ପୁଣି ଟିକାକରଣରେ ନୂଆ ରେକର୍ଡ କଲା ଭାରତ

ନୂଆଦିଲ୍ଲୀ: ତୃତୀୟ ଲହରକୁ ନେଇ ଆଶଙ୍କା ଯେତିକି ବଢ଼ିବାରେ ଲାଗିଛି ଭାରତରେ ସେତିକି ଦ୍ରୁତଗତିରେ ଟିକାକରଣ ମଧ୍ୟ କରାଯାଉଛି। ପୁଣିଥରେ ଭାରତ କରୋନା ବିରୋଧୀ ଟିକାକରଣରେ ରେକର୍ଡ ସୃଷ୍ଟି କରିଛି। ଦିନକରେ ୧.୯ କୋଟିରୁ ଅଧିକ ଡୋଜ୍‌ର ଟିକାକରଣ କରି ଭାରତ ନୂଆ ଇତିହାସ ଲେଖିଛି। ଜାନୁଆରୀ ୧୬ରୁ ଦେଶରେ ଟିକାକରଣ ଆରମ୍ଭ ହୋଇଥିଲେ ହେଁ ଗୋଟିଏ ଦିନରେ କେବେ ହେଲେ ଏତେ ସଂଖ୍ୟକ ଟିକାର ଡୋଜ୍‌ ଲୋକଙ୍କୁ ଦିଆଯାଇ ନଥିଲା। ହେଲେ ଆଜି ଏହି ରେକର୍ଡ […]

Vaccine

Vaccine

Hemant Lenka
  • Published: Tuesday, 31 August 2021
  • Updated: 31 August 2021, 08:52 PM IST

ନୂଆଦିଲ୍ଲୀ: ତୃତୀୟ ଲହରକୁ ନେଇ ଆଶଙ୍କା ଯେତିକି ବଢ଼ିବାରେ ଲାଗିଛି ଭାରତରେ ସେତିକି ଦ୍ରୁତଗତିରେ ଟିକାକରଣ ମଧ୍ୟ କରାଯାଉଛି। ପୁଣିଥରେ ଭାରତ କରୋନା ବିରୋଧୀ ଟିକାକରଣରେ ରେକର୍ଡ ସୃଷ୍ଟି କରିଛି। ଦିନକରେ ୧.୯ କୋଟିରୁ ଅଧିକ ଡୋଜ୍‌ର ଟିକାକରଣ କରି ଭାରତ ନୂଆ ଇତିହାସ ଲେଖିଛି।

ଜାନୁଆରୀ ୧୬ରୁ ଦେଶରେ ଟିକାକରଣ ଆରମ୍ଭ ହୋଇଥିଲେ ହେଁ ଗୋଟିଏ ଦିନରେ କେବେ ହେଲେ ଏତେ ସଂଖ୍ୟକ ଟିକାର ଡୋଜ୍‌ ଲୋକଙ୍କୁ ଦିଆଯାଇ ନଥିଲା। ହେଲେ ଆଜି ଏହି ରେକର୍ଡ ସୃଷ୍ଟି ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୫ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଗୋଟିଏ ଦିନରେ ୧ କୋଟିରୁ ଅଧିକ ଡୋଜ୍‌ ଟିକାକରଣ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟା ୬ଟା ସୁଦ୍ଧା ୧.୯ କୋଟି ଡୋଜ୍‌ର ଟିକାକରଣ ହୋଇଛି। ଏବେ ବି ଅନେକ କେନ୍ଦ୍ରରେ ଟିକାକରଣ ଚାଲିଛି। ତେଣୁ ଏହି ସଂଖ୍ୟା ଆହୁରି ବଢ଼ିବ। ୫ ଦିନ ଭିତରେ ୨ ଥର ଗୋଟିଏ ଦିନରେ ୧ କୋଟିରୁ ଅଧିକ ଡୋଜ୍‌ର ଟିକାକରଣ କରାଯାଇ ପାରିଛି। ସମସ୍ତଙ୍କୁ ଶୁଭେଚ୍ଛା। ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କ ନେତୃତ୍ୱରେ ଭାରତ ବେଶ ସକାରାତ୍ମକ ଭାବେ କରୋନା ସହ ଲଢ଼େଇ କରୁଛି ବୋଲି ସେ ଟ୍ୱିଟ କରିଛନ୍ତି।

ଏହାପୂର୍ବରୁ ଅଗଷ୍ଟ ୨୭ରେ ଭାରତରେ ଗୋଟିଏ ଦିନରେ ପ୍ରଥମଥର ପାଇଁ ୧ କୋଟିରୁ ଅଧିକ ଡୋଜ୍‌ର ଟିକାକରଣ ହୋଇଥିଲା। ସେଦିନ ୧,୦୮,୯୯,୬୯୯ ଡୋଜ୍‌ ଟିକା ଲୋକମାନେ ନେଇଥିଲେ। ଆଜି ପୁଣିଥରେ ୧ କୋଟି ଇତିହାର ପୁନରାବୃତ୍ତି ହୋଇଛି। ଅଗଷ୍ଟ ୨୭ ଅପେକ୍ଷା ଆଜି ଅଧିକ ଲୋକ ଡୋଜ୍ର ଟିକାକରଣ ହୋଇଛି।

ଏଯାଏ ଭାରତରେ ୬୪.୩୬ କୋଟିରୁ ଅଧିକ ଡୋଜ୍‌ ଟିକାକରଣ ଶେଷ ହେଲାଣି। ଏବେ ବି ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଖରେ ୫,୪୨,୩୦,୫୪୬ ଡୋଜ୍‌ର ଟିକା ମହଜୁଦ ହୋଇ ରହିଛି। କେନ୍ଦ୍ର ସରକାର ଆଉ ୧୪,୯୪,୦୪୦ ଡୋଜ୍‌ ଖୁବଶୀଘ୍ର ରାଜ୍ୟଗୁଡ଼ିକୁ ପଠାଇବେ। ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେବାକୁ ସବୁ ରାଜ୍ୟ ସରକାରମାନଙ୍କୁ କୁହାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story