ବିଜେପି ନେତାଙ୍କ ଅଡ଼ୁଆ ବଢ଼ିଛି। ଘୃଣା ସୃଷ୍ଟିକାରୀ ବୟାନ ପାଇଁ ଜମ୍ମୁ-କଶ୍ମୀରର ବିଜେପି ନେତା ବିକ୍ରମ ରାନ୍ଧୱାଙ୍କ ବିରୋଧରେ ପୁଲିସ୍‌ ମାମଲା ରୁଜୁ କରିଛି।

ବିଜେପି ମଧ୍ୟ ଏପରି ବୟାନକୁ ନାସପନ୍ଦ କରି ମୁସଲିମ ବିରୋଧୀ ବୟାନ ଗ୍ରହଣୀୟ ବୋଲି କହିଛି। ଜମ୍ମୁର ପୂର୍ବତନ ବିଧାୟକ ବିକ୍ରମ ଭାରତ-ପାକିସ୍ତାନ ଟି-୨୦ ବିଶ୍ୱକପ ମ୍ୟାଚ୍‌ ପରେ ମୁସଲିମ ସଂପ୍ରଦାୟର ଲୋକଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ବିଜେପି ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା।

ସେ ଏହାର ଜବାବ ଦେବା ସହ ୪୮ ଘଣ୍ଟା ମଧ୍ୟରେ ସର୍ବସମ୍ମୁଖରେ କ୍ଷମା ମାଗିବା ଦରକାର ବୋଲି ବିଜେପି ନୋଟିସରେ କହିଥିଲା। ଏବେ ବିକ୍ରମଙ୍କ ନାଁରେ ୨୯୫-ଏ, ୫୦୫(୨) ଓ ଅନ୍ୟାନ୍ୟ ଦଫାରେ ମାମଲା ରୁଜୁ କରାଯାଇଛି। ୫୦୫(୨)ରେ ମାମଲା ରୁଜୁ ହୋଇଥିବାରୁ ବିକ୍ରମଙ୍କୁ ପୁଲିସ୍‌ ଗିରଫ କରିବାର ଆଶଙ୍କା ମଧ୍ୟ ରହିଛି।

ବିଜେପି ବିକ୍ରମକୁ ଚଳିତବର୍ଷ ଦ୍ୱିତୀୟ ଥର ପାଇଁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ସେ ବିଜେପିର ସଦସ୍ୟ ହୋଇଥିଲେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ବେଆଇନ ଖଣି ଖନନ ଓ ଲାଞ୍ଚ କାରବାର କରୁଥିବା ଅଭିଯୋଗ କରିଥିଲେ। ଏଥିପାଇଁ ଦଳ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା।

ବିବାଦୀୟ ବୟାନ ପରେ ବିଜେପି ଜାରି କରିଥିବା କାରଣ ଦର୍ଶାଅ ନୋଟିସରେ କହିଥିଲା ଯେ “ଗୋଟିଏ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆପଣ(ବିକ୍ରମ) ବିଦ୍ୱେଷ ସୃଷ୍ଟି କରିବା ଭଳି ଦାୟିତ୍ୱହୀନ ଭାବେ ବୟାନ ଗୋଟିଏ ନିର୍ଦ୍ଦିଷ୍ଟ ସଂପ୍ରଦାୟ ବିରୋଧରେ ଦେଇଛନ୍ତି।

ଏହା କେବେ ହେଲେ ଗ୍ରହଣୀୟ ନୁହେଁ। ଆପଣଙ୍କ ବୟାନ ଦଳ ପାଇଁ ଲଜ୍ଜାଭାବ ସୃଷ୍ଟି କରିଛି। ଏପରି ଆଚରଣ ଦଳର ଛବିକୁ ମଳିନ କରୁଛି। ତେଣୁ ଆପଣ ୪୮ ଘଣ୍ଟା ମଧ୍ୟରେ କ୍ଷମା ମାଗନ୍ତୁ।”

ଭାରତ ଟି-୨୦ ବିଶ୍ୱକପରେ ପାକିସ୍ତାନ ଠାରୁ ହାରିବା ପରେ କଶ୍ମୀରର କିଛି ସ୍ଥାନରେ ଲୋକମାନେ ଉତ୍ସବ ମନାଇଥିବା ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି ବିକ୍ରମ ମୁସଲିମ ସଂପ୍ରଦାୟ ବିରୋଧରେ ଅତ୍ୟନ୍ତ ଅଶୋଭନୀୟ ଶବ୍ଦ ପ୍ରୟୋଗ କରି ବିବାଦ ସୃଷ୍ଟି କରିଥିଲେ। ଏଥିପାଇଁ ଜମ୍ମୁରେ ଥିବା ଟ୍ରିକୋଟା ନଗର ପୁଲିସ୍‌ ଷ୍ଟେସନରେ ମାମଲା ରୁଜୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story