ଭାରତରେ ମଡର୍ଣ୍ଣାକୁ ଅନୁମତି, ଖୁବଶୀଘ୍ର ଫାଇଜରକୁ ମିଳିବ ଗ୍ରୀନ ସିଗ୍ନାଲ

ନୂଆଦିଲ୍ଲୀ: ଦେଶରେ ଆମେରିକୀୟ କମ୍ପାନୀ ମଡର୍ଣ୍ଣା ପ୍ରସ୍ତୁତ କରିଥିବା କରୋନା ଟିକାର ବ୍ୟବହାର ହେବ। ଭାରତରେ ଏହି ଟିକାର ସୀମିତ ବ୍ୟବହାର ପାଇଁ ଭାରତ ସରକାର ଅନୁମତି ଦେଇଛନ୍ତି। ପୂର୍ବରୁ କୋଭାକ୍ସିନ, କୋଭିସିଲ୍ଡ ଓ ସ୍ପୁଟିନିକ ଭି ଥିବା ବେଳେ କରୋନା ବିରୋଧରେ ୪ର୍ଥ ଅସ୍ତ୍ର ଭାବେ ଏହାକୁ ବ୍ୟବହାର କରାଯିବ। ସେହିପରି ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକାକୁ ଭାରତ ଆଣିବା ପାଇଁ କଥାବାର୍ତ୍ତା ଶେଷ ପର୍ଯ୍ୟାୟରେ ମଧ୍ୟ ପହଞ୍ଚିଛି। ଆଜି ଏଭଳି ତଥ୍ୟ ଦେଇଛନ୍ତି […]

Pfizer

Pfizer

Hemant Lenka
  • Published: Tuesday, 29 June 2021
  • Updated: 29 June 2021, 09:46 PM IST

ନୂଆଦିଲ୍ଲୀ: ଦେଶରେ ଆମେରିକୀୟ କମ୍ପାନୀ ମଡର୍ଣ୍ଣା ପ୍ରସ୍ତୁତ କରିଥିବା କରୋନା ଟିକାର ବ୍ୟବହାର ହେବ। ଭାରତରେ ଏହି ଟିକାର ସୀମିତ ବ୍ୟବହାର ପାଇଁ ଭାରତ ସରକାର ଅନୁମତି ଦେଇଛନ୍ତି। ପୂର୍ବରୁ କୋଭାକ୍ସିନ, କୋଭିସିଲ୍ଡ ଓ ସ୍ପୁଟିନିକ ଭି ଥିବା ବେଳେ କରୋନା ବିରୋଧରେ ୪ର୍ଥ ଅସ୍ତ୍ର ଭାବେ ଏହାକୁ ବ୍ୟବହାର କରାଯିବ।

ସେହିପରି ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକାକୁ ଭାରତ ଆଣିବା ପାଇଁ କଥାବାର୍ତ୍ତା ଶେଷ ପର୍ଯ୍ୟାୟରେ ମଧ୍ୟ ପହଞ୍ଚିଛି। ଆଜି ଏଭଳି ତଥ୍ୟ ଦେଇଛନ୍ତି କୋଭିଡ ଟାସ୍କ ଫୋର୍ସ ମୁଖ୍ୟ ତଥା ନୀତି ଆୟୋଗ ସଦସ୍ୟ ଡା ଭିକେ ପଲ।

ଆଜି ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, “ବର୍ତ୍ତମାନ ଦେଶରେ ବ୍ୟବହାର ପାଇଁ ୪ଟି ଟିକା-କୋଭାକ୍ସିନ, କୋଭିସିଲ୍ଡ, ସ୍ପୁଟନିକ-ଭି ଓ ମଡର୍ଣ୍ଣା ଉପଲବ୍ଧ ହେବ। ଆମେ ଖୁବଶୀଘ୍ର ଫାଇଜର ସହ ମଧ୍ୟ ଚୁକ୍ତି କରିବାକୁ ଲକ୍ଷ୍ୟ ରଖିଛୁ। ଫାଇଜର ଟିକାକୁ ଭାରତ ଆଣିବା ପାଇଁ କଥାବାର୍ତ୍ତା ଶେଷ ପର୍ଯ୍ୟାୟରେ ପହଞ୍ଚିଛି।”

ସେ ଆହୁରି କହିଛନ୍ତି, ଏହି ୪ଟି ଯାକ ଟିକା ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ମଧ୍ୟ ସଂପୂର୍ଣ୍ଣ ସୁରକ୍ଷିତ। ଏ ସମ୍ପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଖୁବଶୀଘ୍ର ଗାଇଡଲାଇନ ଜାରି କରିବ।

ମଡର୍ଣ୍ଣାର କୋଭିଡ-୧୯ ଭ୍ୟାକସିନ ଏମଆରଏନଏ-୧୨୭୩କୁ ଆମେରିକାର National Institute of Allergy and Infectious Diseases (NIAID) ଓ the Biomedical Advanced Research and Development Authority (BARDA) ପକ୍ଷରୁ କମ୍ପାନୀ ସହ ମିଶି ତିଆରି କରିଛନ୍ତି।

ଆମେରିକାରେ ଏହା Spikevax ବ୍ରାଣ୍ଡ ନାଁରେ ବିକ୍ରି ହେଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁଯାୟୀ, ଟିକାର ପ୍ରଥମ ଡୋଜ୍‌ ନେବାର ୧୪ ଦିନ ପରେ ଏହା କରୋନା ବିରୋଧରେ ୯୪.୧% ଲଢ଼େଇ କରିବାକୁ ସକ୍ଷମ। ସେହିପରି ନୂଆ ସର୍ଭେ ଅନୁସାରେ, କରୋନାର ସବୁ ଭ୍ୟାରିଏଣ୍ଟ ବିରୋଧରେ ମଡର୍ଣ୍ଣା ଟିକା ଫଳପ୍ରଦ। ତେଣୁ ଭାରତରେ ଏହା ଗେମ ଚେଞ୍ଜର ହେବ ବୋଲି ଆଶା କରାଯାଉଛି।

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ମଙ୍ଗଳବାର ଅପରାହ୍ନ ସୁଦ୍ଧା ଦେଶରେ ୩୩ କୋଟିରୁ ଅଧିକ ଡୋଜ୍‌ର ଟିକାକରଣ ହୋଇ ସାରିଛି। ଜୁନ୍‌ ମାସରେ ଦୈନିକ ହାରାହାରି ୪୦ ଲକ୍ଷ ଡୋଜର ଟିକାକରଣ ହୋଇଛି। ୩୩ କୋଟି ଡୋଜ୍‌ ମଧ୍ୟରୁ ୧୪.୦୯ ଡୋଜଜ ମହିଳାଙ୍କୁ ଓ ୧୭.୪୮ ଡୋଜ୍‌ ପୁରୁଷଙ୍କୁ ଦିଆଯାଇଛି।

ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଜୋରଦାର ଚାଲିଥିବା ବେଳେ ମାତ୍ର ୧୧୧ଟି ଜିଲ୍ଲାରେ ଦୈନିକ ୧୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଦେଶରେ ଆରୋଗ୍ୟହାର ୯୬.୯% ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story