ଦିନକରେ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦେଇ ରେକର୍ଡ କଲା ଭାରତ

ନୂଆଦିଲ୍ଲୀ: ଗୁରୁବାର ଇତିହାସ ସୃଷ୍ଟି କରିଛି ଭାରତ। ଦିନକରେ ପ୍ରଥମଥର ପାଇଁ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ କରୋନା ଟିକା ଦେଇ ଏହି କୀର୍ତ୍ତିମାନ ସ୍ଥାପନ କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟା ୭ଟା ସୁଦ୍ଧା ୧୦.୯୩ରୁ ଅଧିକ ଲୋକଙ୍କୁ ସମଗ୍ର ଦେଶରେ କରୋନା ଟିକାର ଡୋଜ୍‌ ଦିଆଯାଇଛି। ଏହାକୁ ମିଶାଇ ଜାନୁଆରୀ ୧୬ରୁ ଦେଶରେ ଏଯାଏ ମୋଟ ୧.୭୭ କୋଟି ଲୋକ ଟିକା ନେଇ ସାରିଲେଣି। ଜାନୁଆରୀ ୧୬ରେ ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ […]

Corona

Corona

Hemant Lenka
  • Published: Thursday, 04 March 2021
  • Updated: 04 March 2021, 10:22 PM IST

ନୂଆଦିଲ୍ଲୀ: ଗୁରୁବାର ଇତିହାସ ସୃଷ୍ଟି କରିଛି ଭାରତ। ଦିନକରେ ପ୍ରଥମଥର ପାଇଁ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ କରୋନା ଟିକା ଦେଇ ଏହି କୀର୍ତ୍ତିମାନ ସ୍ଥାପନ କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟା ୭ଟା ସୁଦ୍ଧା ୧୦.୯୩ରୁ ଅଧିକ ଲୋକଙ୍କୁ ସମଗ୍ର ଦେଶରେ କରୋନା ଟିକାର ଡୋଜ୍‌ ଦିଆଯାଇଛି। ଏହାକୁ ମିଶାଇ ଜାନୁଆରୀ ୧୬ରୁ ଦେଶରେ ଏଯାଏ ମୋଟ ୧.୭୭ କୋଟି ଲୋକ ଟିକା ନେଇ ସାରିଲେଣି।

ଜାନୁଆରୀ ୧୬ରେ ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ପରେ ସମ୍ମୁଖ ଯୋଦ୍ଧାଙ୍କୁ କରୋନା ଟିକା ଦିଆଯାଇଥିଲା। ଏହାପରେ ଗତ ସୋମବାର ଠାରୁ ଦେଶରେ ୬୦ ବର୍ଷ ବୟସରୁ ଅଧିକ ଓ ୪୫ ବର୍ଷ ବୟସରୁ ଅଧିକ ବୟସ୍କ ବହୁବିଧ ରୋଗରେ ପୀଡ଼ିତ ଲୋକଙ୍କୁ କରୋନା ଟିକା ଦିଆଯାଉଛି।

ଏହି ପର୍ଯ୍ୟାୟରେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନେ ଟିକା ନେଉଛନ୍ତି। ମଙ୍ଗଳବାର କେନ୍ଦ୍ର ସରକାର ଟିକାକରଣ କାର୍ଯ୍ୟକ୍ରମ ପାଇଁ ଧାର୍ଯ୍ୟ ସମୟକୁ ହଟାଇ ଦେଇଥିଲେ। ଏହାର ଅର୍ଥ ଜଣେ ବ୍ୟକ୍ତି ନିଜ ଇଚ୍ଛା ଅନୁସାରେ ଆସି ଯେକୌଣସି ସମୟରେ ଟିକା ନେଇପାରିବେ।

ଗୋଟିଏ ପଟେ ଦିନକରେ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ କରୋନା ଟିକା ଦିଆଯାଇଥିବା ବେଳେ ଅନ୍ୟପଟେ ମହାରାଷ୍ଟ୍ର, କେରଳ, ପଞ୍ଜାବ, ତାମିଲନାଡୁ, ଗୁଜରାଟ ଓ କର୍ଣ୍ଣାଟକାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଦେଶରେ ଆଜି ଚିହ୍ନଟ ହୋଇଥିବା ମୋଟ ସଂକ୍ରମିତଙ୍କ ମଧ୍ୟରୁ ଉପରୋକ୍ତ ରାଜ୍ୟରୁ ୮୫.୫୧% ଲୋକ ରହିଛନ୍ତି।

୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୧୭,୪୦୭ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମହାରାଷ୍ଟ୍ରରେ ରେକର୍ଡ ୯,୮୫୫ ଜଣ ଗୋଟିଏ ଦିନରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅକ୍ଟୋବର ୧୮ରେ ଶେଷଥର ପାଇଁ ରାଜ୍ୟରେ ୧୦,୨୫୯ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରଠାରୁ ସଂକ୍ରମିତଙ୍କ ସଂଖ୍ୟା କମିଥିଲା। ହେଲେ ଏବେ ଧୀରେଧୀରେ ପୁଣିଥରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

ସେହିପରି କେରଳରେ ୨୪ ଘଣ୍ଟା ମଧ୍ୟରେ ୨,୭୬୫ ଓ ପଞ୍ଜାବରେ ୭୭୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଦେଶରେ ଏଯାଏ ବ୍ରାଜିଲ, ବ୍ରିଟେନ ଓ ଦକ୍ଷିଣ ଆଫ୍ରିକାରେ ଦେଖାଯାଇଥିବା କରୋନାର ନୂଆ ଷ୍ଟ୍ରେନରେ ମୋଟ ୨୪୨ ଜଣ ଆକ୍ରାନ୍ତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos